ବାହୁଡ଼ିବେ ମହାବାହୁ

ପୁରୀ ଅଫିସ, ୨୦।୭: ମଙ୍ଗଳବାର ବାହୁଡ଼ା ଯାତ୍ରା। ଜନ୍ମବେଦି ଛାଡ଼ି ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦିକୁ ଫେରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରଥ ଓ ପଥ ପ୍ରସ୍ତୁତ ହୋଇଥିବାବେଳେ ସେବାୟତମାନେ ରଥ ଟାଣିନେବାକୁ ଅପେକ୍ଷା କରି ରହିଛନ୍ତି। ବିନା ଭକ୍ତରେ ବାହୁଡ଼ା ଯାତ୍ରା ହେବ। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ସୋମବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସମର୍ଥ ବର୍ମା ଏବଂ ଏସ୍‌ପି କନୱର ବିଶାଲ ସିଂଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଶୃଙ୍ଖଳିତ ବାହୁଡ଼ା ଯାତ୍ରା ଓ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ସମେତ ସୁନାବେଶ ପ୍ରସଙ୍ଗରେ ଅଧିକାରୀମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ବାହୁଡ଼ା ଯାତ୍ରା ଦିନ ଭୋର ୪ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଆରମ୍ଭ ହେବ। ୫ଟାରେ ଅବକାଶ ପୂଜା ସରିବ। ପରବର୍ତ୍ତୀ ନୀତିକାନ୍ତି ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ହେବ। ଅପରାହ୍ନ ୨ଟା ୩୦ ସୁଦ୍ଧା ପହଣ୍ଡି ସରି ୩ଟା ୩୦ ପର୍ଯ୍ୟନ୍ତ ଛେରାପହଁରା ନୀତି ହେବ। ଚାରମାଳ ଫିଟିବା ଓ ଘୋଡ଼ା ଲାଗିବା କାର୍ଯ୍ୟ ୩ଟାରେ ଆରମ୍ଭ ହୋଇ ୪ଟା ସୁଦ୍ଧା ସରିବ। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ। କେବଳ ସେବାୟତମାନେ ରଥ ଟାଣିବେ। ପ୍ରଶାସନ ପକ୍ଷରୁ ସେବାୟତଙ୍କ ପାଇଁ ରଥଯାତ୍ରା ଭଳି ସମସ୍ତ ବ୍ୟବସ୍ଥା କରାଯିବ।
ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ବାହୁଡ଼ା ଯାତ୍ରା ଓ ସୁନାବେଶ ପ୍ରସଙ୍ଗରେ ଏହି ବୈଠକ ହୋଇଥିଲା।

ରଥଯାତ୍ରାରେ ବିଭିନ୍ନ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବାହୁଡ଼ା ଯାତ୍ରା ଓ ସୁନାବେଶରେ ମଧ୍ୟ ନିଆଯିବ। ମଙ୍ଗଳବାର ଟାଣଖରା ହେବାର ସମ୍ଭାବନା ଅଧିକ ଥିବାରୁ ପାନୀୟଜଳ, ଓଆର୍‌ଏସ୍‌ ବ୍ୟବସ୍ଥା ହୋଇଛି। ସେବାୟତମାନେ ଖାଲିପାଦରେ ରଥ ଟାଣୁଥିବାରୁ ବଡ଼ଦାଣ୍ଡରେ ଜଳ ସିଞ୍ଚନ କରିବା ପାଇଁ ପିଏଚ୍‌ଡି ଏବଂ ଅଗ୍ନିଶମ ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଟାଟା ପାୱାର କମ୍ପାନୀକୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇବାକୁ କୁହାଯାଇଛି। ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ସମସ୍ତ କଟକଣା ମାନି ଜନସାଧାରଣ ଘରେ ରହି ରଥଯାତ୍ରା ଦେଖିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ସେହିପରି ଏସ୍‌ପି କହିଛନ୍ତି, ବଡ଼ଦାଣ୍ଡ ଉଭୟ ପାର୍ଶ୍ୱରେ ଥିବା ଲଜ୍‌ ଓ ହୋଟେଲକୁ ଖାଲି କରାଯାଇଛି। ଆସନ୍ତା ୨୧ ତାରିଖ ରାତ୍ର ୮ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଥିବାରୁ ଏହି ସମୟ ମଧ୍ୟରେ କାହାରିକୁ ହୋଟେଲ୍‌, ଧର୍ମଶାଳା ଓ ଲଜ୍‌ ଇତ୍ୟାଦିରେ ନ ରଖିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଅନଧିକାର ପ୍ରବେଶ ନେଇ ସୂଚନା ମିଳିଲେ ପୁରୀ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ବାହୁଡ଼ାରେ ଅନଧିକାର ପ୍ରବେଶ ରୋକିବା ପାଇଁ ପୁରୀ ପୋଲିସ ନୂଆ ପନ୍ଥା ଆପଣାଇଛି। ଅମାନିଆଙ୍କ ଉପରେ ୨୨ଟି ଟିମ୍‌ ନଜର ରଖିବେ। ବଡଦାଣ୍ଡ ଉଭୟ ପାର୍ଶ୍ୱରେ ୧୧ଟି ଲେଖାଏ ଟିମ୍‌ ରହିବେ। ପ୍ରତି ଟିମ୍‌ରେ ମାଜିଷ୍ଟ୍ରେଟ୍‌, ଭିଡିଓଗ୍ରାଫର୍‌, ମେଗାଫୋନ୍‌ ଓ ପୋଲିସ କର୍ମଚାରୀ ନିୟୋଜିତ ହେବେ। ତିନି ରଥ ପାଖରେ ୩ଟି ଚେକିଂ ଟିମ୍‌ ରହିବା ସହ ବଡ଼ଦାଣ୍ଡରେ ଅନବରତ ଭ୍ରମଣ କରିବେ। କାହାରି ଉପରେ ସନ୍ଦେହ ହେଲେ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯିବ। ଭିଡିଓଗ୍ରାଫର୍‌ ଯେକୌଣସି ସ୍ଥାନରେ ବୁଲୁଥିବା ଲୋକଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରିବେ। ଅମାନିଆ ଏବଂ ବାହାର ଲୋକେ ଯେଭଳି ପୋଲିସ ନଜରରୁ ଖସି ନ ଯିବେ ସେଥିଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ପୁରୀ ସହରରେ ସୋମବାର ରାତ୍ର ୮ରୁ କର୍ଫ୍ୟୁ ଜାରି ହୋଇଥିବାବେଳେ ୨୧ ତାରିଖ ରାତ୍ର ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କର୍ମଚାରୀଙ୍କ ଏମିତି କଥା ଶୁଣି ହସିଲେ ମୋଦି: କହିଲେ, ଯୋଗୀ ଜୀଙ୍କୁ ଧନ୍ୟବାଦ ଦିଅ’, ଜାଣନ୍ତୁ କ’ଣ ଘଟିଲା

ବାରାଣସୀ,୨୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ବାରାଣସୀ ଗସ୍ତରେ ଯାଇ ଅରବିନ୍ଦ ଲିମିଟେଡ୍‌ର ନୂତନ ପୋଷାକ ନିର୍ମାଣ ୟୁନିଟ୍‌ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ…

ରାୟଗଡ଼ାରେ ଜନନୀ ଯନ୍ତ୍ରଣା, ମୃତ ସନ୍ତାନ ଜନ୍ମ ଦେଲେ ପ୍ରସୂତି

କାଶୀପୁର,୨୬।୧୦(ଜଗନ୍ନାଥ ଗୌଡ଼): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ୫ଦିନ ମଧ୍ୟରେ ୨ଟି ଘଟଣା ଜିଲାର ସ୍ବାସ୍ଥ୍ୟ ସେବାର ଚିତ୍ରକୁ ସ୍ପଷ୍ଟ…

୪ ହଜାର କୋଟି ଟଙ୍କାର ଫିଲ୍ମ କରିବାକୁ ଏମିତି ପନ୍ଥା ଆପଣାଇଥିଲେ ସାଇ ପଲ୍ଲବୀ: ଖୋଲିଲେ ସିକ୍ରେଟ୍‌

ନୂଆଦିଲ୍ଲୀ,୨୬।୧୦: ପାଖାପାଖି ୪ ହଜାର କୋଟି ବଜେଟ୍‌ରେ ନିର୍ମିତ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ମାତା ସୀତାଙ୍କ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ସାଇ ପଲ୍ଲବୀ। ଏହି ଭୂମିକାକୁ…

ଖବର ପ୍ରସାରଣ ପରେ ତପନଙ୍କୁ ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ବଞ୍ଚୋ,୨୬।୧୦(ପ୍ରଦୋଷ ବିଶ୍ୱାଳ ): ଗରିବ ଶ୍ରମିକ ତପନ କୁମାର ବରାଳଙ୍କ ଦୁର୍ଦ୍ଦଶା ସମ୍ପର୍କିତ ଖବର ପ୍ରସାରଣ ପରେ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଆନନ୍ଦପୁର ଉପଜିଲାପାଳ ନୀଳମାଧବ…

ବଲାଙ୍ଗୀର ପାଇଁ ଗର୍ବ: ରଣଜୀ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି, ବିଧାୟକ କହିଲେ….

ବଲାଙ୍ଗୀର,୨୬।୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି ରଣଜୀ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି । ଏହା ବଲାଙ୍ଗୀର ଜିଲା ପାଇଁ…

ଏକାଠି ହେଲେ ୪ କ୍ୟାଡର ଅଧିକାରୀ, ୫ ଦଫା ଦାବିରେ ଜିଲାପାଳଙ୍କୁ ଦାବିପତ୍ର

ଖୋର୍ଦ୍ଧା,୨୬।୧୦(ପ୍ରଭାତ ପାଣିଗ୍ରାହୀ): ଦରମାରେ ସଂଶୋଧନ, ପଦୋନ୍ନତିର ସୁଯୋଗ, କ୍ଷେତ୍ର ପରିଦର୍ଶନ ପାଇଁ ଯାତାୟାତ ସୁବିଧା ସମେତ ୫ଦଫା ଦାବି ନେଇ ନିଖିଳ ଓଡ଼ିଶା ବ୍ଲକ ସମ୍ପ୍ରସାରଣ ଅଧିକାରୀ…

ମାଝୀଗୁଡ଼ା ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ: ୪ ଗିରଫ, ଜବତ ହେଲା…

​କଲ୍ୟାଣସିଂହପୁର, ୨୬।୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ମାଝୀଗୁଡ଼ା ନିକଟରେ ଚାଲିଥିବା ଏକ ବେଆଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବାବେବିରା ଗାଁରେ ଶୋକର ଛାୟା, ମଳୟଙ୍କ ପରିବାରକୁ ଭେଟିଲେ ଦୂତୀ ଚାନ୍ଦ

ଅତାବିରା,୨୬।୧୦(ଯୁଧିଷ୍ଠିର ମହାପାତ୍ର ): ଯେଉଁ ମାଟିରେ ଦିନେ ଖେଳି ଖେଳି ବଡ଼ ହେବାର ସ୍ୱପ୍ନ ଦେଖିଥିଲେ, ସେହି ମାଟି ଆଜି ତା’ର ସୁନାପୁଅକୁ ହରାଇ ସ୍ତବ୍ଧ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?