୫ ବର୍ଷ ହେଲା ଘରେ ବନ୍ଦୀ ବିଷ୍ଣୁପ୍ରସାଦ

କୋଣାର୍କ,୯।୪(ଡି.ଏନ୍‌.ଏ.): ଗୋଟିଏ ଘର ଭିତରେ ୫ବର୍ଷ ହେଲା ବନ୍ଦୀ ଜୀବନ କାଟୁଛନ୍ତି ବିଷ୍ନୁପ୍ରସାଦ ବେହେରା। ନା ହସଖୁସି ନା ଖୋଲା ଜୀବନ। ମାନସିକ ବିକାରଗ୍ରସ୍ତ ଯୋଗୁ ପରିବାର ଲୋକ ତାଙ୍କୁ ଗୋଟିଏ କୋଠରି ଭିତରେ ବନ୍ଦ କରି ରଖିଛନ୍ତି। କୋଣାର୍କ ଥାନାନ୍ତର୍ଗତ ନଳକଣ ଗ୍ରାମର ଗଙ୍ଗାଧର ବେହେରାଙ୍କ ପୁଅ ବିଷ୍ଣୁ(୪୦ବର୍ଷ)ମାନସିକ ଭାବେ ବିକାର ଗ୍ରସ୍ତ। ରୋଗ ବିଷୟରେ ଜଣାପଡିବା ପରେ ତାଙ୍କ ବାପା ବିଷ୍ଣୁଙ୍କ ଚିକିତ୍ସା ପାଇଁ କଟକ ବଡ ମେଡିକାଲ ନେଇଥିଲେ। ଡାକ୍ତର ତାଙ୍କୁ ଔଷଧ ଦେଇ ଘରକୁ ଫେରାଇ ଦେଇଥିଲେ। ଘରେ ରହି ବିଷ୍ଣୁଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା। ବିଷ୍ଣୁ କିଛି ଦିନ ଔଷଧ ଖାଇବା ପରେ ପରେ ଆଉ ଖାଇ ନ ଥିଲେ। ଫଳରେ ଧୀରେ ଧୀରେ ମାନସିକ ହରାଇବା ସହ ଘର ଭିତର ଆସବାବପତ୍ର ଫିଙ୍ଗା ଫୋପଡ଼ା କରି ସମସ୍ତଙ୍କୁ ମାରଧର କରିଥିଲେ। ପୁଅର ଏଭଳି ଅବସ୍ଥା ଦେଖି ପରିବାର ଲୋକେ ବହୁତ ଭାଙ୍ଗି ପଡ଼ିଥିଲେ। କିଛିଦିନ ପରେ ବିଷ୍ଣୁ ଘରୁ ବାହାରି କୋଣାର୍କ-ପୁରୀ ବେଳାମାର୍ଗ ଗରୁଡ଼େଶ୍ୱର ମନ୍ଦିର ନିକଟରେ ରହିଥିଲେ। ସେଠାରେ କିଛି ବର୍ଷ ରହି ପୁଣି ପୂର୍ବଭଳି ବ୍ୟବହାର କଲେ। ବିଷ୍ଣୁଙ୍କ ଏଭଳି ଆଚରଣରେ ମନ୍ଦିର ସେବାୟତମାନେ ତାଙ୍କୁ ଘରେ ଛାଡ଼ି ଦେଇଗଲେ। ସେହିଦିନଠାରୁ ପୁଅକୁ ପରିବାର ଲୋକେ ଘର ଭିତରେ ବନ୍ଦ କରି ରଖିଲେ। ଖାଇବା ସମୟ ହେଲେ ଝରକା ପାଖରେ ଖାଇବାକୁ ଦିଆଯାଏ। ଘର ଭିତରେ ଗୋଟିଏ ଖଟିଆ ପଡିଛି। ଖାଇବାଠାରୁ ଆରମ୍ଭ କରି ନିତ୍ୟକର୍ମ ସବୁ ସେଇ ଗୋଟିଏ ଘର ଭିତରେ। ଏ ସମ୍ପର୍କରେ ବିଷ୍ଣୁଙ୍କ ବାପା ଓ ମା କୁହନ୍ତି, ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାରୁ ଆମେ ନିରୁପାୟ। ପୁଅର ନିଜର ନିୟନ୍ତ୍ରଣ ସ୍ଥିତି ହରାଇଥିବାରୁ ଆମେ ବାଧ୍ୟ ହୋଇ ତାକୁ ଗୋଟିଏ ଘର ଭିତରେ ବନ୍ଦ କରି ରଖିଛୁ। ଯଦି କୌଣସି ସ୍ବେଚ୍ଛାସେବୀ ସଂଗଠନ କିମ୍ବା ସରକାରଙ୍କ ପକ୍ଷରୁ ସହାୟତା ମିଳେ, ତେବେ ପୁଅର ଅବସ୍ଥା ଭଲ ହୋଇପାରେ ବୋଲି ମାବାପା ଆଶାବାଦୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri