ଆମ ଜିଲା ଖବର

ମଣ୍ଡିରୁ ଉଠୁନି ଧାନ, ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା

ବରଗଡ଼ ଅଫିସ,୨୯।୧: ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଢେଇ ମାସରୁ ଅଧିକ ସମୟ ବିତିଲାଣି। ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ। ଚାଷୀମାନେ ଧାନ ବିକ୍ରି କରି ନ ଥିବାବେଳେ ବିଭିନ୍ନ ମଣ୍ଡିକୁ ବନ୍ଦ କରି ଦିଆଯାଇଛି।…

ଏଆର୍‌ସିରେ ଅଗ୍ନିକାଣ୍ଡ

ଚୌଦ୍ୱାର,୨୯।୧(ଡି.ଏନ୍‌.ଏ.): ଚୌଦ୍ୱାର ଚାରବାଟିଆ ସ୍ଥିତ ଆଭିଏସନ ରିସର୍ଚ୍ଚ ସେଣ୍ଟର(ଏଆର୍‌ସି) ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅପରାହ୍ନ ୨ଟା ଠାରୁ ନିଆଁ ଲାଗିଥିବାବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବା ଜଣାପଡିଛି। କଟକ, ଚୌଦ୍ୱାର ଓ ଏଆର୍‌ସିର…

ସୁନାବେଶ ନୀତିରେ ୫ ଘଣ୍ଟା ବିଳମ୍ବ

ପୁରୀ ଅଫିସ,୨୯।୧: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ନୀତିକାନ୍ତିରେ ଗୁରୁବାର ୫ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିଳମ୍ବ ଘଟିଛି। ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ଏହି ବିଳମ୍ବ ହୋଇଥିବାବେଳେ ସହସ୍ରାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ପାଇବାରୁ ବଞ୍ଚିତ…

ସପ୍ତାହେ ହେଲା ବ୍ୟାଙ୍କରେ ତାଲା

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୨୯।୧(ଡି.ଏନ.ଏ.): ବାଲିଚନ୍ଦ୍ରପୁରସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କରେ ୨୨ ତାରିଖରୁ ତାଲାଝୁଲୁଛି। ବୁଧବାର ବାଲିଚନ୍ଦ୍ରପୁର ପୋଲିସ ଦର୍ପଣ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ତାଲା ଖୋଲିଥିଲାବେଳେ ପୁନଃର୍ବାର ସନ୍ଧ୍ୟାରେ କେତେଜଣ ବ୍ୟକ୍ତି ତାଲା ପକାଇ ଦେଇଛନ୍ତି। ଯାହାକୁ ନେଇ ଗ୍ରାହକ ନାହିଁ ନ…

ସମନ୍ବୟ ଅଭାବ, ପଛରେ ପଡ଼ିଛି ବିକାଶ

କେନ୍ଦ୍ରାପଡ଼ା ଅଫିସ,୨୯।୧: ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଇତିମଧ୍ୟରେ ୪ ବର୍ଷ ପୂରଣ ହୋଇଛି। ୨୦୨୨ରେ ଏହି ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ସଜବାଜ ଚାଲିଛି। ହେଲେ କେନ୍ଦ୍ରାପଡ଼ା ଜିଲାର କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ପୌର ନିର୍ବାଚନ ଦୀର୍ଘଦିନ ହେବ ବନ୍ଦ…

ଫାଇଲ ତଳେ ନୀଳମାଧବ ପୀଠକୁ ରୋପ୍‌ୱେ ବ୍ୟବସ୍ଥା

ଖଣ୍ଡପଡା,୨୯। ୧(ସ୍ବ.ପ୍ର.): ନୟାଗଡ଼ ଜିଲା କଣ୍ଟିଲୋ ଶ୍ରୀନୀଳମାଧବଙ୍କ ପୀଠକୁ ପ୍ରତିଦିନ ଶତାଧିକ ପର୍ଯ୍ୟଟକ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ବୟସାଧିକ୍ୟ ଓ ଭିନ୍ନକ୍ଷମ ଥିବାରୁ ପାହାଡ ଚଢ଼ି ମନ୍ଦିରକୁ ଯିବା କଷ୍ଟସାଧ୍ୟ ହୋଇଥାଏ। ଏଥିପାଇଁ ସେହି ପୀଠକୁ ଏକ ରୋପ୍‌ୱେ ନିର୍ମାଣ…

ଡକାୟତି ଯୋଜନା ବେଳେ ୭ ଗିରଫ

ପଟ୍ଟାମୁଣ୍ଡାଇ,୨୯। ୧(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହର ନିକଟ ତଥା କଟକ-ଚାନ୍ଦବାଲି ରାସ୍ତାର ତନୁପୁର ବ୍ରିଜ୍‌ ନିକଟରୁ ବୁଧବାର ରାତିରେ ପୋଲିସ ୭ ଡକାୟତଙ୍କୁ ଗିରଫ କରିଛି ା ସେମାନଙ୍କଠାରୁ କଟୁରି, ଛୁରି, ଭୁଜାଲି, ୯ ଏମ୍‌ଏମ୍‌ ପିସ୍ତଲ ଜବତ କରାଯାଇଛି।…

ଉଦ୍‌ଘାଟନ ହେଉଛି, କାମରେ ଲାଗୁନି

କଣ୍ଟାବାଞ୍ଜି, ୨୯। ୧(ଡି.ଏନ.ଏ.): ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଛି କୋଠା। ଉଦ୍‌ଘାଟନ ବି ହୋଇଛି ବିଧିବଦ୍ଧଭାବେ। ହେଲେ କୌଣସି ନା କାୌଣସି କାରଣରୁ ଏହି ସବୁ କୋଠା ବିଭାଗର କୌଣସି କାମରେ ଆସୁନାହିଁ। ପରିତ୍ୟକ୍ତ ହୋଇ…

ଡଙ୍କାରୀରୁ ପୁଣି କଳାପଥର ଚୋରି

ଯାଜପୁର ଅଫିସ,୨୯। ୧: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡରୁ ପୁଣି ବେଆଇନ କଳାପଥର ଚୋରି ହେଉଛି। ଏହି ମର୍ମରେ ଡଙ୍କାରୀ ରାଜସ୍ବ ନୀରିକ୍ଷକଙ୍କ ତଦନ୍ତ ରିପୋର୍ଟ ଆଧାରରେ ଧର୍ମଶାଳା ତହସିଲଦାର ୨୧ା୧୨ା୨୦ରେ ୩ ଜଣଙ୍କ ବିରୋଧରେ ତୁରନ୍ତ…

ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ

ପୁରୀ ଅଫିସ,୨୯।୧: ପୌଷ ପୂର୍ଣ୍ଣିମାରେ ଗୁରୁବାର ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ଓ ମହାପ୍ରଭୁଙ୍କର ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି। ଶ୍ରୀନଅରରେ ଶାସ୍ତ୍ରୀୟ ପୂଜା ଓ ପଞ୍ଚଦେବତା ପୂଜା ପରେ ଗଜପତି ମହାରାଜାଙ୍କୁ ଅଭିଷେକ କରାଯାଇଛି। ଷୋଳଶାସନ ବ୍ରାହ୍ମଣ ମହାରାଜଙ୍କୁ ନଡ଼ିଆ ଓ…

ଦାରିଙ୍ଗବାଡ଼ିରେ ଦିନରେ ଶୀତ, ରାତିରେ ନାହିଁ

ଦାରିଙ୍ଗବାଡ଼ି,୨୯।୧(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଓଡ଼ିଶାର କଶ୍ମୀର କୁହାଯାଉଥିବା ବେଳେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ତେବେ ଚଳିତବର୍ଷ ବହୁ ଦିନ ଧରି ବାରମ୍ବାର ପାଣିପାଗର ପରିବର୍ତ୍ତନ ଦେଖାଯିବା ସହ ଶୀତ ମାତ୍ର ହାତଗଣତି…

ମାଟିରେ ମିଶିଲା ୧୪୦ରୁ ଊର୍ଦ୍ଧ୍ୱ ଦୋକାନ

ଖୋର୍ଦ୍ଧା ଅଫିସ,୨୯।୧: ଖୋର୍ଦ୍ଧା ଜିଲା ଜଟଣୀ ଫ୍ଲାଏ ଓଭରବ୍ରିଜ ନିର୍ମାଣ ଲାଗି ଅଧିକ ଜମିର ଆବଶ୍ୟକତା ରହିଛି। ଏଥିଲାଗି ସୀତାରାମ ଛକର ୧୪୦ରୁ ଊର୍ଦ୍ଧ୍ୱ ଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି। ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଦୋକାନୀମାନେ ନିଜ ହାତରେ ନିଜ ଦୋକାନକୁ ଭାଙ୍ଗିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?