ଯାଜପୁର ଅଫିସ/ କଳିଙ୍ଗନଗର(ଡି.ଏନ.ଏ.),୨୦।୭: ଟାଟା ଷ୍ଟିଲ ମାଇନିଂ ଲିମିଟେଡ୍ (ଟିଏସ୍ଏମ୍ଏଲ୍) ଓ ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍) ମଧ୍ୟରେ ମିଳିତ କ୍ରୋମପଥର ଖନନକୁ ନେଇ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ଯାଜପୁର ଜିଲା ଅନ୍ତର୍ଗତ ସୁକିନ୍ଦାଠାରେ ଉଭୟ କମ୍ପାନୀର ଖଣି ଯୁଗ୍ମ ସୀମା କ୍ଷେତ୍ରରେ ଖନନ ହୋଇପାରୁ ନ ଥିବା କ୍ରୋମ୍ ପଥରକୁ ମିଳିତ ଭାବେ ଖନନ କରିବା ପାଇଁ ଜୁଲାଇ ୧୬ରେ ଏହି ଚୁକ୍ତି ସ୍ବାକ୍ଷର ହୋଇଛି। ଟାଟା ଷ୍ଟିଲ ମାଇନିଂ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଏମ୍.ସି. ଥୋମାସ ଓ ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ର ପ୍ରକଳ୍ପ ବିଭାଗ ଭାଇସ୍ ପ୍ରେସିଡେଣ୍ଟ ଶଶିଭୂଷଣ ଉପାଧ୍ୟାୟ ଭୁବନେଶ୍ୱରଠାରେ ଏହି ଚୁକ୍ତି ସ୍ବାକ୍ଷର କରିଛନ୍ତି। ମିଳିତ ଭାବେ ଖନନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଉଭୟ କମ୍ପାନୀ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ ବୈଧାନିକ ଅନୁମୋଦନ ଆଣିବା ଦିଗରେ ଖୁବ୍ଶୀଘ୍ର ପଦକ୍ଷେପ ଗ୍ରହଣ କରିବେ। ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ର ଅଧ୍ୟକ୍ଷ ରତନ ଜିନ୍ଦଲ, ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ ଓ ଉଭୟ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଭର୍ଚୁଆଲ ମାଧ୍ୟମରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
Posted inଆମ ଜିଲା ଖବର, ଯାଜପୁର View All

ଅମରପୁରରେ ଅଗ୍ନିକାଣ୍ଡ: ୨ ଗୋରୁ ଜୀବନ୍ତ ଦଗ୍ଧ
ଭଦ୍ରକ ଅଫିସ/ତିହିଡ଼,୧୩।୧୦(ଡି.ଏନ୍.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କୋହ୍ଲ ପଞ୍ଚାୟତ ଅମରପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ ଗୋରୁ ଜୀବନ୍ତ...

ନାଳକୁ ଖସିଲା କାର: ଅଳ୍ପକେ ବର୍ତ୍ତିଲେ ଚାଳକ
ପାଟଣା,୧୪।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ ନମ୍ବର ରାଞ୍ଚି ବିଜୟୱାଡା ଜାତୀୟ ରାଜପଥର ସ୍ବାମ ନାଳର ବାଇପାସ ନିକଟରେ ଏକ ଦୁର୍ଘଟଣା...

ଜଳିଗଲା ଘାଗୁଡ଼ିିବନ୍ଧ ଜଙ୍ଗଲ
ଖୋର୍ଦ୍ଧା ଅଫିସ,୧୫ା୩:ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଅଧୀନ ହରିପୁର ପଞ୍ଚାୟତର ପୋଡ଼ପଡ଼ା ଗ୍ରାମ ନିକଟ ଘାଗୁଡ଼ିିବନ୍ଧ ସଂରକ୍ଷିତ ଜଙ୍ଗଲରେ ରବିବାର ଅଗ୍ନିକାଣ୍ଡ ଘଟିଛି। ପ୍ରାୟ ଏକ...

ମୁଖ୍ୟମନ୍ତ୍ରୀଙ୍କ ୭୬ତମ ଜନ୍ମଦିନରେ ପାଟଣା ବିଜେଡି ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ର ସଫେଇ
ପାଟଣା,୧୬।୧୦(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୬ତମ ଜନ୍ମଦିନ ଅବସରରେ ପାଟଣା ବିଜେଡି ପକ୍ଷରୁ ଶନିବାର ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରକୁ ସଫେଇ କରାଯାଇଛି। ପରେ ସ୍ବାସ୍ଥ୍ୟକେନ୍ଦ୍ର...

ଦୁଇବର୍ଷ ହେଲା ଅନ୍ଧାର
କେନ୍ଦୁଝର, ୬।୮(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକର ଜୁଆଙ୍ଗ ଜନଜାତି ବହୁଳ ମେଦିନପୁର ଓ ଭେଜଡିହି ଗଁ। ଦୀର୍ଘ ଦୁଇବର୍ଷ ହେବ ବିଦ୍ୟୁତ୍ ଆଲୋକ...

୪୦ ଗ୍ରାମ ବ୍ରାଉନସୁଗାର, ୧.୧୦ ଲକ୍ଷ ଟଙ୍କା ଜବତ
ଖୋର୍ଦ୍ଧା ଅଫିସ, ୨୫ ।୧୨: ଖୋର୍ଦ୍ଧା ଜିଲା ଜଟଣୀ ଥାନା ପୋଲିସ ଓ କୁଇକ୍ ଆକ୍ସନ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇ ବୁଧବାର କୁଦୁପୁର ଛକରୁ...

ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଗଲା
ସମ୍ବଲପୁର,୨।୧୨(ବ୍ୟୁରୋ): ସମ୍ବଲପୁର ଜିଲା ବାମରା ବନଖଣ୍ଡ ମହୁଲମୁଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି । ସେହି ଗ୍ରାମର ସୁନୀଲ ଏକ୍କା (୪୫) ସୋମବାର...

୨ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣଙ୍କ ଜୀବନଗଲା
ବଅଁରପାଳ, ୧୦।୧୨(ଡି.ଏନ.ଏ): ଅନୁଗୋଳ ଜିଲା ୧୪୯ ନଂ ଜାତୀୟ ରାଜପଥର ବଅଁରପାଳ ହସ୍ପିଟାଲ ଛକ ନିକଟରେ ବିଳମ୍ବିତ ରାତ୍ରିରେ ୨ଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା...