ଟିକାକରଣରେ ଅବ୍ୟବସ୍ଥା ନେଇ ଅସନ୍ତୋଷ

ଯାଜପୁର ଅଫିସ,୧୧।୬: ଯାଜପୁର ଜିଲାର କେତେକ କରୋନା ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା ଦେଖା ଦେଇଛି। ଏହାବାଦ୍‌ ଜିଲାରେ ୧୮ରୁ ୪୫ ବର୍ଷ ପର୍ଯ୍ୟନ୍ତ ଟିକାକରଣ କାର୍ଯ୍ୟକ୍ରମ ସୋମବାରଠାରୁ ଆରମ୍ଭ ହୋଇଥିଲେ ହେଁ ବ୍ୟାସନଗର ସହରକୁ ଏଥିରୁ ବାଦ ଦିଆଯାଇଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରଥମ ଡୋଜ୍‌ ଟିକା ନେବାର ୮୪ଦିନ ପରେ ଦ୍ୱିତୀୟ ଟିକା ନେବାକୁ ଅପେକ୍ଷା କରିଥିବା ବ୍ୟକ୍ତିମାନଙ୍କୁ ବୁଧବାର ଫୋନ କରି ସୂଚନା ଦିଆଯାଇଥିଲା। ଫୋନ୍‌ରେ ସୂଚନା ପାଇବା ପରେ ବହୁ ବରିଷ୍ଠ ନାଗରିକ ଦ୍ୱିତୀୟ ଡୋଜ୍‌ ଟିକା ନେବା ପାଇଁ ବହୁ ସଂଖ୍ୟାରେ ଆସି ନିର୍ଦ୍ଦିଷ୍ଟ ହସ୍ପିଟାଲରେ ପହଞ୍ଚିଥିଲେ । ମାତ୍ର ସେମାନଙ୍କୁ ଦାୟିତ୍ୱରେ ଥିବା କର୍ମଚାରୀମାନେ ଆଜି ଟିକା ନାହିଁ, ଆସିଲେ ପୁଣି ଜଣାଇ ଦିଆଯିବ ବୋଲି କହି ଫେରାଇ ଦେଇଥିଲେ। ଫଳରେ ଦୂରଦୂରାନ୍ତରୁ ଆସିଥିବା ଲୋକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଯଦି ଟିକା ନ ଥିଲା ଆମକୁ କାହିଁକି ଫୋନ କରି ଲକ୍‌ଡାଉନ ସମୟରେ ଡକାଗଲା ବୋଲି ସେମାନେ ପ୍ରଶ୍ନ କରିଥିଲେ। ହେଲେ ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ କେହି ନ ଥିଲେ। ଏମିତି ଘଟଣା ଜିଲାର ଧର୍ମଶାଳା, ବଡ଼ଚଣା, ବରୀ, ବିଂଝାରପୁର, ରସୁଲପୁର ଓ ଦାନଗଦି ବ୍ଳକ ଅଞ୍ଚଳରେ ଘଟିଥିବା ଅଭିଯୋଗ ହୋଇଛି। ସେସବୁ ବ୍ଲକରେ ଟିକାଦାନ କାର୍ଯ୍ୟକ୍ରମ ବନ୍ଦ ରଖାଯାଇଛି। ମଙ୍ଗଳବାରଠାରୁ ଯଦି କର୍ତ୍ତୃପକ୍ଷ ଟିକାକରଣ ବନ୍ଦ ପାଇଁ ବିଜ୍ଞପ୍ତି ଜାରି କରିଥିଲେ କାହିଁକି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡ଼କାଇ ଲୋକମାନଙ୍କୁ ହଇରାଣ କରାଗଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ସେହିପରି ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ବହୁ ବ୍ୟକ୍ତି ନିରାଶ ହୋଇ ଫେରିଥିବା ଖବର ମିଳିଛି। ବିଭାଗୀୟ ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଏହି ଅବ୍ୟବସ୍ଥା ଲାଗି ରହିଥିବା ଅଭିଯୋଗ ହୋଇଛି।
ସେହିପରି ୧୮ରୁ ୪୪ବର୍ଷ ବୟସ ବର୍ଗର ବ୍ୟକ୍ତିଙ୍କ ଟିକାକରଣ କାର୍ଯ୍ୟକ୍ରମ ଯାଜପୁର ଜିଲାରେ ସୋମବାରଠାରୁ ଆରମ୍ଭ ହୋଇଥିଲା । ଏଥିପାଇଁ ଯାଜପୁର ଟାଉନରେ ପ୍ରଥମ ଦିନ ୩୦୦, ମଙ୍ଗଳବାର ୫୦୦ ଓ ବୁଧବାର ୧୦୦୦ ଡୋଜ ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା । ପୂର୍ବରୁ ପଞ୍ଜିକରଣ କରାଇ ଏବଂ ସ୍ଲଟ୍‌ ପାଇଥିବା ଯୁବପିଢୀ ଟିକା ନେବାକୁ ଆଗ୍ରହ ପ୍ରକାଶ କରିଥିବା ପରିଲକ୍ଷିତ ହୋଇଥିଲା। ସମସ୍ତଙ୍କୁ ଟିକା ମିଳିବ ବୋଲି କେନ୍ଦ୍ର ସରକାର ଘୋଷଣା କରି ସାରିଥିଲେ ସୁଦ୍ଧା ଯାଜପୁର ଟାଉନରେ କେବଳ ଟିକାଦାନ କେନ୍ଦ୍ର ଖୋଲା ଯାଇଥିବା ଯୋଗୁ ତା’ର ଫାଇଦା ସ୍ଥାନୀୟ ଅଞ୍ଚଳର ଅଧିକାଂଶ ଲୋକଙ୍କୁ ମିଳିଛି। କିନ୍ତୁ ରାଜ୍ୟ ସରକାର କେବଳ ସହରାଞ୍ଚଳରେ ଥିବା ଜିଲା ମୁଖ୍ୟାଳୟରେ ହିଁ ଏହି ବର୍ଗର ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାର ବ୍ୟାସନଗର ପୌରାଞ୍ଚଳରେ ବି ଏକ ଟିକାଦାନ କେନ୍ଦ୍ର ଖୋଲି ସେଠାରେ ଟିକାଦାନ ବ୍ୟବସ୍ଥା କରିବାକୁ ଦାବି ହେଉଛି। ଏ ସଂକ୍ରାନ୍ତରେ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ସନ୍ତୋଷ କୁମାର ପୃଷ୍ଟିଙ୍କୁ ପଚାରିବାରେ ସେ କହିଛନ୍ତି, ଖୁବଶୀଘ୍ର ବ୍ୟାସନଗର ପୌରାଞ୍ଚଳରେ ୧୮ ରୁ ୪୫ ବର୍ଷ ବୟସ୍କଙ୍କୁ ଟିକାକରଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଅହମଦାବାଦ,୩ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?