ରାଉତପଡ଼ାରେ ହାତୀ ଉପଦ୍ରବ : ଗ୍ରାମବାସୀ ଭୟଭୀତ

ରୂପ୍‌ସା,୯।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଗଡ଼ପଦା ଓ ରାଉତପଡ଼ା ପଞ୍ଚାୟତ ଓଡ଼ିଆଶାସନ, କୂଳ ବାରମାଣିଆ, ଭରଡ଼ାପାଳ ଆଦି ମୌଜାରେ ଶିମିଳିପାଳରୁ ୭ ଜଣିଆ ହାତୀପଲ ଆସି ନଦୀ ପାଖ ଜଙ୍ଗଲ ଭିତରେ ରହିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ମଙ୍ଗଳବାର ଓ ବୁଧବାର ୨ଦିନ ଧରି ଏକ ଦନ୍ତା ହାତୀ ଚାଷ ଜମିରେ ବୁଲୁଥିବା ଦେଖି ଗାଁ ଲୋକେ ବନବିଭାଗକୁ ଖବର ଦେଇଥିଲେ। ନୀଳଗିରି ଫରେଷ୍ଟରଙ୍କ ସମେତ ବିଭାଗୀୟ କର୍ମଚାରୀ ପହଞ୍ଚତ୍ ଗାଁ ଲୋକଙ୍କ ସହ ହାତୀଟିକୁ ଘଉଡ଼ାଇବାରେ ବିଫଳ ହୋଇଥିଲେ। ଅପରପକ୍ଷରେ ରୂପ୍‌ସା ବିଦ୍ୟୁତ୍‌ ସେକ୍ସନ ହାତୀ ଉପଦ୍ରବ ରୋକିବା ପାଇଁ ସମ୍ପୂର୍ଣ୍ଣ ରୂପ୍‌ସା ଅଞ୍ଚଳକୁ ରାତି ତମାମ୍‌ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବାରୁ ଗ୍ରାମବାସୀ ଏକପ୍ରକାର ଭୟଭୀତ ଅବସ୍ଥାରେ ରହିଥିଲେ। ରବିବାର ପୁଣି ଏହି ଦନ୍ତା ହାତୀକୁ ଲୋକେ ଦେଖିଥିଲେ। ବନବିଭାଗ କର୍ମଚାରୀ ପହଞ୍ଚିଥିଲେ ହେଁ କୂଳଗାଁ ଭିତରକୁ ପଶିବାକୁ ହାତୀଟି ଉଦ୍ୟମ କରୁଥିବା ବେଳେ ଗାଁ ଲୋକେ ଘଉଡ଼ାଇଥିଲେ। ବାଉଁଶ ନଦୀ ପାଖ ଜଙ୍ଗଲରେ ଅପରାହ୍ନରେ ଅନ୍ୟ ୨ଟି ହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା। ତେବେ ଶିମିଳିପାଳରୁ ୭ଟି ହାତୀ ମୟୂରଭଞ୍ଜ ସୀମା ଦେଇ ପ୍ରବେଶ କରି ଏହି ଅଞ୍ଚଳରେ ୫୦ରୁ ଉର୍ଦ୍ଧ୍ୱ ଏକର ପାଚିଲା ଧାନକ୍ଷେତ ନଷ୍ଟ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, ରାଜାଙ୍କ ମୃତ୍ୟୁ ପରେ ସେବକ….

କାଏରୋ,୬।୧୦: ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

ଶୋଇଥିବା ବେଳେ ହଠାତ୍ ହେଲା ଭୂକମ୍ପ, ଲୋକେ ଛାନିଆ ହୋଇ…

ଗୁଆହାଟୀ,୬।୧୦: ଆସାମର ନଗାଓଁ ଜିଲାରେ ମଙ୍ଗଳବାର ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?