ଯମେଶ୍ୱର ମନ୍ଦିର ଅବହେଳିତ

ପୁରୀ ଅଫିସ,୯।୪: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହିସାବକିତାବ ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନ ବୁଝିଥାଏ। ଅର୍ଥାତ ପ୍ରତିବର୍ଷ ଶ୍ରୀମନ୍ଦିର ପ୍ରଶାସନ ବଜେଟ୍‌ ଉପସ୍ଥାପନ କରି ଆୟବ୍ୟୟ ଦର୍ଶାଇଥାଏ। ସେହିଭଳି ପରମ୍ପରା ଅନୁଯାୟୀ, ପ୍ରଭୁ ଯମେଶ୍ୱର ହେଉଛନ୍ତି ଶ୍ରୀମନ୍ଦିରର ହିସାବ ରକ୍ଷକ। ସେ ବର୍ଷକୁ ଥରେ ମହାପ୍ରଭୁଙ୍କୁ ସମସ୍ତ ହିସାବ ଦିଅନ୍ତି। ପ୍ରଭୁ ଲୋକନାଥ ଯେପରି ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ, ସେହିଭଳି ପ୍ରଭୁ ଯମେଶ୍ୱର ହିସାବ ରକ୍ଷକ ବୋଲି କେଉଁ ଅନାଦି କାଳରୁ ପରମ୍ପରା ଚାଲି ଆସିଛି। ପ୍ରଭୁ ଯମେଶ୍ୱରଙ୍କ ପ୍ରତିନିଧିତ୍ୱ କରି ସେବାୟତମାନେ ମହାପ୍ରଭୁଙ୍କ ପାଖରେ ବର୍ଷକୁ ଥରେ ଉତ୍ସବ ଓ ନୀତିକାନ୍ତି ସମ୍ପର୍କରେ ବିବରଣୀ ରଖିଥାନ୍ତି। ଜଗନ୍ନାଥ ପରମ୍ପରାରେ ପ୍ରଭୁ ଯମେଶ୍ୱରଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ତାଙ୍କ ମନ୍ଦିର ପ୍ରତି ପ୍ରଶାସନିକ ଅବହେଳା କରାଯାଉଛି। ଏହି ମନ୍ଦିରର ବିକାଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଜିଲା ପ୍ରଶାସନ ପଦକ୍ଷେପ ନେଉନାହିଁ। ପୁରୀ ଜିଲା ବ୍ରହ୍ମଗିରିର ଦଣ୍ଡୁଆସିପଡ଼ା ଗ୍ରାମରେ ପ୍ରଭୁ ଯମେଶ୍ୱରଙ୍କ ଜମି ରହିଛି। ଏହାକୁ ଭୋଗ କରୁଥିବା ଗ୍ରାମବାସୀ ଦିନକୁ ମାତ୍ର ୧କିଲୋ ଚାଉଳ ଯମେଶ୍ୱର ମନ୍ଦିରକୁ ଦେଇଥାନ୍ତି। ପ୍ରଭୁ ଯମେଶ୍ୱରଙ୍କ ଜମାଖାତାରେ ୧ ଲକ୍ଷ ୨୦ ହଜାର ଟଙ୍କା ଥିବାବେଳେ ଏଥିରୁ ମିଳୁଥିବା ମାସିକ ୭୫୦ ଟଙ୍କା ସୁଧରେ ନୀତିକାନ୍ତି ହୋଇଥାଏ। ଓଡ଼ିଶା ଐତିହ୍ୟ ସଂରକ୍ଷଣ ପରିଷଦ ସଭାପତି ବିଭୁପ୍ରସାଦ ତ୍ରିପାଠୀ ଶ୍ରୀଜଗନ୍ନାଥ ଉପାସନାରେ ପଞ୍ଚ ଶିବଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି। ଶ୍ରୀମନ୍ଦିରରେ ହରିହର ଭେଟ ପରମ୍ପରା ହେଉଛି ଶିବ ଉପାସକ ଓ ବିଷ୍ଣୁ ଉପାସକଙ୍କ ପାଇଁ ଏକତାର ବାର୍ତ୍ତା ବୋଲି ଐତିହ୍ୟ ବିଶାରଦ ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି। ଯମେଶ୍ୱର ଜ୍ୟେଷ୍ଠ ଭାବେ ପୂଜ୍ୟ। ଯମେଶ୍ୱର ମନ୍ଦିର ପୁରୀର ଏକମାତ୍ର ମନ୍ଦିର ଯେଉଁଠାରେ ଦତ୍ତାତ୍ରେୟଙ୍କ ବିଗ୍ରହ ରହିଛି। ଦତ୍ତାତ୍ରେୟ ଶ୍ରୀ ମନ୍ତ୍ରର ଦ୍ରଷ୍ଟା। ଶ୍ରୀଉପାସନାର ପ୍ରଚାର ପ୍ରସାର ପାଇଁ ମହର୍ଷି କଣ୍ଡୁ ନିଜ ଶିଷ୍ୟ ପର୍ଶୁରାମଙ୍କୁ ଆଦେଶ ଦେଇଥିଲେ। ସେବେଠାରୁ ଶ୍ରୀଉପାସନାର କ୍ଷେତ୍ର ଭାବେ ଶ୍ରୀକ୍ଷେତ୍ର ଓ ଶ୍ରୀ ଉପାସନାର ମନ୍ଦିର ଭାବେ ଶ୍ରୀମନ୍ଦିର ବିଶ୍ୱବିଦିତ। ଶ୍ରୀରାମଚନ୍ଦ୍ରଙ୍କ ସହ ଯମେଶ୍ୱର ମନ୍ଦିରର ସମ୍ପର୍କ ଏଠାରେ ଦେଖିବାକୁ ମିଳେ। ଶ୍ରୀମନ୍ଦିର ଭୋଗମଣ୍ଡପର ବାମପଟେ ଶ୍ରୀରାମଚନ୍ଦ୍ର ଓ ଦେବୀ ସୀତାଙ୍କ ପଥର ବିଗ୍ରହ ପୂଜା ପାଉଛନ୍ତି। ବୃଷଭଙ୍କ ସହ ଗରୁଡ଼ ଏକତ୍ର ସ୍ଥାନ ପାଇଛନ୍ତି। ବେଢ଼ାରେ ଶ୍ରୀରାମଙ୍କ ପାଦପଦ୍ମ ପୂଜିତ ହେଉଛନ୍ତି। ଉତ୍ତର ରାମାୟଣରେ ବର୍ଣ୍ଣିତ ଥିବା ଘଟଣା ସହ ଏହା ସମ୍ପର୍କିତ ଥିବା ଭଳି ମନେ ହୁଏ। ଏସବୁ ଦୃଷ୍ଟିରୁ ଐତିହ୍ୟସମ୍ପନ୍ନ ଯମେଶ୍ୱର ମନ୍ଦିରର ସଂରକ୍ଷଣ ଓ ବିକାଶ ଜରୁରୀ ହୋଇପଡ଼ିଛି ବୋଲି ଐତିହ୍ୟ ବିଶାରଦ ସୁରେନ୍ଦ୍ର କୁମାର ମିଶ୍ର ଏବଂ ପରିଷଦ ସଭାପତି ବିଭୁ ପ୍ରସାଦ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି। ସରକାରୀ ଅନୁଦାନ ଯୋଗାଇଦେବା ସହ ମନ୍ଦିର ବିକାଶ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି। ତେବେ ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri