Posted inଭଦ୍ରକ

ବେଆଇନ ବାଣ ତିଆରି ସାମଗ୍ରୀ ଜବତ: ୨ ଗିରଫ

ଭଦ୍ରକ ଅଫିସ/ଚାନ୍ଦବାଲି, ୨୬।୧୦(ଡି.ଏନ.ଏ.) – ଭଦ୍ରକ ଜିଲା ପୁରୁଣାବଜାର ଓ ବାଂଶଡ଼ା ଥାନା ପୋଲିସ ଶୁକ୍ରବାର ଚଢ଼ାଉ କରି ବେଆଇନ ବାଣ ତିଆରି ସାମଗ୍ରୀ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରିଛନ୍ତି। ସୂଚନା ଅନୁଯାୟୀ, ପୁରୁଣାବଜାର ପୋଲିସ ଗିରଫ କରିଥିବା ଯୁବକ ହେଲେ ପଠାଣସାହି ମିର୍ଜାପୁର ଗଁାର ଗୋରା ଖାନ୍‌। ତାଙ୍କ ନିକଟରୁ ବିଭିନ୍ନ ବାଣ ପ୍ରସ୍ତୁତ ସାମଗ୍ରୀ ଓ ବାଣ ଜବତ କରାଯାଇଥିବା ବେଳେ ହଳଦୀଡିହ ବାଇପାସ୍‌ର ସେକ୍‌ ଗୋଲାମ ପୋଲିସକୁ ଦେଖି ଫେରାର ହୋଇଯାଇଛନ୍ତି। ସେକ୍‌ ଗୋଲାମଙ୍କ ଘରୁ ବ୍ୟାପକ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି। ଗିରଫ ଗୋରାଙ୍କ ବିରୋଧରେ ମାମଲା(ନଂ.୨୧୨/୧୯) ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଫେରାର ସେକ୍‌ ଗୋଲାମଙ୍କ ବିରୋଧରେ ଥାନାରେ ମାମଲା(ନଂ.୨୧୩/୧୯) ରୁଜୁ ହୋଇଛି।
ସେହିପରି ବାଂଶଡ଼ା ଥାନା ଅଧୀନ ଜଳେଶ୍ୱରପୁର ପଞ୍ଚାୟତ ନୂଆଗଁା ଇଚ୍ଛାପୁର ଗଁାରେ ବେଆଇନ ଭାବେ ବାଣ ତିଆରି ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଗୟାଧର ମହାଳିକ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିବା ସହିତ ତାଙ୍କ ଘରୁ ବାଣ ତିଆରି ସାମଗ୍ରୀ ଓ ବାଣ ଜବତ କରିଛି। ଏ ନେଇ ଥାନାରେ ଏକ ମାମଲା(ନଂ.୨୪୯/୧୯) ରୁଜୁ କରାଯାଇ ଗୟାଧରଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ପରିସରରେ ଗଣଧାରଣା: ସୁରକ୍ଷା ଦାବି କଲେ ୨ ପଞ୍ଚାୟତର ଅଧିବାସୀ

ତିହିଡ଼ି,୧୧ା୬(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ଶତାଧିକ ଅଧିବାସୀ ଗୁରୁବାର ପୀରହାଟ ଥାନା ସାମ୍ନାରେ ଗଣଧାରଣା…

ଦୁର୍ଦ୍ଦାନ୍ତ ଅପରାଧୀ ପପୁଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଆପରାଧିକ କାଣ୍ଡ ଘଟାଇବାକୁ ଯୋଜନାବେଳେ…

ଭଦ୍ରକ,୧୧ା୬(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ଓରଫ ପପଙ୍କୁ ଏନ୍‌କାଉଣ୍ଟର କରିଛି। ପପୁଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ତାଙ୍କୁ କଟକ…

ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ, ଜଣଙ୍କୁ ଗିରଫ କରି…

ଧାମନଗର,୧୦ା୬(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଆନନ୍ଦପୁର ପଞ୍ଚାୟତସ୍ଥିତ ବୈତରଣୀ ନଦୀପୋଲ ନିକଟରୁ ଧାମନଗର ପୋଲିସ ଜଣେ ବ୍ରାଉନସୁଗାର ବିକ୍ରେତା ଙ୍କୁ ଗିରଫ କରିଛି। ଗିରଫ…

ବହୁ ପ୍ରତିଭାର ଅଧିକାରୀ ଥିଲେ ନନ୍ଦିନୀ ଦେବୀ

ଭଦ୍ରକ, ୯।୬(ସନାତନ ରାଉତ): ବହୁ ପ୍ରତିଭାର ଅଧିକାରୀ ଥିଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଲୌହ ମାନବୀ ନନ୍ଦିନୀ ଶତପଥୀ । ଜମି ଜମା କ୍ଷେତ୍ରରେ…

୪୫୦୦ ଗଛ କଟାଗଲା, କିନ୍ତୁ ଚଉଡ଼ା ହେଲାନି ରାସ୍ତା ! ଭଦ୍ରକ-ଆରଡ଼ି ସଡ଼କ ସମ୍ପ୍ରସାରଣକୁ ନେଇ ଉଠିଲା ପ୍ରଶ୍ନ

ତିହିଡ଼ି,୯।୬( କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଆରଡ଼ି ଛକରୁ ଆରଡ଼ି ପୀଠ ପର୍ଯ୍ୟନ୍ତ ପ୍ରାୟ ୩୬ କିଲୋମିଟର ଦୀର୍ଘ ରାସ୍ତା ଓଡ଼ିଶାର ଅନ୍ୟତମ ପ୍ରମୁଖ ଶୈବପୀଠ ବାବା…

ଅବହେଳିତ ଅବସ୍ଥାରେ ୩୦୦ ବର୍ଷର ଐତିହାସିକ ମଡାଗଡ଼ିଆ ଲୁଣିଆ ମେଳଣ, ସଂରକ୍ଷଣ ପାଇଁ ଉଠିଲା ଦାବି

ତିହିଡ଼ି,୮ା୬(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଖପରପଦା ପଞ୍ଚାୟତରେ ଅବସ୍ଥିତ ଐତିହାସିକ ମଡାଗଡ଼ିଆ ଲୁଣିଆ ମେଳଣ ଆଜି ଅବହେଳାର ଶିକାର ହୋଇ ପଡ଼ିଛି ।…

ଏୟାରଫୋର୍ସ Y ଗ୍ରୁପ ପରୀକ୍ଷା, ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କଲେ ଆସୁରାଳୀର ସୌରଜ୍ୟୋତି ଦାସ

ତିହିଡ଼ି,୭ା୬(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକର ଆସୁରାଳୀ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଅସୁରାଳିର ଯୁବ ପ୍ରତିଭା ସୌରଜ୍ୟୋତି ଦାସ । ପ୍ରଥମ…

ଲେବଲକ୍ରସିଂ ପାର୍‌ ବେଳେ ଧକ୍କା ଦେଲା ଟ୍ରେନ୍‌, ଆଉ ତା’ପରେ ଯାହା ଘଟିଲା…

ଭଦ୍ରକ,୭।୬(ସନାତନ ରାଉତ): ଭଦ୍ରକ-ଧାମରା ରେଳପଥର ତିହିଡି଼ ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ରାସ୍ତା ଲେବଲକ୍ରସିଂ ନିକଟରେ ରବିବାର ଏକ ଟ୍ରେନ ଧକ୍କାରେ ଜଣେ ବାଇକ୍‌ ଆରୋହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri