ଆମ ଜିଲା ଖବର

ଆଷାଢ଼େ ଖୋଲିବ ଜଳଛତ୍ର

ଅନୁଗୋଳ ଅଫିସ୍‌, ୬।୬ – ବୈଶାଖ ଯାଇ ଜ୍ୟେଷ୍ଠ ସରିବାକୁ ବସିଲାଣି। ଆଉ କିଛି ଦିନ ପରେ ଆଷାଢ଼ ପଶିବ। କିନ୍ତୁ ଏଯାଏ ଅନୁଗୋଳରେ ଜଳଛତ୍ର ଖୋଲିଲା ନାହିଁ। ଚଳିତବର୍ଷ ତାପମାତ୍ରାରେ ଅନୁଗୋଳ ଜିଲା ରେକର୍ଡ କରିଥିଲେ ବି ଜଳଛତ୍ର କଥା…

ଇଆଇଏ ପ୍ରତ୍ୟାହାର ଦାବିରେ ଧାରଣା

ବ୍ରହ୍ମପୁର ଅଫିସ, ୬ା୬- ପରିବେଶ ସୁରକ୍ଷା ଆଇନ ପ୍ରଭାବ(ଇଆଇଏ)କୁ ଆକଳନ, ଅଧ୍ୟୟନର ଖୋଲା ଆଲୋଚନା ତଥା ବିନା ଜନଶୁଣାଣିରେ କମ୍ପାନୀ ହାତକୁ ପ୍ରାକୃତିକ ସମ୍ପଦ ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିରୋଧ କରି ଲୋକଶକ୍ତି ଅଭିଯାନର ରାଜ୍ୟ…

କନ୍ଧମାଳରେ ଆକ୍ରାନ୍ତ ସଂଖ୍ୟା ୨୫ ଛୁଇଁଲା

ଫୁଲବାଣୀ ଅଫିସ, ୬|୬ – କନ୍ଧମାଳ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଗୁରୁବାର ସୁଦ୍ଧା ଜିଲାରେ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଶୁକ୍ରବାର ଆଉ ୩ ଜଣଙ୍କ ସ୍ବାବ୍‌ ନମୁନା ପଜିଟିଭ୍‌ ଆସିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।…

ବିପିୟୁଟି ଛାତ୍ରସଂଘର ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ,୬ା୬- ବିପିୟୁଟି ଅଧୀନସ୍ଥ ଫାର୍ମାସୀ କଲେଜଗୁଡିକରେ ହେବାକୁ ଥିବା ଫାର୍ମାସୀ ପାଠ୍ୟକ୍ରମର ଶେଷ ସେମିଷ୍ଟର ପରୀକ୍ଷାକୁ ଅନଲାଇନ୍‌ରେ କରିବାକୁ ଦାବି ହୋଇଛି । ଅଲ ଓଡିଶା ବିପିୟୁଟି ଛାତ୍ର ସଂଘ ପକ୍ଷରୁ ଶୁକ୍ରବାର ଏ ନେଇ ଦକ୍ଷିଣାଞ୍ଚଳ ଆର୍‌ଡିସିଙ୍କ ଜରିଆରେ…

ଗରିବଙ୍କୁ ଅବହେଳା ପ୍ରତିବାଦରେ ପଦଯାତ୍ରା

ବ୍ରହ୍ମପୁର ଅଫିସ,୬ା୬- କରୋନା ମୁକାବିଲା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନରେ ଗରିବ ଓ ପ୍ରବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମାନଙ୍କ ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅବହେଳା କରାଯାଉଥିବା ପ୍ରତିବାଦରେ ଶୁକ୍ରବାର ନାଗରିକ ସାମ୍ମୁଖ୍ୟ ପକ୍ଷରୁ ପଦଯାତ୍ରା…

ଚଢାଦରରେ କିରୋସିନ ବିକ୍ରି, ତଦନ୍ତ କଲେ ଅଧିକାରୀ

ଖପ୍ରାଖୋଲ, ୬ା୬(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଚଢାଦରରେ କିରୋସିନ ବିକ୍ରି ହେଉଛି। ଏହିଭଳି ଅଭିଯୋଗ ପରେ ପ୍ରଶାସନ ତରଫରୁ ମହରାପଦର ପଞ୍ଚାୟତର ବିଭିନ୍ନ ଗାଁରେ ତଦନ୍ତ ଆରମ୍ଭ ହୋଇଛି ା ପାଟଣାଗଡ ସହକାରୀ ଜିଲାପାଳ ପଦ୍ମନାଭ ପୁରୋହିତଙ୍କ ନେତୃତ୍ୱରେ…

୧୦୦୦ଲିଟର  କ୍ଷୀରରେ ସ୍ନାନ କଲେ ଗୁଡ଼ ବଳଦେବଜୀଉ

ସୋର, ୬।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ଗୁଡ଼ ଗ୍ରାମରେ ପ୍ରସିଦ୍ଧ ଗୁଡ଼ ବଳଦେବଜୀଉଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାମାରୀ କରୋନା ଲାଗି ସାମାଜିକ ଦୂରତ୍ୱକୁ ରକ୍ଷା କରାଯାଇ ସେବାୟତ ଓ ପରିଚାଳନା କମିଟି ଦ୍ୱାରା ଏହି ସ୍ନାନ ଉତ୍ସବ କରାଯାଇଥିଲା।…

କୋଭିଡ୍‌- ୧୯ ପର୍ଯ୍ୟବେକ୍ଷକଙ୍କ ମୟୂରଭଞ୍ଜ ଗସ୍ତ

ବାରିପଦା ଅଫିସ,୬।୬- କୋଭିଡ୍‌-୧୯ର ରାଜ୍ୟ ପର୍ଯ୍ୟବେକ୍ଷକ ତଥା ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାର ଶୁକ୍ରବାର ମୟୂରଭଞ୍ଜ ଜିଲା ଗସ୍ତ କରିଥିଲେ। ସେ ଜିଲାର ବେତନଟୀ ଓ ବଡ଼ସାହି ବ୍ଲକର ବିଭିନ୍ନ ଅଞ୍ଚଳରେ ହୋଇଥିବା ଅସ୍ଥୀୟୀ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରି ସେଠାରେ…

୨ ଘଣ୍ଟା ବିଳମ୍ବରେ ହେଲା ଅବକାଶ ନୀତି

ବାରିପଦା ଅଫିସ,୫।୬- ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀଶ୍ରୀ ହରିବଳଦେବ ଜୀଉ ମହାପ୍ରଭୁଙ୍କ ମନ୍ଦିରରେ ଶୁକ୍ରବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ପାଳିତ ହୋଇଯାଇଛି। ପ୍ରଶାସନ ପକ୍ଷରୁ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଭୋର ୪ ଘଟିକାରେ ଶ୍ରୀଜୀଉମାନେ…

ଚମ୍ପୁଆରେ ମହାପ୍ରଭୁଙ୍କ ଦେବସ୍ନାନ

ଚମ୍ପୁଆ, ୫ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ତଥା ଚମ୍ପୁଆ ପ୍ରଶାସନ ମୁଖ୍ୟ ପ୍ରତାପ ପ୍ରତିମୟଙ୍କ ଉପସ୍ଥିତିରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିଲା। ପୂଜକ ଚମ୍ପେଶ୍ୱର ମିଶ୍ର, ବିପିନ ମିଶ୍ର, ସତ୍ୟ…

ମହିଳା ସରପଞ୍ଚଙ୍କୁ ପୋଲିସର ମାଡ଼ ଘଟଣା: ୪୦୦ଙ୍କ ନାଁରେ ମାମଲା

ହାଟଡିହୀ/ଆନନ୍ଦପୁର/କେନ୍ଦୁଝର,୫ା୬(ଡି.ଏନ୍‌.ଏ/ସ୍ବ.ପ୍ର.)-କେନ୍ଦୁଝର ଜିଲା ବଉଳା ଫାଣ୍ଡିକୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ଲୁଚି ପଳାଇଥିତ୍ବା ଜଣେ ପ୍ରବାସୀଙ୍କ ସମ୍ପର୍କରେ ଏତଲା ଦେବାକୁ ଯାଇଥିବା ବାଙ୍ଗୋର ପଞ୍ଚାୟତର ମହିଳା ସରପଞ୍ଚ ସୁପ୍ରଭା ରାଉତ ଓ ସମିତି ସଭ୍ୟ ବିବେକାନନ୍ଦ ରାଉତଙ୍କୁ ପୋଲିସ ଦୁର୍ବ୍ୟବହାର କରିବା ସହ ମାଡ଼…

ବୈଷୟିକ ପରିଚାଳନା, ସଚେତନତାକୁ ଗୁରୁତ୍ୱ  

ଅନୁଗୋଳ ଅଫିସ, ୫ା୬- ରାଜ୍ୟ ସରକାରଙ୍କ ଦ୍ୱାରା ଅନୁଗୋଳ ଜିଲା ପାଇଁ କୋଭିଡ୍‌-୧୯ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଶୁକ୍ରବାର ଅନୁଗୋଳ ଗସ୍ତରେ ଆସି କରୋନା ସ୍ଥିତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri