ପୁଅକୁ ମାନସିକ ନିର୍ଯାତନା ଦିଆଯାଉଥିଲା: ମା’

ଖଇରା/କପ୍ତିପଦା,୧୯।୭(ଡି.ଏନ.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି। ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ୫ଜଣିଆ ଟିମ୍‌ ସୋମବାର ପ୍ରଥମେ ସୌମ୍ୟରଞ୍ଜନଙ୍କ ଘର ବାଲେଶ୍ୱର ଜିଲା ଖଇରା ଥାନା ନୟାଖଣ୍ଡି ପଞ୍ଚାୟତ ବେଗୁନିଆ ଗ୍ରାମକୁ ଯାଇ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଛନ୍ତି। ପରେ ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଗୌଡଗାଁସ୍ଥିତ ସୌମ୍ୟଙ୍କ ଶ୍ୱଶୁର ଘରକୁ ଯାଇ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ପଚରାଉଚୁରା କରିଛନ୍ତି।
ଖଇରା ପୋଲିସ ସହାୟତାରେ ଏହି ଟିମ୍‌ ସୌମ୍ୟଙ୍କ ମା’ ତୁଳସୀ ମହାପାତ୍ର ଓ ମାଈଁ ଊର୍ମିଳା ପଣ୍ଡାଙ୍କ ସହ ସୌମ୍ୟ ଫୋନରେ କରିଥିବା ବାର୍ତ୍ତାଳାପକୁ ରେକର୍ଡ କରିଛନ୍ତି। ସୌମ୍ୟଙ୍କ ମା’ଙ୍କ ବୟାନ ଅନୁଯାୟୀ ବିବାହର କିଛିଦିନ ପରେ ପୁଅ ପାରଳାଖେମୁଣ୍ଡିରୁ ଫୋନ କରି କହିଥିଲେ, ମା’ ମୋ ସଂସାର ଉଜୁଡିଗଲା, ମୁଁ ଫସିଗଲି । ବିଦ୍ୟା ବର୍ଷେ ପର୍ଯ୍ୟନ୍ତ ବୈବାହିକ ସମ୍ପର୍କ ନ ରଖିବାକୁ ମନା କରିଛନ୍ତି। ପ୍ରତ୍ୟେକ ଦିନ ଝଗଡା ଲାଗୁଥିବା ଏବଂ ବିଭିନ୍ନ ଆଳରେ ରାତି ଡ୍ୟୁଟି ପକାଇ ଡିଏଫ୍‌ଓ ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି। ଭୁବନେଶ୍ୱର ଟ୍ରେନିଂରେ ଆସିଥିବା ବେଳେ ଉଭୟଙ୍କ ମଧ୍ୟରେ ଝଗଡା ଯୋଗୁ ବିଦ୍ୟାଭାରତୀ ସିନ୍ଦୂର ପୋଛିବା ଓ ହାତରୁ ଶଙ୍ଖା ଭାଙ୍ଗି ରାଗି ଘରୁ ପଳାଇଥିଲେ। ପରେ ତାଙ୍କୁ ଡିଏଫ୍‌ଓଙ୍କ ଘରୁ ବୁଝାଶୁଝା କରି ଅଣାଯାଇଥିବା ନେଇ ସୌମ୍ୟଙ୍କ ମା’ ପୋଲିସ ଆଗରେ କହିଥିଲେ।

ବୋହୂ ବିଦ୍ୟାଭାରତୀ ବଲାଙ୍ଗୀର ଯାଇ କେତେଜଣ ଯୁବକଙ୍କ ସହ ବ୍ୟାଚଲର ପାର୍ଟି କରିଥିଲେ। ସୌମ୍ୟ ତାଙ୍କ ସହ ଯାଇଥିଲେ ମଧ୍ୟ ତାଙ୍କୁ ବାହାରେ ରହିବା ପାଇଁ ବୋହୂ ବାଧ୍ୟ କରିଥିଲେ। ଏଥିରେ ସୌମ୍ୟ ଅତିଷ୍ଠ ହୋଇ ପାରଳାଖେମୁଣ୍ଡି ପଳାଇ ଆସିଥିଲେ। ଶେଷରେ ଶ୍ୱଶୁର ଶାଶୁଙ୍କ ଦ୍ୱାରା ଏହି ଘଟଣା ସମାଧାନ ହୋଇଥିବା ସୌମ୍ୟଙ୍କ ମା’ ପୋଲିସ ଆଗରେ କହିଥିଲେ। ସେହିଭଳି ରଜ ସମୟରେ ସୌମ୍ୟ ଘରକୁ ଆସିଥିବା ବେଳେ ନିଜ ମନ କଥାକୁ ମାଈଁଙ୍କ ଆଗରେ ପ୍ରକାଶ କରିଥିଲେ। ଡିଏଫଓଙ୍କ ଯୋଗୁ ତାଙ୍କ ପରିବାର ନଷ୍ଟ ହେବା କଥା କହି କାନ୍ଦି ପକାଇଥିଲେ। ସେହିଭଳି ମୃତ୍ୟୁ ପୂର୍ବରୁ ଜୁଲାଇ ୯ ତାରିଖରେ ବିଦ୍ୟାଭାରତୀ ସୌମ୍ୟଙ୍କର ସମ୍ପତ୍ତି ଏବଂ ପାଉଥିବା ଦରମାକୁ ତାଙ୍କ ନାମରେ ବଣ୍ଡ ପେପରରେ ଚୁକ୍ତି କରାଇନେଇଥିଲେ। ଉକ୍ତ ଚୁକ୍ତିନାମାର ନକଲ ତାଙ୍କ ମା’ ପୋଲିସକୁ ଦେଖାଇବା ସହ ହତ୍ୟା ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିବା ନେଇ ତାଙ୍କ ମାମୁ ଶୀତିକଣ୍ଠ ପଣ୍ଡା ପୋଲିସ ଆଗରେ କହିଥିଲେ। ତଦନ୍ତର ସ୍ବଚ୍ଛତା ପାଇଁ ପ୍ରଥମେ ଡିଏଫ୍‌ଓଙ୍କୁ ନିଲମ୍ବନ ଏବଂ ବିଦ୍ୟାଭାରତୀଙ୍କୁ ଗିରଫ ଓ ଲାଏ ଡିଟେକସନ ଟେଷ୍ଟ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।

ଅପରାହ୍ନରେ ଏହି ଟିମ୍‌ ସ୍ଥାନୀୟ ପୋଲିସ ସହ ସାୈମ୍ୟଙ୍କ ଶ୍ୱଶୁର ଘର କପ୍ତିପଦା ଗାୈଡଗାଁରେ ପହଞ୍ଚି ତଦନ୍ତ କରିଥିଲେ। ସେଠାରେ ରହୁଥିବା ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଜେରା କରିଥିଲେ। ସୌମ୍ୟଙ୍କ ମୋବାଇଲ ଫୋନ ବିଦ୍ୟାଭାରତୀଙ୍କ ନିକଟରେ ଥିବାରୁ ଉଭୟଙ୍କ ମୋବାଇଲକୁ ଏହି ଟିମ୍‌ ଜବତ କରିଛି। ସେଥିରୁ କିଛି ତଥ୍ୟ ମିଳିପାରେ ବୋଲି ପୋଲିସ ସୂଚନା ଦେଇଛି। ଏତଦ୍‌ବ୍ୟତୀତ ଉଭୟଙ୍କ ଦାମ୍ପତ୍ୟ ଜୀବନ କିପରି ଥିଲା, ବିଦ୍ୟାଭାରତୀଙ୍କର ସାୈମ୍ୟଙ୍କୁ ବିବାହ ପାଇଁ ଇଚ୍ଛା ଥିଲା କି ନାହିଁ, ବିବାହ ପରେ ସେମାନଙ୍କ ମଧ୍ୟରେ କ’ଣ ଅସୁବିଧା ରହୁଥିଲା ପୋଲିସ ପଚାରିଥିବା ସୂଚନା ମିଳିଛି। ସୋମବାର ଏହି ତଦନ୍ତ ସରି ନ ଥିବା ବେଳେ ମଙ୍ଗଳବାର ମଧ୍ୟ ଟିମ୍‌ ଗୌଡ଼ଗାଁ ଆସିବ ବୋଲି ଟିମ ଲିଡର ଆଇଆଇସି ସ୍ବାଇଁ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri