ଆମ ଜିଲା ଖବର

୧୨ ଫୁଟର ଅଜଗର ଉଦ୍ଧାର

ଅନୁଗୋଳ ଅଫିସ, ୧୭।୯: ଅନୁଗୋଳ ଜିଲା ବେନ୍ତପୁର ଗ୍ରାମରୁ ବୁଧବାର ଏକ ୧୨ ଫୁଟର ଅଜଗର ଉଦ୍ଧାର କରାଯାଇଛି। ମହେନ୍ଦ୍ର ଭୋଇଙ୍କ ଘର ପାଖ ଧାନ ବିଲରେ ଅଜଗରକୁ ଦେଖି ସ୍ଥାନୀୟ ଯୁବକମାନେ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଖବର ଦେଇଥିଲେ। ଆଦିତ୍ୟଙ୍କ…

ମଧ୍ୟାହ୍ନଭୋଜନ ଚାଉଳ ଆଣିବାକୁ ଯିବା ବେଳେ ଦୁର୍ଘଟଣା: ଅଟୋକୁ ପିଟିଲା ଟ୍ରକ୍ ‌- ୩ ମୃତ,୯ଗୁରୁତର

ବାରିପଦା ଅଫିସ/ବାଙ୍ଗିରିପୋଷି,୧୭ା୯(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ଦେଇ ଯାଇଥିବା ୪୯ନଂ. ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ା ମଧ୍ୟାହ୍ନଭୋଜନ ଚାଉଳ ଆଣିବାକୁ ଯାଉଥିବା ଅଟୋକୁ ପଛପଟୁ ଏକ ଟ୍ରକ ଧକ୍କା ଦେବାରୁ…

ପାହାଡ଼ିଆ ପନିପରିବା ପାଇ ଗ୍ରାହକ ଖୁସି, ସ୍ବାଭାବିକ ଅବସ୍ଥା ଫେରୁଛି

କେନ୍ଦୁଝର, ୧୭ା୯ (ସ୍ବ.ପ୍ର.)-କରୋନା କଟକଣା କୋହଳ ହେବା ପରେ ଏବଂ ଯାତ୍ରୀବାହୀ ଗାଡି ଚଳାଚଳ କରିବା ଫଳରେ ଜିଲାରେ ସ୍ବାଭାବିକ ଅବସ୍ଥା ଫେରୁଛି। ମଲ, ଦୋକାନବଜାର ଆଦି ଖୋଲିବା ଫଳରେ ଜନଗହଳି ହେଉଛି। ଗ୍ରାମାଞ୍ଚଳର ଚାଷୀ, ମୂଲିଆ ତଥା ଛୋଟଛୋଟ ବ୍ୟବସାୟ…

ଟ୍ରଲିରେ ବୁହା ହେଲା ମୃତଦେହ

ବାରିପଦା ଅଫିସ,୧୭ା୯-ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ଲୋକେ ଟ୍ରଲିରେ ମୃତଦେହକୁ ବୋହି ନେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସରକାରଙ୍କ ପକ୍ଷରୁ ମହାପ୍ରୟାଣ ଯୋଜନା କିପରି ଜିଲାରେ କାର୍ଯ୍ୟକାରୀ…

କେନ୍ଦ୍ରୀୟ ଟିମ୍‌ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

ଭଦ୍ରକ ଅଫିସ, ୧୭ା୯- ବୁଧବାର କେନ୍ଦ୍ର ସରକାରଙ୍କ ଏକ ଚାରି ଜଣିଆ ଟିମ୍‌ ଭଦ୍ରକ ଜିଲା ଗସ୍ତ କରିଥିଲେ। ଏହି ଟିମ୍‌ ବନ୍ୟା କ୍ଷୟକ୍ଷତିର ଆକଳନ ଓ ଜିଲା ପ୍ରଶାସନ ସହ ଆଲୋଚନା କରି ଯାଜପୁର ଯାଇଥିଲେ। କେନ୍ଦ୍ର ସରକାରଙ୍କ ଗୃହ…

ଅନଲାଇନ୍‌ କ୍ଲାସର ବାସ୍ତବଚିତ୍ର: ପାହାଡ ଉପରେ ଚାଲିଛି ଛାତ୍ରୀଛାତ୍ରଙ୍କ ପାଠପଢା

ହରଭଙ୍ଗା, ୧୬ା୯( ଡି.ଏନ.ଏ.)-ମହାମାରୀ କରୋନା କଟକଣା ପାଇଁ ସ୍କୁଲ କଲେଜ ବନ୍ଦ ରହିଛି। ସରକାର ଅନ୍‌ଲାଇନ୍‌ କ୍ଲାସ ଜରିଆରେ ପିଲାଙ୍କୁ ଶିକ୍ଷାଦାନ କରାଉଛନ୍ତି। ହେଲେ ଅନ୍‌ ଲାଇନ୍‌ କ୍ଲାସ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟ ପୂରଣ କରିପାରୁ ନ ଥିବା ଅଭିଯୋଗ ହୋଉଛି। ଏହାର…

କରୋନାରେ ଚାଲିଗଲା ପୋଲିସ ଇନ୍ସପେକ୍ଟରଙ୍କ ଜୀବନ

ବଲାଙ୍ଗୀର ଅଫିସ୍‌,୧୬ା୯-ବଲାଙ୍ଗୀର ଜିଲା ପୋଲିସ ବିଭାଗ କୋଭିଡ୍‌ ସେଲ୍‌ର ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ବିଜୟାନନ୍ଦ କରକରାଙ୍କ ବୁଧବାର ବିଶାଖାପାଟଣାର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ବିୟୋଗରେ…

ସ୍କୁଟି-ବାଇକ ମୁହାଁମୁହିଁ ଧକ୍କା: ୨ ମୃତ

ହରଭଙ୍ଗା ,୧୬।୯ ( ଡି .ଏନ. ଏ.)- ବୌଦ୍ଧ ଜିଲା ହରଭଙ୍ଗା ଥାନା ହରଭଙ୍ଗା ଯୁକ୍ତ ଦୁଇ ଜୁନିୟର କଲେଜ ନିକଟରେ ବୁଧୁବାର ଅପରାହ୍ନରେ ଏକ ସ୍କୁଟି ସହିତ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ…

କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାର

କୋରାପୁଟ,୧୬।୯,(ସ୍ବ.ପ୍ର) କୋରାପୁଟ ଜିଲାରେ ବୁଧବାର କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାର ହୋଇଛି। ବୁଧବାର ଜିଲାରେ ଆଉ ୮୨ ଜଣ ନୂଆ କୋରନା ପଜିଟିଭ୍‌ ଚିହ୍ନଟ ପରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦୮କୁ ବୃଦ୍ଧିପାଇଛି । ଚିହ୍ନଟ ୮୨…

ବୋହୂଙ୍କୁ ବଳାତ୍କାର ଅଭିଯୋଗ: ଶ୍ୱଶୁର, ଦିଅର ଥାନାରେ ଅଟକ

ଦିଗପହଣ୍ଡି,୧୬ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ବୋହୂଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଅଭିଯୁକ୍ତ ଶ୍ବଶୁର,ଶାଶୁ, ନଣନ୍ଦ ଏବଂ ଦିଅରଙ୍କ ବିରୋଧରେ କେସ୍‌ ନଂ.୨୦୪/୨୦ ଅନୁଯାୟୀ ମକଦ୍ଦମା ରୁଜୁ କରିଛି। ତେବେ ଶ୍ବଶୁର, ଦିଅରଙ୍କୁ ପୋଲିସ ବୁଧବାର ଥାନାରେ…

ଜିଲା ଦୌରାଜଜ୍‌ଙ୍କ କୋର୍ଟରେ କରୋନା ପଜିଟିଭ୍‌ ଚିହ୍ନଟ: ୧୫ ରୁ ୧୮ ଯାଏ କୋର୍ଟ ବନ୍ଦ

ଭବାନୀପାଟଣା,୧୬।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଦୌରାଜଜ୍‌ଙ୍କ କୋର୍ଟରେ କେତେକ ବିଚାରପତି ଏବଂ ବିଚାର ବିଭାଗୀୟ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆସନ୍ତା ୧୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣାର ସମସ୍ତ କୋର୍ଟ…

ମାଲକାନଗିରି ବିଧାୟକ କରୋନାରେ ଆକ୍ରାନ୍ତ

ମାଲକାନଗିରି,୧୬।୯(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମଣ ବିଢ଼ିବାରେ ଲାଗିଛି। ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ବୁଧବାର ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?