ଗଙ୍ଗାହାର, ବୁଢାବଳଙ୍ଗରେ ଜଳପତ୍ତନ ବୃଦ୍ଧି

ବଡ଼ସାହି,୨୫ା୧୦(ସ୍ବ.ପ୍ର)- ଶିମିଳିପାଳରୁ ବାହାରିଥିବା ଗଙ୍ଗାହାର ଓ ବୁଢାବଳଙ୍ଗ ନଦୀ ବଡ଼ସାହି ବ୍ଲକର ଉଭୟ ପଟ ଦେଇ ପ୍ରବାହିତ ହେଉଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଏହି ଦୁଇ ନଦୀରେ ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ଅପରାହ୍ନରେ ଗଙ୍ଗାହାରର ଜଳ ବୃଦ୍ଧିପାଇ ଚାନ୍ଦଡିହା-କୁଆମରା ପୋଲ ଡେଇଁ ପ୍ରବାହିତ ହେଉଛି। ଫଳରେ ଉକ୍ତ ରାସ୍ତାରେ ଯୋଗଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଯେକୌଣସି ପରିସ୍ଥିତିରେ ମୁକାବିଲା ନିମନ୍ତେ ସଜାଗ ଥିତ୍ବା ପ୍ରଶାସନ କହିଛି। ଏଭଳି ପରିସ୍ଥିତିକୁ ନେଇ ନଦୀ ସଂଲଗ୍ନ ୪୧ଟି ଗ୍ରାମର ଜନସାଧାରଣ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ଲଗାଣ ବର୍ଷା ଯୋଗୁଁ ଶୁକ୍ରବାର ସକାଳ ଠାରୁ ଉଭୟ ନଦୀର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ଦିନ ତମାମ ବର୍ଷା ଲାଗି ରହିଥିବା ବେଳେ ଶୁକ୍ରବାର ଦିନ ୧୧ଟା ପର୍ଯ୍ୟନ୍ତ ବର୍ଷା ହୋଇଥିଲା। ବଡ଼ସାହି ଅଞ୍ଚଳରେ ୧୦୮ ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଉଭୟ ନଦୀର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନିକ ଅଧିକାରୀମାନେ ନଦୀ ସଂଲଗ୍ନ ଗ୍ରାମଗୁଡିକୁ ଯାଇ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାପାଇଁ ପରାମର୍ଶ ଦେଉଛନ୍ତି। ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିବାରୁ ବ୍ୟାପକ ଧାନ ଓ ପରିବା ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି। ଅବିଶ୍ରାନ୍ତ ବର୍ଷା ଯୋଗୁଁ ଜଳ ନିଷ୍କାସନ ନ ହେବାରୁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ଚାନ୍ଦଡିହା-କୁଆମରା ରାସ୍ତାରେ ଥିବା ଗଙ୍ଗାହାର ନଦୀର ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଗମନାଗମନ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଛି । ବିଲବାଡିରେ ପାଣି ଭର୍ତ୍ତି ଥିବାରୁ ନଦୀର ଉଦବୃତ୍ତ ଜଳ ରାତି ସୁଦ୍ଧା ନଦୀ ସଂଲଗ୍ନ ଗ୍ରାମ ମଧ୍ୟକୁ ପ୍ରବେଶ କରିବ ବୋଲି ସମ୍ଭାବନା ଉପୁଜିଛି । ଜରୁରୀ ପରିସ୍ଥିତିର ମୁକାବିଲା ନିମନ୍ତେ ଚୂଡା, ଚାଉଳ, ଗୁଡ, ଚିନି ଓ ପଲିଥିନ ପ୍ରଭୃତି ପଞ୍ଚାୟତ କାର୍ଯ୍ୟାଳୟମାନଙ୍କରେ ମହଜୁଦ ରଖାଯାଇଛି । ମାଣତ୍ରୀ, କୁରାଡିହା, ବଡ଼ସାହି, ପ୍ରତାପପୁର ଓ ଦୁର୍ଗାପୁର ରାଜସ୍ବ ନୀରିକ୍ଷକମାନେ ତଳିଆ ଅଞ୍ଚଳ ବୁଲି ସ୍ଥିତି ପରଖିବା ସହ ଜନସାଧାରଣଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ବନ୍ୟା ଆଶଙ୍କା ଉପୁଜିଲେ ତୁରନ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ପୃଥ୍ବୀରାଜ ପରିଡ଼ା କହିଛନ୍ତି । ବଡ଼ସାହି ବିଧାୟକ ସନାତନ ବିଜୁଳୀ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି। ତେବେ ବର୍ଷା ଥମି ଥିବାରୁ ଜଳପତ୍ତନ ହ୍ରାସ ପାଇବ ବୋଲି ଜଣାପଡୁଛି । ବିଡିଓ ରବୀନ୍ଦ୍ର କୁମାର ପ୍ରଧାନ ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ଛୁଟିରେ ଥିବା ବେଳେ ତହସିଲ ପ୍ରଶାସନ ପକ୍ଷରୁ ଅଧିକାରୀମାନେ ସଜାଗ ରହିଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?