ବେବିନା ହତ୍ୟା ଅଭିଯୁକ୍ତ ନାବାଳକ

ନୟାଗଡ଼ ଅଫିସ,୨୦।୭: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ନୂଆଗଁା ପଞ୍ଚାୟତ ଧୁନ୍ଦୁଗାଡିଆ ଅଞ୍ଚଳରେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାକତ୍ାର ପରେ ହତ୍ୟା ମାମଲାରେ ଗିରଫ ହତ୍ୟାକାରୀ ସାବାଳକ ନୁହେଁ ନାବାଳକ ବୋଲି ଜଣାପଡିଛି। ଜନ୍ମ ତାରିଖର ସତ୍ୟତା ପରଖିବା ପାଇଁ ନୟାଗଡ଼ ପୋକ୍‌ସୋ କୋର୍ଟ ଜଜ ଉଦୟଭାନୁ ଜେନା ଅଭିଯୁକ୍ତଙ୍କ ମା’ବାପା, ଏସ୍‌ଏଲ୍‌ସି ପ୍ରଦାନ କରିଥିବା ସ୍କୁଲର ପ୍ରଧାନଶିକ୍ଷକଙ୍କୁ ୨୬ ତାରିଖରେ କୋର୍ଟରେ ହାଜର କରାଇବାକୁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରୀ ମାମଲା ପରି ବେବିନା କେଶରେ ଅଭିଯୁକ୍ତ ନାବାଳକ ବୋଲି ଜଣାପଡିବା ପରେ ପୋଲିସର ଉପରଠାଉରିଆ ତଦନ୍ତ ପାଇଁ ଅଭିଯୁକ୍ତମାନେ ଖସି ଯିବାର ସୁଯୋଗ ପାଉଥିବାରୁ କୋର୍ଟ ତଦନ୍ତକାରୀ ସଂସ୍ଥା ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ବୟସର ଯାଞ୍ଚ ପରେ ଯଦି ନାବାଳକ ପ୍ରମାଣ ମିଳେ ତେବେ ଅଭିଯୁକ୍ତଙ୍କୁ ବାଳ ଅପରାଧି କୋର୍ଟକୁ ପଠାଇ ଦିଆଯିବ ବୋଲି ଜଣାପଡିଛି। ଅଭିଯୁକ୍ତଙ୍କ ବୟସ ଉପରେ ସନ୍ଦେହ ହେବାରୁ ଜନ୍ମ ପ୍ରମାଣପତ୍ର କୋର୍ଟ ଖୋଜିଥିଲେ। ବୟସ ଉପରେ ରିପୋର୍ଟ ପ୍ରଦାନ କରିବାକୁ ଜିଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅଭିଯୁକ୍ତଙ୍କ ଜନ୍ମ ପ୍ରମାଣପତ୍ର ସମ୍ପର୍କିିତ ରିପୋର୍ଟ କୋର୍ଟରେ ଦାଖଲ କରିଥିଲେ। କୋର୍ଟରେ ଦାଖଲ ହୋଇଥିବା ଟିସିରେ ଜନ୍ମ ତାରିଖ ୧।୧।୨୦୦୫ ରହିଛି। ଏହି ତାରିଖକୁ ଦେଖିଲେ ହତ୍ୟା ସମୟରେ ଅଭିଯୁକ୍ତ ନାବାଳକ ବୋଲି ଜଣାପଡିଥିଲା।
ସୂଚନାଯୋଗ୍ୟ, ଧୁନ୍ଦୁଗାଡିଆ ଅଞ୍ଚଳର ଗଁା ଦାଣ୍ଡରେ ଗତ ଜୁନ ୧୨ ତାରିଖରେ ଖେଳୁଥିବାବେଳେ ବେବିନା ନାମକ ଜଣେ ୫ ବର୍ଷିୟା ଶିଶୁ କନ୍ୟା ନିଖୋଜ ହୋଇଥିଲେ। ପରିବାର ପକ୍ଷରୁ ଗଁା ଦାଣ୍ଡ, ବିଭିନ୍ନ ଜଳାଶ୍ରୟ, ବନ୍ଧୁ ବାନ୍ଧବ ଘର ଖୋଜାଖୋଜି ପରେ ତାଙ୍କ ସନ୍ଧାନ ମିଳି ନ ଥିଲା। ଗତ ଜୁନ ୧୭ ରେ ହତ୍ୟାକାରୀ ଗିରଫ ହୋଇଥିଲେ। ତାଙ୍କ ସୂଚନା ଆଧାରରେ ଶିଶୁକନ୍ୟାଙ୍କ ଗଳିତ ମୃତଦେହ ମୁଣ୍ଡ ଗଣ୍ଡି ଅଲଗା ଅବସ୍ଥାରେ ଉଦ୍ଧାର ହୋଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଅପହରଣ, ବଳାକତ୍ାର ଓ ହତ୍ୟା ଦଫା ଲାଗିଥିଲା। ପୋଲିସ ଅଭିଯୁକ୍ତଙ୍କ ବୟସ ୨୦ରୁ ୨୨ କହିଥିବାବେଳେ ଏସ୍‌ପି ଖବରଦାତା ସମ୍ମିଳନୀରେ ବୟସ ସମ୍ପର୍କରେ କିଛି କହି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri