ଶତାଧିକ ଲୋକଙ୍କ ଇନ୍ଦିରାଆବାସ ଅର୍ଥ ହଡ଼ପ

ମହାକାଳପଡ଼ା,୧୧।୬ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ୧୯୯୯ ମହାବାତ୍ୟା ବହୁ ଧନଜୀବନ ନଷ୍ଟ କରିଥିଲା। ଗରିବ ଲୋକଙ୍କ ପାଇଁ ସରକାର ଦେଇଥିବା ଇନ୍ଦିରା ଆବାସ ଯୋଜନା ଅଟକଳ ମୂଲ୍ୟ ସେତେବେଳେ ୨୨ ହଜାର ଟଙ୍କା ଥିଲା। ଶତାଧିକ ଲୋକଙ୍କୁ ମିଳିଥିବା ଆବାସ ଅର୍ଥକୁ ସେତେବେଳେ ଜନପ୍ରତିନିଧି ଓ ସରକାରୀ କର୍ମଚାରୀ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି ବୃଦ୍ଧ ଦମ୍ପତି। ପଞ୍ଚାୟତ ତାଲିକାରେ ନାଁ ନ ଥିବାରୁ ବୃଦ୍ଧ ଦମ୍ପତି ପଲିଥିନ୍‌ ତଳେ ରହି ଜୀବନ ବିତାଉଛନ୍ତି।
ବ୍ଲକ ଅଧୀନ ଦେଉଳପଡ଼ା ପଞ୍ଚାୟତ ନଳପଦା ଗାଁର ଭ୍ରମରବର ବେହେରାଙ୍କ ପରିବାର। ବୃଦ୍ଧ ଦମ୍ପତିଙ୍କ କହିବା କଥା, ମହାବାତ୍ୟା ପରେ ୨୦୦୧ରେ ଇନ୍ଦିରା ଆବାସ ଯୋଜନାରେ ଘର ଖଣ୍ଡେ ମିଳିଥିଲା। କିନ୍ତୁ ସେତେବେଳେ ଦାୟିତ୍ୱରେ ଥିବା ଜନପ୍ରତିନିଧି, ସରକାରୀ କର୍ମଚାରୀ ଆମକୁ ୭ ହଜାର ଦେଇ ଅବଶିଷ୍ଟ ୧୫ ହଜାର ଟଙ୍କା ଉଠାଇ ନେଇଥିଲେ। ସରକାରୀ ନିୟମ ଅନୁସାରେ, ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ ହିତାଧିକାରୀ ଗୃହ ନିର୍ମାଣରେ ଅର୍ଥ ଉଠାଇଥିଲେ ପରେ ଆବାସ ମିଳିବାରେ କଟକଣା ରହିଛି। ପଞ୍ଚାୟତ ସରପଞ୍ଚ ଦେବଦତ୍ତ ପରିଡ଼ାଙ୍କୁ ଭ୍ରମରବର ଆବାସ ଯୋଜନାରେ ସାମିଲ ପାଇଁ ଅନୁରୋଧ କରିଥିଲେ ମଧ୍ୟ ତାଲିକାରେ ନାଁ ନ ଥିବାରୁ ସାମିଲ ହୋଇପାରିନାହିଁ। ପରେ ଏହି ବୃଦ୍ଧ ଦମ୍ପତିଙ୍କ ପୁତ୍ର ନାମରେ ତାଲିକାରେ ସାମିଲ ପାଇଁ ପ୍ରଶାସନକୁ ଅନୁରୋଧ କରିବେ ବୋଲି ସରପଞ୍ଚ ପରିଡ଼ା କହିଛନ୍ତି। ସେହିଭଳି ବିଭିନ୍ନ ସମୟରେ ଇନ୍ଦିରା ଆବାସ, ବିଜୁ ପକ୍କାଘର, ମୋ କୁଡ଼ିଆ ଯୋଜନାରେ ବାସ୍ତବ ହିତାଧିକାରୀଙ୍କ ନାମରେ ସମ୍ପୂର୍ଣ୍ଣ ଅର୍ଥ ସରକାରୀ ଖାତାରେ ଦିଆଯାଇଥିବା ଦର୍ଶାଯାଇଥିଲେ ହେଁ ବାସ୍ତବରେ ଗୃହ ଭୂମିରୁ ଉଠିନି। ପଞ୍ଚାୟତରେ ଭ୍ରମରବରଙ୍କ ଭଳି ଶହେରୁ ଅଧିକ ହିତାଧିକାରୀଙ୍କ ଅର୍ଥ ହଡ଼ପ ଯୋଗୁ ଗୃହ ନିର୍ମାଣ ହୋଇ ନ ଥିବା ଜଣାପଡ଼ଛି। ତୁରନ୍ତ ଜିଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରିବା ସହ ପଞ୍ଚାୟତରେ ଆବାସ ଯୋଜନାରେ ହୋଇଥିବା ଅର୍ଥ ହଡ଼ପରେ ସମ୍ପୃକ୍ତ ଥିବା ଦଲାଲ ଓ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଏ ସମ୍ପର୍କରେ ସରପଞ୍ଚ ପରିଡ଼ାଙ୍କୁ ପଚାରିବାରେ ପଞ୍ଚାୟତରେ ପୂର୍ବରୁ ଅନେକ ଗରିବ ହିତାଧିକାରୀଙ୍କ ନାମରେ ଗୃହ ଅର୍ଥ ହଡ଼ପ କରାଯାଇଛି। ତାଲିକାରେ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଛି। ବାସ୍ତବରେ ବହୁ ଗରିବ ଲୋକଙ୍କ ଚାଳଛପର ଘରକୁ ସରଜମିନ ଓ ନିରପେକ୍ଷ ତଦନ୍ତ କରି ଆବାସ ଯୋଜନାରେ ସାମିଲ କରାଯାଉ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗରିବ ଲୋକଙ୍କ ପକ୍କାଘର ନ ଥିବାରୁ ନିକଟ ସ୍କୁଲ, ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ଜିଲା ପ୍ରଶାସନ ପକ୍ଷରୁ ପଞ୍ଚାୟତର ଗରିବ ହିତାଧିକାରୀଙ୍କ ଅଭିଯୋଗ ପୁନଃବିଚାର କରାଯାଉ। ଏହି ସମସ୍ୟା ସମାଧାନ ପାଇଁ ବ୍ଲକ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସରପଞ୍ଚ ପରିଡ଼ା ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri