ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣରେ ଅନିୟମିତତା

ଚଣ୍ଡିଖୋଲ,୧୧।୬(ଡି.ଏନ୍‌.ଏ.): ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ-୨ ଜାରକା ଡିଭିଜନ ଅନ୍ତର୍ଗତ ଚଣ୍ଡିଖୋଲ ସବ୍‌ଡିଭିଜନ ଦ୍ୱାରା ନିର୍ମାଣ କରାଯାଇଥିବା ରାସ୍ତାରେ ବ୍ୟାପକ ଅନିୟମିତତା ହୋଇଛି। ଏଣୁ ଗୋଟିଏ ବର୍ଷରେ ଏହି ସବ୍‌ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ତୁଳସୀ ପାତ୍ରଙ୍କୁ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ୪ ଥର କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି। ଏପରିକି ଦୁଇଥର ତାଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ ବା ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ୧୮ା୩ା୨୦୨୦ ଚିଠିସଂଖ୍ୟା ୫୨୭ରେ ଜାତୀୟ ରାଜପଥଠାରୁ ଭରତପୁର ଯାଏ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ରାସ୍ତାକୁ ତଦନ୍ତ କରି ଜାରକା ନିର୍ବାହୀ ଯନ୍ତ୍ରୀଙ୍କୁ ଏହି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇବା ସହ ଚଣ୍ଡିଖୋଲ ସବ୍‌ଡିଭିଜନର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଓ ଡ୍ରାଫ୍ଟ ଚାର୍ଜ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଉଦୟଗିରିଠାରୁ ମଝିପଡ଼ା ଭାୟା ତଳଚଣ୍ଡିଆ ରାସ୍ତା ନିର୍ମାଣରେ ଅନିୟମିତତା ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏନେଇ ବିଭାଗ ନିକଟରେ ଅଭିଯୋଗ ପରେ ଅତିରିକ୍ତ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଅଧୀକ୍ଷଣ ଯନ୍ତ୍ରୀ ୦୭ା୦୭ା୨୦ରେ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ସେ ରାସ୍ତା ନିର୍ମାଣ ଅନିୟମିତତାକୁ ଦର୍ଶାଇଥିଲେ। ହେଲେ ସହକାରୀ ଯନ୍ତ୍ରୀ ତଦନ୍ତ ସମୟରେ ଉପସ୍ଥିତ ନ ଥିଲେ। ଏନେଇ ଅଧୀକ୍ଷଣ ଯନ୍ତ୍ରୀ ଚିଠି ସଂଖ୍ୟା ୯୫୩ରେ ସହକାରୀ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ସେହିପରି ସଞ୍ଜୟ ନଗରଠାରୁ ଶାସନ ପୁରୁଷୋତ୍ତମପୁର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ଅନିୟମିତତା ନେଇ ୧୭ା୧୧ା୨୦ରେ ଅଧୀକ୍ଷଣ ଯନ୍ତ୍ରୀ ତଦନ୍ତ କରି ସହକାରୀ ଯନ୍ତ୍ରୀଙ୍କୁ ଦାୟୀ କରିବା ସହିତ ତାଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ ପାଇଁ ଚିଠି ସଂଖ୍ୟା ୧୭୩୧, ୧୯ା୧୧ା୨୦୨୦ରେ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ କାହଁିକି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ, ସେ ସମ୍ପର୍କରେ ସେ ସମୟର ନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ସେହିପରି ବାଲିଚନ୍ଦ୍ରପୁରଠାରୁ ଦେକୁରୀ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ କରାଯାଇଥିବା ରାସ୍ତାଟି ମାତ୍ର ୩ ମାସରେ ଶୋଚନୀୟ ହୋଇପଡିଥିଲା। ରାସ୍ତା ନିର୍ମାଣ ସମୟରେ ୨୦୦ ମିଟର ଗାଡଓ୍ବାଲ ଭୁଶୁଡ଼ି ପଡ଼ିଥିବା ବେଳେ ତାକୁ ମାଟି ଘୋଡ଼ାଇ ଦିଆଯାଇଥିଲା। ଭୁଲୁକାସ୍ଥିତ ପଦ୍ମାଳୟା ଉଚ୍ଚ ବିଦ୍ୟାଳୟଠାରୁ କୃଷ୍ଣପୁର ଶାସନ ଉଚ୍ଚ ବିଦ୍ୟାଳୟ ଛକ ପର୍ଯ୍ୟନ୍ତ ନିର୍ମାଣ କରାଯାଉଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ରାସ୍ତାର ଅନିୟମିତତା ସମ୍ପର୍କରେ ଗ୍ରାମବାସୀଙ୍କ ବହୁବାର ଅଭିଯୋଗ ପରେ ମଧ୍ୟ ଡିଭିଜନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ନିକଟରେ ଅଭିଯୋଗ ପରେ ବିଭାଗୀୟ ଅତିରିକ୍ତ ସଚିବଙ୍କ ନିର୍ଦ୍ଦେଶକ୍ରମେ ଅଧୀକ୍ଷଣ ଯନ୍ତ୍ରୀ ରାସ୍ତାର ତଦନ୍ତ କରି ୨୦୦ ମିଟର ନିର୍ମାଣ ହୋଇଥିବା ରାସ୍ତାକୁ ଭାଙ୍ଗି ପୁନର୍ବାର ନିର୍ମାଣ ପାଇଁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ଅଧୀକ୍ଷଣ ଯନ୍ତ୍ରୀଙ୍କ ପତ୍ର ସଂଖ୍ୟା ୯୮୪, ତା.୧୩ା୪ା୨୧ରେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଠିକା ସଂସ୍ଥାକୁ ତାଗିଦା କରାଯାଇଛି ା
ସୂଚନାଯୋଗ୍ୟ, ଚଣ୍ଡିଖୋଲର ସହକାରୀ ଯନ୍ତ୍ରୀ ଏହି ସବ୍‌ଡିଭିଜନରେ କନିଷ୍ଠ ଯନ୍ତ୍ରୀ ଭାବେ କାମ କରୁଥିଲେ ା ଗତ ୩ ବର୍ଷ ହେବ ପଦୋନ୍ନତି ପାଇ ସେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାମ କରୁଛନ୍ତି ା ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ପାତ୍ରଙ୍କୁ ପଚାରିବାରେ ସେ ୪ ଥର କାରଣ ଦର୍ଶାଅ ନୋଟିସ ପାଇଥିବା ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri