ପଥର ପ୍ୟାକିଂ କାର୍ଯ୍ୟ ନିମ୍ନମାନର

ନାଉଗାଁ,୯।୪(ସ୍ବ.ପ୍ର.): ନାଉଗାଁ ବ୍ଲକରେ ପ୍ରବାହିତ ଦେବୀ ନଦୀର ଦୁର୍ବଳ ସ୍ଥାନକୁ ପ୍ରଶସାନ ପକ୍ଷରୁ ଚିହ୍ନଟ କରାଯାଇ ପଥର ପ୍ୟାକିଂ କରାଯାଉଛି। ଏଥିସହ ନଦୀବନ୍ଧ ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି। ଜଳ ସମ୍ପଦ ବିଭାଗ ଅଧୀନରେ ଚାଲିଥିବା ଏହି କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି।
ଏହି ବ୍ଲକ ଅଧୀନ ଶିଖର ପଞ୍ଚାୟତର ବିଲିପଡ଼ାଠାରୁ ପୁରୀ ଜିଲା କାକଟପୁର ବ୍ଲକ ଭଣ୍ଡିସାହିର ମୁତୁଣିଆ ପର୍ଯ୍ୟନ୍ତ ରହିଥିବା ନଦୀବନ୍ଧ ଅଲଣାହାଟ ଜଳ ସମ୍ପଦ ବିଭାଗ ଅଧୀନରେ ରହିଛି। ସେହିପରି ବିଲିପଡ଼ାଠାରୁ ଗଜରାଜପୁର ପଞ୍ଚାୟତର ତୁମ୍ବେଶ୍ୱର ପର୍ଯ୍ୟନ୍ତ ବନ୍ଧ ଆଳିପିଙ୍ଗଳ ଜଳ ସମ୍ପଦ ବିଭାଗ ଅଧୀନରେ ରହିଛି। ତୁମ୍ବେଶ୍ୱରଠାରୁ ମୁତୁଣିଆ ପର୍ଯ୍ୟନ୍ତ ଥିବା ନଦୀବନ୍ଧର ୧୫ରୁ ଊର୍ଦ୍ଧ୍ୱ ସ୍ଥାନରେ ପଥର ପ୍ୟାକିଂ କରାଯାଇଛି। ତେବେ ବନ୍ଧରେ ଯେଉଁ ସାଇଜର ପଥର ପକାଯିବା କଥା ତା’ଠାରୁ ଛୋଟ ପଥର ପକାଯାଇଛି। ସେହିପରି ମାଟି ଖୋଳା ନ ଯାଇ ପଥରକୁ ବନ୍ଧ ଉପରେ ରଖାଯାଇଛି। ଫଳରେ ପ୍ରବଳ ବର୍ଷା ହେଲେ ପଥର ଖସି ନଦୀ ମଧ୍ୟରେ ପଡ଼ିଯିବାର ଆଶଙ୍କା ରହିଛି। ସେହିପରି ପ୍ରଶସ୍ତୀକରଣ କାର୍ଯ୍ୟ ନିମନ୍ତେ ଅନେକ ସ୍ଥାନରେ ବନ୍ଧ ନିକଟରୁ ମାଟି ଖୋଳାଯାଇ ତାଉପରେ ପକାଯାଇଛି। କେତେକ ସ୍ଥାନରେ କେବଳ ବନ୍ଧ ଦୁଇ ପାର୍ଶ୍ୱ କୁ ସଫାକରି ନାମକୁ ମାତ୍ର ପ୍ରଶସ୍ତୀକରଣ କାର୍ଯ୍ୟ କରାଯାଉଛି। ଲକ୍ଷାଧିକ ଟଙ୍କାର ଏହି କାର୍ଯ୍ୟ ଚାଲୁ ରହିଥିବା ବେଳେ ଗୋଟିଏ କିମ୍ବା ୨ଟି ସ୍ଥାନକୁ ଛାଡ଼ିିଦେଲେ ଅନ୍ୟ କେଉଁଠି ସୂଚନାଫଳକ ଦେଖିବାକୁ ମିଳିନାହିଁ। ଯାହା ଫଳରେ କାର୍ଯ୍ୟର ସବିଶେଷ ବିବରଣୀ ବିଷୟରେ ଜନସାଧାରଣ ଅବଗତ ହୋଇପାରୁନାହାନ୍ତି। କାର୍ଯ୍ୟ ସମୟରେ ବିଭାଗୀୟ ଯନ୍ତ୍ରୀ ଅନୁପସ୍ଥିତ ରହୁଥିବା ବେଳେ ଠିକାଦାର ମନଇଚ୍ଛା କାର୍ଯ୍ୟ କରୁଛି। ବନ୍ୟାରୁ ନଦୀବନ୍ଧକୁ ସୁରକ୍ଷା ଦେବା ପାଇଁ ଏସବୁ କାର୍ଯ୍ୟ କରାଯାଉଥିବା ବେଳେ ନିମ୍ନମାନର କାର୍ଯ୍ୟ ଯୋଗୁ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଫକୀର ଚରଣ ସେଠ କୁହନ୍ତି, ନଦୀ ବନ୍ଧ କାର୍ଯ୍ୟ ବିଭାଗୀୟ ଯନ୍ତ୍ରୀଙ୍କ ଦ୍ୱାରା ତଦାରଖ କରାଯାଉଛି। ଯେଉଁଠାରେ ସୂଚନା ଫଳକ ଲାଗିନାହିଁ,ସେଠାରେ ଖୁବ୍‌ଶୀଘ୍ର ଏହାକୁ ଲଗାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri