ଖଣି ଅଞ୍ଚଳରେ ନିଶାଦ୍ରବ୍ୟ କାରବାର

କାଳିଆପାଣି,୯ା୧୨(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା କ୍ରୋମାଇଟ ଖଣି ଅଞ୍ଚଳରେ ବିଭିନ୍ନ ନିଶା ସାମଗ୍ରୀ କାରବାର ବୃଦ୍ଧି ପାଇବାରେ ଲାଗିଛି ା ଏଥିରେ ସ୍ଥାନୀୟ ଯୁବକମାନେ ପଥଭ୍ରଷ୍ଟ ହେଉଥିବା ବେଳେ ଅଧିକାଂଶ ନାବାଳକ କବଳିତ ହେଉଥିବା ଅଭିଯୋଗ ହୋଇଛି। ବିଶେଷ କରି ଖଣି ଅଞ୍ଚଳରେ କାମଧନ୍ଦା ମିଳୁନାହିଁ ା ବହୁ ଯୁବକ କାମ କରିବାକୁ ଦାଦନ ଖଟି ଯାଉଥିବା ବେଳେ ଆଉ କେତେଜଣ ଯୁବକ ରୋଜଗାର ଅଭାବରୁ ଚୋରି,ଡକାୟତି କରି ମଦ,ଗଞ୍ଜେଇ ଖାଇ ଗଣ୍ଡଗୋଳ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି ା
ବିଶେଷ କରି ଟାଟା ବଜାର, କାଳିଆପାଣି ବଜାର ଓ ହଟିଂଗୁଡ଼ିକରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଯୁବକମାନଙ୍କ ସହ ନାବାଳକମାନେ ମେଳି କରୁଛନ୍ତି। ଏଥିପାଇଁ ପଥଚାରୀ ଓ କ୍ରୋମାଇଟ ପରିବହନ ଗାଡ଼ି ଚାଳକମାନେ ବିଳମ୍ବିତ ରାତ୍ରି ଯାତାୟତ କରିବାକୁ ସୁରକ୍ଷିତ ମଣୁ ନାହାନ୍ତି ା ଟମକା-ମଙ୍ଗଳପୁର ରାସ୍ତାରେ ମାରଣାସ୍ତ୍ର ଦେଖାଇ ପଥଚାରୀଙ୍କଠାରୁ ଟଙ୍କା ଲୁଟ୍‌ କରାଯାଉଥିବା କାଳିଆପାଣି ଥାନାରେ ଅଭିଯୋଗ ହୋଇଛି। ଖଣି ଅଞ୍ଚଳର କଅଁସ, କାଳିଆପାଣି, ଚିଙ୍ଗୁଡ଼ିପାଳ, ରାଁସୋଳ, କାଙ୍କଡ଼ପାଳ, କୁହିକା ଆଦି ପଞ୍ଚାୟତର ଅଧିକାଂଶ ଯୁବକ ଦେଶୀ ମଦ,ଗଞ୍ଜେଇ ଖାଇ ବିପଥଗାମୀ ହେଉଥିବା ଅଭିଯୋଗ ହୋଇଛି ା ସେପରି ହାଣ୍ଡିଆ,ରଶି ବିକ୍ରି ନାମରେ ଦେଶୀ ମହୁଲି ବିକ୍ରି ଲାଗିଛି ା କଅଁସ ପଞ୍ଚାୟତର କୋଳିପଶି ବଜାର, ହଟିଂ, କାଳିଆପାଣି ପଞ୍ଚାୟତର ହନୁମାନ ବଜାରରେ ଥିବା ହଟିଂ, ବିର୍ସାନଗର ହଟିଂ, କଟେପୁର୍ତ୍ତି ନଗର ହଟିଂ, ବରଗଜି ଗାଁ , ହରଟୋଟା ଗାଁ , ଡ଼ମଶାଳ ନାଳକୂଳରେ ଦେଶୀ ମହୁଲି ବିକ୍ରି ହେଉଛି। କେତେକ ସ୍ଥାନରେ ଡେନ୍‌ଡ୍ରାଇଟ୍‌ ନିଶାରେ ନାବାଳକମାନେ ପଡିଛନ୍ତି ା ଏପରି କି ଖଣି ଅଞ୍ଚଳର ବିଭିନ୍ନ ପାନ,ଚା ଦୋକାନରେ ଗଞ୍ଜେଇ ବିକ୍ରି ହେଉଛି। ସେହିପରି ନିଶାଦିଆ ସିଗାରେଟ ୫୦ ଟଙ୍କାରୁ ୧୦୦ ଟଙ୍କା ବିକ୍ରି କରାଯାଉଛି ା ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ଦୃଢ଼ କଲେ ଏପରି ନିଶା କାରବାର ରୋକା ଯାଇ ପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ କହିଛନ୍ତି। ଏନେଇ କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲି କହିଛନ୍ତି, ତୁରନ୍ତ ପୋଲିସ ଏପରି ନିଶା କାରବାର ରୋକିବା ପାଇଁ ପଦକ୍ଷେପ ନେବ ା


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri