ଆମ ଜିଲା ଖବର

ଓଏଏସ୍‌ ପାଇଲେ ବୋରିଗୁମ୍ମାର ସଂଗ୍ରାମ

ବୋରିଗୁମ୍ମା, ୩।୮(ବିଜୟ ସାହୁ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକକୁ ଗର୍ବିତ କରିଛନ୍ତି ମାଳଦା ପଞ୍ଚାୟତ ବନ୍ଧଗୁଡ଼ା ଗ୍ରାମର ସଂଗ୍ରାମ ଭୂମିଆ। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସେ ସଫଳତା ହାସଲ କରିଛନ୍ତି। ଓପିଏସସି ଦ୍ୱାରା ପରିଚାଳିତ ଓଏଏସ୍‌ ପରୀକ୍ଷାରେ ସେ...

ମହାପ୍ରଭୁଙ୍କ ସ୍ଥାନରେ ଅପରାଧର ସ୍ଥାନ ନାହିଁ

ପୁରୀ,୩।୮(ଅଜିତ୍‌ ମହାନ୍ତି)ପୁରୀ ପୋଲିସକୁ ଏକ ସଫଳତା ମିଳିଛି। ଡକାୟତି କରିବା ପାଇଁ ଯୋଜନା କରୁଥିବାବେଳେ ସଦର ଥାନା ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ ବୀରହରେକୃଷ୍ଣପୁର ଗ୍ରାମର ଶ୍ରୀଧର...

କାଦୁଅରେ ଭର୍ତ୍ତି ବୋରିଖାଲ ଗାଁ ରାସ୍ତା

ମୁନିଗୁଡ଼ା,୩।୮(ରାଧେଶ୍ୟାମ ଅଗ୍ରଓ୍ବାଲ): ମୁନିଗୁଡ଼ା ବ୍ଲକ ତେଲେଙ୍ଗାପଦର ପଞ୍ଚାୟତର ବୋରିଖାଲ ଗାଁ ରାସ୍ତା ଶୋଚନୀୟ ହୋଇପଡ଼ିଛି। ପୂର୍ତ୍ତ ବିଭାଗ ରାସ୍ତାଠାରୁ ମାତ୍ର ୩୦୦ମିଟର ଦୂରରେ ଅବସ୍ଥିତ ବୋରିଖାଲ ଗାଁକୁ ଯାଇଥିବା ମାଟି ରାସ୍ତା କାଦୁଅରେ ପଚପଚ। ବର୍ଷା ଦିନେ ଗାଁକୁ ଚାରିଚକିଆ...

ଭଟ୍ଟାରିକା ମନ୍ଦିରରେ ପଶିଲା ପାଣି

ବଡ଼ମ୍ବା,୩।୮(ମାୟାଧର ମଲ୍ଲିକ )କଟକ ଜିଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ଭଜନ ମଣ୍ଡପ ଓ ମନ୍ଦିରରେ ମହାନଦୀର ପ୍ରଥମ ବନ୍ୟାଜଳ ବୁଧବାର ରାତିରେ ପଶିଛି। ସନ୍ଧ୍ୟା ସୁଦ୍ଧା ମନ୍ଦିର ସମ୍ମୁଖରେ ଥିବା ସମସ୍ତ ପାହାଚ ବୁଡ଼ିଯିବା ସହ ମନ୍ଦିର...

ମେଡିକାଲ କଲେଜରେ ନାମ ଲେଖାଇବାକୁ କହି ୧୮.୫ ଲକ୍ଷ ଠକେଇ

କଟକ,୩।୮ (କାର୍ତ୍ତିକ ସାହୁ)ମେଡିକାଲ କଲେଜରେ ନାମ ଲେଖାଇବାର ପ୍ରଲୋଭନ ଦେଖାଇ ୧୮.୫ ଲକ୍ଷ ଟଙ୍କାର ଠକେଇ ହୋଇଛି। ଏହି ଠକେଇର ମାଷ୍ଟର ମାଇଣ୍ଡଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବିଷ୍ଣୁପୁର ଥାନା ଅଞ୍ଚଳରୁ ଗିରଫ...

ମହରମ୍‌ ତାଜିଆରେ ଚନ୍ଦ୍ରୟାନ-୩ର ଅବିକଳ ନକଲ

ସୋର,୩।୮(ଜନ୍ମେଜୟ ମିଶ୍ର)ସୋର ପୌରପାଳିକା ଅଧୀନ ପାରମହଲା ବସ୍ତିରେ ଏଥର ମହରମ୍‌ ପର୍ବ ପାଳନ ବେଳେ ପରିକ୍ରମା କରୁଥିବା ତାଜିଆରେ ଚନ୍ଦ୍ରୟାନ-୩ର ଅବିକଳ ନକଲ ଦେଖିବାକୁ ମିଳିଛି। ଏବେ ଇସ୍ରୋ ପକ୍ଷରୁ ୩ୟ ଥର ପାଇଁ ପଠାଯାଇଥିବା ଚନ୍ଦ୍ରୟାନ-୩ ପୂର୍ବ ନିର୍ଦ୍ଧାରିତ...

ଯାଜପୁର ଜିଲାପାଳଙ୍କୁ ଲୋକାୟୁକ୍ତଙ୍କ ନୋଟିସ

ଯାଜପୁର,୩।୮(ହର୍ଷବର୍ଦ୍ଧନ ବେହେରା)ମାଙ୍କଡ଼ିଆ ସମ୍ପ୍ରଦାୟ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ୮୭ କଲୋନୀ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଛି। ଯାଜପୁର ଜିଲା ସୁକିନ୍ଦା ବ୍ଲକ ରଁାସୋଲ ପଞ୍ଚାୟତ କୁସୁମୁଣ୍ଡିଆ ଗ୍ରାମରେ ହୋଇଥିବା ଏଭଳି ଅଭିଯୋଗ ଉପରେ ଯାଜପୁର ଜିଲାପାଳଙ୍କ ସମେତ ସୁକିନ୍ଦା ବିଡିଓ,...

ରାସ୍ତାରେ ପାଣି, ଭାରରେ ବୁହା ହେଲେ ପ୍ରସୂତି

ଔପଦା,୩।୮(ଧରିତ୍ରୀ ପଣ୍ଡା)ବାଲେଶ୍ୱର ଜିଲାର ଔପଦା ବ୍ଲକର ରାଇରମଚନ୍ଦ୍ରପୁର ପଞ୍ଚାୟତର ପାହାଡ଼ ପାଦଦେଶରେ ଅବସ୍ଥିତ ଆଦିବାସୀ ଅଞ୍ଚଳ ରାଜସ୍ବ ଗ୍ରାମ ମହିଷାଡାଳିର କୁରାଢ଼ୀବସା ସାହିକୁ ରାସ୍ତା ନ ଥିବାରୁ ଜଣେ ଆଦିବାସୀ ଗର୍ଭବତୀ ପ୍ରସବ ପରେ ଘରକୁ ଭାରରେ ବୁହା ହେଉଥିବା...

ନାଗାବଳୀ ନଦୀ ପୋଲରେ ଫାଟ

ରାୟଗଡ଼ା,୩।୮(ଆଶିଷ ରଞ୍ଜନ ପଣ୍ଡା)ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ୩ ଦିନ ତଳେ ଏକ କଲଭର୍ଟ ଭୁଶୁଡ଼ି ୫ଜଣଙ୍କ ମୃତ୍ୟୁ ଘଟଣା ଲୋକଙ୍କ ମନରୁ ଲିଭି ନ ଥିବାବେଳେ ବ୍ଲକରେ ଥିବା ନାଗାବଳୀ ନଦୀ ପୋଲରେ ଫାଟ ସୃଷ୍ଟି ହୋଇଛି। ଲଗାଣ...

ଶିମିଳିପାଳ, ବାଘ ସୁରକ୍ଷା ପାଇଁ ଜଏଣ୍ଟ ଟାସ୍କଫୋର୍ସ

ଭୁବନେଶ୍ୱର/ବାରିପଦା,୩।୮(ଅସମାପିକା ସାହୁ/ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟ ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ସୁରକ୍ଷା ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଜଏଣ୍ଟ ଟାସ୍କ ଫୋର୍ସ(ଜେଟିଏଫ୍‌) ଗଠନ କରାଯାଇଛି। ଏନେଇ ବିଧିବଦ୍ଧ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।...

ମାଟିକାନ୍ଥ ପଡ଼ି ବୃଦ୍ଧାଙ୍କ ମୃତ୍ୟୁ

ଝୁମ୍ପୁରା,୩।୮(ଶଶିଭୂଷଣ ସାହୁ)କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଝୁମ୍ପୁରା ବ୍ଲକ୍‌ ଅନ୍ତର୍ଗତ ନହବେଡ଼ା ପଞ୍ଚାୟତର ଘୁଣ୍ଟିପଶି ଗ୍ରାମରେ ଓଦା ହୋଇଥିବା କାନ୍ଥ ଧସି ଶ୍ରୀମତୀ ଲୋହାର (୭୦)ଙ୍କ ମୃତ୍ୟୁ ହୋଇଛି। ଝୁମ୍ପୁରା ପୋଲିସ ମୃତଦେହ...

ହାଟ ପଡ଼ିଆରୁ ମିଳିଲା ଯୁବକଙ୍କ ମୃତଦେହ

କେନ୍ଦୁଝର,୨ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ବାଂଶପାଳ ହାଟ ପାଡ଼ିଆ ନିକଟରୁ ଏକ ମୃତଦେହ ପୋଲିସ ଜବତ କରିଛି। ମୃତକ ଜଣକ କେନ୍ଦୁଝର ଜିଲା ପଣ୍ଡାପଡ଼ାର ଦୁଃଖବନ୍ଧୁ ନାଏକ। କେନ୍ଦୁଝର ଜିଲା ବାଂଶପାଳ ହାଟ ପାଡ଼ିଆ ନିକଟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri