ପିପିଲି ଉପନିର୍ବାଚନ: ସରିଲା ନାମାଙ୍କନ

ପୁରୀ ଅଫିସ/ପିପିଲି(ସ୍ବ.ପ୍ର.),୩୧ା୩: ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ମଙ୍ଗଳବାର ଶେଷ ହୋଇଛି। ଶେଷ ଦିନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୨ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିସହିତ ସର୍ବମୋଟ ୧୫ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବିଜେଡିରୁ ରୁଦ୍ରପ୍ରସାଦ ମହାରଥୀ, କଂଗ୍ରେସରୁ ଅଜିତ ମଙ୍ଗରାଜ, ସିପିଏମ୍‌(ଏଲ୍‌)ରୁ ଅଶୋକ କୁମାର ପ୍ରଧାନ, ରିପବ୍ଲିକ ପାର୍ଟି ଅଫ୍‌ ଇଣ୍ଡିଆ(ଆର୍‌ପିଆଇ)ରୁ ମହମ୍ମଦ ଇମାମୁଦ୍ଦିନ୍‌, ଅଖିଳ ଭାରତ ହିନ୍ଦୁ ମହାସଭାରୁ ଜୟପ୍ରକାଶ ସେଠୀ ଓ କଳିଙ୍ଗ ସେନାରୁ ପିଙ୍କଲିନ୍‌ ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିଭଳି ସ୍ବାଧୀନ ପ୍ରାର୍ଥୀ ଭାବେ ସ୍ବପ୍ନେଶ୍ୱର ନାୟକ, ସୁଲୋଚନା ସାହୁ, ପ୍ରିୟରଞ୍ଜନ ମିଶ୍ର, ଦୀପକ କୁମାର ଦାସ, ନଗେନ୍ଦ୍ରନାଥ ମିଶ୍ର ଓ ସନ୍ତୋଷ କୁମାର ଦାସ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବରୁ ଶୁକ୍ରବାର ଭାଜପା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ସ୍ବାଧୀନ ପ୍ରାର୍ଥୀ ସମ୍ବିତ ପଟ୍ଟନାୟକ ଏବଂ ସନ୍ତୋଷ ମହାପାତ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ। ସର୍ବମୋଟ୍‌ ୨୯ ସେଟ୍‌ ନାମାଙ୍କନ ପତ୍ର ଦାଖଲ ହୋଇଛି। ଆସନ୍ତା ୩ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ। ଏପ୍ରିଲ୍‌ ୧ ଓ ୨ତାରିଖରେ ପ୍ରିଜାଇଡିଂ ଅଫିସର ଓ ନୋଡାଲ ଅଫିସରଙ୍କୁ ପ୍ରଥମ ପର୍ଯ୍ୟାୟ ଏବଂ ୧୦ ଓ ୧୧ରେ ୨ୟ ପର୍ଯ୍ୟାୟ ପ୍ରଶିକ୍ଷଣ ଦିଆଯିବ। ସେହିପରି ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ହେବାକୁ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କୋଭିଡ୍‌ ଟିକା ଦିଆଯିବ ବୋଲି ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି।
ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୪ଟି ସେଟ୍‌ରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପିପିଲି ବିଜେଡି ଅଫିସରୁ ଏକ ଶୋଭାଯାତ୍ରାରେ ଆସି ପୁରୀ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ନିଜ ସମର୍ଥକ ଓ ବିଜେଡି ନେତାମାନଙ୍କ ଉପସ୍ଥିତିରେ ରୁଦ୍ର ନାମାଙ୍କନ ଭରିଛନ୍ତି। ନାମାଙ୍କନ ଦାଖଲ ସମୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବ୍ୟୋମକେଶ ରାୟ ଓ ଏମ୍‌ପି ପିନାକୀ ମିଶ୍ରଙ୍କ ସମେତ ବହୁ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ। ନାମାଙ୍କନ ଦାଖଲ କରିସାରିବା ପରେ ରୁଦ୍ର କହିଛନ୍ତି, ବାପାଙ୍କ ଅନୁପସ୍ଥିତିରେ ନିର୍ବାଚନ ଲଢ଼ିବାକୁ ଯାଉଛି। ମୋ ପାଇଁ ଏହା ଏକ ଦୁଃଖଦ କଥା। ଯାହା ଜନସାଧାରଣ ଚାହିଁବେ ତାହା ହିଁ ହେବ। ମୋର ବିଶ୍ୱାସ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପିପିଲି -ଡେଲାଙ୍ଗ ମାଟିର ସେବାର କରିବାର ସୁଯୋଗ ଜନତା ମୋତେ ଦେବେ। ସେହିଭଳି କଂଗ୍ରେସର ଜିଲା ସଭାପତି ଅଜିତ ମଙ୍ଗରାଜ ମଧ୍ୟ ନାମାଙ୍କନ ପତ୍ର ଦାଖଲ ଦେଖିଛନ୍ତି। ପିସିସି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ନିଶିକାନ୍ତ ମିଶ୍ର ଓ ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ରାଜ୍ୟସ୍ତରୀୟ ନେତୃବୃନ୍ଦ ନାମାଙ୍କନ ବେଳେ ଅଜିତଙ୍କ ସହ ଥିଲେ। ନାମାଙ୍କନ ସାରିବା ପରେ ଅଜିତ କହିଛନ୍ତି, ପିପିଲିବାସୀ ଅର୍ଥବଳ ଓ ବାହୁବଳକୁ ପ୍ରତ୍ୟାଖ୍ୟାନ କରିବେ। ଯିଏ ଲୋକଙ୍କ ସୁଖଦୁଃଖରେ ଠିଆ ହୋଇଛି ସେ ହିଁ ସମର୍ଥନ ପାଇବ। ମୋ ଗାଁ ଭାଇମାନେ ଅର୍ଥ ବଳ ଓ ଲୋକ ବଳରେ ପ୍ରଲୋଭିତ ହେବା ଭଳି ମାନସିକତାର ନୁହନ୍ତି। ଏଣୁ ପିପିଲିରେ ଏଥର ତ୍ରିମୁଖୀ ଲଢେଇ ହେବ ବୋଲି ଅଜିତ କହିଛନ୍ତି। ପୂର୍ବତନ ପିସିସି ପ୍ରସାଦ ହରିଚନ୍ଦନ କହିଛନ୍ତି, ପିପିଲିରେ ଏକ ରାଜନୈତିକ ଯୁଗର ଅବସାନ ଘଟିଛି। କଂଗ୍ରେସ ଏଥର ନିର୍ବାଚନ ଜିତିବା ନେଇ ଯଥେଷ୍ଟ ଆଶାବାଦୀ ରହିଛି। ଗତ ୩୦ ବର୍ଷ ଧରି ୨ପ୍ରମୁଖ ବ୍ୟକ୍ତିଙ୍କୁ ନେଇ ପିପିଲି ରାଜନୀତି ପ୍ରଭାବିତ ହୋଇ ଆସୁଥିଲା। ଏହାର ଅବସାନ ଘଟିଛି ଓ କଂଗ୍ରେସ ପୁଣି ଥରେ ବିପୁଳ ଜନମତ ଆଡ଼କୁ ମୁହାଁଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri