କଟ୍‌ନୀ ଆଳରେ ଚାଷୀଙ୍କୁ ଲୁଟ୍‌

ବରଗଡ଼ ଅଫିସ୍‌,୯।୧୨: ଚିରାଚରିତ ଢଙ୍ଗରେ ଚାଲିଥିବା ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀ ପେଷି ହୋଇ ଗଲେଣି। ଧାନ କିଣାବିକା ସମୟରେ ଗୁଣବତ୍ତାକୁ ନେଇ କଟ୍‌ନୀଛଟ୍‌ନୀ ଆଳ ଅଭାବୀ ବିକ୍ରିର ମୁଖ୍ୟ କାରଣ ପାଲଟିଛି। ଧାନ କିଣାବିକାରେ ରହିଥିବା ଅବ୍ୟବସ୍ଥାକୁ ସୁଧାରିବା ବଦଳରେ ନୂଆ କୃଷି ଆଇନ ଚାଷୀଙ୍କ ପାଇଁ କଟା ଘା’ରେ ଚୂନ ଭଳି ହୋଇଛି। ନୂଆ କୃଷି ଆଇନ ଅଭାବୀ ବିକ୍ରିକୁ ରୋକିପାରିବ, ସେ ଆଶା ମଧ୍ୟ କ୍ଷୀଣ। ଫଳରେ ଧାନ ଭଳି କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସରକାରୀ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପାଇବା ପାଇଁ ଚାଷୀଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ୁଛି। ଆଉ ନୂଆ କୃଷି ଆଇନ ଯୋଗୁ ଯେତେବେଳେ ଧାନ କିଣାବିକା ସରକାରୀ ସଂସ୍ଥା ହାତରୁ ପୁଞ୍ଜିପତିଙ୍କ ହାତକୁ ଚାଲିଯିବ, ସେତେବେଳେ କୃଷିଜାତ ଦ୍ରବ୍ୟର ଏମ୍‌ଏସ୍‌ପି ପାଇବା ନେଇ ଚାଷୀକୁଳ ଆଶଙ୍କା ପ୍ରକାଶ କରିଛନ୍ତି।
ଚାଷୀମାନେ ଅଭିଯୋଗ କରୁଛନ୍ତି ଯେ, ଗୁଣବତ୍ତାର ସମସ୍ତ ମାପଦଣ୍ଡ ପୂରଣ କରୁଥିବା ଧାନ ମଣ୍ଡିକୁ ଆସିଲେ ମଧ୍ୟ ବସ୍ତା (୭୫ କିଗ୍ରା) ପ୍ରତି ୧ରୁ ୨କିଗ୍ରା ଲେଖାଏ କଟ୍‌ନୀଛଟ୍‌ନୀ କରାଯାଉଛି। ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁଯାୟୀ, ମଣ୍ଡିରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଧାନର ଗୁଣମାନ ନିର୍ଦ୍ଧାରଣ ହେବା କଥା, କିନ୍ତୁ ତାହା କରାଯାଉ ନାହିଁ। ମଣ୍ଡିଗୁଡ଼ିକରେ ମିଲର୍ସ କିମ୍ବା ସେମାନଙ୍କ ଏଜେଣ୍ଟ ଗୁଣମାନ ପରୀକ୍ଷା କରୁଛନ୍ତି। ସେହିପରି ମଣ୍ଡିରେ ଧାନ ପହଞ୍ଚିବା ପରେ ସେଠାରେ ତାହା ଶୁଖାଇବା ବିଧି ଥିବାବେଳେ ତାହା ମଧ୍ୟ କରାଯାଉନାହିଁ। ଏଥିପାଇଁ ଚାଷୀ ଶୋଷଣର ଶିକାର ହେଉଛି। ବରଗଡ଼ ଜିଲା ଗାଇସୀମାର ଚାଷୀ ନିରଞ୍ଜନ ପ୍ରଧାନ କୁହନ୍ତି, ୧୭ ପ୍ରତିଶତ ପର୍ଯ୍ୟନ୍ତ ଆର୍ଦ୍ରତା ରହିଲେ କଟ୍‌ନୀଛଟ୍‌ନୀ ହେବ ନାହିଁ ବୋଲି ସରକାର ନିର୍ଦ୍ଧାରଣ କରିଛନ୍ତି। ଆଦର୍‌ରତା ପରିମାଣ ୧୭ ପ୍ରତିଶତରୁ ଅଧିକ ହେଲେ କୁଇଣ୍ଟାଲ ପ୍ରତି ୧ କିଗ୍ରା ଧାନ କାଟିବାକୁ ସରକାର ନିୟମ କରିଛନ୍ତି। କିନ୍ତୁ ଚାଷୀଙ୍କୁ ଭୁଆଁ ବୁଲାଇ ୧ କୁଇଣ୍ଟାଲ ବଦଳରେ ୧ବସ୍ତା (୭୫କିଗ୍ରା) ପ୍ରତି ୧କିଗ୍ରା ଧାନ କାଟଛାଣ୍ଟ କରାଯାଉଛି ଏବଂ ଏଥିପାଇଁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଉଭୟ ମଣ୍ଡି ଓ ମିଲ୍‌ରେ କଟ୍‌ନୀଛଟ୍‌ନୀ ଚାଲିଛି। ମିଲର୍ସମାନେ ଆର୍ଦ୍ରତା ଆଳ ଦେଖାଇ ଧାନ ଉଠାଉ ନାହାନ୍ତି। ଫଳରେ ଚାଷୀ ଶେଷ ମୁହୂର୍ତ୍ତରେ କମ୍‌ ଦରରେ ମିଲର୍ସ, ଧାନକ୍ରୟ ସଂସ୍ଥା ପାଖରେ ନିଜ ଧାନକୁ ବିକ୍ରି କରୁଛନ୍ତି। ବରଗଡ଼ ଜିଲା ସରକଣ୍ଡାର ଚାଷୀ ହର ବଣିଆ କୁହନ୍ତି, ଧାନ ଉଠାଣ ଏବଂ କଷ୍ଟମ ମିଲିଂ ଆଧାରରେ ଚାଉଳ ଦେବା ବ୍ୟତୀତ ଧାନ କିଣାବିକାରେ ମିଲର୍ସଙ୍କ ଅନ୍ୟ କୌଣସି ଭୂମିକା ନାହିଁ। କିନ୍ତୁ ମିଲର୍ସଙ୍କ ଏଜେଣ୍ଟମାନେ ମଣ୍ଡିରେ ପହଞ୍ଚି ଧାନ ଓଜନଠାରୁ ଆରମ୍ଭ କରି ମାନ ନିର୍ଦ୍ଧାରଣ ଏବଂ କଟ୍‌ନୀଛଟ୍‌ନୀ କରୁଛନ୍ତି। ଆମ ସରକଣ୍ଡା ମଣ୍ଡିରେ ଏଭଳି ୫/୬ଜଣ ଚାଷୀଙ୍କ ଧାନରୁ ବସ୍ତା ପ୍ରତି ୨କିଗ୍ରା ଲେଖାଏଁ କଟାଯାଇଛି। ସେହିପରି ମଣ୍ଡିକୁ ଧାନ ନ ଆସି ସିଧାସଳଖ ରାଇସ୍‌ ମିଲ୍‌କୁ ଯାଉଛି ଏବଂ ମନଇଚ୍ଛା ମିଲର୍ସମାନେ ଧାନ କଟ୍‌ନୀଛଟ୍‌ନୀ କରୁଛନ୍ତି। ଏହା ସମ୍ପୂର୍ଣ୍ଣ ବେଆଇନ। ଚାଷୀଙ୍କୁ ଏଭଳି ଲୁଟ୍‌ କରାଯାଉଥିଲେ ମଧ୍ୟ ସରକାରୀ କଳ ଚୁପ୍‌ ରହିଛନ୍ତି।
ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ଆବାହକ ଲିଙ୍ଗରାଜ କୁହନ୍ତି ଯେ, ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଜରିଆରେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ଧାନ କିଣୁଛି। ଫଳରେ ଧାନର ଗୁଣମାନ ତଥା ଏଫ୍‌ଏକ୍ୟୁ ନିର୍ଦ୍ଧାରଣ ସମ୍ପୃକ୍ତ ବିଭାଗର ଉପସ୍ଥିତିରେ ହେବା ଦରକାର। ମାତ୍ର ସେଥିରେ ବାସ୍ତବତା ରହୁ ନ ଥିବା ପରିଲକ୍ଷିତ ହେଉଛି। ମଣ୍ଡି ବଦଳରେ ଯେଉଁ ଧାନ ସିଧାସଳଖ ମିଲର୍ସଙ୍କ ପାଖରେ ପହଞ୍ଚୁଛି, ସେଭଳି ସ୍ଥଳେ ମିଲର୍ସଙ୍କ ମର୍ଜିରେ କଟ୍‌ନୀଛଟ୍‌ନୀ ହେଉଛି ଏବଂ ଚାଷୀ ଶୋଷଣର ଶିକାର ହେଉଛନ୍ତି। ବରଗଡ଼ ଜିଲାର ମିଲ୍‌ ମାଲିକ ରାଜୁ ଶର୍ମା କୁହନ୍ତି, ଚାଉଳର ଗୁଣବତ୍ତା ଠିକ୍‌ ନ ରହିଲେ ଏଫ୍‌ସିଆଇ ମିଲର୍ସଙ୍କ ପାଖରୁ ତାହା ନେବ ନାହିଁ। ଭଲ ଗୁଣବତ୍ତାର ଚାଉଳ ପାଇଁ ଠିକ୍‌ ଗୁଣମାନର ଧାନ ମଧ୍ୟ ଦରକାର। ଫଳରେ ଧାନର ଗୁଣମାନ ପରୀକ୍ଷା କରାଯିବା ଜରୁରୀ।
ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାଶଙ୍କୁ ପଚାରିବାରୁ ସେ କୁହନ୍ତି, କଟ୍‌ନୀଛଟ୍‌ନୀ କରି ଚାଷୀଙ୍କୁ ଶୋଷଣ କରାଯାଉଥିବା ନେଇ ତାଙ୍କ ପାଖକୁ ଅଭିଯୋଗ ଆସିନାହିଁ। ଅଭିଯୋଗ ମିଳିଲେ ସେ ଦିଗରେ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

-ପ୍ରେମାନନ୍ଦ ଖମାରୀ


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଚାଞ୍ଚଲ୍ୟ: ଗୋଟିଏ ରାତିରେ ଯୁବତୀ-ମହିଳାଙ୍କୁ ବଳାତ୍କାର, ଘରେ ପଶି…

ଭୁବନେଶ୍ୱର,୯ା୯(ତ୍ରିନାଥ ମହାନ୍ତି):ରାଜଧାନୀରେ ଗୋଟିଏ ରାତିରେ ଯୁବତୀ ଏବଂ ମହିଳାଙ୍କୁ ବଳାକତ୍ାର କରାଯାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପଡୋଶୀ ବଳାତ୍କାର କରିଥିବା ବେଳେ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ…

ଆସୁଛି ପୁଣି ଲଘୁଚାପ: ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ଆଜିଠାରୁ…

ଭୁବନେଶ୍ୱର, ୯ା୯(ବନ୍ଦନା ସେଠୀ):ଆସନ୍ତା ୧୧ ତାରିଖ ବେଳକୁ ପଶ୍ଚିମ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି…

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ପୀଡ଼ିତା ୪ ମାସର ଗର୍ଭବତୀ, ଓ୍ବାଚ୍‌ମ୍ୟାନ୍‌…

କେନ୍ଦ୍ରାପଡ଼ା,୯ା୯(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଏକ ସରକାରୀ ଅନୁଦାନପ୍ରାପ୍ତ ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ)ରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ…

ସାଟେଲାଇଟ୍‌ ଇମେଜିଂ ଟେକ୍ନୋଲୋଜି ପାଇଁ ଭାରତୀୟ କମ୍ପାନୀକୁ ଆମେରିକାର ପ୍ୟାଟେଣ୍ଟ

ନୂଆଦିଲ୍ଲୀ,୯ା୯:ମହାକାଶ ପ୍ରଯୁକ୍ତିବଦିଦ୍ୟା କମ୍ପାନୀ ‘ଗାଲାକ୍ସଆଇ’କୁ ମଙ୍ଗଳବାର ଏହାର ଅପ୍‌ଟୋସାର ଇମେଜିଂ କ୍ଷମତାର ମୂଳ ପ୍ରଯୁକ୍ତିବିଦ୍ୟା ପାଇଁ ଆମେରିକାଠାରୁ ପ୍ୟାଟେଣ୍ଟ ମିଳିଛି। ଏହା ସହ ଏହା ସାଟେଲାଇଟ୍‌ ଇମେଜିଂ…

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri