ନଳକୂପ, ଜଳଯୋଗାଣ ପ୍ରକଳ୍ପ ଅଚଳ

କୃଷ୍ଣପ୍ରସାଦ,୯।୪(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ରାମଲଙ୍କା ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କେବଳ କାଗଜକଲମରେ ଚାଲିଥିବା କୁମାରପୁର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ, ଚିଲିକା ଉପାନ୍ତ ଅଞ୍ଚଳ କୁମାରପୁର ଗାଁରେ ମଧୁର ଜଳ ସାତସପନ ହୋଇଛି। ଚିଲିକା କୂଳରେ କୁମାରପୁର ଗାଁର ୩ ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ଚିଲିକା କୂଳ ଯୋଗୁ କୂଅ, ନଳକୂପ ଖୋଲିଲେ କେବଳ ଲୁଣି ପାଣି ବାହାରୁଛି। ଏଠାରେ ପ୍ରଶାସନ ପକ୍ଷରୁ ଖୋଳାଯାଇଥିବା ନଳକୂପ ଦୀର୍ଘଦିନ ଧରି ଅଚଳ ହୋଇପଡ଼ିଛି। ବାରମ୍ବାର ଦାବି ପରେ ଗ୍ରାମ୍ୟ ପରିମଳ ଓ ଜଳ ଯୋଗାଣ ବିଭାଗ ପକ୍ଷରୁ କୁମାରପୁରରେ ପାନୀୟଜଳ ଯୋଗାଣ ପାଇଁ ପାଇପ୍‌ ବିଛାଯାଇଥିଲା। ପରେ ଷ୍ଟାଣ୍ଡପୋଷ୍ଟ ବସିଲା। ଏଥିରୁ ପାଣି ମଧ୍ୟ ବାହାରିଲା। ଫଳରେ ଜଳକଷ୍ଟ ଦୂର ହେଲା ଭାବି ଲୋକେ ଖୁସି ହେଲେ। ମାତ୍ର ୧ମାସ ପରେ ଧୀରେ ଧୀରେ ପାଣି ବାହାରିବା ବନ୍ଦ ହୋଇଗଲା। ପ୍ରାୟ ୧ ବର୍ଷ ଧରି ପାଇପ୍‌ ପାଣି ସ୍ବପ୍ନ ପାଲଟିଛି। ଗାଁକୁ ଆଉ ପାଣି ଯୋଗାଣ ହେଉନାହିଁ। ଓ୍ବାର୍ଡମେମ୍ବରଙ୍କଠାରୁ ବିଡିଓଙ୍କ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ ନିରାଶ ହେବାକୁ ପଡ଼ିଲା। ତେଣୁ ଗାଁରେ ଥିବା ଏକ କୂଅରୁ ଅପରିଷ୍କାର ପାଣି ପିଉଛୁ ବୋଲି ଗ୍ରାମ ସଭାପତି ମୋଚିରାମ ବେହେରା କହିଛନ୍ତି। ଦୁଃଖୀ ବେହେରା, ପଦ୍ମାବତୀ ବେହେରା, ମଙ୍ଗୁଳି ଦାସ, ଜମୁ ବେହେରା, ଜାନକୀ ଦାସ, ଅର୍ଜୁନ ବେହେରା ଏବଂ ରାଜେଶ ବେହେରା କହିଛନ୍ତି, ଆମେ କ’ଣ ସରକାରଙ୍କ ସାବତ ସନ୍ତାନ କି? ଆମ କ୍ଷେତ୍ରରେ କାହିଁକି ଏଭଳି ପାତରଅନ୍ତର କରାଯାଉଛି। ସେହିପରି ରମାମଣି ବେହେରା, ରୀନା ଦାସ, ଆରତି ବେହେରା ଓ ଗାନ୍ଧୀ ବେହେରା କହିଛନ୍ତି, ଆମ ଗାଁକୁ ପିଇବା ପାଣିର ବ୍ୟବସ୍ଥା କରା ନ ଗଲେ ଆମେ ଗରା, ବାଲ୍‌ଟିି ନେଇ ରାଜରାସ୍ତାରେ ବସିବୁ। ଅନ୍ୟପକ୍ଷରେ ପାଣି ସମସ୍ୟାର ସମାଧାନ ଖୁବଶୀଘ୍ର କରାଯିବ ବୋଲି ରାମଲଙ୍କା ସରପଞ୍ଚ ଗୋବିନ୍ଦ ଚନ୍ଦ୍ର ପ୍ରଧାନ କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ବିପିନ ମଙ୍ଗରାଜ କହିଛନ୍ତି, କୁମାରପୁର ଗାଁରେ ପାଣିପାଇପ ଭାଙ୍ଗିପଡ଼ିଛି। ଅର୍ଥ ଅଭାବରୁ ମରାମତି ହୋଇପାରୁନାହିଁ। ତେବେ ଏ ଦିଗରେ ଶୀଘ୍ର ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri