ବେବିନା ହତ୍ୟା ଅଭିଯୁକ୍ତ ନାବାଳକ

ନୟାଗଡ଼ ଅଫିସ,୨୦।୭: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ନୂଆଗଁା ପଞ୍ଚାୟତ ଧୁନ୍ଦୁଗାଡିଆ ଅଞ୍ଚଳରେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାକତ୍ାର ପରେ ହତ୍ୟା ମାମଲାରେ ଗିରଫ ହତ୍ୟାକାରୀ ସାବାଳକ ନୁହେଁ ନାବାଳକ ବୋଲି ଜଣାପଡିଛି। ଜନ୍ମ ତାରିଖର ସତ୍ୟତା ପରଖିବା ପାଇଁ ନୟାଗଡ଼ ପୋକ୍‌ସୋ କୋର୍ଟ ଜଜ ଉଦୟଭାନୁ ଜେନା ଅଭିଯୁକ୍ତଙ୍କ ମା’ବାପା, ଏସ୍‌ଏଲ୍‌ସି ପ୍ରଦାନ କରିଥିବା ସ୍କୁଲର ପ୍ରଧାନଶିକ୍ଷକଙ୍କୁ ୨୬ ତାରିଖରେ କୋର୍ଟରେ ହାଜର କରାଇବାକୁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରୀ ମାମଲା ପରି ବେବିନା କେଶରେ ଅଭିଯୁକ୍ତ ନାବାଳକ ବୋଲି ଜଣାପଡିବା ପରେ ପୋଲିସର ଉପରଠାଉରିଆ ତଦନ୍ତ ପାଇଁ ଅଭିଯୁକ୍ତମାନେ ଖସି ଯିବାର ସୁଯୋଗ ପାଉଥିବାରୁ କୋର୍ଟ ତଦନ୍ତକାରୀ ସଂସ୍ଥା ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ବୟସର ଯାଞ୍ଚ ପରେ ଯଦି ନାବାଳକ ପ୍ରମାଣ ମିଳେ ତେବେ ଅଭିଯୁକ୍ତଙ୍କୁ ବାଳ ଅପରାଧି କୋର୍ଟକୁ ପଠାଇ ଦିଆଯିବ ବୋଲି ଜଣାପଡିଛି। ଅଭିଯୁକ୍ତଙ୍କ ବୟସ ଉପରେ ସନ୍ଦେହ ହେବାରୁ ଜନ୍ମ ପ୍ରମାଣପତ୍ର କୋର୍ଟ ଖୋଜିଥିଲେ। ବୟସ ଉପରେ ରିପୋର୍ଟ ପ୍ରଦାନ କରିବାକୁ ଜିଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅଭିଯୁକ୍ତଙ୍କ ଜନ୍ମ ପ୍ରମାଣପତ୍ର ସମ୍ପର୍କିିତ ରିପୋର୍ଟ କୋର୍ଟରେ ଦାଖଲ କରିଥିଲେ। କୋର୍ଟରେ ଦାଖଲ ହୋଇଥିବା ଟିସିରେ ଜନ୍ମ ତାରିଖ ୧।୧।୨୦୦୫ ରହିଛି। ଏହି ତାରିଖକୁ ଦେଖିଲେ ହତ୍ୟା ସମୟରେ ଅଭିଯୁକ୍ତ ନାବାଳକ ବୋଲି ଜଣାପଡିଥିଲା।
ସୂଚନାଯୋଗ୍ୟ, ଧୁନ୍ଦୁଗାଡିଆ ଅଞ୍ଚଳର ଗଁା ଦାଣ୍ଡରେ ଗତ ଜୁନ ୧୨ ତାରିଖରେ ଖେଳୁଥିବାବେଳେ ବେବିନା ନାମକ ଜଣେ ୫ ବର୍ଷିୟା ଶିଶୁ କନ୍ୟା ନିଖୋଜ ହୋଇଥିଲେ। ପରିବାର ପକ୍ଷରୁ ଗଁା ଦାଣ୍ଡ, ବିଭିନ୍ନ ଜଳାଶ୍ରୟ, ବନ୍ଧୁ ବାନ୍ଧବ ଘର ଖୋଜାଖୋଜି ପରେ ତାଙ୍କ ସନ୍ଧାନ ମିଳି ନ ଥିଲା। ଗତ ଜୁନ ୧୭ ରେ ହତ୍ୟାକାରୀ ଗିରଫ ହୋଇଥିଲେ। ତାଙ୍କ ସୂଚନା ଆଧାରରେ ଶିଶୁକନ୍ୟାଙ୍କ ଗଳିତ ମୃତଦେହ ମୁଣ୍ଡ ଗଣ୍ଡି ଅଲଗା ଅବସ୍ଥାରେ ଉଦ୍ଧାର ହୋଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଅପହରଣ, ବଳାକତ୍ାର ଓ ହତ୍ୟା ଦଫା ଲାଗିଥିଲା। ପୋଲିସ ଅଭିଯୁକ୍ତଙ୍କ ବୟସ ୨୦ରୁ ୨୨ କହିଥିବାବେଳେ ଏସ୍‌ପି ଖବରଦାତା ସମ୍ମିଳନୀରେ ବୟସ ସମ୍ପର୍କରେ କିଛି କହି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri