ଆନ୍ଧ୍ରର ଅନୁପ୍ରବେଶ ରୋକିପାରୁନି ଓଡ଼ିଶା

ପଟ୍ଟାଙ୍ଗ,୩୧ା୩(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଅନୁପ୍ରବେଶ ଜାରି ରହିଛି। ଏ ଦିଗରେ ଓଡ଼ିଶା ଜିଲା ପ୍ରଶାସନ ରୋକୋ ଲଗାଇବାକୁ ବିଫଳ ହେଉଥିବାରୁ ଆନ୍ଧ୍ର ଫାଇଦା ଉଠାଉଛି। କୋଟିଆ ପଞ୍ଚାୟତର ତିନି ଗ୍ରାମ ଯଥା ତଳଗଞ୍ଜେଇପଦର, ଫଗୁଣ ସିନେରି ଓ ଫାଟୁସିନେରି ଗ୍ରାମକୁ ନିଜ ପଞ୍ଚାୟତ ଭାବେ ନାମିତ କରି ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇ କିପରି କୋଟିଆ ପଞ୍ଚାୟତକୁ ସମ୍ପୂର୍ଣ୍ଣ ନିଜ ଅଧୀନରେ ଆନ୍ଧ୍ର ରଖିପାରିବ ସେନେଇ ସମୟରେ ଯୋଜନା ପ୍ରସ୍ତୁତ କରିଆସୁଛି। ସୋମବାର ବିଜୟନଗରମ ଜିଲାର ସାଲୁର ବ୍ଲକ କାର୍ଯ୍ୟାଳୟର ଭିଆର୍‌ଓ ଗୁମ୍ପେଶ୍ୱର ରାଓ ତଳ ଗଞ୍ଜେଇପଦର ପଞ୍ଚାୟତର ସେକ୍ରେଟାରି ସୁରି ନାରାୟଣ ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ଆସିଷ୍ଟାଣ୍ଟ ଶ୍ରୀନୁ ପ୍ରମୁଖ ତଳ ଗଞ୍ଜେଇପଦର ଗ୍ରାମରେ ପହଞ୍ଚତ୍ ଏକ ଗ୍ରାମସଭା କରି ଆନ୍ଧ୍ର ସରକାରଙ୍କ ସେମାନଙ୍କ ପ୍ରତି କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ। ଏହି ସମୟରେ ଆନ୍ଧ୍ର ପକ୍ଷରୁ ନିକଟରେ ଶେଷ ହୋଇଥିବା ତଳ ଗଞ୍ଜେଇପଦର ପଞ୍ଚାୟତ ନବ ନିର୍ବାଚିତ ସରପଞ୍ଚ ଗେମେଲ ଦିବାକର ମୁଖ୍ୟ ଅତିଥି ଭାବେ ରହି ୫୩ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ । ଏହାକୁ ଗେମେଲ ବିଶୁ ଏବଂ ଗେମେଲ ଦାସୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡି ବ୍ୟକ୍ତିଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ୩୦।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା କୁରିଗାଁ ପଞ୍ଚାୟତ ଅସିହା ଗ୍ରାମ ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ...

ଡାକ୍ତରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଅନୁଗୋଳ ଅଫିସ,୨ା୧୨: ଅନୁଗୋଳ ଜିଲା ତାଳଚେର ଥାନା ଅଞ୍ଚଳରେ ନାବାଳିକା ବଳାତ୍କାର ଘଟଣାରେ ଜେଲ୍‌ରେ ଥିବା ଡାକ୍ତର ପ୍ୟାରୀମୋହନ ପ୍ରଧାନ(୭୨)ଙ୍କର ମୃତ୍ୟୁ ହୋଇଛି। ଅନୁଗୋଳ ଜିଲା...

ହୋଲିରେ ବର୍ଷା: ୧୦ରୁ ୧୨ପର୍ଯ୍ୟନ୍ତ ବର୍ଷା ସହ ଝଡ଼ତୋଫାନ

ଭୁବନେଶ୍ୱର,୯।୩(ବ୍ୟୁରୋ): ହୋଲିକୁ ଫିକା କରିଦେବ ବର୍ଷା। ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର...

ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ: ୬୧ ହଜାରୁ ଊର୍ଦ୍ଧ୍ୱ ଟଙ୍କା ଫେରାଇଦେଲେ

ରାୟଗଡା ଅଫିସ,୩୧।୩: ଜଣେ ଦୁର୍ଘଟଣା ଗ୍ରସ୍ତ ବାଇକ ଆରୋହୀଙ୍କୁ ୬୧ହଜାର ୧୬୦ ଫେରାଇ ନିଜର ମାନବିକତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ଏଭଳି ଏକ ଘଟଣା...

ଡାକ୍ତର ହେବ ତ ଏମିତି: ରାସ୍ତାରେ ଛଟପଟ ହେଉଥିବା ରୋଗୀଙ୍କୁ ନେଲେ ଡାକ୍ତରଖାନା, ଛୁଟୁଛି ପ୍ରଶଂସାର ସୁଅ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ଡାକ୍ତର ଭଗବାନଙ୍କ ସମତୂଲ୍ୟ ବୋଲି କୁହାଯାଏ। ତେବେ ଅନେକ ସମୟରେ ଡାକ୍ତରଙ୍କ ଅବହେଳା କାରଣରୁ ରୋଗୀର ଜୀବନ ମଧ୍ୟ ଚାଲିଯାଏ। ହେଲେ ଏହାର ଏକ...

ବରଗଡ଼ରେ ଥମୁନି କରୋନା: ଆଜି ୯୯ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୪ରେ ପହଞ୍ଚିଲା

ବରଗଡ଼ ଅଫିସ,୧୨ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ଜିଲାରେ ପୁଣି ୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ...

ମତଦାନ,ଗଣତି ଦିନ ମଦ ବିକ୍ରି ଉପରେ କଟକଣା

ଭୁବନେଶ୍ୱର, ୭।୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ ଏବଂ ଗଣତି ଦିନ ମଦ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ଏ ନେଇ ଅବକାରୀ କମିଶନ...

ପୋଲ ତଳକୁ ଖସିଲା ଟ୍ରାକ୍ଟର, ୨ ମୃତ

ପଟ୍ଟାଙ୍ଗି,୨୫ା୮(ଡି.ଏନ୍‌.ଏ.): ପୋଲ ତଳକୁ ଟ୍ରାକ୍ଟର ଖସିପଡ଼ିବାରୁ ସେଥିରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। କୋରାପୁଟ...

Advertisement
Archives

Model This Week