ଫାଇନ୍‌ରେ ନ ଅଟକୁ ଆଇନ

ଅନୁଗୋଳ ଅଫିସ, ୯ା୧୨ – ରାଜ୍ୟରେ କ୍ରମାଗତ ଭାବେ ବଢ଼ୁଛି ସଡ଼କ ଦୁର୍ଘଟଣା ଓ ତଜ୍ଜନିତ ମୃତ୍ୟୁ ହାର। ୨୦୧୯ ବର୍ଷରେ ମୋଟ୍‌ ୧୧,୦୬୪ଟି ଦୁର୍ଘଟଣା ଘଟିଛି। ୫,୩୩୩ ଜଣ ଏହାର ଶିକାର ହୋଇଥିବାବେଳେ କେବଳ ୨,୩୯୮ ବାଇକ୍‌ ଆରୋହୀଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରୁ ୨,୧୫୬ଜଣ ହେଲ୍‌ମେଟ ପରିଧାନ କରି ନ ଥିବା ସୂଚନା ମିଳିଛି। ଦ୍ରୁତ ଗତି, ବେପରୁଆ ଗାଡ଼ିଚାଳନା, ମଦ୍ୟପାନ ଓ ଗାଡ଼ି ଚାଳନା ସମୟରେ ମୋବାଇଲରେ କଥାହେବା, ରଙ୍ଗରୁଟ୍‌ରେ ଯିବା ଆଦି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି। ତେଣୁ ବୃଦ୍ଧି ପାଉଥିବା ଦୁର୍ଘଟଣା ରୋକିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୋଟର ଯାନ (ସଂଶୋଧନ) ଆଇନ ୨୦୧୯ ଲାଗୁ କରାଯାଇଛି। କିନ୍ତୁ କୋଭିଡ୍‌ କଟକଣା ପାଇଁ ଏହାକୁ କୋହଳ କରାଯାଇଥିଲା। ହେଲେ ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ତାଗିଦା ପରେ ରାଜ୍ୟରେ ଏହି ଆଇନ ଆସନ୍ତା ଜାନୁୟାରୀ ୨୦୨୧ରୁ କଡ଼ାକଡ଼ି କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅନୁଗୋଳ ଜିଲାରେ ଗତ ସେପ୍ଟେମ୍ବର ମାସରୁ ବ୍ଲକିଂ ଓ ଚେକିଂ ଚାଲିଛି। ଟ୍ରାଫିକ୍‌ ନିୟମ ଭଙ୍ଗ କରିଥିବା କେତେଜଣଙ୍କ ଲାଇସେନ୍ସ ରଦ୍ଦ ସହ ଆଉ କେତୋଟି ଲାଇସେନ୍ସ ନିଲମ୍ବନ କରାଯାଇଛି। ତେବେ କରୋନା ଦେଇଥିବା ଆର୍ଥିକ ଝଟ୍‌କାରୁ ଜିଲାବାସୀ ଏଯାଏ ମୁକୁଳିପାରି ନ ଥିବାବେଳେ ବାଇକ୍‌ ଚାଳକ ଓ ସହଯାତ୍ରୀଙ୍କ ପାଇଁ ଡବଲ୍‌ ଆଇଏସ୍‌ଆଇ ମାର୍କ ହେଲମେଟ୍‌ ବାଧ୍ୟତାମୂଳକ କରାଯିବା ନିଶ୍ଚିତ ବାଧିବ। ଏହାଛଡ଼ା ସରକାର ରାସ୍ତା ମରାମତି ଓ ଉନ୍ନତୀକରଣ ନ କରି କେବଳ ଦୁର୍ଘଟଣା ପାଇଁ ଗାଡ଼ି ଚାଳକଙ୍କୁ ଦୋଷ ଦେବା ମଧ୍ୟ ଗ୍ରହଣୀୟ ନୁହେଁ। ତେଣୁ ଆଇନକୁ କେବଳ ଫାଇନ୍‌ ଆଦାୟରେ ସୀମିତ ନ ରଖି ଦୁର୍ଘଟଣା ହ୍ରାସ ଦିଗରେ ବ୍ୟବହାର କରାଯାଉ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

ପ୍ରଥମେ ସଚେତନ, ପରେ କାର୍ଯ୍ୟାନୁଷ୍ଠାନ
ନୂତନ ମୋଟରଯାନ ଆଇନ କଡ଼ାକଡ଼ି ଲାଗୁ ହେବା ପୂର୍ବରୁ ଲୋକଙ୍କୁ ସଚେତନ କରାଯିବ। ଏହି ସମୟରେ କେହି ଅମାନିଆ ହେଲେ ଜରିମାନା ଆଦାୟ କରାଯିବ। ମୋଟର ସାଇକେଲରେ ଯାଉଥିବା ଦୁଇ ଜଣ ହେଲ୍‌ମେଟ ପିନ୍ଧିବା ବାଧ୍ୟତାମୂଳକ। ଏପରି କଡ଼ା ନିୟମ ସେମାନଙ୍କ ଜୀବନର ସୁରକ୍ଷା ପାଇଁ କରାଯାଇଛି। ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହାର ଉଦ୍ଦେଶ୍ୟ ମହତ୍‌। ତେଣୁ ଲୋକମାନେ ଏହାକୁ ସମ୍ମାନ ଦେବା ଆବଶ୍ୟକ।
-ନରସିଂହ ଭୋଳ, ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି
ଲୋକେ ନିୟମ ମାନିଲେ ଦୁର୍ଘଟଣା କମିବ
ସରକାରଙ୍କ ଉଦ୍ଦେଶ୍ୟ ଜରିମାନା ଆଦାୟ କରିବା ନୁହେଁ। ଲୋକଙ୍କ ଧନ ଜୀବନ ବଞ୍ଚାଇବାକୁ ଏପରି ଆଇନ କରାଯାଇଛି। ଅନ୍ୟ ରାଜ୍ୟଗୁଡ଼ିକରେ ବହୁ ପୂର୍ବରୁ ମୋଟର ସାଇକେଲ୍‌ ଚାଳକ ଓ ସହଯାତ୍ରୀ ହେଲ୍‌ମେଟ ପିନ୍ଧିବା ବାଧ୍ୟତାମୂଳକ ରହିଛି। ଓଡ଼ିଶାରେ ଦୁର୍ଘଟଣା ବଢ଼ୁଥିବାରୁ ରାଜ୍ୟ ସରକାର ଆଇନକୁ କଡ଼ାକଡ଼ି କରିବାକୁ ଯୋଜନା କରିଛନ୍ତି। ଲୋକେ ସଚେତନ ହେଲେ ଜରିମାନା ଦେବାକୁ ପଡ଼ିବ ନାହିଁ ଓ ଦୁର୍ଘଟଣା ମଧ୍ୟ କମିବ।
-ବିଭବ ସାମନ୍ତସିଂହାର, ପରିବହନ ଅଧିକାରୀ, ଅନୁଗୋଳ
ସଡ଼କ ସୁରକ୍ଷା କଥା ଚିନ୍ତା କରାଯାଉ
ଦୁର୍ଘଟଣା ବୃଦ୍ଧି ପାଇଁ କେବଳ ବେପରୁଆ ଗାଡ଼ିଚାଳନା ନୁହେଁ, ସଡ଼କର ଆବଶ୍ୟକ ମରାମତି ଓ ବ୍ଲାକ୍‌ ସ୍ପଟ୍‌ଗୁଡ଼ିକୁ ଚିହ୍ନଟ କରି ସଚେତନତା ସୃଷ୍ଟି କରା ନ ଯିବା ମଧ୍ୟ ଦାୟୀ। ଏ କ୍ଷେତ୍ରରେ ସରକାରୀ ଅବହେଳା ଜଳଜଳ ଦିଶୁଛି। ବଅଁରପାଳରୁ ରନ୍ତଲେଇ ମଧ୍ୟରେ ୧୨ଟି ବ୍ଲାକ୍‌ ସ୍ପଷ୍ଟ ଥିବାରୁ ଏଠାରେ ଜିଲାର ଅଧିକାଂଶ ଦୁର୍ଘଟଣା ଘଟୁଛି। ସରକାରଙ୍କ ନୂତନ ଆଇନ ଅତି ଉତ୍ତମ। କିନ୍ତୁ ପ୍ରଥମେ ରାସ୍ତା ମରାମତି କଥା ଚିନ୍ତା କରାଯିବା ଉଚିତ।
-କଲ୍ୟାଣ କିଶୋର ମହାନ୍ତି, ସଡ଼କ ସୁରକ୍ଷା କମିଟି ସଦସ୍ୟ, ଅନୁଗୋଳ
ପାତରଅନ୍ତର କରା ନ ଯାଉ
ସରକାର ନୂତନ ମୋଟରଯାନ ଆଇନକୁ କଡ଼ାକଡ଼ି କରିବାକୁ ଯାଉଛନ୍ତି। କିନ୍ତୁ ବିଭିନ୍ନ ସମୟରେ ନିୟମ କାର୍ଯ୍ୟକାରୀ କରିବାରେ ପାତରଅନ୍ତର ହେଉଥିବା ଲକ୍ଷ୍ୟ କରାଯାଏ। ଦୁଇଚକିଆ ଚାଳକଙ୍କ ଉପରେ ପୋଲିସ ପକ୍ଷରୁ ଅଧିକ ଜୁଲମ କରାଯାଉଥିବା ବେଳେ ଚାରିଚକିଆ ଗାଡ଼ି ଚାଳକଙ୍କୁ ଛାଡ଼ି ଦିଆଯାଇଥାଏ। ତେଣୁ କେବଳ ରାଜସ୍ବ ବୃଦ୍ଧି ପାଇଁ ନୂଆ ଆଇନ କଡ଼ାକଡ଼ି କରା ନ ଯାଇ ଦୁର୍ଘଟଣା ହ୍ରାସ ଦିଗରେ ଯେପରି ସହାୟକ ହେବ ସେ ଦିଗରେ ଉଦ୍ୟମ କରାଯାଉ।
-ରୀତିକା ମିଶ୍ର, ଅନୁଗୋଳ
ସହାୟତା କରିବାକୁ ଭୟ କରିବେ
ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ସହଯୋଗ କରି ଜୀବନ ରକ୍ଷା କରିବାକୁ ସରକାର ନିବେଦନ କରୁଛନ୍ତି। ଏପରିକି ସହାୟତାକାରୀଙ୍କୁ ସଡ଼କ ସୁରକ୍ଷା ସପ୍ତାହରେ ପୁରସ୍କାର ଦେଇ ଉତ୍ସାହିତ କରୁଛନ୍ତି। ସେମାନଙ୍କୁ ପୋଲିସ ଜାଲରେ ଛନ୍ଦିପାରିବ ନାହିଁ ବୋଲି ସରକାର କହୁଛନ୍ତି। କିନ୍ତୁ ନୂତନ ଆଇନରେ ବାଇକ୍‌ରେ ଦୁଇ ଜଣ ଯିବା ଓ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯିବା ଦ୍ୱାରା ଦୁର୍ଘଟଣାଗ୍ରସ୍ତଙ୍କୁ କେହି ବାଇକ୍‌ରେ ମେଡିକାଲ ନେବାକୁ ଭୟ କରିବେ।
-ବିଶ୍ୱ ରଞ୍ଜନ ପଟ୍ଟନାୟକ, ଅନୁଗୋଳ
ପ୍ରଶାସନ ଅବହେଳା ନ କରୁ
ଅନୁଗୋଳ ଜିଲାରେ ରାସ୍ତା ଅବସ୍ଥା କେମିତି ଅଛି, ତାହା ଜାତୀୟ ରାଜପଥରୁ ବାରି ହୋଇପଡ଼ୁଛି। ଗ୍ରାମାଞ୍ଚଳଠାରୁ ଶିଳ୍ପାଞ୍ଚଳଯାଏ ସବୁଠି କଦର୍ଯ୍ୟ ଅବସ୍ଥା। ପ୍ରତି ମାସରେ ଅନୁଷ୍ଠିତ ସଡ଼କ ସୁରକ୍ଷା ବୈଠକରେ ଏହା ଉପରେ ଆଲୋଚନା ହେଉଛି। କିନ୍ତୁ ପରବର୍ତ୍ତୀ ସମୟରେ ବୈଠକର ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଉ ନାହିଁ। ଫଳରେ ଜିଲାରେ ଦୁର୍ଘଟଣା ସଂଖ୍ୟା ବଢ଼ୁଛି। ଏଥିପ୍ରତି ପ୍ରଥମେ ପ୍ରଶାସନ ଦୃଷ୍ଟି ଦେଇ ରାସ୍ତା ମରାମତି କରୁ।
-ସୁଶୀଲ ସାହୁ, ଅନୁଗୋଳ
ପାଟ୍ରୋଲିଂ ବ୍ୟବସ୍ଥା ହୁଗୁଳା ନ ହେଉ
ଅନୁଗୋଳ ଜିଲା ଦେଇ ଯାଇଥିବା ବିଭିନ୍ନ ରାଜପଥରେ ଦୈନିକ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଦ୍ରୁତ ଗତି ଓ ମଦ୍ୟପାନ କରି ଗାଡ଼ିଚାଳନା ଯୋଗୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ତେଣୁ ରାଜପଥରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉ। ତେବେ କରୋନା ଯୋଗୁ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବାବେଳେ ସରକାର ଦାମୀ ଡବଲ୍‌ ହେଲମେଟ୍‌ କିଣିବାକୁ ବାଇକ୍‌ଧାରୀଙ୍କୁ ବାଧ୍ୟ କରିବା ବେଶ୍‌ ବାଧିବ। ଆଉ ଟିକେ ଅଧିକ ସମୟ ଦେବା ଦରକାର ଥିଲା।
-ସନାତନ ସାହୁ, ଅନୁଗୋଳ
ପୁରୁଣାଗାଡ଼ି ବ୍ୟାନ୍‌ ହେବା ଆବଶ୍ୟକ
ପୁରୁଣା ଗାଡ଼ି କେବଳ ଅଧିକ ପ୍ରଦୂଷଣର କାରଣ ହେଉନି, ଏହା ଦୁର୍ଘଟଣା ସଂଖ୍ୟା ମଧ୍ୟ ବୃଦ୍ଧି କରୁଛି। ଅନେକ ସମୟରେ ଦୁର୍ଘଟଣାର ତଦନ୍ତ ବେଳେ ଗାଡ଼ିର ଫିଟ୍‌ନେଶ ନ ଥିବା ଜଣାପଡ଼ୁଛି। ତେଣୁ ଜିଲାର ବିଭିନ୍ନ ଅଞ୍ଚଳରେ ଯାଞ୍ଚ କଡ଼ାକଡ଼ି କରାଯାଇ ଫିଟ୍‌ନେଶ ନ ଥିବା ପୁରୁଣା ବାଇକ୍‌, ଭାରିଯାନଗୁଡ଼ିକୁ ଜବତ କରାଯାଉ। ସେହିପରି ଚାଳକଙ୍କ ନିକଟରେ ବୈଧ ଲାଇସେନ୍ସ ରହିଛି କି ନାହିଁ, ତାହା ଉପରେ ମଧ୍ୟ ପରିବହନ ବିଭାଗ ଦୃଷ୍ଟି ଦେଉ।
-ମୃତ୍ୟୁଞ୍ଜୟ ସାହୁ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଫୁଟିଲା ଅଫୁଟା ବାଣ,୨ ଭଉଣୀ ଗୁରୁତର

ତିହିଡ଼ି,୧୦ା୫(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଦପା ଗ୍ରାମରେ ରବିବାର ଅଫୁଟା ବାଣ ଫୁଟି ୨ ଭଉଣୀ ଗୁରୁତର ଆହତ ହୋଇଛନ୍ତି।…

ଗାଁରେ ବାଘ ଆତଙ୍କ: ରାତିରେ ଗୁହାଳେ ପଶି ଖାଇଯାଉଛି ଛେଳି, ଗ୍ରାମବାସୀ ସତର୍କ ରହିବା ପାଇଁ…

ଦିଗପହଣ୍ଡି,୧୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟ୍‌ର ଜକର ଗ୍ରାମ ନିକଟ ମା’…

୨୪ ଘଣ୍ଟା ଭିତରେ କଡ଼ା ପଦକ୍ଷେପ ଗ୍ରହଣ କଲେ ବିଧାୟକ, ଲୋକଙ୍କ ସମସ୍ୟାକୁ ବୁଝି ଗାଁରେ କଲେ…

ପୁରୁଷୋତ୍ତମପୁର,୧୦ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବଡ଼ଖରିଡ଼ା ପଞ୍ଚାୟତର ବାଣନଈ ଗ୍ରାମରେ ପାଣି ପାଇଁ ଲୋକେ ଶନିବାର ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଲୋକଙ୍କ ଦାବିକୁ ଅତି…

ଓଲଟିଲା ଅଟୋ: ୧୦ରୁ ଊର୍ଦ୍ଧ୍ୱ ଆହତ

ନନ୍ଦପୁର,୧୦ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ହାଟପଦାରେ ରବିବାର ପୂର୍ବାହ୍ନରେ ଭାରସାମ୍ୟ ହରାଇ ଓଡି ୧୦ ଡି ୨୮୦୮ ନମ୍ବର ବିଶିଷ୍ଟ ଏକ…

ଏକାବେଳେ ଦୁଇ ଭଉଣୀଙ୍କୁ କରିଦେଲେ ଗର୍ଭବତୀ

କଳିଙ୍ଗନଗର,୧୦।୫(ଶୁଭାଶିଷ ରାଉତ):  ଯାଜପୁର ଜିଲା କଳିଙ୍ଗନଗର ଥାନା ଅଞ୍ଚଳର ୨ ନାବାଳିକା ଭଉଣୀଙ୍କୁ ଦୁଇ ସାଙ୍ଗ ବିବାହ ପ୍ରଲୋଭନ ଦେଖାଇ ଗର୍ଭବତୀ କରିଥିବା ଅଭିଯୋଗ ପରେ ପୋଲିସ…

ପୁଣି ଚର୍ଚ୍ଚାରେ ଜିତୁ ମୁଣ୍ଡା: ଘରକୁ ପାଣି ନ ଦେଲେ ପୁଣି କଙ୍କାଳ ନେବି

ପାଟଣା,୧୦।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ଏବେ ପୁଣି ଥରେ ଚର୍ଚ୍ଚାରେ। ଘରକୁ ପାଇପ୍‌ ଯୋଗେ ପାନୀୟଜଳ ସଂଯୋଗ…

କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ: ଚଳନ୍ତା ଟ୍ରାକ୍ଟରୁ ପଡ଼ି ଆଖିବୁଜିଲା ରୋଜଗାରିଆ ପୁଅ

ମୋହନା,୧୦।୫ (ମନ୍ମଥ ମିଶ୍ର ):ଚଳନ୍ତା ଟ୍ରାକ୍ଟରରୁ ପଡ଼ି ଯୁବକ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଡରିଙ୍ଗ ଗାଁ…

ମା’ ରାମଚଣ୍ଡୀଙ୍କୁ ଜମି ଦାନ ଦେଇଥିଲେ ରାଜା, ଭୋଗ କରୁଛନ୍ତି ଜବରଦଖଲକାରୀ, ପାଉଣା ଦେବାର ନାଁ ଧରୁନାହାନ୍ତି

ମହାକାଳପଡ଼ା,୧୦ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୭୩୭ ମସିହାଠାରୁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ମୌଜାରେ ମା’ ରାମଚଣ୍ଡୀ ମନ୍ଦିର ରହିଛି। ଏହାର ରକ୍ଷଣାବେକ୍ଷଣ ପାଇଁ କୁଜଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri