ବନ୍ୟା ବିପନ୍ନଙ୍କ ଚୁଡ଼ା ପୋଡ଼ାଗଲା

ବରୀ,୩୧ା୩(ଡି.ଏନ.ଏ.): ଯାଜପୁର ଜିଲାର ବରୀ ବ୍ଲକ ଏକ ବନ୍ୟା ବାତ୍ୟା ପ୍ରଭାବିତ ଅଞ୍ଚଳ। ବିଭିନ୍ନ ସମୟରେ ଏଠି ପ୍ରାକୃତିକ ବିପର୍ଯ୍ୟୟ ଆସି ଲୋକଙ୍କର କ୍ଷତି କରିଥାଏ। ସେହି ଅନୁସାରେ ସରକାରଙ୍କ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଚୁଡ଼ାଗୁଡ଼ ମହଜୁଦ ରଖାଯାଇଥାଏ। ବନ୍ୟାବାତ୍ୟା ସମୟରେ ଏସବୁ ଲୋକଙ୍କୁ ବଣ୍ଟନ କରାଯାଏ। ତେବେ ପ୍ରଶାସନିକ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ଯୋଗୁ ବିପନ୍ନଙ୍କ ପାଇଁ ବରୀ ବ୍ଲକ ଅଞ୍ଚଳକୁ ଆସିଥିବା ୨୦ କୁଇଣ୍ଟାଲ ଚୁଡ଼ାକୁ ଶେଷରେ ପୋଡ଼ି ଦିଆଯାଇଛି। ୨୯ ତାରିଖ (ସୋମବାର)ସରକାରୀ ଛୁଟିଦିନରେ ବରୀ ବ୍ଲକ ପ୍ରଶାସନ ପକ୍ଷରୁ ଏହି ଚୁଡ଼ାକୁ ଗୋଦାମରୁ କଢ଼ାଯାଇ ନିଅଁା ଲଗାଇ ଦିଆଯାଇଛି। ଫଳରେ ଏହାକୁ ନେଇ ସାଧାରଣରେ ନାନା ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶ୍ନ ଉଠେ ବନ୍ୟା ପ୍ରଭାବିତ ଲୋକେ ନିରାଶ୍ରୟ ହୋଇ ଛାତ ଉପରେ, ନଦୀ ବନ୍ଧରେ ଭୋକ ଉପାସରେ ଦିନ କାଟୁଥିବା ବେଳେ ଏତେ ଚୁଡା ଗଚ୍ଛିତ ରଖାଯାଇଥିଲା କାହିଁକି। ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସ୍ବଚ୍ଛତା ବଜାଇ ରଖିବା କ୍ଷେତ୍ରରେ ଗୁରୁତ୍ୱ ଦେଉଥିବା ବିଡିଓ କିପରି କୌଣସି ଲୋକ ପ୍ରତିନିଧିଙ୍କୁ ସୂଚନା ନ ଦେଇ ଏଭଳି କାର୍ଯ୍ୟ କଲେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ବିଡିଓ ଶିବାନନ୍ଦ ସ୍ବାଇଁଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ଚୁଡ଼ା ୨୦୧୧ରୁ ଗଚ୍ଛିତ ଥିଲା। ତେବେ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବାରୁ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ଜିଲାପାଳ ଏହାକୁ ନଷ୍ଟ କରିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଚୁଡ଼ାବସ୍ତାଗୁଡ଼ିକୁ ପୋଡ଼ିଦିଆଯାଇଛି ବୋଲି ବିଡିଓ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଉକ୍ତ ଘଟଣାକୁ ନେଇ ବରୀ ଭାଜପା ପ୍ରତିକ୍ରିୟାଶୀଳ ହୋଇଛି। ଦଳ ପକ୍ଷରୁ ମଙ୍ଗଳବାର ବିଶ୍ୱରଞ୍ଜନ ମଲ୍ଲିକ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି, ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ତେଣୁ ସରକାରଙ୍କ ତରଫରୁ ଦିଆଯାଇଥିବା ଏହି ସାହାଯ୍ୟର ଦୂରୁପଯୋଗ କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ୧୦ଦିନ ମଧ୍ୟରେ ଜିଲାପାଳ ଏ ଦିଗରେ ତଦନ୍ତ କରି ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ବରୀ ଭାଜପା ରାଜରାସ୍ତାକୁ ଓହ୍ଲାଇବ ବୋଲି ମଲ୍ଲିକ ଚେତାବନୀ ଦେଇଛନ୍ତି। ଉକ୍ତ ଖବରଦାତା ସମ୍ମିଳନୀରେ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା, ଦିଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ୨ ବସ୍‌ ମୁହାଁମୁହିଁ: ଡ୍ରାଇଭରଙ୍କ ଜୀବନ ଗଲା, ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ସୋନପୁର,୧୦।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ଉଲୁଣ୍ଡା ବ୍ଲକସ୍ଥିତ ଡୁଡୁପାଲି ଛକରେ ଶୁକ୍ରବାର ରାତିରେ ସଡକ ଦୁର୍ଘଟଣା ଘଟିଛି। ବୁଲାଣି ରାସ୍ତାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ...

ୟୁଜିସି-ଏନ୍‌ଇଟି ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର, ୧୦।୫(ଅସମାପିକା ସାହୁ) – ଆସନ୍ତା ମାସରେ ୟୁଜିସି-ଏନ୍‌ଇଟି ଅନୁଷ୍ଠିତ ହେବ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ...

ମେଣ୍ଟକୁ ନେଇ ସଫାସଫା କହିଦେଲେ ମୋଦି, ଜାତୀୟ ଗଣମାଧ୍ୟମରେ ଚହଳ

ଭୁବନେଶ୍ୱର,୧୦।୪: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ମେଣ୍ଟକୁ ନେଇ ଜାତୀୟ ଗଣମାଧ୍ୟମରେ...

ଜାତୀୟ ଗଣମାଧ୍ୟମରେ ଓଡ଼ିଶାକୁ ନେଇ ମୋଦିଙ୍କ ବଡ଼ ବୟାନ, କହିଲେ ଏଥର…

ଭୁବନେଶ୍ୱର, ୧୦।୫: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ଓଡ଼ିଶାକୁ ନେଇ ଜାତୀୟ...

ଏଥର ହ୍ବାଟ୍ସଆପ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ...

ବିଶାଳ ରାଲି ନୁହେଁ, ପ୍ରାର୍ଥିପତ୍ର ଦାଖଲ ପାଇଁ ସାଇକେଲରେ ପହଞ୍ଚିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ନିମାପଡ଼ା,୧୦ା୫: ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ ବିଶାଳ ରାଲି କରି ଯାଉଥିବା ନଜର ଆସିଥାଏ। ହେଲେ ନିମାପଡ଼ା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ...

କୋର୍ଟ ଆସିଲେନି ଅନୁଭବ

କଟକ,୧୦ା୫ (କାର୍ତ୍ତିକ ସାହୁ) ବର୍ଷାଙ୍କୁ ନିର୍ଯାତନା ଦେବା ନେଇ ରୁଜୁ ମାମଲାରେ ଅନୁଭବ ମହାନ୍ତି ଶୁକ୍ରବାର କୋର୍ଟ ଆସିଲେ ନାହିଁ। ଚାର୍ଜ ଫ୍ରେମ ପାଇଁ ଶୁକ୍ରବାର...

କମ୍ପିଲା ରାଜଧାନୀ, ଆରମ୍ଭ ହେଲା ମୋଦି ଶୋ’

ଭୁବନେଶ୍ୱର,୧୦।୫: ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ ଶୋ’। ଭୁବନେଶ୍ୱର ସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟରୁ ଆରମ୍ଭ ହୋଇଛି ମୋଦିଙ୍କ ରୋଡ ଶୋ’।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri