ସୁନା ଦୋକାନୀଙ୍କଠାରୁ ଲୁଟ ଉଦ୍ୟମ: ଅଭିଯୁକ୍ତ ଗିରଫ

ବାରିପଦା ଅଫିସ,୨୬ା୧୦- ବାରିପଦା ସହରର ଜିଲା ପ୍ରାଣୀ ଚିକିତ୍ସାଳୟ ନିକଟରେ ଗତ ମଙ୍ଗଳବାର ରାତିରେ ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ ଉଦ୍ୟମ ଘଟଣାରେ ଟାଉନ ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଜିଲା ଆସ୍କା ଥାନା ଅଞ୍ଚଳର ଫୁଲି ଗୋପାଳ। ତାଙ୍କ ନିକଟରୁ ନଗଦ ୬ ହଜାର ଟଙ୍କା, ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା, ଗୋଟିଏ ମୋଟରସାଇକେଲ ଓ ଗୋଟିଏ ମୋବାଇଲ ଫୋନ ପୋଲିସ ଜବତ କରିଛି। ଅଭିଯୁକ୍ତ ଫୁଲି ବାରିପଦା ଟାଉନ ଥାନାର ୨ ଟି ମାମଲା, ଉଦଳା ଥାନାର ୨ ଟି ମାମଲା, ନୀଳଗିରି ଥାନାର ୪ ଟି ମାମଲା ଓ ବାଲିଆପାଳ ଥାନାର ଗୋଟିଏ ମାମଲାରେ ସଂଶ୍ଲିଷ୍ଟ ଥିବା ପୋଲିସ ସୂଚନା ଦେଇଛି। ଏହି ଅଭିଯୁକ୍ତ ତାଙ୍କର ୪ ସହଯୋଗୀଙ୍କ ସହ ବାରିପଦା ରଘୁନାଥପୁର ଅଞ୍ଚଳରେ ଭଡାଘରେ ରହି ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ଅପରାଧମାନ ଘଟାଇ ଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି। ତେବେ ଘଟଣା ଗୋଟିଏ ପ୍ରକାର ଘଟିଥିବା ବେଳେ ପୋଲିସ କିନ୍ତୁ ଅଲଗା ଦର୍ଶାଇଛି । ଫଳରେ ପୋଲିସର ଭୂମିକା ସନ୍ଦେହ ଘେରରେ ଥିବା ଜଣାପଡିଛି। ସ୍ଥାନୀୟ ଯୁବକମାନେ ଅଭିଯୁକ୍ତଙ୍କୁ ଧରି ପୋଲିସ ଜିମା ଦେଇ ଥିବା ବେଳେ ପୋଲିସ ନିଜେ ଧରି ଥିବା ଦର୍ଶାଇ ବାହା ବାହା ନେବାକୁ ଚେଷ୍ଟା କରିଛି।
ଉଲ୍ଲେଖଯୋଗ୍ୟ ଯେ, ବିଜୟ ସିଂ ନାମକ ଜଣେ ସୁନା ବ୍ୟବସାୟୀ ଗତ ମଙ୍ଗଳବାର ରାତି ପ୍ରାୟ ୧୦ ଟା ବେଳେ ରକ୍ସିରୋଡ଼ ସ୍ଥିତ ତାଙ୍କ ସୁନା ଦୋକାନ ବନ୍ଦ କରି ମଧୁବନ ସ୍ଥିତ ଘରକୁ ଯାଉଥିଲେ। ଏହି ସମୟରେ ତାଙ୍କୁ ଦୁଇ ଜଣ ଯୁବକ ଏକ ନମ୍ବର ବିହୀନ ମୋଟସାଇକେଲ ଯୋଗେ ପିଛା କରିଥିଲେ। ବିଜୁପଟ୍ଟନାୟକ ଗୋଲେଇ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ରାସ୍ତାରେ ଲୁଟେରା ଦ୍ୱୟ ତାଙ୍କଠାରୁ ସୁନା ଗହଣା ବ୍ୟାଗ ଛଡାଇ ନେଇ ଖସି ଯାଉଥିଲେ । ସୁନା ଦୋକାନୀ ଜଣକ ଲୁଟେରା ଦ୍ୱୟଙ୍କ ପଛରେ ଗୋଡ଼ାଇ ଥିଲେ। ପରେ ଚିକିତ୍ସାଳୟ ନିକଟସ୍ଥ ଏକ ଚାହା ଦୋକାନ ନିକଟରେ ଥିବା ଛାତ୍ର ବିଜେଡି ରାଜ୍ୟ ସମ୍ପାଦକ ଶେଖ ଅବଦୁଲ ହବିବ ଓ ତାଙ୍କ ସମର୍ଥକମାନେ ଏହି ଲୁଟେରା ଦ୍ୱୟଙ୍କ ମଧ୍ୟରୁ ଜଣଙ୍କୁ ଗୋଡ଼ାଇ କାବୁ କରିବା ସହ ପୋଲିସ ଜିମା ଦେଇଥିଲେ। ଅନ୍ୟ ଜଣେ ସେଠାରୁ ଖସି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri