୫ ବର୍ଷ ହେଲା ଘରେ ବନ୍ଦୀ ବିଷ୍ଣୁପ୍ରସାଦ

କୋଣାର୍କ,୯।୪(ଡି.ଏନ୍‌.ଏ.): ଗୋଟିଏ ଘର ଭିତରେ ୫ବର୍ଷ ହେଲା ବନ୍ଦୀ ଜୀବନ କାଟୁଛନ୍ତି ବିଷ୍ନୁପ୍ରସାଦ ବେହେରା। ନା ହସଖୁସି ନା ଖୋଲା ଜୀବନ। ମାନସିକ ବିକାରଗ୍ରସ୍ତ ଯୋଗୁ ପରିବାର ଲୋକ ତାଙ୍କୁ ଗୋଟିଏ କୋଠରି ଭିତରେ ବନ୍ଦ କରି ରଖିଛନ୍ତି। କୋଣାର୍କ ଥାନାନ୍ତର୍ଗତ ନଳକଣ ଗ୍ରାମର ଗଙ୍ଗାଧର ବେହେରାଙ୍କ ପୁଅ ବିଷ୍ଣୁ(୪୦ବର୍ଷ)ମାନସିକ ଭାବେ ବିକାର ଗ୍ରସ୍ତ। ରୋଗ ବିଷୟରେ ଜଣାପଡିବା ପରେ ତାଙ୍କ ବାପା ବିଷ୍ଣୁଙ୍କ ଚିକିତ୍ସା ପାଇଁ କଟକ ବଡ ମେଡିକାଲ ନେଇଥିଲେ। ଡାକ୍ତର ତାଙ୍କୁ ଔଷଧ ଦେଇ ଘରକୁ ଫେରାଇ ଦେଇଥିଲେ। ଘରେ ରହି ବିଷ୍ଣୁଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା। ବିଷ୍ଣୁ କିଛି ଦିନ ଔଷଧ ଖାଇବା ପରେ ପରେ ଆଉ ଖାଇ ନ ଥିଲେ। ଫଳରେ ଧୀରେ ଧୀରେ ମାନସିକ ହରାଇବା ସହ ଘର ଭିତର ଆସବାବପତ୍ର ଫିଙ୍ଗା ଫୋପଡ଼ା କରି ସମସ୍ତଙ୍କୁ ମାରଧର କରିଥିଲେ। ପୁଅର ଏଭଳି ଅବସ୍ଥା ଦେଖି ପରିବାର ଲୋକେ ବହୁତ ଭାଙ୍ଗି ପଡ଼ିଥିଲେ। କିଛିଦିନ ପରେ ବିଷ୍ଣୁ ଘରୁ ବାହାରି କୋଣାର୍କ-ପୁରୀ ବେଳାମାର୍ଗ ଗରୁଡ଼େଶ୍ୱର ମନ୍ଦିର ନିକଟରେ ରହିଥିଲେ। ସେଠାରେ କିଛି ବର୍ଷ ରହି ପୁଣି ପୂର୍ବଭଳି ବ୍ୟବହାର କଲେ। ବିଷ୍ଣୁଙ୍କ ଏଭଳି ଆଚରଣରେ ମନ୍ଦିର ସେବାୟତମାନେ ତାଙ୍କୁ ଘରେ ଛାଡ଼ି ଦେଇଗଲେ। ସେହିଦିନଠାରୁ ପୁଅକୁ ପରିବାର ଲୋକେ ଘର ଭିତରେ ବନ୍ଦ କରି ରଖିଲେ। ଖାଇବା ସମୟ ହେଲେ ଝରକା ପାଖରେ ଖାଇବାକୁ ଦିଆଯାଏ। ଘର ଭିତରେ ଗୋଟିଏ ଖଟିଆ ପଡିଛି। ଖାଇବାଠାରୁ ଆରମ୍ଭ କରି ନିତ୍ୟକର୍ମ ସବୁ ସେଇ ଗୋଟିଏ ଘର ଭିତରେ। ଏ ସମ୍ପର୍କରେ ବିଷ୍ଣୁଙ୍କ ବାପା ଓ ମା କୁହନ୍ତି, ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାରୁ ଆମେ ନିରୁପାୟ। ପୁଅର ନିଜର ନିୟନ୍ତ୍ରଣ ସ୍ଥିତି ହରାଇଥିବାରୁ ଆମେ ବାଧ୍ୟ ହୋଇ ତାକୁ ଗୋଟିଏ ଘର ଭିତରେ ବନ୍ଦ କରି ରଖିଛୁ। ଯଦି କୌଣସି ସ୍ବେଚ୍ଛାସେବୀ ସଂଗଠନ କିମ୍ବା ସରକାରଙ୍କ ପକ୍ଷରୁ ସହାୟତା ମିଳେ, ତେବେ ପୁଅର ଅବସ୍ଥା ଭଲ ହୋଇପାରେ ବୋଲି ମାବାପା ଆଶାବାଦୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri