ହେଲମେଣ୍ଟ, ମାସ୍କ ଚେକିଂ ବେଳେ ପୋଲିସ ମାଡ଼ରେ ଯୁବକଙ୍କ ମୁଣ୍ଡ ଫାଟିଲା; କନଷ୍ଟେବଳ ନିଲମ୍ବିତ, ଡ୍ରାଇଭର କାର୍ଯ୍ୟରୁ ପ୍ରତ୍ୟାହାର

ଠାକୁରମୁଣ୍ଡା, ୩୦।୩ (ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ପୋଲିସର ଏକ ଅମାନୁଷିକତା ଘଟଣା ପଦାକୁ ଆସିଛି। ହେଲମେଣ୍ଟ ଓ ମାକ୍ସ ଚେକିଂ ସମୟରେ ପୋଲିସର ଲାଠି ମାଡରେ ଜଣେ ବାଇକ ଚାଳକଙ୍କ ମୁଣ୍ଡ ଫାଟି ଲହୁଲୁହାଣ ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଈ କରଞ୍ଜିଆ ଥାନାକୁ ଘେରାଉ କରିବା ପରେ ଏସ୍‌ପି ଏହି ଘଟଣାରେ ସମ୍ପୃକ୍ତ ୨ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
କରଞ୍ଜିଆରେ ଥିବା ସାହାରପଡା ବାଇପାସ ଛକ ନିକଟରେ କରଞ୍ଜିଆ ଥାନା ପୋଲିସ ପକ୍ଷରୁ ସୋମବାର ସନ୍ଧ୍ୟାରେ ହେଲମେଣ୍ଟ ଓ ମାକ୍ସ ଚେକିଂ ଚାଲିଥିଲା। ଏହି ସମୟରେ କରଞ୍ଜିଆର ଏସ୍‌.କେ. ଆଲତମାସ ନାମକ ବାଇକ ଚାଳକଙ୍କୁ ପୋଲିସ ଲାଠିରେ ପିଟିବାରୁ ତାଙ୍କର ମୁଣ୍ଡ ଫାଟି ଯାଇଥିଲା। ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଘଟଣାରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିକରି କରଞ୍ଜିଆ ଥାନାକୁ ଘେରାଉ କରିଥିଲେ। ସଙ୍ଗେ ସଙ୍ଗେ ଏହି ଘଟଣାରେ ମୟୂରଭଞ୍ଜ ଏସ୍‌ପି କନେଷ୍ଟବଳ ଆର.କେ ସିଂଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ବେଳେ ଡ୍ରାଇଭର ମାନସ ସ୍ବାଇଁଙ୍କୁ ପ୍ରତ୍ୟାହାର କରିଥିଲେ। ଏନେଇ ଉପଖଣ୍ଡ ପୋଲିସ ଅଧିକାରୀ ସତ୍ୟବିକାଶ ଭୂୟାଁ ସୂଚନା ଦେବା ପରେ ଥାନା ଘେରାଉ କରିଥିବା ଲୋକେ ଶାନ୍ତ ପଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଭାବେ କରୁଥିଲେ ଗୋରୁ ଚାଲାଣ, ଅଭିଯୁକ୍ତ ଜିତୁଙ୍କୁ ବାନ୍ଧିଲା…

ଆନନ୍ଦପୁର/ହାଟଡିହୀ,୨୧l୫(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘସିପୁରା ଥାନା ଗୁହାଳିଆ ଗ୍ରାମର ଅମିନ ଜେନାଙ୍କ ପୁଅ ସୁବ୍ରତ କୁମାର ଜେନା (୩୮) ଓରଫ ଜିତୁଙ୍କୁ ଗୁରୁବାର…

ଗ୍ଲାମ ଇଣ୍ଡିଆରେ ଚମକିଲେ କଳାହାଣ୍ଡିର ଝିଅ ଅନ୍ବେଷା ମିଶ୍ର

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଭବାନୀପାଟଣାର ଝିଅ ଅନ୍ବେଷା ମିଶ୍ର(୧୩) ସମ୍ମାନଜନକ ଗ୍ଲାମ ଇଣ୍ଡିଆରେ ପ୍ରତିଯୋଗିତାରେ କୃତିତ୍ବ ହାସଲ କରି ଜିଲା ପାଇଁ ଗୌରବ ଆଣିଛନ୍ତି। ପ୍ରିଟିନ୍ ବର୍ଗରେ…

ନେଇଥିଲେ ଅବସର: ବିଶ୍ୱକପ୍‌ ପାଇଁ ପୁଣି ଫେରିଲେ ଏହି ଖେଳାଳି

ବର୍ଲିନ,୨୧ା୫: ବିଶ୍ୱକପ୍‌ ଲାଗି ଭେଟେରାନ ଗୋଲକିପର ମାନୁଏଲ ନେଉରଙ୍କୁ ଅବସରରୁ ଫେରିବା ପାଇଁ ଜର୍ମାନୀ କୋଚ୍‌ ଜୁଲିଆନ ନାଗେଲ୍ସମ୍ୟାନ ରାଜି କରିଛନ୍ତି। ୪୦ ବର୍ଷୀୟ ନେଉର ୨୦୨୪…

ପୋଲିସ, ଅବକାରୀ ବିଭାଗର ମିଳିତ ଚଢ଼ାଉ: ଭାଙ୍ଗିଲେ ଦେଶୀମଦ ଭାଟି

ନନ୍ଦପୁର,୨୧।୫(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ପୋଲିସ ଲମତାପୁଟ ବ୍ଲକ ବନମାଳୀପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମରେ ଗତ ଶନିବାର ଚଢ଼ାଉ କରି ପୂର୍ବତନ ସମିତି ସଭ୍ୟଙ୍କ ଘରେ ସ୍ଥାପିତ…

IPL 2026 ପରେ ଅବସର ନେଇପାରନ୍ତି ଏହି ୫ କ୍ରିକେଟର, ନମ୍ବର ୩ ରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ନାମ

ନୂଆଦିଲ୍ଲୀ,୨୧।୫: ୨୦୨୬ ଆଇପିଏଲ ସିଜିନ ମେ ୩୧ରେ ଶେଷ ହେଉଛି, ଏବଂ ଫାଇନାଲ ମ୍ୟାଚ ଅହମଦାବାଦରେ ଖେଳାଯିବାକୁ ସ୍ଥିର ହୋଇଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଗୁଜରାଟ ପୂର୍ବରୁ…

ଜୁଲାଇ ୧୬ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି । ଡିଜିପି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆସନ୍ତା ଜୁଲାଇ ୧୬ ତାରିଖରେ…

ଘୋଷଣା ହେଲା ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ, ଏହି ତାରିଖରୁ ବନ୍ଦ ରହିବ

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍): ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ । ମେ ୨୩ରୁ ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ୍ ୨୨ ତାରିଖରେ…

ଗ୍ରୀଷ୍ମ ବଦଳାଇଲା ସ୍କୁଲ ଛୁଟିର କ୍ୟାଲେଣ୍ଡର! ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ? ଜାଣନ୍ତୁ…

ଚଣ୍ଡିଗଡ଼,୨୧।୫: ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ହେଲେ ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ପ୍ରବଳ ଗରମ ଯୋଗୁ ସେଠାକାର ଜନତା ଆତଙ୍କିତ ହୋଇପଡ଼ିଛନ୍ତି। ପଞ୍ଜାବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri