ପରୀକୁ ନ୍ୟାୟ ଦେବାରେ ବିଫଳତାର ପ୍ରତିବାଦ: ଭାଜପାର ପଦଯାତ୍ରାକୁ କଂଗ୍ରେସର ଗଡ଼ିବ ପରୀ ନ୍ୟାୟ ରଥ

ନୟାଗଡ ଅଫିସ,୯ ।୧୨: ପରୀକୁ ନ୍ୟାୟ ଦେବାରେ ରାଜ୍ୟ ସରକାରଙ୍କର ବିଫଳତାର ପ୍ରତିବାଦରେ ଭାଜପା ଓ କଂଗ୍ରେସ ଆନ୍ଦୋଳନକୁ ତ୍ୱରାନ୍ବିତ କରିଛନ୍ତି। ଭାଜପା ପଦଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିବାବେଳେ କଂଗ୍ରେସ ପରୀ ନ୍ୟାୟ ରଥ ପରିକ୍ରମା କରାଇ ନ୍ୟାୟ ପାଇଁ ଲୋକଙ୍କ ପାଖକୁ ଯିବ । ଡିସେମ୍ବର ୨୧ରେ ଭୁବନେଶ୍ୱରରୁ ପରୀର ଗାଁ ନୟାଗଡ଼ ସଦର ଥାନାର ଯଦୁପୁରକୁ ଭାଜପା ପଦଯାତ୍ରା କରିବବୋଲି ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷେ ହରିଚନ୍ଦନ କହିଛନ୍ତି ଡିସେମ୍ବର ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ୧୪୭ ନିର୍ବାଚନମଣ୍ଡଳୀରେ ଭାଜପା ଅନୁରୂପ ଭାବେ ପଦଯାତ୍ରା କରିବ । ପରୀକୁ ନ୍ୟାୟ ଦେବା ପାଇଁ ଭାଜପାର ପଦଯାତ୍ରା କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଚାପ ପକାଇବ ବୋଲି ସେ କହିଛନ୍ତି ।

ସେହିପରି ଜିଲା କଂଗ୍ରେସ ସଭାପତି ରଣଜିତ ଦାଶ କୁହନ୍ତି ପରୀକୁ ନ୍ୟାୟ ପାଇଁ କଂଗ୍ରେସ ଲୋକଙ୍କ ପାଖକୁ ଯିବ । ଏଥିପାଇଁ ପରୀ ନ୍ୟାୟ ରଥର ବ୍ୟବସ୍ଥା କରାଯାଇଛି । ୧୩ ଡିସେମ୍ବରରୁ ୧୭ ଡିସେମ୍ବର ପର୍ଯ୍ୟନ୍ତ ପରୀ ନ୍ୟାୟ ରଥ ଜିଲା ପରିକ୍ରମା କରି ୫୦ ହଜାର ଜିଲାବାସୀଙ୍କ ସ୍ବାକ୍ଷର ସଂଗ୍ରହ କରିବ । ପରେ ଏହି ଦସ୍ତଖତକୁ ରାଜ୍ୟପାଳ, ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି । କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ସୂଚନା ଅନୁସାରେ କଂଗ୍ରେସ ମଧ୍ୟ ପଛକୁ ହଟିବ ନାହିଁ । କାରଣ ପରୀକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ପ୍ରଥମରୁ ଆନ୍ଦୋଳନ କରି ଆସିଛି । ଆଗକୁ ଆନ୍ଦୋଳନ ତ୍ୱରାନ୍ବିତ ହେବ । ଏଥିପାଇଁ ରାଜ୍ୟ ସ୍ତରରେ ବିଚାରବିମର୍ଷ ଚାଲିଛି । ଖୁବଶୀଘ୍ର ରାଜରାସ୍ତାକୁ ଦଳ ଓହ୍ଲାଇବବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri