ଗ୍ରାମାଞ୍ଚଳଠାରୁ ଜବରଦଖଲ ସହରରେ ଅଧିକ

କେନ୍ଦ୍ରାପଡ଼ା ଅଫିସ,୧୧।୬: ସହର ରାସ୍ତାରେ ସର୍ବଦା ଟ୍ରାଫିକ ଜାମ୍‌। ପାଣିନାଳ ଉପରେ ଘର। ବର୍ଷା ହେଲେ ଘରେ ପାଣି ପଶୁଛି। ମାତ୍ର ୫ ବର୍ଷ ପୂର୍ବରୁ କେନ୍ଦ୍ରାପଡ଼ା ସହର ମଧ୍ୟରେ ୨୪ଟି ପୋଖରୀ ଥିବା ବେଳେ ଏବେ ମାତ୍ର ୬ଟିର କେବଳ ଚିହ୍ନ ରହିଛି। ଗୋବରୀ ନଦୀପଠାରେ ଗୋଟିଏ ପରେ ଗୋଟିଏ କୋଠା ନିର୍ମାଣ ହେଉଛି। ଜବରଦଖଲର ଏହି ଚିତ୍ର କେବଳ ସହର ମଧ୍ୟରେ ସୀମିତ ନାହିଁ। ଜିଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ମହାକାଳପଡ଼ା, ରାଜନଗର, ରାଜକନିକା ଅଞ୍ଚଳରେ ଅନୁପ୍ରବେଶକାରୀ ଭର୍ତ୍ତି ହୋଇ ଗଲେଣି। ଜାତୀୟ ଉଦ୍ୟାନ ଭିତରକନିକା ଏଥିରୁ ବାଦ୍‌ ପଡିନି। ଜଙ୍ଗଲ ଜମିକୁ ଲୋକେ ଜବରଦଖଲ କରି ଘର ସହ ଚିଙ୍ଗୁଡ଼ି ଘେରି କରୁଛନ୍ତି। ଚିଙ୍ଗୁଡ଼ି ଘେରିରୁ ଉଦ୍‌ବୃତ୍ତ ରାସାୟନିକ ବର୍ଜ୍ୟ ଜଳ ଚାଷ ଓ ଜଙ୍ଗଲକୁ ନଷ୍ଟ କରୁଛି। ଏ ନେଇ ଅଭିଯୋଗ କଲେ କରୋନା ଆଳ ଦେଖାଇ ସରକାରୀ କଳ ନୀରବ ରହୁଛି। ଜବରଦଖଲ ଏବେ ଜିଲାର ମୁଖ୍ୟ ସମସ୍ୟା ପାଲଟିଛି। ଏହାଦ୍ୱାରା ଜିଲା ବିକାଶରେ ବାଧା ସୃଷ୍ଟି ହେଉଥିବା ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକ ମତ ଦେଇଛନ୍ତି।
ଏ ସମ୍ପର୍କରେ ସହରର ଖଡିଅଙ୍ଗସ୍ଥ କ୍ଷିତୀଶ କୁମାର ସିଂହ କହିଛନ୍ତି, ସହର ମଧ୍ୟରେ ଜବରଦଖଲ ଏକ ସମସ୍ୟା ହୋଇଛି। ଗୋବରୀ ନଦୀପଠା ଏବେ ଜବରଦଖଲକାରୀଙ୍କ ନିକଟକୁ ଚାଲିଯାଇଛି। ଫଳରେ ବର୍ଷାଋତୁରେ ନଦୀରେ ଜଳ ପ୍ରବାହ ଠିକ୍‌ ଭାବେ ହେଉନାହିଁ। ସେହିପରି କନିଆ ଯୋରରେ ଥିବା ପାଣିନାଳ ଉପରେ ଘର ହୋଇଥିବାରୁ ବର୍ଷାଜଳ ନିଷ୍କାସନରେ ବାଧକ ସାଜିଛି। ଏହି ସମସ୍ୟା ଗୋଟିଏ ସ୍ଥାନର ନୁହଁ। ପୌରାଞ୍ଚଳରେ ଥିବା ପ୍ରତ୍ୟେକ ନାଳ ଉପରେ ଘର ନିର୍ମାଣ ହେଉଛି। ଏପରି କି ରାସ୍ତା ଉପରକୁ ଘର ନିର୍ମାଣ ହେଉଥିବାରୁ ସର୍ବଦା ଟ୍ରାଫିକ ଜାମ୍‌ ହେଉଛି। ଏ ନେଇ ପୌର ଅଧିକାରୀଙ୍କ ସମେତ ଜିଲାପାଳଙ୍କୁ ସ୍ଥାନୀୟ ଲୋକ ଅବଗତ କରୁଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଫଳରେ ସ୍ବିରେଜ ସିଷ୍ଟମ, ଟ୍ରାଫିକ ବ୍ୟବସ୍ଥା, ବିଦ୍ୟୁତୀକରଣ ଓ ସହରର ସୌନ୍ଦର୍ଯ୍ୟକରଣରେ ବାଧା ସୃଷ୍ଟି ହୋଇଛି। ରାଜନଗରର ହରିହର ସାହୁ, ମହାକାଳପଡ଼ାର ଲକ୍ଷ୍ମୀକାନ୍ତ ସ୍ବାଇଁ, ଅମିତାଭ ଚାନ୍ଦ ପ୍ରମୁଖ କହିଛନ୍ତି, ଉପାନ୍ତ ଅଞ୍ଚଳ ଏବେ ଜବରଦଖଲକାରୀଙ୍କ ହାତରେ ରହିଛି। ଭୂମିହୀନ ଦର୍ଶାଇ ଅଥବା କୁଜଙ୍ଗ ରାଜାଙ୍କ ମିଛ ହାତପଟ୍ଟା ଦ୍ୱାରା ଜଙ୍ଗଲ ଜମିକୁ ଜବରଦଖଲ କରାଯାଉଛି। ଏପରି ଘଟଣା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବେଶି ଦେଖିବାକୁ ମିଳୁଛି। ପେଟ୍‌ଛେଲାଠାରୁ ରଙ୍ଗଣୀ ପର୍ଯ୍ୟନ୍ତ ଅନୁପ୍ରବେଶକାରୀ ଏହାର ଫାଇଦା ନେଉଛନ୍ତି। ସେହିପରି ଗମନାଗମନ ପାଇଁ ସୁବିଧା ନ ଥିବା ଜିଲାର ୧୭ ପଞ୍ଚାୟତରେ ଜବରଦଖଲ ସାମାନ୍ୟ ଘଟଣା ହୋଇଛି। କେବଳ ଜବରଦଖଲ ସମସ୍ୟାକୁ ନେଇ ୨ ମାସରେ ୧୬ଟି ମାମଲା ସ୍ଥାନୀୟ ଥାନାଗୁଡ଼ିକରେ ହୋଇଛି। ଏହା ବ୍ୟତୀତ ଚିଙ୍ଗୁଡ଼ି ଘେରି ପାଇଁ ସମୁଦ୍ରତଟ ଅଞ୍ଚଳର ଜଙ୍ଗଲ ଜମି ଜବରଦଖଲ ହେଉଛି। ଉଚ୍ଚ ନ୍ୟାୟାଳୟ ଏହି ଜବରଦଖଲକାରୀଙ୍କ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଉଥିଲେ ମଧ୍ୟ କରୋନା ମହାମାରୀ ଆଳ ଦେଖାଇ ସରକାରୀ କଳ ନୀରବଦ୍ରଷ୍ଟା ସାଜିଛି। ଏହି କାରଣ ଯୋଗୁ ଜାତୀୟ ଉଦ୍ୟାନ ଭିତରକନିକା ବିଶ୍ୱ ଐତିହ୍ୟ ତାଲିକାରୁ ୨୦୧୭ରେ ବାଦ୍‌ ପଡ଼ିଥିଲେ ମଧ୍ୟ ପ୍ରଶାସନ ଓ ରାଜନେତାମାନେ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଏ ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତ କହିଛନ୍ତି, ଜବରଦଖଲକାରୀଙ୍କ ବିରୋଧରେ ମାମଲା ରୁଜୁ ହେଉଛି। ସହର ମଧ୍ୟରେ ଜବରଦଖଲକାରୀଙ୍କୁ ହଟାଇବାକୁ ଯୋଜନା ରହିଛି ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri