ପଥର ପ୍ୟାକିଂ କାର୍ଯ୍ୟ ନିମ୍ନମାନର

ନାଉଗାଁ,୯।୪(ସ୍ବ.ପ୍ର.): ନାଉଗାଁ ବ୍ଲକରେ ପ୍ରବାହିତ ଦେବୀ ନଦୀର ଦୁର୍ବଳ ସ୍ଥାନକୁ ପ୍ରଶସାନ ପକ୍ଷରୁ ଚିହ୍ନଟ କରାଯାଇ ପଥର ପ୍ୟାକିଂ କରାଯାଉଛି। ଏଥିସହ ନଦୀବନ୍ଧ ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି। ଜଳ ସମ୍ପଦ ବିଭାଗ ଅଧୀନରେ ଚାଲିଥିବା ଏହି କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି।
ଏହି ବ୍ଲକ ଅଧୀନ ଶିଖର ପଞ୍ଚାୟତର ବିଲିପଡ଼ାଠାରୁ ପୁରୀ ଜିଲା କାକଟପୁର ବ୍ଲକ ଭଣ୍ଡିସାହିର ମୁତୁଣିଆ ପର୍ଯ୍ୟନ୍ତ ରହିଥିବା ନଦୀବନ୍ଧ ଅଲଣାହାଟ ଜଳ ସମ୍ପଦ ବିଭାଗ ଅଧୀନରେ ରହିଛି। ସେହିପରି ବିଲିପଡ଼ାଠାରୁ ଗଜରାଜପୁର ପଞ୍ଚାୟତର ତୁମ୍ବେଶ୍ୱର ପର୍ଯ୍ୟନ୍ତ ବନ୍ଧ ଆଳିପିଙ୍ଗଳ ଜଳ ସମ୍ପଦ ବିଭାଗ ଅଧୀନରେ ରହିଛି। ତୁମ୍ବେଶ୍ୱରଠାରୁ ମୁତୁଣିଆ ପର୍ଯ୍ୟନ୍ତ ଥିବା ନଦୀବନ୍ଧର ୧୫ରୁ ଊର୍ଦ୍ଧ୍ୱ ସ୍ଥାନରେ ପଥର ପ୍ୟାକିଂ କରାଯାଇଛି। ତେବେ ବନ୍ଧରେ ଯେଉଁ ସାଇଜର ପଥର ପକାଯିବା କଥା ତା’ଠାରୁ ଛୋଟ ପଥର ପକାଯାଇଛି। ସେହିପରି ମାଟି ଖୋଳା ନ ଯାଇ ପଥରକୁ ବନ୍ଧ ଉପରେ ରଖାଯାଇଛି। ଫଳରେ ପ୍ରବଳ ବର୍ଷା ହେଲେ ପଥର ଖସି ନଦୀ ମଧ୍ୟରେ ପଡ଼ିଯିବାର ଆଶଙ୍କା ରହିଛି। ସେହିପରି ପ୍ରଶସ୍ତୀକରଣ କାର୍ଯ୍ୟ ନିମନ୍ତେ ଅନେକ ସ୍ଥାନରେ ବନ୍ଧ ନିକଟରୁ ମାଟି ଖୋଳାଯାଇ ତାଉପରେ ପକାଯାଇଛି। କେତେକ ସ୍ଥାନରେ କେବଳ ବନ୍ଧ ଦୁଇ ପାର୍ଶ୍ୱ କୁ ସଫାକରି ନାମକୁ ମାତ୍ର ପ୍ରଶସ୍ତୀକରଣ କାର୍ଯ୍ୟ କରାଯାଉଛି। ଲକ୍ଷାଧିକ ଟଙ୍କାର ଏହି କାର୍ଯ୍ୟ ଚାଲୁ ରହିଥିବା ବେଳେ ଗୋଟିଏ କିମ୍ବା ୨ଟି ସ୍ଥାନକୁ ଛାଡ଼ିିଦେଲେ ଅନ୍ୟ କେଉଁଠି ସୂଚନାଫଳକ ଦେଖିବାକୁ ମିଳିନାହିଁ। ଯାହା ଫଳରେ କାର୍ଯ୍ୟର ସବିଶେଷ ବିବରଣୀ ବିଷୟରେ ଜନସାଧାରଣ ଅବଗତ ହୋଇପାରୁନାହାନ୍ତି। କାର୍ଯ୍ୟ ସମୟରେ ବିଭାଗୀୟ ଯନ୍ତ୍ରୀ ଅନୁପସ୍ଥିତ ରହୁଥିବା ବେଳେ ଠିକାଦାର ମନଇଚ୍ଛା କାର୍ଯ୍ୟ କରୁଛି। ବନ୍ୟାରୁ ନଦୀବନ୍ଧକୁ ସୁରକ୍ଷା ଦେବା ପାଇଁ ଏସବୁ କାର୍ଯ୍ୟ କରାଯାଉଥିବା ବେଳେ ନିମ୍ନମାନର କାର୍ଯ୍ୟ ଯୋଗୁ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଫକୀର ଚରଣ ସେଠ କୁହନ୍ତି, ନଦୀ ବନ୍ଧ କାର୍ଯ୍ୟ ବିଭାଗୀୟ ଯନ୍ତ୍ରୀଙ୍କ ଦ୍ୱାରା ତଦାରଖ କରାଯାଉଛି। ଯେଉଁଠାରେ ସୂଚନା ଫଳକ ଲାଗିନାହିଁ,ସେଠାରେ ଖୁବ୍‌ଶୀଘ୍ର ଏହାକୁ ଲଗାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?