ପିପିଲି ଉପନିର୍ବାଚନ: ସରିଲା ନାମାଙ୍କନ

ପୁରୀ ଅଫିସ/ପିପିଲି(ସ୍ବ.ପ୍ର.),୩୧ା୩: ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ମଙ୍ଗଳବାର ଶେଷ ହୋଇଛି। ଶେଷ ଦିନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୨ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିସହିତ ସର୍ବମୋଟ ୧୫ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବିଜେଡିରୁ ରୁଦ୍ରପ୍ରସାଦ ମହାରଥୀ, କଂଗ୍ରେସରୁ ଅଜିତ ମଙ୍ଗରାଜ, ସିପିଏମ୍‌(ଏଲ୍‌)ରୁ ଅଶୋକ କୁମାର ପ୍ରଧାନ, ରିପବ୍ଲିକ ପାର୍ଟି ଅଫ୍‌ ଇଣ୍ଡିଆ(ଆର୍‌ପିଆଇ)ରୁ ମହମ୍ମଦ ଇମାମୁଦ୍ଦିନ୍‌, ଅଖିଳ ଭାରତ ହିନ୍ଦୁ ମହାସଭାରୁ ଜୟପ୍ରକାଶ ସେଠୀ ଓ କଳିଙ୍ଗ ସେନାରୁ ପିଙ୍କଲିନ୍‌ ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିଭଳି ସ୍ବାଧୀନ ପ୍ରାର୍ଥୀ ଭାବେ ସ୍ବପ୍ନେଶ୍ୱର ନାୟକ, ସୁଲୋଚନା ସାହୁ, ପ୍ରିୟରଞ୍ଜନ ମିଶ୍ର, ଦୀପକ କୁମାର ଦାସ, ନଗେନ୍ଦ୍ରନାଥ ମିଶ୍ର ଓ ସନ୍ତୋଷ କୁମାର ଦାସ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବରୁ ଶୁକ୍ରବାର ଭାଜପା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ସ୍ବାଧୀନ ପ୍ରାର୍ଥୀ ସମ୍ବିତ ପଟ୍ଟନାୟକ ଏବଂ ସନ୍ତୋଷ ମହାପାତ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ। ସର୍ବମୋଟ୍‌ ୨୯ ସେଟ୍‌ ନାମାଙ୍କନ ପତ୍ର ଦାଖଲ ହୋଇଛି। ଆସନ୍ତା ୩ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ। ଏପ୍ରିଲ୍‌ ୧ ଓ ୨ତାରିଖରେ ପ୍ରିଜାଇଡିଂ ଅଫିସର ଓ ନୋଡାଲ ଅଫିସରଙ୍କୁ ପ୍ରଥମ ପର୍ଯ୍ୟାୟ ଏବଂ ୧୦ ଓ ୧୧ରେ ୨ୟ ପର୍ଯ୍ୟାୟ ପ୍ରଶିକ୍ଷଣ ଦିଆଯିବ। ସେହିପରି ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ହେବାକୁ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କୋଭିଡ୍‌ ଟିକା ଦିଆଯିବ ବୋଲି ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି।
ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୪ଟି ସେଟ୍‌ରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପିପିଲି ବିଜେଡି ଅଫିସରୁ ଏକ ଶୋଭାଯାତ୍ରାରେ ଆସି ପୁରୀ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ନିଜ ସମର୍ଥକ ଓ ବିଜେଡି ନେତାମାନଙ୍କ ଉପସ୍ଥିତିରେ ରୁଦ୍ର ନାମାଙ୍କନ ଭରିଛନ୍ତି। ନାମାଙ୍କନ ଦାଖଲ ସମୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବ୍ୟୋମକେଶ ରାୟ ଓ ଏମ୍‌ପି ପିନାକୀ ମିଶ୍ରଙ୍କ ସମେତ ବହୁ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ। ନାମାଙ୍କନ ଦାଖଲ କରିସାରିବା ପରେ ରୁଦ୍ର କହିଛନ୍ତି, ବାପାଙ୍କ ଅନୁପସ୍ଥିତିରେ ନିର୍ବାଚନ ଲଢ଼ିବାକୁ ଯାଉଛି। ମୋ ପାଇଁ ଏହା ଏକ ଦୁଃଖଦ କଥା। ଯାହା ଜନସାଧାରଣ ଚାହିଁବେ ତାହା ହିଁ ହେବ। ମୋର ବିଶ୍ୱାସ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପିପିଲି -ଡେଲାଙ୍ଗ ମାଟିର ସେବାର କରିବାର ସୁଯୋଗ ଜନତା ମୋତେ ଦେବେ। ସେହିଭଳି କଂଗ୍ରେସର ଜିଲା ସଭାପତି ଅଜିତ ମଙ୍ଗରାଜ ମଧ୍ୟ ନାମାଙ୍କନ ପତ୍ର ଦାଖଲ ଦେଖିଛନ୍ତି। ପିସିସି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ନିଶିକାନ୍ତ ମିଶ୍ର ଓ ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ରାଜ୍ୟସ୍ତରୀୟ ନେତୃବୃନ୍ଦ ନାମାଙ୍କନ ବେଳେ ଅଜିତଙ୍କ ସହ ଥିଲେ। ନାମାଙ୍କନ ସାରିବା ପରେ ଅଜିତ କହିଛନ୍ତି, ପିପିଲିବାସୀ ଅର୍ଥବଳ ଓ ବାହୁବଳକୁ ପ୍ରତ୍ୟାଖ୍ୟାନ କରିବେ। ଯିଏ ଲୋକଙ୍କ ସୁଖଦୁଃଖରେ ଠିଆ ହୋଇଛି ସେ ହିଁ ସମର୍ଥନ ପାଇବ। ମୋ ଗାଁ ଭାଇମାନେ ଅର୍ଥ ବଳ ଓ ଲୋକ ବଳରେ ପ୍ରଲୋଭିତ ହେବା ଭଳି ମାନସିକତାର ନୁହନ୍ତି। ଏଣୁ ପିପିଲିରେ ଏଥର ତ୍ରିମୁଖୀ ଲଢେଇ ହେବ ବୋଲି ଅଜିତ କହିଛନ୍ତି। ପୂର୍ବତନ ପିସିସି ପ୍ରସାଦ ହରିଚନ୍ଦନ କହିଛନ୍ତି, ପିପିଲିରେ ଏକ ରାଜନୈତିକ ଯୁଗର ଅବସାନ ଘଟିଛି। କଂଗ୍ରେସ ଏଥର ନିର୍ବାଚନ ଜିତିବା ନେଇ ଯଥେଷ୍ଟ ଆଶାବାଦୀ ରହିଛି। ଗତ ୩୦ ବର୍ଷ ଧରି ୨ପ୍ରମୁଖ ବ୍ୟକ୍ତିଙ୍କୁ ନେଇ ପିପିଲି ରାଜନୀତି ପ୍ରଭାବିତ ହୋଇ ଆସୁଥିଲା। ଏହାର ଅବସାନ ଘଟିଛି ଓ କଂଗ୍ରେସ ପୁଣି ଥରେ ବିପୁଳ ଜନମତ ଆଡ଼କୁ ମୁହାଁଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri