ଆମ ଜିଲା ଖବର

ତହସିଲ କାର୍ଯ୍ୟାଳୟରେ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ଜନଶୁଣାଣିକୁ ବିରୋଧ

ବାଲିଆପାଳ, ୧୩।୬(ସ୍ବ.ପ୍ର.)-କରୋନା ପାଇଁ ପ୍ରଶାସନ ଜନସାଧାରଣଙ୍କୁ ଜନଗହଳିରୁ ଦୂରେଇ ରହିବା ପାଇଁ ସଚେତନ କରାଇବା ଏବଂ ମାକ୍ସ ନ ପିନ୍ଧିଲେ ଫାଇନ କରିବା ଆଦି ପଦକ୍ଷେପ ନେଉଛି। ମାତ୍ର ଶୁକ୍ରବାର କରୋନା କଟକଣାକୁ ପ୍ରଶାସନ ଊଲ୍ଲଘଂନ କରି ବାଲିଆପାଳର ସମୁଦ୍ର ଉପକୂଳରେ…

ସଞ୍ଜ ନଇଁଲେ ଅନ୍ଧାରର ରାଜୁତି

ବାଲେଶ୍ୱର ଅଫିସ, ୧୩ା୬(ମାନସ ବିଶ୍ୱାଳ)-ବାଲେଶ୍ୱର ସଦର ବ୍ଲକ ପରୀଖି ପଞ୍ଚାୟତ କୁଡ଼ିପାହି ଗ୍ରାମରେ ବସବାସ କରୁଥିବା ୪୦ରୁ ଊର୍ଦ୍ଧ୍ୱ ଗରିବ ପରିବାର ଏଯାଏ ବିଦ୍ୟୁତ୍‌ ଆଲୋକ ଦେଖିନାହାନ୍ତି। ସଞ୍ଜ ନଇଁଲେ ସେଠାରେ ରାଜୁତି କରୁଛି ଅନ୍ଧାର। ନିର୍ବାଚନ ସମୟ ଆସିଲେ ରାଜନେତାମାନେ…

କ୍ରିକେଟ ଖେଳରୁ ଗଣ୍ଡଗୋଳ: ଏୟାରଗନ୍‌ ସହିତ ୨ଗିରଫ

ବରଗଡ଼ ଅଫିସ୍‌,୧୩।୬- ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମରେ କ୍ରିକେଟ ଖେଳକୁ ନେଇ ୨ଜଣଙ୍କ ମଧ୍ୟରେଗଣ୍ଡଗୋଳ ଘଟଣାରେ ପୋଲିସ ୨ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ନିରଜ ଓରଫ୍‌ କାଳିଆ ଖମାରୀ ଓ ରିଙ୍କୁ ଖମାରୀ ।…

ପଥଚାରୀଙ୍କ ଉପରେ ପଡିଲା ବରଗଛ

ଶଙ୍କରାଖୋଲ,୧୨ା୬(ଡି.ଏନ୍‌.ଏ.)- ଚକାପାଦ ବ୍ଲକ ଶଙ୍କରାଖୋଲ ଗ୍ରାମ ବରସାହି ଦେଇ ଯାଇଥିବା ୧୫୭ ନଂ. ଜାତୀୟ ରାଜପଥରେ ଶୁକ୍ରବାର ଏକ ବଡ ବରଗଛ ଉପୁଡି ଜଣେ ବ୍ୟକ୍ତିଙ୍କ ଉପରେ ପଡିବାରୁ ସେ ଗୁରୁତର ହୋଇଛନ୍ତି। ସେ ହେଲେ ପଶ୍ଚିମବଙ୍ଗ ମୁର୍ସିଦାବାଦ୍‌ର ସୁମଙ୍ଗଲ ରାଏ।…

କ୍ୱାରାଣ୍ଟାଇନ କେନ୍ଦ୍ରରେ କଳାର ସ୍ପର୍ଶ ପ୍ରତିଭା ଦେଖାଇଲେ ପ୍ରବାସୀ

ବଅଁରପାଳ,୧୨ା୬(ଡି.ଏନ.ଏ.)- ସ୍କୁଲରେ ପଢ଼ିଲା ବେଳେ ଭଲ ଚିତ୍ର ଆଙ୍କୁଥିଲେ। ଏହା ସେତେବେଳେ ତାଙ୍କ ପରିଚୟ ପାଲଟିଥିଲା। ହେଲେ ସେହି ପ୍ରତିଭାର ବିକାଶ ପୂର୍ବରୁ ପରିବାରର ବୋଝ ତାଙ୍କୁ କେରଳରେ ଶ୍ରମିକ କରିଦେଲା। ସେବେଠାରୁ ଆଉ ତୂଳୀ ଧରି ନ ଥିବା ଅନୁଗୋଳ…

ସିପିପି ନିଷିଦ୍ଧାଞ୍ଚଳରେ ଟିକ୍‌ଟକ୍‌: ଶ୍ରମିକଙ୍କ ଗେଟ୍‌ପାସ୍‌ ଜବତ

ବଅଁରପାଳ, ୧୨ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ବଅଁରପାଳସ୍ଥିତ ନାଲ୍‌କୋ ସିପିପି ପ୍ଲାଣ୍ଟର ନିଷିଦ୍ଧାଞ୍ଚଳରେ ଜଣେ ଠିକା ଶ୍ରମିକ ଟିକ୍‌ଟକ୍‌ ଭିଡିଓ ଶୁଟିଂ କରିବା ମହଙ୍ଗା ପଡିଛି। ସୋସିଆଲ ମିଡିଆରେ ଉକ୍ତ ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ ଶ୍ରମିକଙ୍କଠାରୁ ଗେଟ୍‌ପାସ ଜବତ କରାଯାଇଥିବା…

ବର୍ଜ୍ୟବସ୍ତୁ ଜମା, ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ବିରୋଧ

ବାଲେଶ୍ୱର ଅଫିସ, ୧୨।୬-ବାଲେଶ୍ୱର ସହର ଅନ୍ତର୍ଗତ ଗୁଡ଼ିପଦାଠାରେ ପୌରାଞ୍ଚଳ ପକ୍ଷରୁ ବର୍ଜ୍ୟବସ୍ତୁ ଜମା ଓ ପ୍ରକ୍ରିୟାକରଣ ପ୍ଲାଣ୍ଟ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଛି। ମାତ୍ର ଉକ୍ତ ସ୍ଥାନରେ ୧୦୦ଫୁଟ୍‌ ମଧ୍ୟରେ ଜଳଯୋଗାଣ ସମ୍ପ ହାଉସ୍‌ ନିର୍ମାଣ, ୩୦ଫୁଟ୍‌ ଭିତରେ ଆଦିବାସୀଙ୍କ ପୂଜାସ୍ଥଳୀ…

ଚୋରାବାଲି କାରବାର ଉପରେ ଲାଗିଲା ରୋକ୍‌: ନିଷିଦ୍ଧାଞ୍ଚଳ ଘୋଷଣା , ଖୋଳାଗଲା ଟ୍ରେଞ୍ଜ

ଚମ୍ପୁଆ, ୧୨ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ରାଜସ୍ବ ବିଭାଗ ଅଧୀନରେ ରହିଥିବା ଚୋରା ବାଲିଉତ୍ସଗୁଡିକରୁ ନିୟମିତ ଚୋରା ବାଲିଚାଲାଣ ହେଉଥିବା ଜଣାପଡିବା ପରେ ରାଜସ୍ବ ବିଭାଗ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି। ଚୋରା ବାଲି କାରବାର ହେଉଥିବା ରାସ୍ତାଗୁଡିକରେ ବାଲି ବୋଝେଇ ଗାଡିଗୁଡିକ ଯାତାୟାତ…

୪ ଶିକାରୀ ଗିରଫ: ବନ୍ଧୁକ ସହ ବିସ୍ଫୋରକ ଜବତ

ସଜନାଗଡ଼, ୧୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟ ଅଧୀନ ଋଷିଆ ଡ୍ୟାମ୍‌ ନିକଟରେ ଶୁକ୍ରବାର ବନବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଚଢ଼ାଉ କରି ୪ଜଣ ଶିକାରୀଙ୍କୁ ଗିରଫ କରିଛି। ଆଗକୁ ରଜ ଥିବାରୁ ଶିକାରୀମାନେ ଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ…

କଳିଙ୍ଗା ଘାଟିରୁ ୭ ଡ଼କାୟତ ଗିରଫ

ଭଞ୍ଜନଗର,୧୨।୬(ଡି.ଏନ.ଏ)- ଭଞ୍ଜନଗର ପୋଲିସ ଗୁରୁବାର ରାତିରେ କଳିଙ୍ଗା ଘାଟିରେ ଡ଼କାୟତି ଯୋଜନା କରୁଥିବା ବେଳେ ୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୪ ବୋମା, ୨ ଖଣ୍ଡା ସମେତ ଅନ୍ୟାନ୍ୟ ଜିନିଷ ଜବତ ହୋଇଛି। ଗିରଫମାନେ ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ…

ମୌସୁମୀ ଛୁଇଁଲାଣି, ସରିନି ପଙ୍କୋଦ୍ଧାର

କଟକ ଅଫିସ,୧୨ା୬: ମୌସୁମୀ ଛୁଇଁବା ପରେ ପାଗ ପରିବର୍ତ୍ତନ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ମଧ୍ୟ ହେଉଛି। ମୌସୁମୀ ବର୍ଷାରେ କଟକ ସହର ଜଳବନ୍ଦୀ ହେବାର ଆଶଙ୍କା ସବୁଥର ଥାଏ। କିନ୍ତୁ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଡ୍ରେନରୁ…

ବୁଧବାରଠାରୁ ଅସ୍ଥିମଜ୍ଜା ପ୍ରତିରୋପଣ

କଟକ ଅଫିସ,୧୨ା୬: ପ୍ରାୟ ଅଢ଼େଇ ମାସ ବ୍ୟବଧାନ ପରେ ଏସ୍‌ସିବିରେ ଆରମ୍ଭ ହେବ ଅସ୍ଥିମଜ୍ଜା ପ୍ରତିରୋପଣ। ଏଥିପାଇଁ ଏସ୍‌ସିବି କ୍ଲିନିକାଲ ହେମାଟୋଲୋଜି ବିଭାଗରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏବେ କେବଳ ବାକି ରହିଛି ହେପା ଫିଲଟର, ଏସି ଓ ଅନ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri