ଆମ ଜିଲା ଖବର

ଚାଷୀଙ୍କୁ ଭରସା ପବନଚାଳିତ ଶବ୍ଦଯନ୍ତ୍ର

ମହାକାଳପଡ଼ା,୨୨ା୩(ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ଉପକୂଳ ବ୍ଲକ ମହାକାଳପଡ଼ା ଅଞ୍ଚଳର ରାମନଗର ପଞ୍ଚାୟତ ସ୍ଥାନୀୟ ବରଜ ବାହାକୁଦ ଗ୍ରାମର ଆମ୍ବଷୋଳଠାରେ କେତେଜଣ ଚାଷୀ ଖରାଦିନିଆ ଡାଳୁଅ ଧାନ ସହ ପନିପରିବା ଚାଷ କରିଛନ୍ତି। ବୁଲା ଗୋରୁ, ବନ୍ୟଜନ୍ତୁ, ପକ୍ଷୀଙ୍କ ଅବାଧ ପ୍ରବେଶରୁ ଚାଷକୁ ରକ୍ଷା…

ଆଜି ପୁରୀ, କୋଣାର୍କ ଆସିବେ ରାଷ୍ଟ୍ରପତି

ପୁରୀ ଅଫିସ/କୋଣାର୍କ,୨୨।୩ (ଡି.ଏନ୍‌.ଏ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ପୁରୀ ଓ କୋଣାର୍କ ଗସ୍ତରେ ଆସିବେ। ଏଥି ନିମନ୍ତେ ପୁରୀ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ରବିବାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଆଇନଶୃଙ୍ଖଳା) ଯଶୱନ୍ତ ଜେଠୱାଙ୍କ ତତ୍ତ୍ବାବଧାନରେ କାରକେଡ୍‌…

ସମୟ ସହ ୧୮ ମିନିଟ୍‌ ସଂଘର୍ଷ

ଅନୁଗୋଳ ଅଫିସ, ୨୨।୩ – ଆମ୍ବୁଲାନ୍ସ ଭିତରେ ଛଟପଟ ହେଉଥିବା ରୋଗୀଟିଏ ପାଇଁ ସମୟର ମୂଲ୍ୟ କାହାକୁ ଅଛପା ନାହିଁ। କେସହିପରି ସମ୍ପୃକ୍ତ ରୋଗୀଙ୍କ ଜୀବନର ଗୁରୁତ୍ୱ ପରିବାର ଓ ସମ୍ପର୍କୀୟଙ୍କ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ ତାହା ବୁଝାଇବାକୁ ପଡ଼ିବ ନାହିଁ।…

ଅନିୟନ୍ତ୍ରିତ ବ୍ୟବହାରରୁ ସଙ୍କଟ

ଯାଜପୁର ଅଫିସ,୨୨ା୩: ଜଳବାୟୁ ପରିବର୍ତ୍ତନ ଯୋଗୁ ଭୂପୃଷ୍ଠ ଜଳ ଭୂତଳକୁ ଝରିବା ହ୍ରାସ ପାଇଚାଲିଛି। ଏଭଳି ସ୍ଥଳେ ଭୂତଳ ଜଳର ମାତ୍ରାଧିକ ବ୍ୟବହାର ବଢ଼ିଚାଲିଛି। ଏଥିରୁ ଅନେକ ଅଞ୍ଚଳରେ ଜଳକ୍ଲିଷ୍ଟତା ଦେଖିବାକୁ ମିଳୁଛି। ଅନିୟନ୍ତ୍ରିତ ଭୂତଳ ଜଳ ବ୍ୟବହାରକୁ ରୋକିବା ପାଇଁ…

ଜୀବନ ବଞ୍ଚାଇବାକୁ ଦୌଡ଼ିଲେ ଗାଁ ଲୋକ

ରସୁଲପୁର/ଧର୍ମଶାଳା, ୨୨ା୩(ଡି.ଏନ୍‌.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ ରାଉତରାପୁର ପଞ୍ଚାୟତ କୁଣ୍ଡପାଟଣା ଗ୍ରାମରେ ରବିବାର ମଧ୍ୟାହ୍ନରେ ଗ୍ୟାସ ଚୁଲାରୁ ନିଆଁ ବ୍ୟାପୀ ୨୬ବଖରା ଜଳି ପାଉଁଶ ହୋଇଯାଇଛି। ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି। ତେବେ ନିଅଁାର ପ୍ରକୋପ ଏତେ ଅଧିକ ଥିଲା…

ଗୋଟିଏ ରାସ୍ତା ପାଇଁ ୨୧ଥର ବିଲ୍‌

ନୟାଗଡ଼ ଅଫିସ,୨୨ା୩: ନୟାଗଡ଼ ଜିଲା ଭାପୁର ବ୍ଲକରେ ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ଏହି ବ୍ଲକ୍‌ ଅଧୀନ ବଡ଼ସରା ପଞ୍ଚାୟତ ଗୋପାଳପ୍ରସାଦ ଗଁାର ପ୍ରାୟ ୮୫୦ମିଟର ରାସ୍ତାକୁ ୩ ଆର୍ଥିକ ବର୍ଷରେ…

ଏକତାର ସହର ରାଉରକେଲା

ରାଉରକେଲା ଅଫିସ୍‌୍‌/ସୁନ୍ଦରଗଡ,୨୨।୩ (ଡି.ଏନ୍‌.ଏ):ରାଉରକେଲାରେ ଆର୍‌ଏସ୍‌ପିର ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ ମେଡିକାଲ କଲେଜକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଉଦ୍‌ବୋଧନ ଦେବାବେଳେ ସେ ରାଉରକେଲାକୁ ଏକତାର ସହର ବୋଲି ଅଭିହିତ କରିଛନ୍ତି। ପ୍ରାୟ ୩ଶହ କୋଟି…

ମଶାଧୂପରୁ ଜଳିଗଲା ୨ ବଖରା

ସୋର,୨୧ା୩: ସୋର ମ୍ୟୁନିସିପାଲିଟି ଅଧୀନ କାଜିମହଲା ବସ୍ତିରେ ମଶାଧୂପରୁ ଅଗ୍ନିକାଣ୍ଡ ଘଟିଛି। ବସ୍ତିର ସେକ୍‌ ଅମାନୁଲ୍ଲା(ମୁନା) ଶନିବାର ରାତିରେ ମଶାଧୂପ ଲଗାଇ ଶୋଇଥିଲେ। ସକାଳ ହୋଇଯିବାରୁ ସେ ଧୂପ ଲିଭାଇବାକୁ ଭୁଲିଯାଇ ବାହରକୁ ଆସିଥିଲେ। ଏହି ଧୂପରୁ ଅଗ୍ନିକାଣ୍ଡ ଘଟି ତାଙ୍କର…

ଏନ୍‌କାଉଣ୍ଟରରେ ୨ ମାଓବାଦୀ ନିହତ

ମାଲକାନଗିରି,୨୧।୩: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲାରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଗୁଡ଼ରା ଜଙ୍ଗଲରେ ଗୁଳି ବିନିମୟ ଘଟିଛି। ଏଥିରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଖବରରୁ ପ୍ରକାଶ, ମାଓବାଦୀମାନେ ଗୁଡ଼ରା…

ଯାତ୍ରାରେ ଯୋଗଦେଇ ପାରିବେନି ଜିଲା ବାହାର ଲୋକ

ବ୍ରହ୍ମପୁର ଅଫିସ୍‌,୨୧ା୩: ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରାକୁ ନେଇ ନାନା ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ରବିବାର ସ୍ଥାନୀୟ ଲୋକ ପ୍ରତିନିଧି, ପ୍ରଶାସନ ଓ ଯାତ୍ରା ପରିଚାଳକଙ୍କୁ ନେଇ ମିଳିତ ବୈଠକ ପରେ ସମାଧାନର ବାଟ ଫିଟିଛି। ବିଏମ୍‌ସି ସମ୍ମିଳନୀ…

ଯବାନଙ୍କୁ ଅପହରଣ ପରେ ହତ୍ୟା

ମାଲକାନଗିରି, ୨୧ା୩ : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜଣେ ଯବାନଙ୍କୁ ହତ୍ୟା କରିଛନ୍ତି। ମାଓବାଦୀମାନେ ତାଙ୍କୁ ଅପହରଣ ପରେ ଗୁଳିକରି ହତ୍ୟା କରିଥିବା ଜଣାପଡିଛି। ମୃତ ଯବାନ ଜଣକ ହେଲେ ସୋନୁ ପୁନମ୍‌। ସେ ଡିଆର୍‌ଜିରେ…

ମୋବାଇଲ ଫୋନକୁ ନେଇ ବଚସାରୁ ହତ୍ୟାକାଣ୍ଡ

ସମ୍ବଲପୁର,୨୧।୩(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ସର୍ଲାକାନୀ ଗାନ୍ଧୀପଡାର ଗଣେଶ ଓରାମ (୨୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ଲବ ଓରାମ (୨୦) ଗୁରୁତର ଆହତ ହୋଇ ଚିକିତ୍ସାଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?