ଜମିରେ ଧାନ ଗଜା, ସହାୟତା ଦାବି

ମହାକାଳପଡ଼ା,୧୧।୬(ଡି.ଏନ୍‌.ଏ.): ବାତ୍ୟା ୟାସ୍‌ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ବିଶେଷକରି ଚାଷୀଙ୍କ ପନିପରିବା ଓ ଖରାଦିନିଆ ଡାଳୁଅ ଧାନ ଉଜୁଡ଼ିଯାଇଛି। ଭାଗଚାଷୀମାନେ ଜମି ମାଲିକଙ୍କୁ ଫସଲ ଦେବାକୁ ଅସମର୍ଥ। ଅନ୍ୟପକ୍ଷରେ ଭାଗ ଚାଷୀମାନେ ସ୍ବୟଂ ସହାୟିକା ମହିଳା ଗୋଷ୍ଠୀରୁ ଋଣ ନେଇ ଚାଷରେ ଖର୍ଚ୍ଚ କରିଥିଲେ। ଏହି ଅର୍ଥ କେଉଁଠୁ ପୂରଣ କରିବେ ସେ ନେଇ ଭାଳେଣି ପଡିଛି। ଏଭଳି ଘଟିଛି, ମହାକାଳପଡ଼ା ବ୍ଲକ ବଳିପାଳ ପଞ୍ଚାୟତର ଅନ୍ଦୁଳି ଗ୍ରାମର ଭାଗଚାଷୀଙ୍କ କ୍ଷେତ୍ରରେ। ଭାଗଚାଷୀମାନଙ୍କ କହିବା କଥା, ଗଁା ମଠ ସମ୍ପତ୍ତିର ୧୨ ଏକର ଜମିରେ କେତେଜଣ ଭାଗଚାଷୀ ଚାଷ କରିଥିଲୁ। ରାସାୟନିକ ସାର, ଔଷଧ, ବିହନ, ହଳ ସମେତ ଅନ୍ୟ ବାବଦରେ ଖର୍ଚ୍ଚ କରିଥିଲୁ। ତେବେ ୟାସ୍‌ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବା ଯୋଗୁ ଧାନଜମିିରେ ପାଣି ଜମି ଗଜା ହେବା ସହ ନଷ୍ଟ ହେଲା। ଯାହା କିଛି ଧାନ ଅଛି କାଟି ବାନ୍ଧିଲା ବେଳକୁ ଝଡି ପଡୁଛି। ଏହି ଗଜାଧାନକୁ ନିକଟ ରାସ୍ତାରେ ଖରାରେ ଶୁଖାଇ ଅମଳ କରିବୁ। କିନ୍ତୁ ଧାନ ରଙ୍ଗ ବେରଙ୍ଗ ହେବା ଦେଖାଯାଇଛି। ଘରୋଇ ଋଣ ନେଇ ଚାଷ କରିଥିଲେ ମଧ୍ୟ ଏଥିରେ ବହୁ କ୍ଷତି ହୋଇଛି। ସ୍ଥାନୀୟ ଗଁାର ତ୍ରିଲୋଚନ ମଳିକ, ସୁନାକର ମଳିକ, କେଶବ ମହାରଣା, ଅର୍ଜୁନ ରାଉତ, ଶଙ୍କର ଦାସ, ମଙ୍ଗୁଳି ରାଉତ, ସନାତନ ରାଉତ, ନାରାୟଣ ରାଉତ ଭାଗଚାଷୀମାନେ ସରକାରୀ ଭାବେ ତଦନ୍ତ କରି ସହାୟତା ଦେବା ପାଇଁ କହିଛନ୍ତି। ଏହି ଭାଗଚାଷୀଙ୍କୁ ବ୍ଲକ କୃଷି ବିଭାଗ ପକ୍ଷରୁ କୌଣସି କୃଷି ସଚେତନତା କି ସହାୟତା ମିଳିଲା ନାହିଁ। ଦୌଡି ଦୌଡି ବିଭାଗ ବିହନ ଦେଲା ନାହିଁ। ବାଧ୍ୟ ହୋଇ ଖୋଲା ବଜାରରୁ ଚଢା ଦରରେ ସଙ୍କରଜାତୀୟ ମମତା ପ୍ଲସ, ସିଲିକ୍‌ ଧାନ ବିହନ କିଣି ଚାଷ କରିଛୁ। ଘରୋଇ ଋଣ ଓ ଜମି ମାଲିକଙ୍କ ଭାଗ ଧାନ କେଉଁଠୁ ଆଣିବୁ ବୋଲି ଦୁଃଖର ସହ ସେମାନେ କହିଛନ୍ତି। ୩ ମାସ ଜମିରେ ପରିଶ୍ରମ କରି ଫଳାଇଥିବା ଫସଲକୁ ୟାସ୍‌ ନେଇଗଲା ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ଡମ୍ବରୁ ଶିଶା

ମାଲକାନଗିରି,୨୯ା୩(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଡମ୍ବରୁ ଶିଶା ବିଜୁ ଜନତା ଦଳର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ।...

ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛି ଛତୁଚାଷ

କେନ୍ଦ୍ରାପଡ଼ା,୨୯ା୩ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ନାହିଁ। ପର୍ଯ୍ୟଟନ ଶିଳ୍ପ ଓ କୃଷିଭିତ୍ତିକ ଶିଳ୍ପ ପାଇଁ ବାରମ୍ବାର ଦାବି ହେଉଛି। କର୍ମ ନିଯୁକ୍ତିକୁ ନେଇ...

ବିରଜା ମନ୍ଦିରରେ ପୂଜା ପରେ ସମ୍ବଲପୁର ଗଲେ ପ୍ରଣବ

ଯାଜପୁର ଟାଉନ,୨୯ା୩(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି):ଯାଜପୁର ବିଧାୟକ ତଥା ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ ସମ୍ବଲପୁର ସାଂସଦ ପ୍ରାର୍ଥୀ...

ରାସ୍ତା କାର୍ଯ୍ୟରେ ଅନିୟମିତତା ଅଭିଯୋଗ

କାଳିଆପାଣି,୨୯ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକର ଖଣି ଅଞ୍ଚଳରେ ବିଭିନ୍ନ ଯୋଜନାରେ ନିର୍ମାଣାଧୀନ କଂକ୍ରିଟ ରାସ୍ତା ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏଭଳି...

ଭାଜପା-କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଚିନ୍ତାରେ

ତିହିଡ଼ି,୨୯।୩ (ସଞ୍ଜିତ ବଳ):ଭଦ୍ରକ ଜିଲା ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଭାଜପା ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଚିନ୍ତାରେ...

୫ ମାସ ପରେ ବି ସରିଲାନି ଡିପିଆର୍‌

ଯାଜପୁର,୨୯ା୩ (ହର୍ଷବର୍ଦ୍ଧନ ବେହେରା):ଯାଜପୁର ରୋଡ୍‌ ରେଳଷ୍ଟେଶନଠାରୁ ଧାମରା ବନ୍ଦର ଭାୟା ଯାଜପୁର ଓ ଆରଡି ପ୍ରସ୍ତାବିତ ନୂତନ ରେଳପଥର ଚୂଡ଼ାନ୍ତ ଲୋକେଶନ ସର୍ଭେ ଏବଂ ଡିଟେଲ...

‘ନୋଟାରେ ଦେବୁ ପଛେ ଅପରାଜିତାଙ୍କୁ ନୁହଁ’

ଖୋର୍ଦ୍ଧା,୨୯ା୩(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱରରୁ ବେଗୁନିଆ ଏବେ ସବୁଠି ଭାଜପାର ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରାଯାଉଛି। ଭାଜପା ପକ୍ଷରୁ ଲୋକ ସଭା ପ୍ରଥମ ପର୍ଯ୍ୟାୟ ତାଲିକାରେ...

ସନାତନ ଭାଜପାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

କେନ୍ଦୁଝର,୨୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):ପ୍ରଥମେ କଂଗ୍ରେସ, ପରେ କଂଗ୍ରେସ ଛାଡ଼ି ସ୍ବାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ଚମ୍ପୁଆ ବିଧାୟକ ହେଲେ। ଚଳିତ ନିର୍ବାଚନ ତାରିଖ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri