ବିଦେଶରେ ମୟୂରଭଞ୍ଜ ଛତୁ

ବାରିପଦା ଅଫିସ,୧୧।୬-ରାଜ୍ୟ ତଥା ବିଦେଶକୁ ଏବେ ରପ୍ତାନୀ ହେଉଛି ‘ମୟୂରଭଞ୍ଜ ମସୃମ’। ଜିଲା ତଥା ରାଜ୍ୟ ବାହାରେ ଛତୁ ଓ ମଞ୍ଜିର ବେଶ୍‌ ଚାହିଦା ରହଛି। ଛତୁ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହିତ ୨୪ଶହରୁ ଊର୍ଦ୍ଧ୍ୱ ସ୍ବୟଂସହାୟିକା ଗୋଷ୍ଠୀ(ଏସଏଚ୍‌ଜି)ଙ୍କ ପାଇଁ ରୋଜଗାର ଯୋଗାଇ ଚର୍ଚ୍ଚାରେ ରହିଛନ୍ତି ମୟୂରଭଞ୍ଜର ଦମ୍ପତି। ଅନ୍ୟ ପାଇଁ ଉଦାହରଣ ସାଜିଥିବା ଏହି ସଫଳ ଦମ୍ପତି ହେଲେ ବାରିପଦା ସହର ଉପକଣ୍ଠ ଦେବେନ୍ଦ୍ରପୁରର ଶିଶିର ଚନ୍ଦ୍ର ମହାନ୍ତ ଓ ତାଙ୍କ ସ୍ତ୍ରୀ ପଙ୍କଜିନୀ। ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ଉଭୟେ ଆଜି ବେଶ ସୁନାମ ଅର୍ଜନ କରିପାରିଛନ୍ତି।
କୃଷ୍ଣଚନ୍ଦ୍ରପୁର କଲେଜରେ ଶିଶିର ଚନ୍ଦ୍ର ଚୁକ୍ତିଭିତ୍ତିିକ ଅଧ୍ୟାପନା କରୁଥିବାବେଳେ ପଙ୍କଜିନୀଙ୍କୁ ବିବାହ କରିଥିଲେ। ପରିବାର ଭରଣପୋଷଣରେ ସମସ୍ୟା ଉପୁଜିବାରୁ ଅନ୍ୟ ଉପରେ ନିର୍ଭର ନ କରି କିଛି କରିବାର ଇଚ୍ଛା ଦୁହିଁଙ୍କୁ ଆଗକୁ ବଢ଼ିବାର ବାଟ ଦେଖାଇଥିଲା। ୨୦୧୩ରେ ୧୨ହଜାର ଟଙ୍କାରେ ଛୋଟ ଚାଳିଆଟିଏ କରି ଆରମ୍ଭ କରିଥିଲେ ଛତୁଚାଷ। ଏହି ଛତୁ ଏବେ ମୟୂରଭଞ୍ଜ ମସୃମ ନାମରେ ପ୍ରସିଦ୍ଧ ା ଋତୁ ଅନୁଯାୟୀ ଦୈନିକ ୨୫ରୁ ୩୫ କିଲୋ ଧିଙ୍ଗିରି ଓ ପାଳ ଛତୁ ଉପତ୍ାଦିତ ହେଉଥିବା ବେଳେ ଛତୁ ମଞ୍ଜି ଉପତ୍ାଦନ କରି ଗୁଣବତ୍ତା ଓ ଉପତ୍ାଦକତା ପାଇଁ ଜିଲାରେ ସେ ଏକ ନମ୍ବର ଛତୁ ମଞ୍ଜି ଉପତ୍ାଦନକାରୀ ସଂସ୍ଥା ଭାବେ ବିବେଚିତ ହୋଇପାରିଛନ୍ତି। ଉପତ୍ାଦିତ ଛତୁ ଓ ଛତୁମଞ୍ଜି ଜିଲା ତଥା ରାଜ୍ୟ ବାହାରେ ଏପରିକି ବାଂଲାଦେଶକୁ ମଧ୍ୟ ରପ୍ତାନୀ କରି ସଫଳତାର ଶ୍ରେୟ ସାଉଁଟୁଛନ୍ତି ା ପୂର୍ବରୁ ଛତୁ ମଞ୍ଜି ପାଇଁ ଜିଲାର ଚାଷୀଙ୍କୁ କଟକ ଓ ଭୁବନେଶ୍ୱର ଉପରେ ନିର୍ଭର କରିବାକୁ ପଡୁଥିଲା ା ଏବେ ନିଜ ଜିଲାରେ ଉନ୍ନତମାନର ଛତୁମଞ୍ଜି ପାଇ ବେଶ ଦୁଇପଇସା ଲାଭ ପାଉଛନ୍ତି ଚାଷୀମାନେ।
ଏହି ଦମ୍ପତି ନିଜର ଫାର୍ମରେ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ରୋଜଗାର ଯୋଗାଇଥିବା ବେଳେ ଛତୁ ଚାଷ ସମ୍ପର୍କିତ ବିଭିନ୍ନ କୌଶଳର ଶିକ୍ଷାଦାନ ବା ତାଲିମ ପ୍ରଦାନ ପାଇଁ ରାଜ୍ୟ ସରକାର ସେମାନଙ୍କ ଫାର୍ମକୁ ପ୍ରୟୋଗଶାଳା ଭାବେ ବ୍ୟବହାର କରୁଛନ୍ତି। ଫାର୍ମରେ ପର୍ଯ୍ୟାୟ କ୍ରମରେ ଛତୁଚାଷ ତାଲିମ ଗ୍ରହଣ କରୁଛନ୍ତି ଜିଲାର ବେକାର ଯୁବତୀଯୁବକ। ଶିଶିର ଚନ୍ଦ୍ର ଅଧ୍ୟାପନା ଛାଡ଼ି ଏବେ ପ୍ରଶିକ୍ଷକ ଭାବେ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଷ୍ଟାର ସ୍ବରୋଜଗାର ଯୋଜନାରେ ତାଲିମ ପ୍ରଦାନ କରୁଛନ୍ତି। ଏହି ଦମ୍ପତିଙ୍କଠାରୁ ଚାଷ ସମ୍ବନ୍ଧୀୟ ତାଲିମ ନେଇ ୨୪ଶହ ସ୍ବୟଂ ସହାୟିକା ଗୋଷ୍ଠୀ ନିଜର ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି। ବିଶେଷ ଭାବରେ କରୋନା କଟକଣା ସମୟରେ ବେକାର ଯୁବତୀ ଯୁବକଙ୍କୁ ଛତୁ ଚାଷ ତାଲିମ ପ୍ରଦାନ କରି ଆତ୍ମନିର୍ଭଶୀଳ କରାଇ ପାରିଥିବାରୁ ଆତ୍ମସନ୍ତୋଷ ମିଳୁଛି ବୋଲି କହିଛନ୍ତି ଏହି ଦମ୍ପତି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟବାସୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୧(ବ୍ୟୁରୋ): ପବିତ୍ର ଇଂରାଜୀ ନବବର୍ଷ ଅବସରରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇନ୍ତି। ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ ଏହି ବାର୍ତ୍ତା...

ଅକ୍ଷମଙ୍କ ପାଇଁ ଉଦାହରଣ: ଦୃଷ୍ଟିହୀନ ଆଶିଷ ଏବେ ଅଧ୍ୟାପକ

କଟକ ଅଫିସ,୧୮ା୩: ଜନ୍ମରୁ ଦୃଷ୍ଟିହୀନ। ତଥାପି ଅକ୍ଷମତା ତାଙ୍କୁ ସଫଳତା ପଥରୁ ଦୂରେଇ ରଖିପାରିନି। ଅଗାଧ ପରିଶ୍ରମ ଏବଂ ଦୃଢ ଇଚ୍ଛାଶକ୍ତି ବଳରେ ସେ ଏବେ...

ଫୁଲବାଣୀରେ ଭାଜପା, ବାଲିଗୁଡା-ଜି.ଉଦୟଗିରିରେ ବିଜେଡି ହାତେଇଲା ଅଧ୍ୟକ୍ଷ ପଦ

ଫୁଲବାଣୀ ଅଫିସ୍‌/ଜି.ଉଦୟଗିରି(ଡି.ଏନ୍‌.ଏ.),୨୬ା୩: କନ୍ଧମାଳ ଜିଲାରେ ଫୁଲବାଣୀ ପୌର ପରିଷଦ ନିର୍ବାଚନ ଏବଂ ବାଲିଗୁଡା ଏନ୍‌ଏସି ନିର୍ବାଚନ ଭୋଟ ଗଣତି ଶେଷ ହୋଇଛି। ଫୁଲବାଣୀ ପୌର ପରିଷଦ...

ମୋବାଇଲ୍‌ ଗେମ୍‌ ପାଇଁ ଗଲା ଛାତ୍ରଙ୍କ ଜୀବନ

ଆନନ୍ଦପୁର,୩୦ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଇନ୍ଦୁପୁରା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ମୋବାଇଲରେ ଗେମ୍‌ ଖେଳିବାକୁ ମନା କରିବାରୁ ଜଣେ ନବମ...

ରୋଗ ଉଜାଡ଼ିଦେଲା ସୁଖ, ଦୟନୀୟ ସ୍ଥିତିରେ ଜୀବନ: ଦୁଇ ଦିବ୍ୟାଙ୍ଗ ପୁଅର ସେବା କରୁଛନ୍ତି ବୃଦ୍ଧବାପା

ଜୟପୁର,୭ା୯(ନି.ପ୍ର.) ପୁଅ ଜନ୍ମ ହେଲେ ବୃଦ୍ଧକାଳରେ ସାହା ହେବ। ଏହି ଆଶାରେ ବଞ୍ଚତ୍ଥିବା ବାପ କିନ୍ତୁ ପରିଣତ ବୟସରେ ଏବେ ଦୁଇ ଜଣ ଦିବ୍ୟାଙ୍ଗ ପୁଅଙ୍କ...

ଭିସୁଟ୍‌ରୁ ଉଠିଲା କୋଭିଡ୍‌ କଟକଣା

ସମ୍ବଲପୁର,୪।୩(ବ୍ୟୁରୋ): ସମ୍ବଲପୁରର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରୁ ବୁଧବାରଠାରୁ କୋଭିଡ୍‌ କଟକଣାକୁ ଉଠାଇ ଦିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଏ ନେଇ...

ତେଜିଲା ଅନୁଭବ, ମଞ୍ଜିତ ତିକ୍ତତା

ଭୁବନେଶ୍ୱର,୧।୧୦(ବ୍ୟୁରୋ): ପୁଣି ଚର୍ଚ୍ଚାରେ ଅଭିନେତା ତଥା କେନ୍ଦ୍ରାପଡା ଏମ୍‌ପି ଅନୁଭବ ମହାନ୍ତି। ପଡୋଶୀ ତଥା ଛାତ୍ର ବିଜେଡି ଉପସଭାପତି ମଞ୍ଜିତ ଦାସ ଓ ଅନୁଭବଙ୍କ ମଧ୍ୟରେ...

ଲଗାଣ ବର୍ଷା: ଗଞ୍ଜାମ, କନ୍ଧମାଳ ଜିଲାର ସବୁ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ବ୍ରହ୍ମପୁର ଅଫିସ/କନ୍ଧମାଳ, ୬।୯(ଡି.ଏନ୍‌.ଏ.): ପ୍ରବଳ ବର୍ଷା ଯୋଗୁ କନ୍ଧମାଳ ଓ ଗଞ୍ଜାମ ଜିଲାର ସ୍ଥିତି ବେହାଲ ହୋଇପଡ଼ିଛି। କେଉଁଠି ରାସ୍ତାରେ ଜଳ ପ୍ରବାହିତ ହେଉଛି ତ...

Advertisement
Archives

Model This Week