ଗର୍ଭବତୀଙ୍କୁ ଚଲାଇଥିଲେ ୩ କିଲୋମିଟର

ବାରିପଦା ଅଫିସ/ଉଦଳା,୩୦ା୩(ଡି.ଏନ.ଏ.)-ହେଲ୍‌ମେଟ ଚେକିଂ ବେଳେ ଜଣେ ଗର୍ଭବତୀଙ୍କ ପ୍ରତି ସମବେଦନା ବଦଳରେ ଦବଙ୍ଗଗିରି ଦେଖାଇବା ମୟୂରଭଞ୍ଜ ଜିଲା ଶରତ ଥାନା ଅଧିକାରିଣୀ ରୀନା ବକ୍ସଲଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ବେଳେ ଉକ୍ତ ଥାନାର ଦୁଇ କନଷ୍ଟେବଳ ସିଲୁ ମଲ୍ଲିକ ଏବଂ ରାଜଲକ୍ଷ୍ମୀ ଲେଙ୍କାଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଗତ ୨୮ ତାରିଖରେ ଶରତ ଥାନା ଅଧୀନ ବେଗୁନିଆ ଛକରେ ଶରତ ପୋଲିସ ପକ୍ଷରୁ ଗାଡ଼ି ଚେକିଂ ହେଉଥିଲା। ଏହି ସମୟରେ ନଟୋ ପଞ୍ଚାୟତ ମାତକମ ସାହିର ବିକ୍ରମ ବିରୁଲି ବାଇକ୍‌ରେ ତାଙ୍କ ୮ ମାସର ଗର୍ଭବତୀ ସ୍ତ୍ରୀ ଗୁରୁବାରୀଙ୍କୁ ନେଇ ଉଦଳା ଡାକ୍ତରଖାନା ଯାଉଥିଲେ। ଉଭୟ ସ୍ତ୍ରୀ ସ୍ବାମୀ ମାସ୍କ ପିନ୍ଧିଥିବା ବେଳେ ବିକ୍ରମ ହେଲମେଟ ମଧ୍ୟ ପିନ୍ଧିଥିଲେ। ମାତ୍ର ଗୁରୁବାରୀ ହେଲମେଟ ପିନ୍ଧି ନ ଥିବାରୁ ସେମାନେ ଚେକିଂ ବେଳେ ପୋଲିସ ରୋଷର ଶିକାର ହୋଇଥିଲେ। ପୋଲିସ ଫାଇନ୍‌ କାଟିଥିଲା। ଫାଇନ୍‌ ଦେବା ପାଇଁ ବିକ୍ରମଙ୍କ ପାଖରେ ଟଙ୍କା ନ ଥିଲା ା ତେଣୁ ସେ ଅନ୍‌ଲାଇନରେ ପୈଠ କରିବେ ବୋଲି କହିଥିଲେ ମଧ୍ୟ ପୋଲିସ କିଛି ଶୁଣି ନ ଥିଲା। ଏନେଇ ଯୁକ୍ତିତର୍କ ହେବାରୁ ବିକ୍ରମଙ୍କୁ ଜିପ୍‌ରେ ବସାଇ ଥାନାକୁ ନିଆଯାଇଥିଲା। ସ୍ତ୍ରୀ ଗର୍ଭବତୀ ଥିବାରୁ ତାଙ୍କୁ ସାଙ୍ଗରେ ନେବା ପାଇଁ ଯେତେ ଅନୁରୋଧ କଲେ ମଧ୍ୟ ପୋଲିସ ତାଙ୍କୁ ଅଭିଯୁକ୍ତଙ୍କ ଭଳି ଥାନାକୁ ଉଠାଇ ନେଇଥିଲା। ଥାନାରେ ୩ ଘଣ୍ଟା ବିକ୍ରମ ଅଟକ ରହିଥିଲେ। ଅନ୍ୟପକ୍ଷେ ସ୍ବାମୀଙ୍କୁ ଖୋଜିଖୋଜି ଗୁରୁବାରୀ ପ୍ରଚଣ୍ଡ ଖରାରେ ୩ କି.ମି. ଚାଲିଚାଲି ଥାନାରେ ପହଞ୍ଚିଥିଲେ। ସେତେବେଳକୁ ସେ ଅସୁସ୍ଥ ହୋଇ ପଡ଼ିବା ସହ ତାଙ୍କ ପାଦ ଫୁଲି ଯାଇଥିଲା। ପରିବାର ଲୋକଙ୍କ ସହାୟତାରେ ବିକ୍ରମ ଥାନାରୁ ମୁକୁଳିବା ପରେ ଉଦଳା ଆସି ଏସ୍‌ଡିପିଓ କେଦାରନାଥ ସାହୁଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଏସ୍‌ପି ତାଙ୍କ କାର୍ଯ୍ୟାଳୟ ଚିଠି ନଂ. ୫୬୧ ତା.୨୮ା୩ା୨୦୨୧ ଅନୁସାରେ ଥାନା ଅଧିକାରିଣୀ ବକ୍ସଲଙ୍କୁ ଦାୟିତ୍ୱରେ ଅବହେଳା କାରଣରୁ ଚାକିରିରୁ ନିଲମ୍ବନ କରିବା ସହ ଦୁଇ କନଷ୍ଟେବଳଙ୍କୁ ବଦଳି କରିଛନ୍ତି। କପ୍ତିପଦା ଥାନା ଅଧିକାରୀ ସଞ୍ଜୟ କୁମାର ପ୍ରଧାନ ଶରତ ଥାନା ଦାୟିତ୍ୱରେ ରହିବେ ବୋଲି ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଶରତ ଥାନା ଅଧିକାରିଣୀ ମହିଳା ହୋଇ ମଧ୍ୟ ଜଣେ ଗର୍ଭବତୀଙ୍କ ପ୍ରତି ମାନବିକତା ଭୁଲିଯିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?