ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ଆଜି ଆସିବ ଆଜ୍ଞାମାଳ

ବ୍ରହ୍ମପୁର ଅଫିସ୍‌,୯।୪: ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନେଇ ଜିଲା ପ୍ରଶାସନ ଓ ଯାତ୍ରା ପରିଚାଳକଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବୁଧବାର ପ୍ରଶାସନ ଓ ଯାତ୍ରା ପରିଚାଳକଙ୍କ ମଧ୍ୟରେ ସମନ୍ବୟ ବୈଠକ ପରେ କୋଭିଡ୍‌ କଟକଣା ମଧ୍ୟରେ ଯାତ୍ରା ହେବା ନେଇ ନିଷ୍ପତ୍ତି ହୋଇଥିଲା। ଶୁକ୍ରବାର ରାତ୍ରି ୧୧ଟାରୁ ଯାତ୍ରା ପରିଚାଳକ ପି.ଦୁର୍ଗାପ୍ରସାଦ ଦେଶୀ ବେହେରା ତଥା ମା’ ଠାକୁରାଣୀଙ୍କ ବାପା ବୁଢ଼ୀ ଠାକୁରାଣୀ ମନ୍ଦିରରୁ ଆଜ୍ଞାମାଳ ପାଇବା ପାଇଁ ଯିବେ। ଆଜ୍ଞାମାଳ ପାଇବା ପରେ ଯାତ୍ରା ଆରମ୍ଭ ହେବେ। ତେବେ ଗୁରୁବାର ବ୍ରହ୍ମପୁର ଉପଜିଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଶୁକ୍ରବାର ସନ୍ଧ୍ୟା ୬ ଟାଠାରୁ ଶନିବାର ପୂର୍ବାହ୍ନ ୬ ଘଟିକା ଯାଏ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରଠାରୁ ଦେଶୀ ବେହେରା ସାହି ରାସ୍ତା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯିବ ବୋଲି ବଡ଼ ବଜାର ଥାନାଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି। ଏଥିସହ ଯାତ୍ରାସ୍ଥଳକୁ ବୃଦ୍ଧବୃଦ୍ଧା ଓ ଛୋଟ ଶିଶୁଙ୍କୁ ବାରଣ କରାଯାଇଛି। ଅନ୍ୟପଟେ ପ୍ରଶାସନର ଏଭଳି ନିଷ୍ପତ୍ତି ଉପରେ ପି.ଦୁର୍ଗାପ୍ରସାଦ ଦେଶୀ ବେହେରା ଅସନ୍ତୋଷ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଳିଆପକାକୁ ନେଇ ବିବାଦ: ଡ୍ରାଇଭରଙ୍କୁ ବାନ୍ଧିଲେ, ଗାଡ଼ି ଅଟକ ରଖିଲେ

ଅନୁଗୋଳ ଅଫିସ, ୧୨।୯- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ କଲୋନୀ ପଛପଟେ ପୌରପାଳିକା ଟ୍ରାକ୍ଟର ଅଳିଆ ପକାଇବାକୁ ନେଇ ବୁଧବାର ସୃଷ୍ଟି ହୋଇଥିଲା ବିବାଦ। କଲୋନୀବାସୀ...

ଗଣତି ପୂର୍ବର କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କଲେ ଏସ୍‌ଡିପିଓ

ଗଞ୍ଜାମ,୨୫।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଶନିବାର ପ୍ରତି ବ୍ଲକ ମୁଖ୍ୟାଳୟରେ ସକାଳ ୮ଟା ବେଳେ ଭୋଟ୍‌ ଗଣତି ଆରମ୍ଭ ହେବା। ଏ...

ରାଜ୍ୟ ସ୍ତରୀୟ ସିପାକଟାକ୍ରୋ ପ୍ରତିଯୋଗିତା: ମୟୂରଭଞ୍ଜ ବାଳିକା ଟିମ୍‌ ରନର୍ସଅପ୍‌

ବାରିପଦା ଅଫିସ,୧୨ା୧- ରାଜ୍ୟ ବିଦ୍ୟାଳୟ ସ୍ତରୀୟ ୧୭ ବର୍ଷରୁ କମ ବାଳିକା ଓ ବାଳକ ବର୍ଗର ସିପାକଟାକ୍ରୋ ପ୍ରତିଯୋଗିତା ଗତ ୯ ଓ ୧୦ ତାରିଖ...

ଆଶ୍ରମରେ ସନ୍ଥଙ୍କୁ ଗଳାକାଟି ହତ୍ୟା

ଅତାବିରା,୨୨।୨: ବରଗଡ଼ ଜିଲା ଅତାବିରା ଥାନା ଅଧୀନ ରେଙ୍ଗାଲି କ୍ୟାମ୍ପଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ମାତାଡ଼େରା ଶିବବାଳା ଯୋଗେଶ୍ୱରୀ ଦେବୀ ଆଶ୍ରମରେ ଜଣେ...

ବିଶୃଙ୍ଖଳିତ ଛାତ୍ରୀଛାତ୍ରଙ୍କ ବହିଷ୍କାର ଦାବିରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଘେରାଉ

ତିହିଡ଼ି,୬।୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧାସ୍ଥିତ ବିରଞ୍ଚି ନାରାୟଣ ମାଧବ ଅର୍ଜୁନ କଲେଜର ଛାତ୍ରୀଛାତ୍ର ଗୁରୁବାର ମଧ୍ୟାହ୍ନରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି।...

ଅଙ୍ଗନୱାଡି କର୍ମୀଙ୍କୁ ଦୁର୍ବ୍ୟବହାର, ଅଭିଯୁକ୍ତ ଗିରଫ

ଆସିକା,୬ା୪(ଡି.ଏନ୍‌.ଏ.): ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଡି. ସିଙ୍ଗିପୁର ଗ୍ରାମରେ ରବିବାର ସେହି ଗ୍ରାମର ଜଣେ ଅଙ୍ଗନୱାଡି କର୍ମୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗରେ...

ବେଆଇନ ବସ୍ତି ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ

କଟକ (କାର୍ତ୍ତିକ ସାହୁ)/ ପୁରୀ,୨୧ା୭(ଅଜିତ୍‌ ମହାନ୍ତି): ପୁରୀ ସହରର ବଳିଆପଣ୍ଡା ଅଞ୍ଚଳରେ ଥିବା ଡମ୍ପିଂୟାଡ୍‌ ଚତୁଃପାର୍ଶ୍ୱରୁ ବେଆଇନ ବସ୍ତି ସ୍ଥାନାନ୍ତର ପାଇଁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ...

ଥମିଯାଇଛି ସ୍ଥାନୀୟ ନିଯୁକ୍ତି, ଦୁର୍ନୀତି ପ୍ରସଙ୍ଗ

ଯାଜପୁର,୨୯ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ରାଜନୀତିରେ ବିରୋଧୀଙ୍କ ଭୂମିକା ଅତି ନଗଣ୍ୟ। ତୃଣମୂଳସ୍ତରରେ ବିରୋଧୀଙ୍କ ସଂଗଠନ ଅତି ଦୁର୍ବଳ ରହିଥିବାବେଳେ ସବୁଠି ପ୍ରାୟ ଫାଳ ଫାଳ।...

Advertisement
Archives

Model This Week