ଚାଷ ଜମିରେ ମାଡୁଛି ଲୁଣାପାଣି

ରାଜନଗର, ୧୧।୬(ଡି.ଏନ୍‌.ଏ.): ୩ ବର୍ଷ ହେଲା ସ୍ଲୁଇସ୍‌ ନିର୍ମାଣ ସରିଲାଣି। ମାତ୍ର ଆଜିଯାଏ ସ୍ଲୁଇସ୍‌ରେ ଗେଟ ଲାଗିନି। ନଦୀରେ ଜୁଆର ସମୟରେ ଲୁଣାପାଣି ଭେଡା ଭିତରକୁ ପଶି ଚାଷ ଜମିରେ ଲହଡି ଭାଙ୍ଗୁଛି। ସ୍ଲୁଇସ୍‌ରେ ଗେଟ ନ ଥିବାରୁ ଭେଡା ମଧ୍ୟରେ ଜମି ରହୁଥିବା ପାଣି ମଧ୍ୟ ନିଷ୍କାସନ ହୋଇପାରୁନି। ଏହାକୁ ନେଇ ରାଜନଗର ବ୍ଲକ ଅଧୀନ ୭ଟି ପଞ୍ଚାୟତର ଚାଷୀଙ୍କ ମଧ୍ୟରେ ବଡ଼ଧରଣର ଆନ୍ଦୋଳନ ଦାନା ବାନ୍ଧୁଛି। ସ୍ଲୁଇସ୍‌ ନିର୍ମାଣ କରିଥିବା ଡ୍ରେନେଜ ବିଭାଗ ନିକଟରେ ଚାଷୀମାନେ ୩ ବର୍ଷ ହେଲା ଅଭିଯୋଗ କରି ଆସୁଥିଲେ ମଧ୍ୟ ବିଭାଗ ପଦକ୍ଷେପ ନେବା ବଦଳରେ ଚୁପ୍‌ ବସିଛି।
ରାଜନଗର ବ୍ଲକର ଗୁପ୍ତି, କଣ୍ଡିରା, ଭିତରଗଡ ପ୍ରଭୃତି ପଞ୍ଚାୟତ ସମେତ ଚାନ୍ଦିବାଉଁଶମୂଳ, କୁରୁଣ୍ଟି, ଡେରା ପଞ୍ଚାୟତର କେତେକ ଚାଷ ଜମିରୁ ବର୍ଷା ପାଣି ଗୁପ୍ତି-ଚକମନପୁର ରାସ୍ତାରେ ଥିବା ସ୍ଲୁଇସ୍‌ ଦେଇ ନିଷ୍କାସନ ହୋଇଥାଏ। ୨୦୧୮ରେ ଡ୍ରେନେଜ ବିଭାଗ ପକ୍ଷରୁ ଏହି ଡ୍ରେନର ପୁନରୁଦ୍ଧାର କରାଯିବା ସହ ଏଠାରେ ଏକ ସ୍ଲୁଇସ୍‌ ନିର୍ମାଣ କରାଯାଇଛି। ସ୍ଲୁଇସ୍‌ରେ ଗେଟ ଲାଗି ନ ଥିବାରୁ ପାଟଶାଳା ନଦୀର ଲୁଣା ଜୁଆର ପାଣି ଭେଡା ଭିତରକୁ ପଶୁଛି। ୟାସ୍‌ ସମୟରେ ସମୁଦ୍ରରୁ ଉଚ୍ଚ ଜୁଆର ଉଠି ଏହି ମୁକୁଳା ସ୍ଲୁଇସ୍‌ ଦେଇ ଲୁଣା ଜୁଆର ପାଣି ହଜାର ହଜାର ଏକର ଚାଷ ଜମିରେ ମାଡ଼ିଯାଇଛି। ପ୍ରବଳ ବର୍ଷା ସାଙ୍ଗକୁ ଲୁଣା ଜୁଆର ପାଣି ମିଶି ଘର ଭିତରେ ପଶିଥିଲା। ବାତ୍ୟା ପରଠୁ ନଦୀ ଫୁଲି ରହୁଥିବାରୁ ଜଳ ନିଷ୍କାସନ ହୋଇପାରୁନି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୭ଟି ପଞ୍ଚାୟତର ଶତାଧିକ ଚାଷୀ ଡ୍ରେନେଜ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ଏ ନେଇ ଲିଖିତ ଭାବେ ଜଣାଇଛନ୍ତି। ଭେଡାରେ ଜମିଥିବା ପାଣି ନିଷ୍କାସନ ସହ ସ୍ଲୁଇସରେ କବାଟ ଲଗାଇବାକୁ ଦାବି କରିଛନ୍ତି। ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ସ୍ଲୁଇସ୍‌ରେ କବାଟ ନ ଲଗାଇଲେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ପାରେଶ୍ୱର ଜେନା, ଜଗବନ୍ଧୁ ଦାସ, ସୁରେନ୍ଦ୍ର ଜେନା, ବିଚିତ୍ର କୁମାର ରାଉତ, ପାଣ୍ଡବ ମଳିକ, ଅଭୟ ରାଉତ ପ୍ରମୁଖ ଶତାଧିକ ଚାଷୀ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବହେଳାକୁ ନେଇ ଉଦ୍‌ବେଗ

ବାରିପଦା ଅଫିସ, ୩୦।୪ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ନେଇ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି। ପ୍ରଧାନମନ୍ତ୍ରୀ...

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ତାଳଧ୍ୱଜ ରଥ

ପୁରୀ ଅଫିସ, ୨୩।୬: ନବ ଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଭାଉଭଉଣୀଙ୍କୁ ସାଥୀରେ ଧରି ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ମହାପ୍ରଭୁ। ପ୍ରଥମେ ପୂର୍ବାହ୍ନ ୧୧ଟା ୫୫ରେ...

ଖୁବ୍‌ ଶୀଘ୍ର ହେବ ଆନନ୍ଦ ବଜାର-ବସଷ୍ଟାଣ୍ଡ ଅଣ୍ଡରପାସ୍‌

ବେତନଟୀ,୩ା୩ (ଡି.ଏନ୍‌.ଏ.)- ବେତନଟୀ ରେଳଷ୍ଟେଶନ ନିକଟରେ ରେଳଲାଇନ ମଧ୍ୟ ଦେଇ ଆନନ୍ଦ ବଜାରରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଅଣ୍ଡରପାସ ରାସ୍ତା ହେବ। ଏନେଇ ବାଲେଶ୍ୱର ଏମ୍‌ପି ପ୍ରତାପ...

ଇ-ମୂଲ୍ୟାୟନ କେନ୍ଦ୍ରରେ ରହୁନି ଇଣ୍ଟରନେଟ୍‌

ବ୍ରହ୍ମପୁର ଅଫିସ୍‌,୨୬ା୪- ଶିକ୍ଷା କ୍ଷେତ୍ର ଭଳି ଏକ ସମ୍ବେଦନଶୀଳ ବିଷୟକୁ ନେଇ ରାଜ୍ୟ ସରକାର କେମିତି ଖାମଖିଆଲ ମନୋଭାବ ରଖୁଛନ୍ତି, ତାହା ଯୁକ୍ତ ୨ ଖାତାଦେଖାରେ...

ପୋଲିସ ମାଡ଼ରେ ଯୁବକଙ୍କ ଆଖିରୁ ବୋହିଲା ରକ୍ତ

ବାରିପଦା ଅଫିସ,୨୯। ୧୦: ପୋଲିସ ମାଡ଼ରେ ଯୁବକଙ୍କ ଆଖିରୁ ବୋହୁଛି ରକ୍ତ, ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ସହର ୨୫ ନଂ. ଓ୍ବାର୍ଡର...

ବାହୁଡ଼ିଲେ ମହାପ୍ରଭୁ, ଆଜି ଯିବେ ରତ୍ନବେଦି

ଢେଙ୍କାନାଳ ଅଫିସ,୧୩ା୭ – ଢେଙ୍କାନାଳରେ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଅପରାହ୍ନ ୫ଟା ୧୫ରେ ବଡରଥ ଓ ସାଢେ ୫ଟାରେ...

ରୁଷୁଡା ପଞ୍ଚାୟତ ୭୨ ଘଣ୍ଟା ଶଟ୍‌ଡାଉନ

ଗୁଡ୍‌ଭେଲା,୧୮।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ରୁଷୁଡା ଗ୍ରାମପଞ୍ଚାୟତ ଅଧୀନ ଚାଣ୍ଟିପଦର ଗ୍ରାମରେ ତିନି ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପରେ...

ପୋଲିସ, ଜନସାଧାରଣ ମଧ୍ୟରେ ବଢୁଛି ଦୂରତା: ଗାଁ ଗାଁରେ ହେଉଛି କଙ୍ଗାରୁ କୋର୍ଟ

ନୂଆଗାଁ,୧୧ା୭ (ଡି.ଏନ.ଏ.): ନୟାଗଡ଼ ଜିଲାର ବିଭିନ୍ନ ଗ୍ରାମରେ କଙ୍ଗାରୁ କୋର୍ଟ ଭଳି ଘଟଣା ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି। ଏହା ଦ୍ୱାରା ସାଧାରଣ ନିରୀହ ଲୋକେ...

Advertisement
Archives

Model This Week