ଆମ ଜିଲା ଖବର

ସ୍କୁଲ ବସ୍ତାନି ନିୟମ ଉଲ୍ଲଂଘନକୁ ବିରୋଧ

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ନିର୍ଦ୍ଧାରିତ ପାଠ୍ୟକ୍ରମ ଓ ସ୍କୁଲ ବସ୍ତାନି ନିୟମ ଉଲ୍ଲଂଘନ ବିରୋଧରେ ଓଡ଼ିଶା ଅଭିଭାବକ ମହାସଂଘ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‌ସିପିସିଆର୍‌)ରେ ଫେରାଦ ହୋଇଛି। ମହାସଂଘର କହିବାନୁଯାୟୀ, ଶିକ୍ଷା ଅଧିକାର ଆଇନ ଧାରା ୨୯ ଅନୁଯାୟୀ ଗଣଶିକ୍ଷା…

୨୦୨୨ ସୁଦ୍ଧା ସରିବ ହକି ଷ୍ଟାଡିୟମ

ଭୁବନେଶ୍ୱର,୨୦ା୧(ବ୍ୟୁରୋ): ୨୦୨୨ ମଧ୍ୟଭାଗ ସୁଦ୍ଧା ରାଉରକେଲା ହକି ଷ୍ଟାଡିୟମ ନିର୍ମାଣ ଶେଷ ହେବ। ରାଉରକେଲାରେ ଏକ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ଡିସେମ୍ବରରେ ଘୋଷଣା କରିଥିଲେ। ଏହି ନୂଆ ଷ୍ଟାଡିୟମରେ ୨୦୨୩ରେ ହେବାକୁ…

ନୋଟ୍‌ ଦେଲେ ନେଗେଟିଭ୍‌

ଅନୁଗୋଳ ଅଫିସ, ୨୦।୧ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିନା ପରୀକ୍ଷାରେ ଲୋକଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ପ୍ରଦାନ କରାଯାଉଥିବା ନେଇ ସାଂଘାତିକ ଅଭିଯୋଗ ହେଉଛି। କେତେଜଣ ଦଲାଲ କରୋନା ଟେଷ୍ଟ ପାଇଁ ଆସୁଥିବା ଲୋକଙ୍କଠାରୁ ଟଙ୍କା ଆଦାୟ କରି…

ବିବାହ ପରେ ରକ୍ତଦାନ

ବଲାଙ୍ଗୀର ଅଫିସ,୧୯ା୧: ବିବାହକୁ ସ୍ମରଣୀୟ ଓ ନିଆରା କରି ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବଲାଙ୍ଗୀର ସହର ଚିମିନିଭାଟିର ସୁବ୍ରତ ଖଣ୍ଡୁଆଲ। ସୋମବାର ଥିଲା ସୁବ୍ରତଙ୍କ ବିବାହ ଦିନ। ବିବାହ ପରେ ବରବେଶରେ ସେ ନବବଧୂ ଶ୍ୱେତପୂର୍ଣ୍ଣାଙ୍କୁ ଧରି ବଲାଙ୍ଗୀର…

ଚିତ୍ରକୋଣ୍ଡା ଡ୍ୟାମ୍‌ର ସୁରକ୍ଷା ଯାଞ୍ଚ

ଚିତ୍ରକୋଣ୍ଡା,୧୯ା୧: ଓଡ଼ିଶା ଡ୍ୟାମ୍‌ ସେଫ୍ଟି କମିଟିର ୩ ଜଣିଆ ବିଶେଷଜ୍ଞ ଦଳ ମଙ୍ଗଳବାର ଚିତ୍ରକୋଣ୍ଡା ଡ୍ୟାମ୍‌ ଓ ସ୍ପିଲ୍‌ୱେର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରିଛନ୍ତି। ଟିମ୍‌ରେ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ବିଭୂତି ଭୂଷଣ ପଣ୍ଡା, ଡେପୁଟି ଡାଇରେକ୍ଟର ଅରୁଣ କୁମାର ଦାସ ଓ…

ମହାନଦୀ ପରେ ସାବେରୀ ଉପରେ ଛତିଶଗଡ଼ର ନଜର

ମାଲକାନଗିରି,୧୯ା୧: ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ସୀମାନ୍ତବର୍ତ୍ତୀ ସାବେରୀ ନଦୀରେ ଛତିଶଗଡ଼ ସରକାର କୋକରାମଠାରେ ଡ୍ୟାମ୍‌ ନିର୍ମାଣ କରିବାକୁ ପ୍ରସ୍ତାବ ରଖି ଏହି ଦିଗରେ ଆଗଉଛନ୍ତି। ଏହାକୁ ଓଡ଼ିଶା ଆଦିବାସୀ ସଂଘ ବିରୋଧ କରିଛି। ମଙ୍ଗଳବାର କମାରପାଲିଠାରେ ୯ଟି ପଞ୍ଚାୟତର…

ଜଙ୍ଗଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ପାଟଣା,୧୯।୧: କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ଉଦୟପୁର ବିଟ୍‌ ବଲାଣି ପଶି ଗ୍ରାମ୍ୟ ଜଙ୍ଗଲରେ ମଙ୍ଗଳବାର କିଛି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡିଛି। ଫଳରେ ୧୫ ଶହରୁ ଊର୍ଦ୍ଧ୍ୱ ଆକାଶିଆ ଗଛ ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ…

୧୧ ଟଙ୍କାର କାମ ପାଇଁ ନେଉଥିଲେ ୧୫ ଶହ

ବ୍ରଜରାଜନଗର,୧୯।୧: ଝାରସୁଗୁଗୁଡ଼ା ଜିଲା ରାଜପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ ଭରତ ଘାସି ମଙ୍ଗଳବାର ୧୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନା ଯୋଗ୍ୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମମୃତ୍ୟୁ ପଞ୍ଜୀକରଣ ପାଇଁ ୧୧ ଟଙ୍କା…

୨ ବାଘ ଛାଲ ବେପାରୀଙ୍କୁ ଗିରଫ କଲା ପୋଲିସ

ଜୁନାଗଡ଼,୧୯।୧: ଛତିଶଗଡ଼ ପୋଲିସ ୨ଜଣ ବାଘ ଛାଲ ବେପାରୀଙ୍କୁ ଧରିବାରେ ସଫଲ ହୋଇଛି। ପୋଲିସ ତାଙ୍କଠାରୁ ୨ଟି ବାଘ ଛାଲ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଝାରବନ୍ଦ ଗ୍ରାମର ରମେଶ ନାଏକ, ଗୋଳାମୁଣ୍ଡା…

ଭଙ୍ଗା ଟ୍ରାକ୍ଟରରେ ବୁହା ହେଉଛି ଆବର୍ଜନା: ପଡ଼ୁଛି ରାସ୍ତାରେ

ଗଞ୍ଜାମ,୧୯।୧(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଗୋଟିଏ ହେଲେ ଆଖି ଦୃଶିଆ କାର୍ଯ୍ୟ ହୋଇନାହିଁ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଥିପାଇଁ ରାଜନୈତିକ ଇଛାଶକ୍ତି ଓ ଏନ୍‌ଏସି ପ୍ରଶାସନକୁ ଲୋକେ ସିଧାସଳଖ ଦାୟୀ କରିଛନ୍ତିl ଭାଙ୍ଗି ଯାଇଥିବା ଟ୍ରାକ୍ଟରରେ ସହରର ଅଳିଆ ଆବର୍ଜନା…

ଆଶାସାଥୀଙ୍କୁ ଉପେକ୍ଷା: ଜିଲାପାଳଙ୍କୁ ହେଲେ ଫେରାଦ

ବରଗଡ଼ ଅଫିସ,୧୯।୧: ଆଶାସାଥୀଙ୍କ ପ୍ରତି ରାଜ୍ୟ ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ବରଗଡ଼ ଜିଲା ଆଶାସାଥୀ ସଂଘ ମଙ୍ଗଳବାର ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଛି। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ…

ଭୁବନେଶ୍ୱରରେ ହେବ ଆଉ ଏକ ଫୁଟ୍‌ ଓଭର ବ୍ରିଜ

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଭୁବନେଶ୍ୱରରେ ନିର୍ମାଣ ହେବ ଆଉ ଏକ ଫୁଟ୍‌ ଓଭର ବ୍ରିଜ। ୧୬ ନମ୍ବର ଜାତୀୟ ରାଜପଥର ସହିଦନଗର-ସତ୍‌ସଙ୍ଗ ବିହାର ମଧ୍ୟରେ ତିଆରି ହେବ ଏହି ଫୁଟ ଓଭର ବ୍ରିଜ। ଏ ନେଇ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?