ବିପଦସଙ୍କୁଳ ଅବସ୍ଥାରେ କାନଝାରୀ ଡ୍ୟାମ୍‌

କେନ୍ଦୁଝର, ୨୬।୧୦(ଡି.ଏନ.ଏ.)- କେନ୍ଦୁଝର ସଦର ବ୍ଲକରେ ପ୍ରାୟ ୩୯ ବର୍ଷ ତଳେ ନିର୍ମିତ କାନଝାରୀ ଡ୍ୟାମର ସ୍ଥାୟିତ୍ୱ ନେଇ ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ୨୦୧୧ରେ ଡ୍ୟାମ୍‌ ନିମ୍ନଭାଗରେ ଥିବା ରାସ୍ତାରେ ଲୁହା ପୋଲ ବନ୍ୟା ଜଳରେ ଭାସିଯିବା ପରଠାରୁ ସମସ୍ତ ଯାନବାହାନ ସେବେଠାରୁ ଡ୍ୟାମ୍‌ ଉପର ଦେଇ ଚଳାଚଳ କରୁଛି। ମାଟି ତିଆରି ବନ୍ଧ ଉପରେ ଭାରିଯାନ ଚଳାଚଳ ନିଷେଧ ବୋଲି ପ୍ରବେଶସ୍ଥଳରେ ଏକ ଫଳକ ଲାଗିଥିଲେ ମଧ୍ୟ ଏବେ ଟ୍ରକ୍‌, ହାଇୱା, ଟ୍ରାକ୍ଟର ଭଳି ଭାରି ଯାନ ଅବାଧରେ ଚଳାଚଳ କରୁଛି। ଏହା ମାଟିବନ୍ଧର ସ୍ଥିତିକୁ ଅଧିକ ଦୁର୍ବଳ କରିଦେଉଥିବା ସ୍ଥାନୀୟ ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି।
ଉଲ୍ଲେଖନୀୟ ଯେ, ୧୯୭୯-୮୦ ମସିହାରେ କାନ୍‌ଝାରୀ ମଧ୍ୟମ ସେଚ ପ୍ରକଳ୍ପ ନିର୍ମାଣ ବେଳେ କେନ୍ଦୁଝର ସଦର,ପାଟଣା ଓ ଘଟଗାଁ ବ୍ଲକର ୧୧ପଞ୍ଚାୟତର ୯୬ ଗ୍ରାମର ୧୦ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରଠାରୁ ୩ ବ୍ଲକର ଚାଷୀ ଏହାଉପରେ ନିର୍ଭର କରି ବର୍ଷର ବିଭିନ୍ନ ସମୟରେ ଧାନଠାରୁ ଆରମ୍ଭ କରି ପନିପରିବା ଓ ଅନ୍ୟାନ୍ୟ ଫସଲ ଚାଷ କରି ଆସୁଛନ୍ତି। କେନ୍ଦୁଝର ସହରକୁ ପାନୀୟ ଜଳ ଯୋଗାଣ ଲାଗି ଡ୍ୟାମ୍‌ରେ ଏକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଏବେ ଶେଷ ଅବସ୍ଥାରେ ପହଞ୍ଚିଛି। ଏଭଳି ସ୍ଥିତିରେ ଜଳସେଚନ ବ୍ୟବସ୍ଥାକୁ ସଶକ୍ତ କରିବା ଲାଗି ଏହାର ଦୁଇଟି ଯାକ ମୁଖ୍ୟ କେନାଲର ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ ଏସିଆନ୍‌ ଉନ୍ନୟନ ବ୍ୟାଙ୍କ ସହାୟତାରେ ଗତ ରବି ଋତୁରେ କରାଯାଇଥିଲା। ନିର୍ମାଣ କାର୍ଯ୍ୟ ସକାଶେ ଜଳ ଯୋଗାଣ ବନ୍ଦ ରଖାଯିବାରୁ ସମଗ୍ର ସେଚାଞ୍ଚଳରେ ରବି ଚାଷ ହୋଇ ପାରି ନ ଥିଲା। ଡ୍ୟାମ ନିିକଟସ୍ଥ ପୋଲ ଓ ରାସ୍ତା ବନ୍ୟାରେ ଧୋଇ ହୋଇଯିବା ପରଠାରୁ ମୂଳ ରାସ୍ତା ଓ ପୋଲ ତିଆରି କରି ଗମନାଗମନ ସୁବିଧା କରିବାକୁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ହେଲେ ଏଥିପ୍ରତି କାହାର ନଜର ପଡୁ ନ ଥିବାରୁ ମାଟିବନ୍ଧରେ ଯାନବାହାନ ଅବାଧରେ ଚଳାଚଳ କରୁଛି ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ଏହି କାରଣରୁ ମାଟିବନ୍ଧରେ ଆଭ୍ୟନ୍ତରୀଣ ଫାଟ ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି। ଡ୍ୟାମର ସୁରକ୍ଷା ପ୍ରତି କର୍ତ୍ତୃପକ୍ଷ ଆଖି ବୁଜି ନୀରବଦ୍ରଷ୍ଟା ସାଜିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବେଳ ଥାଉ ଥାଉ ସତର୍କ ନ ହେଲେ କେତେବେଳେ ବି ଅଘଟଣ ଘଟିପାରେ ବୋଲି କାନ୍‌ଝାରୀ ନିକଟସ୍ଥ ବାସିନ୍ଦା ଆଶଙ୍କା ବ୍ୟକ୍ତ କରିି ବିଶେଷଜ୍ଞଙ୍କ ଦ୍ୱାରା ସ୍ଥିତି ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି। ଏ ସମ୍ପର୍କରେ କାନଝାରୀ କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ନାଏକଙ୍କୁ ପଚାରିବାରୁ କହିଛନ୍ତି, ଡ୍ୟାମ ତଳ ରାସ୍ତାରେ ପୋଲ ନିର୍ମାଣ ଲାଗି ୨ ବର୍ଷ ତଲେ ପ୍ରସ୍ତାବ ଉଚ୍ଚଅଧିକାରୀଙ୍କ ନିକଟକୁ ପଠାଯାଇ ଛି। ଖୁବଶୀଘ୍ର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

ଏହି କାରଣରୁ ଅଟକିଛି ଭାଜପା ପ୍ରାର୍ଥୀ ଘୋଷଣା

ପାଟଣା,୧୬ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଜଗନ୍ନାଥ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଛି। କଂଗ୍ରେସ ରବିବାର ଏଠାରୁ ୫ଥର ପ୍ରତିନିଧିତ୍ୱ...

କଂଗ୍ରେସ ଲୋକ ସଭା ପ୍ରାର୍ଥୀଙ୍କୁ ନେଇ ବିବାଦ, ସମୂହ ଇସ୍ତଫା ଦେଲେ କଂଗ୍ରେସ କାର୍ଯ୍ୟକର୍ତ୍ତା

କେନ୍ଦୁଝର,୧୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି। ଜିଲା କମିଟିକୁ ଅବହେଳା ତଥା ଜିଲାର ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ...

ସବୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

କେନ୍ଦୁଝର,୧୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାର ସମସ୍ତ ବିଧାନସଭା ମଣ୍ଡଳୀର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଅସଂରକ୍ଷିତ ଘସିପୁରା ନିର୍ବାଚନ ମଣ୍ଡଳୀରେ ସୁବ୍ରତ ଚକ୍ରଙ୍କୁ ପ୍ରାର୍ଥୀ କରିଛି,...

ବଡ଼ ନିଷ୍ପତି ନେଲେ ଅସନ୍ତୁଷ୍ଟ ବିଜେଡି କର୍ମୀ

କେନ୍ଦୁଝର,୧୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବିଜୁ ଜନତା ଦଳ ତରଫରୁ ତେଲକୋଇ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର ଓ ଏମ୍‌ପି...

ମାଧବଙ୍କ ପାଇଁ ଅଗ୍ନି ପରୀକ୍ଷା

କେନ୍ଦୁଝର,୧୪ା୪(ଦୀପକ ମିଶ୍ର)ନିର୍ବାଚନ ଆସିଲେ କେନ୍ଦୁଝର ଜିଲା ତେଲକୋଇ ନିର୍ବାଚନ ମଣ୍ଡଳୀରେ ବହୁ ବିବାଦୀୟ ଘଟଣା ଘଟେ। ଗତ ୨୦୧୯ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରୁ ବିଜେଡିରୁ...

ଗୋଟିଏ ସେଣ୍ଟରରେ ଦୁଇଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର, ବୃଦ୍ଧି ପାଉଛି ଅସନ୍ତୋଷ

କେନ୍ଦୁଝର,୧୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ଅଙ୍ଗନଓ୍ବାଡ଼ିର ଗୋଟିଏ ଶ୍ରେଣୀ ଗୃହରେ ଦୁଇଟି କେନ୍ଦ୍ରର ୬୧ ଜଣ ପିଲା ବସି ପଢୁଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri