ସ୍ବଚ୍ଛତା ଆଣିବ ସମନ୍ବୟ

ଅନୁଗୋଳ ଅଫିସ, ୩୧। ୩ – ଅନୁଗୋଳ ସହରର ଦୀର୍ଘଦିନର ଅଳିଆ ସମସ୍ୟା ଦୂର ହେବ। ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ଦ୍ୱାରା ପୌରାଞ୍ଚଳର ପ୍ରତିଟି ଓ୍ବାର୍ଡକୁ ସ୍ବଚ୍ଛ କରାଯିବ। ଏଥିପାଇଁ ୨୩ଟି ଓ୍ବାର୍ଡରେ ନୂଆ କରି ‘ମୋ ଓ୍ବାର୍ଡ’ ବ୍ୟବସ୍ଥା ଆରମ୍ଭ ହେବ। ନିଜ ଓ୍ବାର୍ଡର ସଫେଇ କାର୍ଯ୍ୟ ତଦାରଖ ସହ ଏ ନେଇ ପରାମର୍ଶ ଦେବାକୁ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀଙ୍କୁ ନେଇ ଗୋଟିଏ ଲେଖାଏ କମିଟି ଗଠନ କରାଯିବ। ଏହି କମିଟି ମାଧ୍ୟମରେ ସହରକୁ ସ୍ବଚ୍ଛ, ସୁନ୍ଦର କରାଯିବା ସହ ଶ୍ରେଷ୍ଠ ଓ୍ବାର୍ଡକୁ ୩୦ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ।
ଅନୁଗୋଳ ସହରକୁ ଆବର୍ଜନାମୁକ୍ତ ସହ ସ୍ବଚ୍ଛତା କ୍ଷେତ୍ରରେ ନମ୍ବର ଓ୍ବାନ କରିବାକୁ ପୌର ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର ମୋ ଓ୍ବାର୍ଡ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି। ପ୍ରତି ୱାର୍ଡର ୱାର୍ଡ ଅଫିସରଙ୍କ ସହିତ ସ୍ବଚ୍ଛସାଥୀ, ସ୍ବୟଂ ସହାୟକ ଗୋଷ୍ଠୀ, ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ସରକାରୀ ଅଧିକାରୀ/କର୍ମଚାରୀ, ଶିକ୍ଷିତ ମହିଳା, ସାମାଜିକ କର୍ମୀଙ୍କୁ ନେଇ ୧୦ ସଦସ୍ୟ ବିଶିଷ୍ଟ ଗୋଟିଏ ଲେଖାଏ ୱାର୍ଡ କମିଟି ଗଠନ କରାଯିବ। ନିଜ ଓ୍ବାର୍ଡରୁ ଅଳିଆ ଠିକ୍‌ ଭାବେ ଉଠୁଛି କି ନାହିଁ, କେଉଁ ଅଞ୍ଚଳରେ କିଭଳି ସମସ୍ୟା ରହୁଛି ଓ ତାହାର ସମାଧାନ କ’ଣ ସେ ନେଇ କମିଟି ପକ୍ଷରୁ ପୌର ପାଳିକାକୁ ଅବଗତ କରାଯିବ। କେଉଁ ୱାର୍ଡରେ କେତେ ଜଣ ସଫେଇ କର୍ମଚାରୀ ନିୟୋଜିତ ହୋଇଛନ୍ତି ତାହାର ଚିଠା କମିଟି ପାଖରେ ରହିବ। ସେହିପରି କେଉଁ ସମୟରେ କେଉଁ ଓ୍ବାର୍ଡରୁ ଓଦା ଓ ଶୁଖିଲା ଅଳିଆ ବ୍ୟାଟେରିଚାଳିତ ଗାଡିରେ ଉଠାଯିବ ତାହାର ତାଲିକା ପୌରପାଳିକା ପକ୍ଷରୁ ପ୍ରସ୍ତୁତ ସରିଛି। ଏହି ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ସ୍ବଚ୍ଛସାଥୀଙ୍କୁ ପ୍ରଦାନ କରାଯିବ। ସେମାନେ ଲୋକଙ୍କ ଘରୁ ଶୁଖିଲା ଏବଂ ଓଦା ଅଳିଆ ସଂଗ୍ରହ କରି ସିଧାସଳଖ ଏମ୍‌ସିସିକୁ ପଠାଇବେ। ତେଣୁ ସହରର କୌଣସି ସ୍ଥାନରେ ଆଉ ଅଳିଆ ଜମାହୋଇ ରହିବ ନାହିଁ କି ସେଠାରୁ ଉଠାଇବାକୁ ପଡ଼ିବ ନାହିଁ। ଏହାଛଡ଼ା ସହରବାସୀ ସେମାନଙ୍କ ଆବର୍ଜନା ଗାଡ଼ିକୁ ନ ଦେଇ ଅନ୍ୟ ସ୍ଥାନରେ ଫିଙ୍ଗିଲେ ଜରିମାନା ଆଦାୟ କରାଯିବ। ଗଠନ ହେବାକୁ ଥିବା ୱାର୍ଡ କମିଟିଗୁଡ଼ିକ ପ୍ରତି ମାସରେ ସମୀକ୍ଷା ବୈଠକ କରି ନିଜ ୱାର୍ଡ କେତେ ସ୍ବଚ୍ଛ ରହିଛି କିମ୍ବା ଅନ୍ୟ କିଛି ସମସ୍ୟା ରହିଛି, ସେ ନେଇ ପୌର ପାଳିକାକୁ ପ୍ରସ୍ତାବ ପଠାଇବେ। ଭଲ କାମ ହେଉଥିବା କମିଟି ରିପୋର୍ଟ ଦେଲେ ସଫେଇ କର୍ମଚାରୀ ବା ସଂସ୍ଥାକୁ ପୁରସ୍କୃତ କରାଯିବ। ଖରାପ କାମ ରିପୋର୍ଟ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରତି ୬ ମାସରେ ପୌର ପ୍ରଶାସନ ଓ୍ବାର୍ଡ କାର୍ଯ୍ୟ ସମୀକ୍ଷା କରି ଶ୍ରେଷ୍ଠ ୩ ଓ୍ବାର୍ଡକୁ ପୁରସ୍କାର ପ୍ରଦାନର ବ୍ୟବସ୍ଥା କରିବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି।
ଅଳିଆ ସମସ୍ୟା ରହିବ ନାହିଁ
ସହରରେ ମୋ ୱାର୍ଡ କାର୍ଯ୍ୟକ୍ରମ ଆରମ୍ଭ ହେବ। ଗଢ଼ାଯାଇଥିବା ୱାର୍ଡ କମିଟି ସହରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ନେଇ ପୌରପାଳିକାକୁ ପରାମର୍ଶ ଦେବ। ଏହି କମିଟି ରିପୋର୍ଟ ସଫେଇ କର୍ମଚାରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ। ତେଣୁ ସହରରେ ଅଳିଆ ସମସ୍ୟା ରହିବ ନାହିଁ, କି ସୌନ୍ଦର୍ଯ୍ୟକରଣରେ ଅସୁବିଧା ହେବ ନାହିଁ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ
ଅସୁବିଧା ଜାଣିପାରିବ ପ୍ରଶାସନ
ଏହା ସରକାରଙ୍କ ଏକ ଭଲ ପ୍ରୟାସ। ଏଭଳି ହେଲେ ଲୋକଙ୍କ ସମସ୍ୟା ସହଜରେ ପ୍ରଶାସନ ନିକଟରେ ପହଞ୍ଚତ୍ପାରିବ। ଲୋକଙ୍କ ସମ୍ପୃକ୍ତି ରହିଲେ ସ୍ବଚ୍ଛତା ପାଖରୁ ସୌନ୍ଦର୍ଯ୍ୟକରଣ କ୍ଷେତ୍ରରେ ୱାର୍ଡଗୁଡ଼ିକର ଚିତ୍ର ବଦଳିବ। ଏଥିସହ ପ୍ରତିଯୋଗିତା ମନୋଭାବ ମଧ୍ୟ ରହିବ।
-ଡ. ଧରଣୀଧର ନାଥ, ଅବସରପ୍ରାପ୍ତ ପ୍ରଶାସକ
ପରିମଳ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ
ମୋ ୱାର୍ଡ କାର୍ଯ୍ୟକାରୀ ହେଲେ ଭଲ ହେବ। ସହରର ପରିମଳ ବ୍ୟବସ୍ଥା ସୁଧୁରିବ। ଲୋକମାନେ ମଧ୍ୟ ସଚେତନ ହେବେ। ଯେଉଁମାନେ ଆବର୍ଜନା ବାହାରେ ଫିଙ୍ଗିବେ ସେମାନଙ୍କ ସମ୍ପର୍କରେ କମିଟି ଓ ପୌରପାଳିକାକୁ ଅବଗତ କରାଯିବ। ଜରିମାନା ଆଦାୟ କରାଗଲେ ସେମାନେ ଚେତିବେ।
-ଧୁଲଣା ଦେହୁରୀ, ସ୍ବଚ୍ଛସାଥୀ
ଲୋକଙ୍କ ସମ୍ପୃକ୍ତି ରହିଲେ ସହର ଚମକିବ
ଓ୍ବାର୍ଡଗୁଡ଼ିକର ସଫେଇ ବ୍ୟବସ୍ଥା ସେହି ଓ୍ବାର୍ଡବାସିନ୍ଦାଙ୍କ ଦ୍ୱାରା ତଦାରଖ ହେଲେ ପରିମଳ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ। ଲୋକମାନେ ନିଜେ ସଚେତନ ହେବା ସହ ଅଞ୍ଚଳର ବିକାଶ କଥା ଚିନ୍ତା କରିବେ। ଏଣେ ତେଣେ ଅଳିଆ ପକା ନ ଗଲେ ଅନୁଗୋଳ ସହର ଚମକିବ।
-ସୁଶ୍ରୀସଙ୍ଗୀତା ମହାନ୍ତି, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?