ଆମ ଜିଲା ଖବର

ଥମୁନି ହାତୀ ମୃତ୍ୟୁ: ଘୁମୁସର ବନଖଣ୍ଡରେ ହାତୀର ଜୀବନ ଗଲା

ଭଞ୍ଜନଗର,୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜ ଦୁର୍ଗାପ୍ରସାଦ ଜଙ୍ଗଲରେ ଏକ ହାତୀର ଶୁକ୍ରବାର ପ୍ରତ୍ୟୁଷରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବରପାଇ ଡିଏଫ୍‌ଓ ଅଭୟକାନ୍ତ ଦଳେଇ, ଏସିଏଫ୍‌ ସୁଦର୍ଶନ ବାଦୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଘଟଣାର…

ମଠ ଅସ୍ତିତ୍ୱ ରକ୍ଷା ପାଇଁ ମିଳିତ ପ୍ରୟାସ ଲୋଡ଼ା

ପୁରୀ ଅଫିସ,୪ା୧୨: ପୁରୀର ପ୍ରାଚୀନ ମଠ ଶ୍ରୀଶଙ୍କରାନନ୍ଦ ମଠ ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଛି। ଏହି ମଠର ଅସ୍ତିତ୍ୱ ଓ ଆଦର୍ଶ ରକ୍ଷା ପାଇଁ ମିଳିମିଶି ପ୍ରୟାସ କରାଯିବା ଆବଶ୍ୟକ ବୋଲି ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ…

ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ବିବାଦ: ପରିବେଶ ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ ହେବ

କେନ୍ଦ୍ରାପଡା ଅଫିସ/ରାଜକନିକା/ଆଳି,୪ା୧୨(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ବରୁଣାଡିହାଠାରେ ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପରୁ ଭଦ୍ରକ ଜିଲାକୁ ପାନୀୟ ଜଳ ଯୋଗାଣ ନେଇ ବିବାଦ ଏକ ଭିନ୍ନ ସ୍ଥିତିରେ ପହଞ୍ଚତ୍ଛି। ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏହି ପ୍ରକଳ୍ପରୁ ଭଦ୍ରକକୁ…

ଆସନ୍ତା ଜୁଲାଇରେ କ୍ଷତିପୂରଣ ମିଳିବା ସମ୍ଭାବନା

ରସୁଲପୁର,୪ା୧୨(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଞ୍ଚଳରେ ଗତ ଅଗଷ୍ଟ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଧାନଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ମିଳିବ ସହାୟତା। ଏନେଇ ବ୍ଲକ ଅଞ୍ଚଳରେ କ୍ଷେତ୍ର ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏହି ବୀମାରାଶି ୨୦୨୧ ଜୁଲାଇରେ ମିଳିବା…

ପ୍ରଭାବଶାଳୀଙ୍କ ହାତରେ ଭୂମିହୀନ ପଟ୍ଟା

ମହାକାଳପଡା,୪ା୧୨(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଅନୁସୂଚିତ ଜାତି ଓ ଜନଜାତି ଭୂମିହୀନ ପରିବାରକୁ ବସୁନ୍ଧରା ଯୋଜନାରେ ସରକାରୀ ଜମି, ବାସଗୃହ ଯୋଗାଇ ଦେବାକୁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ କେନ୍ଦ୍ରାପଡା ଜିଲା ମହାକାଳପଡା ତହସିଲ ଅଞ୍ଚଳରେ ପ୍ରଭାବଶାଳୀ…

ଉତ୍ତର ଓଡ଼ିଶାରେ ଭୂକମ୍ପ

ବାଲେଶ୍ୱର ଅଫିସ୍‌,୪।୧୨: ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ଗୁରୁବାର ବିଳମ୍ବିତ ରାତ୍ରିରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି। ରାତି ୨.୧୩ରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର୍‌ ସ୍କେଲରେ…

‘ପରୀକୁ ବଳି ଦିଆଯାଇଥିବା ସନ୍ଦେହ’

ନୟାଗଡ଼ ଅଫିସ,୪ା୧୨:ଏସ୍‌ଆଇଟି (ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌) ଦ୍ୱାରା ପରୀ ହତ୍ୟା ଘଟଣାର ତଦନ୍ତ ଚାଲୁରହିଛି। ଏପରିସ୍ଥଳେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ତଦନ୍ତ ପାଇଁ ଗୁରୁବାର ଯଦୁପୁରରେ ପହଞ୍ଚତ୍ଥିଲେ। ସେ ପରୀର ମୃତଦେହ ଉଦ୍ଧାର ହୋଇଥିବା…

ମାର୍କେଟ କମ୍ପ୍ଲେକ୍ସ ନିର୍ମାଣକୁ ବିରୋଧ: ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ

ରିଆମାଳ,୪।୧୨(ଡି.ଏନ୍‌.ଏ.)-ଦେବଗଡ଼ ଜିଲା ରିଆମାଳ ବ୍ଲକ ସଦର ମହକୁମା ଅଧୀନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହତାରେ ଥିବା ପୁରୁଣା ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗି ନୂତନ ଭାବେ ନିର୍ମାଣ କରାଯିବାକୁ ରିଆମାଳ ଗ୍ରାମବାସୀ ବିରୋଧ କରିଛନ୍ତି ା ଏ ନେଇ ସେମାନେ ପ୍ରଶାସନର…

ଦେବଗଡ଼ରେ ଭିନ୍ନକ୍ଷମ ଦିବସ ପାଳିତ

ଦେବଗଡ଼,୪ା୧୨(ଡି.ଏନ୍‌.ଏ.)-ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି ା ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅନୁମୋଦନକ୍ରମେ କାଳିପଥରର ସୁମିତ୍ରା ମାଝି ଓ ସଞ୍ଜୟ କୁମାର ବେହେରା,…

ବୌଦ୍ଧ ଜିଲାପାଳଙ୍କ ପୁରୁଣା କୋଠା ହେବ ସଂଗ୍ରହାଳୟ

ବୌଦ୍ଧ, ୪ା୧୨(ସ୍ବ.ପ୍ର.) ବୌଦ୍ଧ ଜିଲାପାଳଙ୍କ ପୁରୁଣା କୋଠା ସଂଗ୍ରହାଳୟ ହେବାକୁ ଯାଉଛି ା ଏଥିପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି ା ତଦନୁଯାୟୀ ପ୍ରାଥମିକ କାମ ଆରମ୍ଭ ହୋଇଯାଇଛି ା ଏହି ସଂଗ୍ରହାଳୟରେ ଜିଲାର ଏତିହ୍ୟ, କଳା, ସଂସ୍କୃତି ଓ ପରମ୍ପରା…

ଆରପାରିରେ ଶିକ୍ଷାବିତ୍‌ ନୀଳାଚଳ ମିଶ୍ର

ବଲାଙ୍ଗୀର ଅଫିସ/ପାଟଣାଗଡ, ୪ା୧୨ (ଡି.ଏନ୍‌.ଏ.) ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ବିଶିଷ୍ଟ ସଂସ୍କୃତି ସଙ୍ଗଠକ ଡ. ନୀଳାଚଳ ମିଶ୍ର (୮୧)ଙ୍କ ଗୁରୁବାର ସକାଳେ ତାଙ୍କ ପାଟଣାଗଡସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କର ଦୁଇପୁଅ, ବୋହୂ, ୩ ଝିଅ, ଜ୍ୱାଇଁ, ନାତିନାତୁଣୀ ଅଛନ୍ତି…

ଆଦର୍ଶ ଗୁହାଳ ନିର୍ମାଣ ଶେଷକିସ୍ତି ଟଙ୍କା ମିଳିନି

ଦେଓଗାଁ, ୪ା୧୨(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ଅନ୍ତର୍ଗତ ଉପରଝର ଓ ଫଟାମୁଣ୍ଡା ଗାଁର ୭ ଜଣ ଆଦର୍ଶ ଗୁହାଳ ହିତାଧିକାରୀଙ୍କୁ ଶେଷକିସ୍ତି ଟଙ୍କା ମିଳିନି। ନିର୍ମାଣ ସରିବାର ୬ମାସ ପରେ ଟଙ୍କା ନ ମିଳିବାରୁ ଗୁରୁବାର ବିଡିଓଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?