ଆନ୍ଧ୍ରର ଅନୁପ୍ରବେଶ ରୋକିପାରୁନି ଓଡ଼ିଶା

ପଟ୍ଟାଙ୍ଗ,୩୧ା୩(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଅନୁପ୍ରବେଶ ଜାରି ରହିଛି। ଏ ଦିଗରେ ଓଡ଼ିଶା ଜିଲା ପ୍ରଶାସନ ରୋକୋ ଲଗାଇବାକୁ ବିଫଳ ହେଉଥିବାରୁ ଆନ୍ଧ୍ର ଫାଇଦା ଉଠାଉଛି। କୋଟିଆ ପଞ୍ଚାୟତର ତିନି ଗ୍ରାମ ଯଥା ତଳଗଞ୍ଜେଇପଦର, ଫଗୁଣ ସିନେରି ଓ ଫାଟୁସିନେରି ଗ୍ରାମକୁ ନିଜ ପଞ୍ଚାୟତ ଭାବେ ନାମିତ କରି ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇ କିପରି କୋଟିଆ ପଞ୍ଚାୟତକୁ ସମ୍ପୂର୍ଣ୍ଣ ନିଜ ଅଧୀନରେ ଆନ୍ଧ୍ର ରଖିପାରିବ ସେନେଇ ସମୟରେ ଯୋଜନା ପ୍ରସ୍ତୁତ କରିଆସୁଛି। ସୋମବାର ବିଜୟନଗରମ ଜିଲାର ସାଲୁର ବ୍ଲକ କାର୍ଯ୍ୟାଳୟର ଭିଆର୍‌ଓ ଗୁମ୍ପେଶ୍ୱର ରାଓ ତଳ ଗଞ୍ଜେଇପଦର ପଞ୍ଚାୟତର ସେକ୍ରେଟାରି ସୁରି ନାରାୟଣ ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ଆସିଷ୍ଟାଣ୍ଟ ଶ୍ରୀନୁ ପ୍ରମୁଖ ତଳ ଗଞ୍ଜେଇପଦର ଗ୍ରାମରେ ପହଞ୍ଚତ୍ ଏକ ଗ୍ରାମସଭା କରି ଆନ୍ଧ୍ର ସରକାରଙ୍କ ସେମାନଙ୍କ ପ୍ରତି କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ। ଏହି ସମୟରେ ଆନ୍ଧ୍ର ପକ୍ଷରୁ ନିକଟରେ ଶେଷ ହୋଇଥିବା ତଳ ଗଞ୍ଜେଇପଦର ପଞ୍ଚାୟତ ନବ ନିର୍ବାଚିତ ସରପଞ୍ଚ ଗେମେଲ ଦିବାକର ମୁଖ୍ୟ ଅତିଥି ଭାବେ ରହି ୫୩ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ । ଏହାକୁ ଗେମେଲ ବିଶୁ ଏବଂ ଗେମେଲ ଦାସୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରର ଉନ୍ନୟନ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଲେ ଯୁବ ସମାଜସେବୀ ଦୀପକ ମୁଦୁଲି

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ): ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ବ୍ୟାରେକସାହିସ୍ଥିତ ଶ୍ରୀ ସମ୍ପଦ ବିନାୟକ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଯୁବ…

ଝାରସୁଗୁଡାରେ ଅଜବ ଘଟଣା: ନାଗସାପକୁ କାମୁଡ଼ି ମାରିଦେଲେ ଯୁବକ, ପୂରା ଘଟଣା ଜାଣିଲେ…

ଝାରସୁଗୁଡା,ଲାଇକେରା, ୧୦।୮(ଆଶିଷ ରଞ୍ଜନ ଦାଶ/ରଞ୍ଜନ କୁମାର ମେହେର):ଗୁଣିଆର ଅନ୍ଧବିଶ୍ୱାସୀ କଥାରେ ପଡ଼ି ଜଣେ ଯୁବକ ନାଗସାପର ଫଣାକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇ ମାରିଦେବା ଭଳି ଏକ ଅଜବ…

ସଞ୍ଜୀବ, ଯଶୋବନ୍ତଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର,୧୦।୮: ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ସୋମବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ପୋଲିସ ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ…

ଗଞ୍ଜାମ ବ୍ଲକ ପ୍ରମୁଖ ଶୈବପୀଠରେ ହଜାର ହଜାର କାଉଡିଆଙ୍କ ଜଳାଭିଷେକ, ଆଉ ଦୁଇଟି ସୋମବାରରେ…

ଗଞ୍ଜାମ,୧୦।୮ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚ ପୁର ପଞ୍ଚାୟତ ମାଳୀ ଜଗନ୍ନାଥ ପୁର ନିକଟସ୍ଥ ବାବା ବାଲୀ ଲୋକନାଥ, ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼…

ଜିଲାପାଳଙ୍କ ଶୁଣାଣିରେ ବିଷପିଇ ଜୀବନ ହାରିବାକୁ ଉଦ୍ୟମ: କାବୁ କରି…

ରାଜନଗର,୧୦।୮(ଭାସ୍କର ରାଉତ ରାୟ): ବିଷ ପିଇବାକୁ ଉଦ୍ୟମ ବେଳେ କାବୁ କରିନେଲା ପୋଲିସ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଓ ଢୋଲମରା…

କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଥ୍ରୋ ବଲ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) : ଛତ୍ରପୁର ସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ସିଆଇସିଏସଇ ସ୍ପୋଟର୍‌ସ ଏଣ୍ଡ ଗେମ୍ସ ପକ୍ଷରୁ ଦିନିକିଆ ଆଞ୍ଚଳିକ…

ଚାଷଜମିକୁ ଜଳସେଚନର ହେବ ସୁବିଧା : ଖୋଲିଲା ଜୟ ମଙ୍ଗଳ ଓ ଋଷିକୂଳ୍ୟାର ୧୫ ନମ୍ବର କେନାଲ

ଛତ୍ରପୁର,୧୦।୮, (ଦିଲ୍ଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ) : ଚଳିତ ଖରିଫ ଚାଷ ଋତୁରେ ଚାଷୀଙ୍କୁ ଆବଶ୍ୟକ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜୟ ମଙ୍ଗଳ କେନାଲରେ ଜଳ ଛଡ଼ାଯାଇଛି।…

ଶଶ୍ମାନ, ଠାକୁରାଣୀ ଶାଳରୁ ଜବରଦଖଲ ଉଚ୍ଛେଦ ଦାବି

ପାଟଣା,୧୦ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀ କାପୁଡ଼ି ଗାଁ ତେନ୍ତେଳା ଗ୍ରାମର ଶ୍ମଶାନ ଓ ଠାକୁରାଣୀ ଶାଳରେ ଉକ୍ତ ଗ୍ରାମର ସୁଦାମ ମହାନ୍ତ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri