ନୂଆଦିଲ୍ଲୀ,୬।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ରେ ଭାରତୀୟ ଯୁବ ବୋଲର ଇଶାନ ସୁଦଙ୍କଚମତ୍କାର ପ୍ରଦର୍ଶନ। ଭାରତ ଅଣ୍ଡର-୧୯ ଓ ନେପାଳ ଅଣ୍ଡର-୧୯ ମଧ୍ୟରେ ଆଲ ଆମିରାତ୍ରେ ଖେଳାଯାଉଥିବା ଟୁର୍ନାମେଣ୍ଟର ଚତୁର୍ଥ ମ୍ୟାଚ୍ରେ ଇଶାନ ନିଜ ଘାତକ ବୋଲିଂରେ ନେପାଳକୁ ତିନିଟି ଝଟକା ଦେଇଛନ୍ତି। ତାଙ୍କ ବୋଲିଂ ଆଗରେ ନେପାଳ ଦଳ ଚାପରେ ପଡ଼ିଯାଇଛି।
ଇଶାନଙ୍କ ପ୍ରଥମ ଶିକାର ହୋଇଥିଲେ ପ୍ରସିଦ୍ଧ ଜୈଶୀ। ତାଙ୍କୁ ଅର୍ଜୁନ ରାଜପୁତଙ୍କ ହାତରେ କ୍ୟାଚ ଆଉଟ କରାଇ ପ୍ୟାଭିଲିୟନ ପଠାଇଥିଲେ ଇଶାନ। ଏହାପରେ ପଞ୍ଚମ ଓଭରର ତୃତୀୟ ବଲ୍ରେ ସୂର୍ଯ୍ୟାଂଶୁ କୋଇରାଲାଙ୍କୁ ଆଉଟ କରିଥିଲେ। ତାଙ୍କ କ୍ୟାଚ ମଧ୍ୟ ଅର୍ଜୁନ ରାଜପୁତ ଧରିଥିଲେ। ନବମ ଓଭରରେ ନିଶ୍ଚଳ ଛେତ୍ରୀଙ୍କୁ ଚୌହାନଙ୍କ ହାତରେ କ୍ୟାଚ ଆଉଟ କରାଇ ନେପାଳକୁ ତୃତୀୟ ଝଟକା ଦେଇଥିଲେ ଇଶାନ। ଏହି ମ୍ୟାଚ୍ରେ ଇଶାନ ସୁଦ ମୋଟ ୧୦ ଓଭର ବୋଲିଂ କରିଥିଲେ। ଏଥିରେ ମାତ୍ର ୧୮ ରନ ବ୍ୟୟ କରି ୩ଟି ୱିକେଟ ହାସଲ କରିଥିଲେ। ତାଙ୍କ ଇକୋନୋମି ରେଟ ଥିଲା ୧.୮୦। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ସେ ଏହି ମ୍ୟାଚ୍ରେ ୪ଟି ମେଡେନ ଓଭର ମଧ୍ୟ ପକାଇଥିଲେ।
ଇଶାନ ସୁଦଙ୍କ ଜନ୍ମ ୨୦ ମାର୍ଚ୍ଚ ୨୦୦୯ରେ ଚଣ୍ଡିଗଡ଼ରେ ହୋଇଥିଲା। ବର୍ତ୍ତମାନ ତାଙ୍କୁ ୧୭ ବର୍ଷ। ସେ ଡାହାଣହାତୀ ବ୍ୟାଟର୍ ହେବା ସହ ଡାହାଣହାତୀ ମଧ୍ୟମଗତି ବୋଲିଂ କରନ୍ତି। ଭାରତ ଅଣ୍ଡର-୧୯ ଏବଂ ଭାରତ ବି ଅଣ୍ଡର-୧୯ ଦଳ ପକ୍ଷରୁ ଖେଳିବାର ସୁଯୋଗ ପାଇଛନ୍ତି ସେ। ଭାରତ ବି ଅଣ୍ଡର-୧୯ ଦଳ ପକ୍ଷରୁ ଖେଳି ଇଶାନ ୪ଟି ଉଇକେଟ ନେଇଥିବା ବେଳେ ଭାରତ ଅଣ୍ଡର-୧୯ ପକ୍ଷରୁ ୩ଟି ମ୍ୟାଚ୍ରେ ୩ଟି ଇନିଂସରେ ୪ଟି ଉଇକେଟ ହାସଲ କରିଥିଲେ।
Dharitri – Odisha’s No.1 Odia Daily

