ଗ୍ରାମାଞ୍ଚଳଠାରୁ ଜବରଦଖଲ ସହରରେ ଅଧିକ

କେନ୍ଦ୍ରାପଡ଼ା ଅଫିସ,୧୧।୬: ସହର ରାସ୍ତାରେ ସର୍ବଦା ଟ୍ରାଫିକ ଜାମ୍‌। ପାଣିନାଳ ଉପରେ ଘର। ବର୍ଷା ହେଲେ ଘରେ ପାଣି ପଶୁଛି। ମାତ୍ର ୫ ବର୍ଷ ପୂର୍ବରୁ କେନ୍ଦ୍ରାପଡ଼ା ସହର ମଧ୍ୟରେ ୨୪ଟି ପୋଖରୀ ଥିବା ବେଳେ ଏବେ ମାତ୍ର ୬ଟିର କେବଳ ଚିହ୍ନ ରହିଛି। ଗୋବରୀ ନଦୀପଠାରେ ଗୋଟିଏ ପରେ ଗୋଟିଏ କୋଠା ନିର୍ମାଣ ହେଉଛି। ଜବରଦଖଲର ଏହି ଚିତ୍ର କେବଳ ସହର ମଧ୍ୟରେ ସୀମିତ ନାହିଁ। ଜିଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ମହାକାଳପଡ଼ା, ରାଜନଗର, ରାଜକନିକା ଅଞ୍ଚଳରେ ଅନୁପ୍ରବେଶକାରୀ ଭର୍ତ୍ତି ହୋଇ ଗଲେଣି। ଜାତୀୟ ଉଦ୍ୟାନ ଭିତରକନିକା ଏଥିରୁ ବାଦ୍‌ ପଡିନି। ଜଙ୍ଗଲ ଜମିକୁ ଲୋକେ ଜବରଦଖଲ କରି ଘର ସହ ଚିଙ୍ଗୁଡ଼ି ଘେରି କରୁଛନ୍ତି। ଚିଙ୍ଗୁଡ଼ି ଘେରିରୁ ଉଦ୍‌ବୃତ୍ତ ରାସାୟନିକ ବର୍ଜ୍ୟ ଜଳ ଚାଷ ଓ ଜଙ୍ଗଲକୁ ନଷ୍ଟ କରୁଛି। ଏ ନେଇ ଅଭିଯୋଗ କଲେ କରୋନା ଆଳ ଦେଖାଇ ସରକାରୀ କଳ ନୀରବ ରହୁଛି। ଜବରଦଖଲ ଏବେ ଜିଲାର ମୁଖ୍ୟ ସମସ୍ୟା ପାଲଟିଛି। ଏହାଦ୍ୱାରା ଜିଲା ବିକାଶରେ ବାଧା ସୃଷ୍ଟି ହେଉଥିବା ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକ ମତ ଦେଇଛନ୍ତି।
ଏ ସମ୍ପର୍କରେ ସହରର ଖଡିଅଙ୍ଗସ୍ଥ କ୍ଷିତୀଶ କୁମାର ସିଂହ କହିଛନ୍ତି, ସହର ମଧ୍ୟରେ ଜବରଦଖଲ ଏକ ସମସ୍ୟା ହୋଇଛି। ଗୋବରୀ ନଦୀପଠା ଏବେ ଜବରଦଖଲକାରୀଙ୍କ ନିକଟକୁ ଚାଲିଯାଇଛି। ଫଳରେ ବର୍ଷାଋତୁରେ ନଦୀରେ ଜଳ ପ୍ରବାହ ଠିକ୍‌ ଭାବେ ହେଉନାହିଁ। ସେହିପରି କନିଆ ଯୋରରେ ଥିବା ପାଣିନାଳ ଉପରେ ଘର ହୋଇଥିବାରୁ ବର୍ଷାଜଳ ନିଷ୍କାସନରେ ବାଧକ ସାଜିଛି। ଏହି ସମସ୍ୟା ଗୋଟିଏ ସ୍ଥାନର ନୁହଁ। ପୌରାଞ୍ଚଳରେ ଥିବା ପ୍ରତ୍ୟେକ ନାଳ ଉପରେ ଘର ନିର୍ମାଣ ହେଉଛି। ଏପରି କି ରାସ୍ତା ଉପରକୁ ଘର ନିର୍ମାଣ ହେଉଥିବାରୁ ସର୍ବଦା ଟ୍ରାଫିକ ଜାମ୍‌ ହେଉଛି। ଏ ନେଇ ପୌର ଅଧିକାରୀଙ୍କ ସମେତ ଜିଲାପାଳଙ୍କୁ ସ୍ଥାନୀୟ ଲୋକ ଅବଗତ କରୁଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଫଳରେ ସ୍ବିରେଜ ସିଷ୍ଟମ, ଟ୍ରାଫିକ ବ୍ୟବସ୍ଥା, ବିଦ୍ୟୁତୀକରଣ ଓ ସହରର ସୌନ୍ଦର୍ଯ୍ୟକରଣରେ ବାଧା ସୃଷ୍ଟି ହୋଇଛି। ରାଜନଗରର ହରିହର ସାହୁ, ମହାକାଳପଡ଼ାର ଲକ୍ଷ୍ମୀକାନ୍ତ ସ୍ବାଇଁ, ଅମିତାଭ ଚାନ୍ଦ ପ୍ରମୁଖ କହିଛନ୍ତି, ଉପାନ୍ତ ଅଞ୍ଚଳ ଏବେ ଜବରଦଖଲକାରୀଙ୍କ ହାତରେ ରହିଛି। ଭୂମିହୀନ ଦର୍ଶାଇ ଅଥବା କୁଜଙ୍ଗ ରାଜାଙ୍କ ମିଛ ହାତପଟ୍ଟା ଦ୍ୱାରା ଜଙ୍ଗଲ ଜମିକୁ ଜବରଦଖଲ କରାଯାଉଛି। ଏପରି ଘଟଣା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବେଶି ଦେଖିବାକୁ ମିଳୁଛି। ପେଟ୍‌ଛେଲାଠାରୁ ରଙ୍ଗଣୀ ପର୍ଯ୍ୟନ୍ତ ଅନୁପ୍ରବେଶକାରୀ ଏହାର ଫାଇଦା ନେଉଛନ୍ତି। ସେହିପରି ଗମନାଗମନ ପାଇଁ ସୁବିଧା ନ ଥିବା ଜିଲାର ୧୭ ପଞ୍ଚାୟତରେ ଜବରଦଖଲ ସାମାନ୍ୟ ଘଟଣା ହୋଇଛି। କେବଳ ଜବରଦଖଲ ସମସ୍ୟାକୁ ନେଇ ୨ ମାସରେ ୧୬ଟି ମାମଲା ସ୍ଥାନୀୟ ଥାନାଗୁଡ଼ିକରେ ହୋଇଛି। ଏହା ବ୍ୟତୀତ ଚିଙ୍ଗୁଡ଼ି ଘେରି ପାଇଁ ସମୁଦ୍ରତଟ ଅଞ୍ଚଳର ଜଙ୍ଗଲ ଜମି ଜବରଦଖଲ ହେଉଛି। ଉଚ୍ଚ ନ୍ୟାୟାଳୟ ଏହି ଜବରଦଖଲକାରୀଙ୍କ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଉଥିଲେ ମଧ୍ୟ କରୋନା ମହାମାରୀ ଆଳ ଦେଖାଇ ସରକାରୀ କଳ ନୀରବଦ୍ରଷ୍ଟା ସାଜିଛି। ଏହି କାରଣ ଯୋଗୁ ଜାତୀୟ ଉଦ୍ୟାନ ଭିତରକନିକା ବିଶ୍ୱ ଐତିହ୍ୟ ତାଲିକାରୁ ୨୦୧୭ରେ ବାଦ୍‌ ପଡ଼ିଥିଲେ ମଧ୍ୟ ପ୍ରଶାସନ ଓ ରାଜନେତାମାନେ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଏ ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତ କହିଛନ୍ତି, ଜବରଦଖଲକାରୀଙ୍କ ବିରୋଧରେ ମାମଲା ରୁଜୁ ହେଉଛି। ସହର ମଧ୍ୟରେ ଜବରଦଖଲକାରୀଙ୍କୁ ହଟାଇବାକୁ ଯୋଜନା ରହିଛି ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?