ମା’ସହ ୩ ବର୍ଷର ପୁଅକୁ ହତ୍ୟା

ନୟାଗଡ଼ ଅଫିସ,୨୦।୭: ନୟାଗଡ଼ ଜିଲା ଇଟାମାଟି ଥାନା ଶଙ୍ଖେଇ ଗାଁରେ ସୋମବାର ଜଣେ ମହିଳା ଓ ତାଙ୍କ ୩ ବର୍ଷର ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା(ନଂ.୧୦୭/୨୧) ରୁଜୁ କରି ମୃତ ମହିଳା ମିଲିମଣି ସାହୁ(୨୪) ଓ ତାଙ୍କ ପୁଅ ଆୟୁଷ୍ମାନର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ମଙ୍ଗଳବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ପୋଲିସ କହିଛି। ଘର ଭିତରେ ଉଭୟ ମୃତଦେହ ଦୀର୍ଘ ସମୟ ଧରି ପଡ଼ି ରହିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଅନ୍ୟପକ୍ଷେ ବୋହୂ ଓ ନାତିର ମୃତଦେହ ଘରେ ପଡିଥିବା ବେଳେ ଶାଶୁ ଫେରାର ହୋଇଯିବା ଘଟଣା ସନ୍ଦେହ ସୃଷ୍ଟି କରିଛି।
ଅଭିଯୋଗ ଅନୁଯାୟୀ, ଖଣ୍ଡପଡ଼ା ଥାନା କିଆଝର ଗାଁର ପବିତ୍ର ସାହୁଙ୍କ ଝିଅ ମିଲିମଣିଙ୍କୁ ଶଙ୍ଖେଇ ଗାଁର ପ୍ରସନ୍ନ କୁମାର ସାହୁ ବିବାହ କରିଥିଲେ। ବିବାହ ସମୟରେ ବରପକ୍ଷର ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ହେଲେ ଅଧିକାଂଶ ସମୟରେ ଅଧିକ ଯୌତୁକ ଦାବି କରି ଶାଶୁ ଘରେ ତାଙ୍କୁ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ ହୋଇଛି । ସୋମବାର ଶାଶୁଘର ଲୋକମାନେ ଝିଅ ଓ ନାତିକୁ ହତ୍ୟା କରିଥିବା ମିଲିମଣିଙ୍କ ପରିବାର ସଦସ୍ୟମାନେ କହିଛନ୍ତି। ଅନ୍ୟପକ୍ଷେ ପ୍ରସନ୍ନ କେରଳ ଚାଲି ଯାଇଥିବା ସୂଚନା ମିଳିଛି। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ଅନ୍ୟପକ୍ଷେ ମିଲିମଣି ଓ ଆୟୁଷ୍ମାନଙ୍କ ମୃତଦେହ ଘରେ ପଡିଥିବା ଜଣାପଡ଼ିବା ପରେ ଏ ସଂକ୍ରାନ୍ତରେ ଗାଁ ଲୋକେ ଶାଶୁଙ୍କୁ ପ୍ରଶ୍ନ କରିଥିଲେ। ଶାଶୁ କହିଥିଲେ, ନାତି ଦୃଷ୍ଟ ହେବାରୁ ମା’ଆକଟ କରିବାକୁ ଯାଇ ମାଡ଼ ମାରିଥିଲା । ହେଲେ ନାତିର କିପରି ମୃତ୍ୟୁ ହେଲା ଜଣାପଡି ନ ଥିଲା। ପୁଅର ମୃତ୍ୟୁକୁ ସହ୍ୟ କରି ନ ପାରି ବୋହୂ ଆମତ୍ହତ୍ୟା କରିଥାଇ ପାରେ ବୋଲି ସେ କହିଥିଲେ। ଏ ସଂକ୍ରାନ୍ତରେ ଥାନା ଅଧିକାରୀ ବସନ୍ତ ସାହୁ କହିଛନ୍ତି, ପ୍ରାଥମିକ ତଦନ୍ତ ପରେ ବି ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତକଙ୍କ ବାପାଙ୍କ ଅଭିଯୋଗ ପରେ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇର ‘ସବୁଠୁ ଧନୀ ଗଣେଶ’; ୬୬ କେଜି ସୁନାରେ ସଜ୍ଜିତ ଗଣପତି; ୭୦୩ କୋଟିରୁ ଅଧିକ ଟଙ୍କାର ବୀମା

ମୁମ୍ବାଇ,୧୪।୯: ମୁମ୍ବାଇର ଗଣେଶୋତ୍ସବ କଥା ଉଠିଲେ ଲାଲବାଗଚା ରାଜାଙ୍କ ନାଁ ନିଶ୍ଚିତ ଭାବେ ଆସେ। ତେବେ ମାୟାନଗରୀରେ ଆଉ ଜଣେ ଗଣପତି ଅଛନ୍ତି, ଯାହାଙ୍କ ଦରବାରରେ ଭକ୍ତି…

ସୃଷ୍ଟି ହେଲା ୪ ବଡ଼ ରାଜଯୋଗ: କନ୍ୟା ସମେତ ଏହି ସବୁ ରାଶିଙ୍କର ସୁବର୍ଣ୍ଣ ସମୟ ଆରମ୍ଭ, ଧନବର୍ଷା ସହ ଚାକିରିରେ ପଦୋନ୍ନତି

ଭୁବନେଶ୍ୱର: ଆଜି ୧୪ ସେପ୍ଟେମ୍ବର ୨୦୨୬, ସୋମବାର। ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ସହ ଚତୁର୍ଥୀ ତିଥି ମଧ୍ୟ ରହିଛି। ଏହି କାରଣରୁ ଆଜି ଗଣେଶ…

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୧୭ ଯାଏ ଲାଗିରହିବ…

ଭୁବନେଶ୍ୱର,୧୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ରବିବାର ସନ୍ଧ୍ୟାସୁଦ୍ଧା ଦକ୍ଷିଣ ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ପଶ୍ଚିମ-ଉତ୍ତର…

AIକୁ ନେଇ ବିଶ୍ୱକୁ ସତର୍କବାଣୀ ଶୁଣାଇଲେ ସତ୍ୟ ନାଡେଲା; ଜାଣନ୍ତୁ…

ଓ୍ବାଶିଂଟନ,୧୪।୯: ବିଶ୍ୱସ୍ତରୀୟ ଆଇଟି ମହାକୁମ୍ଭ ମାଇକ୍ରୋସଫ୍ଟର ଅଧ୍ୟକ୍ଷ ଏବଂ ସିଇଓ ସତ୍ୟ ନାଡେଲା AI ସହିତ ଜଡିତ ବଢୁଥିବା ବିପଦ ମଧ୍ୟରେ ଚିନ୍ତା ପ୍ରକାଶ କରିଛନ୍ତି। ସେ…

ଗୁରୁ-ଚନ୍ଦ୍ରଙ୍କ ନବପଞ୍ଚମ ଯୋଗ: ଆଜିଠୁ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଆର୍ଥିକ ଲାଭ ସହ ହେବ ମାଲାମାଲ

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହ ଓ ନକ୍ଷତ୍ରଙ୍କ ଚଳନର ପ୍ରଭାବ ମଣିଷର ଜୀବନ ଉପରେ ପଡ଼ିଥାଏ। ଚନ୍ଦ୍ରଙ୍କ ଗୋଚର ପରେ ବିଛା ରାଶିରେ ଥିବା ଚନ୍ଦ୍ର…

ଗଣେଶ ଚତୁର୍ଥୀର ଶୁଭ ସଂଯୋଗ, ଗ୍ରହ ଚଳନରେ ଏହି ରାଶିଙ୍କ ଖୋଲିବ ଭାଗ୍ୟ!

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଦିନସାରା ଚନ୍ଦ୍ର ତୁଳା ରାଶିରେ ଅବସ୍ଥାନ କରିବେ; ଯଦିଓ ନକ୍ଷତ୍ର ଚିତ୍ରାରୁ ସ୍ୱାତୀକୁ ପରିବର୍ତ୍ତନ ହେବ, ତଥାପି ରାଶିର କୌଣସି…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

ବିରୂପା ନଦୀକୁ ଡେଇଁଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ଏବେ ବି…

ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ/ଶୁଭାଶିଷ ରାଉତ ): ବିରୂପା ନଦୀର ବାଲିକୁଦା ସେତୁ ଉପରୁ ଜଣେ ଦମ୍ପତ୍ତି ଡେଇଁ ପଡିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?