ବିବାହର ଘଣ୍ଟାଏ ପୂର୍ବରୁ କନ୍ୟା ଫେରାର: ଅନ୍ୟତ୍ର ବିବାହ କରି ଘରକୁ ଫେରିଲେ ବର

ଗୋପ,୯।୪(ଡି.ଏନ୍‌.ଏ.): ବିବାହ କରି ନୂଆ ସଂସାର ଗଢ଼ିବାକୁ ଆଶା ରଖିଥିଲେ ବର। ଏଥିପାଇଁ ସବୁପ୍ରକାର ନୀତି କାର୍ଯ୍ୟ ସାରି ବର ସଜେଇ ହୋଇ ମଣ୍ଡପକୁ ଆସିଥିଲେ। ହେଲେ ବିବାହ ପାଇଁ କନ୍ୟାକୁ ଖୋଜା ପଡ଼ିଥିବାବେଳେ ମୁହୂର୍ତ୍ତର ଠିକ୍‌ ଘଣ୍ଟାଏ ପୂର୍ବରୁ କନ୍ୟା ଫେରାର ହୋଇଯାଇଥିବା ଶୁଣିଥିଲେ। ଏହି କଥା ଶୁଣି ବରପକ୍ଷ ଘରର ସମସ୍ତେ ଆଶ୍ଚର୍ଯ୍ୟ ହୋଇ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ। ଶେଷରେ ବର ଅନ୍ୟତ୍ର ଏକ ଝିଅକୁ ବିବାହ କରି ଘରକୁ ଫେରିଛି। ଏଭଳି ଅସ୍ବାଭାବିକ ଘଟଣା ପୁରୀ ଜିଲା ଗୋପ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଏହି ଥାନା ଅଧୀନ ବେଣୀପୁର ଗ୍ରାମର ଜଣେ ଯୁବକଙ୍କ ବିବାହ କଟକ ଜିଲା ଅନ୍ତର୍ଗତ ଅଡଶପୁର ନିକଟସ୍ଥ ଏକ ଗ୍ରାମରେ ହେବାକୁ ସ୍ଥିର ହୋଇଥିଲା। ବିବାହ ତାରିଖ ଧାର୍ଯ୍ୟ ହେବା ପରେ ବୁଧବାର ସକାଳ ୭ଟା ବେଳେ ଯୁବକ ଜଣଙ୍କ ବାଡ଼ୁଅ ପାଣିରେ ଗାଧୋଇ ନୀତିରୀତି ଅନୁସାରେ ପରିବାର ସହ ବରବେଶ ସାଜି ବିବାହ ପାଇଁ ଯାଇଥିଲେ। ପୂର୍ବ ନିଷ୍ପତ୍ତି ଅନୁସାରେ ଅଡ଼ଶପୁର ନିକଟସ୍ଥ ଏକ ମନ୍ଦିରରେ ବିବାହ ହେବାର ଥିବାରୁ ବର ସହିତ ପରିବାର ବର୍ଗ ମଧ୍ୟ ସେଠାରେ ପହଞ୍ଚି ଥିଲେ। ମାତ୍ର ବିବାହ ହେବାର ଥିବା ମନ୍ଦିର ନିକଟରେ କନ୍ୟା ପକ୍ଷର କେହି ନ ଥିବାରୁ ବରପକ୍ଷଙ୍କ ସନ୍ଦେହ ହୋଇଥିଲା। ଦୀର୍ଘ ସମୟ ଅପେକ୍ଷା ପରେ ବର ଶୁଣିବାକୁ ପାଇଲେ ଯେ କନ୍ୟା ଫେରାର ହୋଇଯାଇଛନ୍ତି। ଏହି କଥା ସମସ୍ତଙ୍କୁ ଚକିତ କରିଥିବାବେଳେ ବର ବେଶରେ ଥିବା ବର ମଧ୍ୟ ମନୋବଳ ଭାଙ୍ଗିଯାଇଥିଲା। ପରେ ବର ଶିଶୁପାଳ ହୋଇ ଫେରିବା ନେଇ ଦୀର୍ଘ ଘଣ୍ଟା ଆଲୋଚନା ହେବାପରେ ବନ୍ଧୁବାନ୍ଧବ ଭିତରେ କନିଆଁ ଖୋଜା ଆରମ୍ଭ ହୋଇ ଶେଷରେ ଆଉ ଜଣେ କନ୍ୟାଙ୍କୁ ସାରେ ବିବାହ କରି ଗାଁକୁ ଫେରିଥିଲେ। ଏପରି ଏକ ଘଟଣା ଏବେ ଗୋପ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ବର ଆଉ ଜଣଙ୍କୁ ବିବାହ କରି ସଂସାର ଗଢ଼ି ଥିବାରୁ ଭଗବାନଙ୍କ ସବୁ ଲୀଳା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ଉତ୍କଟ ପାନୀୟ ଜଳ ସମସ୍ୟା: ଗରା-ମାଠିଆ ଧରି ୨୦ କିଲୋମିଟର ପଦଯାତ୍ରା କଲେ ଶତାଧିକ ମହିଳା,ପ୍ରତିବାଦ…

ବଲାଙ୍ଗିର, ୨୬।୫ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି। ପିଇବା ପାଣି…

କଂଗ୍ରେସର ବଡ଼ ନିଷ୍ପତ୍ତି: ୧୭ କର୍ମୀଙ୍କ ନିଲମ୍ବନ ପ୍ରତ୍ୟାହାର, ଚିଠି ଲେଖିଲେ ରାଜ୍ୟ ସଭାପତି

ଦାରିଙ୍ଗବାଡି, ୨୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା ଗତ କିଛି ଦିନ ପୁର୍ବରୁ ଦାରିଙ୍ଗବାଡି ଏବଂ ରାଇକିଆ…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ: ଶତରୁଦ୍ର ମହାଯଜ୍ଞରେ ପୂଜାର୍ଚ୍ଚନା କଲେ ଖଣି ମନ୍ତ୍ରୀ

ଦିଗପହଣ୍ଡି,୨୬।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର ମହାଯଜ୍ଞର…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri