ଗର୍ଭବତୀଙ୍କୁ ଚଲାଇଥିଲେ ୩ କିଲୋମିଟର

ବାରିପଦା ଅଫିସ/ଉଦଳା,୩୦ା୩(ଡି.ଏନ.ଏ.)-ହେଲ୍‌ମେଟ ଚେକିଂ ବେଳେ ଜଣେ ଗର୍ଭବତୀଙ୍କ ପ୍ରତି ସମବେଦନା ବଦଳରେ ଦବଙ୍ଗଗିରି ଦେଖାଇବା ମୟୂରଭଞ୍ଜ ଜିଲା ଶରତ ଥାନା ଅଧିକାରିଣୀ ରୀନା ବକ୍ସଲଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ବେଳେ ଉକ୍ତ ଥାନାର ଦୁଇ କନଷ୍ଟେବଳ ସିଲୁ ମଲ୍ଲିକ ଏବଂ ରାଜଲକ୍ଷ୍ମୀ ଲେଙ୍କାଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଗତ ୨୮ ତାରିଖରେ ଶରତ ଥାନା ଅଧୀନ ବେଗୁନିଆ ଛକରେ ଶରତ ପୋଲିସ ପକ୍ଷରୁ ଗାଡ଼ି ଚେକିଂ ହେଉଥିଲା। ଏହି ସମୟରେ ନଟୋ ପଞ୍ଚାୟତ ମାତକମ ସାହିର ବିକ୍ରମ ବିରୁଲି ବାଇକ୍‌ରେ ତାଙ୍କ ୮ ମାସର ଗର୍ଭବତୀ ସ୍ତ୍ରୀ ଗୁରୁବାରୀଙ୍କୁ ନେଇ ଉଦଳା ଡାକ୍ତରଖାନା ଯାଉଥିଲେ। ଉଭୟ ସ୍ତ୍ରୀ ସ୍ବାମୀ ମାସ୍କ ପିନ୍ଧିଥିବା ବେଳେ ବିକ୍ରମ ହେଲମେଟ ମଧ୍ୟ ପିନ୍ଧିଥିଲେ। ମାତ୍ର ଗୁରୁବାରୀ ହେଲମେଟ ପିନ୍ଧି ନ ଥିବାରୁ ସେମାନେ ଚେକିଂ ବେଳେ ପୋଲିସ ରୋଷର ଶିକାର ହୋଇଥିଲେ। ପୋଲିସ ଫାଇନ୍‌ କାଟିଥିଲା। ଫାଇନ୍‌ ଦେବା ପାଇଁ ବିକ୍ରମଙ୍କ ପାଖରେ ଟଙ୍କା ନ ଥିଲା ା ତେଣୁ ସେ ଅନ୍‌ଲାଇନରେ ପୈଠ କରିବେ ବୋଲି କହିଥିଲେ ମଧ୍ୟ ପୋଲିସ କିଛି ଶୁଣି ନ ଥିଲା। ଏନେଇ ଯୁକ୍ତିତର୍କ ହେବାରୁ ବିକ୍ରମଙ୍କୁ ଜିପ୍‌ରେ ବସାଇ ଥାନାକୁ ନିଆଯାଇଥିଲା। ସ୍ତ୍ରୀ ଗର୍ଭବତୀ ଥିବାରୁ ତାଙ୍କୁ ସାଙ୍ଗରେ ନେବା ପାଇଁ ଯେତେ ଅନୁରୋଧ କଲେ ମଧ୍ୟ ପୋଲିସ ତାଙ୍କୁ ଅଭିଯୁକ୍ତଙ୍କ ଭଳି ଥାନାକୁ ଉଠାଇ ନେଇଥିଲା। ଥାନାରେ ୩ ଘଣ୍ଟା ବିକ୍ରମ ଅଟକ ରହିଥିଲେ। ଅନ୍ୟପକ୍ଷେ ସ୍ବାମୀଙ୍କୁ ଖୋଜିଖୋଜି ଗୁରୁବାରୀ ପ୍ରଚଣ୍ଡ ଖରାରେ ୩ କି.ମି. ଚାଲିଚାଲି ଥାନାରେ ପହଞ୍ଚିଥିଲେ। ସେତେବେଳକୁ ସେ ଅସୁସ୍ଥ ହୋଇ ପଡ଼ିବା ସହ ତାଙ୍କ ପାଦ ଫୁଲି ଯାଇଥିଲା। ପରିବାର ଲୋକଙ୍କ ସହାୟତାରେ ବିକ୍ରମ ଥାନାରୁ ମୁକୁଳିବା ପରେ ଉଦଳା ଆସି ଏସ୍‌ଡିପିଓ କେଦାରନାଥ ସାହୁଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଏସ୍‌ପି ତାଙ୍କ କାର୍ଯ୍ୟାଳୟ ଚିଠି ନଂ. ୫୬୧ ତା.୨୮ା୩ା୨୦୨୧ ଅନୁସାରେ ଥାନା ଅଧିକାରିଣୀ ବକ୍ସଲଙ୍କୁ ଦାୟିତ୍ୱରେ ଅବହେଳା କାରଣରୁ ଚାକିରିରୁ ନିଲମ୍ବନ କରିବା ସହ ଦୁଇ କନଷ୍ଟେବଳଙ୍କୁ ବଦଳି କରିଛନ୍ତି। କପ୍ତିପଦା ଥାନା ଅଧିକାରୀ ସଞ୍ଜୟ କୁମାର ପ୍ରଧାନ ଶରତ ଥାନା ଦାୟିତ୍ୱରେ ରହିବେ ବୋଲି ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଶରତ ଥାନା ଅଧିକାରିଣୀ ମହିଳା ହୋଇ ମଧ୍ୟ ଜଣେ ଗର୍ଭବତୀଙ୍କ ପ୍ରତି ମାନବିକତା ଭୁଲିଯିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri