ଆମ ଜିଲା ଖବର

ଗରାଏ ପାଣି ପାଇଁ ଘଣ୍ଟାଏ

ବଇଣ୍ଡା, ୧୬।୫: ଗ୍ରାମାଞ୍ଚଳବାସୀଙ୍କୁ ହାତପାହାନ୍ତାରେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ଅନେକ ଯୋଜନା କରିଛନ୍ତି ସରକାର। ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ‘ବସୁଧା’ ଯୋଜନାରେ ପ୍ରକଳ୍ପ ନିର୍ମାଣ କରାଯାଉଛି। ପାଇପ୍‌ ପାଣି ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଅଗ୍ରାଧିକାର…

ଖଣି ଜଗିବେ ସ୍ବତନ୍ତ୍ର ଫୋର୍ସ

ଖଇରା, ୧୬।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡର ୯୭ ଖଣିରେ ୧୪୪ଧାରା ଲାଗୁ ସତ୍ତ୍ୱେ ପଥର ଚୋରା ଚାଲାଣ ଅବ୍ୟାହତ ରହିଛି। ଖଇରା ତହସିଲର କେତେଜଣ ଅସ୍ଥାୟୀ କର୍ମଚାରୀ ଓ ଖଣି ବ୍ୟବହାରୀଙ୍କ ମଧ୍ୟରେ ଭିତିରି ବୁଝାମଣା ଯୋଗୁ…

ଅର୍ଥନୀତିଜ୍ଞ ସନାତନ ମହାନ୍ତିଙ୍କ ପରଲୋକ

ଭଦ୍ରକ ଅଫିସ,୧୬।୫: ଭଦ୍ରକର ସାରସ୍ବତ ସାଧକ, ଅର୍ଥନୀତିଜ୍ଞ ପ୍ରଫେସର ଡ. ସନାତନ ମହାନ୍ତି (୯୪)ଙ୍କର ଶନିବାର ଜାନୁଗଞ୍ଜସ୍ଥିତ ବାସଭବନରେ ପରଲୋକ ଘଟିଛି। ଆଗରପଡ଼ାସ୍ଥିତ କୁଅଁାଶମଢ଼ିଆ ପୈତୃକ ବାସଭବନ ଠାରେ ତାଙ୍କର ଶେଷକୃତ୍ୟ କରାଯାଇଛି। ପ୍ରଫେସର ମହାନ୍ତି ରାଜ୍ୟରେ ଜଣେ ଉଚ୍ଚକୋଟୀର ଅର୍ଥନୀତି…

ଜ୍ବଳନ୍ତା ଟ୍ରାନ୍ସଫର୍ମରରୁ ଯୁବକଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ବରଗଡ଼ ଅଫିସ,୧୫।୫: ବରଗଡ଼ ଜିଲା ଭଟଲି ବ୍ଲକ ମୁରୁମକେଲ ଗ୍ରାମରେ ଶନିବାର ଜ୍ବଳନ୍ତା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ଯୁବକଙ୍କୁ ଭଟଲି ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କରି ଥିଲେ। ପରେ ଅଗ୍ନିଶମ କର୍ମଚାରୀ ନିଜ ଗାଡିରେ ଆହତ ଯୁବକଙ୍କୁ…

ଉଠିିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଥାଳ

ସମ୍ବଲପୁର,୧୫ା୫(ବ୍ୟୁରୋ): ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଶନିବାର ଥାଳ ଉଠିଛି। କରୋନା କଟକଣାରେ ପରମ୍ପରା ଅନୁସାରେ କାର୍ଯ୍ୟ ସମ୍ପନ୍ନ ହୋଇଛି। ପ୍ରମୁଖ ଶୈବପୀଠ ବାଲିବନ୍ଧା ସୋମନାଥ ବାବା, ନନ୍ଦପଡ଼ା ଶ୍ରୀ ଶ୍ରୀ ବମ୍‌ବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ା ଲୋକନାଥ ବାବା,…

ଖାଇ ପାରିଲେନି ବାହାଘର ଭୋଜି

ସାରସକଣା,୧୫ା୫: ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ଝାରପୋଖରିଆ ଗ୍ରାମରେ ଏକ ବିବାହ ଉତ୍ସବରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା। ଖବର ପାଇ ଝାରପୋଖରିଆ ଥାନା ଆଇଆଇସି ସୁଦର୍ଶନ ଗାଙ୍ଗୋଇ ଏବଂ ସାରସକଣା ତହସିଲଦାର ସତ୍ୟବାନ ନାଏକ ବିବାହ…

ଘରେ ପହଞ୍ଚିବ ଟିକା

ଛତ୍ରପୁର,୧୫।୫: କରୋନା ଟିକା ପାଇଁ ବରିଷ୍ଠ ନାଗରିକ ହଇରାଣ ହେଉଛନ୍ତି। ଟିକାକରଣ କେନ୍ଦ୍ରରେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡ଼ୁଛି। ଏଭଳି ଅସୁବିଧାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗରରେ ଘରେ ବରିଷ୍ଠ ନାଗରିକମାନଙ୍କୁ ଟିକା ଦେବା…

୮ ମାସ ହେଲା ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ, ଗ୍ରାମବାସୀ ହନ୍ତସନ୍ତ

ବାଲିଶଙ୍କରା,୧୫।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ତିଲଡେଗା ଗ୍ରାମରେ ଆଜକୁ ପ୍ରାୟ ୮ ମାସ ହେବ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ଫଳରେ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି। ଏପଟେ ଗ୍ରାମରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଦୀର୍ଘ ୮ ମାସ…

ଗଞ୍ଜାମରେ ମଦ ହୋମ୍‌ ଡେଲିଭରୀକୁ ଅନୁମତି ନେଇ ସୂଚନା ଦେଲେ ଜିଲାପାଳ

ଛତ୍ରପୁର,୧୫।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମଦ ହୋମ୍‌ ଡେଲିଭରୀକୁ ଅନୁମତି ଦିଆଯାଇଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର କହିଛନ୍ତି। ସୋମବାରଠାରୁ ଗଞ୍ଜାମରେ ମଦ ବିକ୍ରି ଆରମ୍ଭ ହେବ। ଅପରପକ୍ଷରେ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଶନିବାର, ରବିବାରରେ…

ଝାରସୁଗୁଡ଼ା ଉପକାରାଗାରର ୬୮ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ

ଝାରସୁଗୁଡ଼ା ଅଫିସ,୧୫।୫: ଝାରସୁଗୁଡ଼ା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି। ଜିଲାରେ ପ୍ରତିଦିନ ୩ ଶହରୁ ୫ଶହ ପଜିଟିଭ୍‌ ଚିହ୍ନଟ ହୋଉଛନ୍ତି। ଫଳରେ ଜିଲା ପ୍ରଶାସନ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ଏଭଳି ସ୍ଥିତିରେ ଶନିବାର ଝାରସୁଗୁଡ଼ା…

କେନାଲରେ ପାଣି ଛଡ଼ା ଯାଇଥିବାରୁ ତଳିଆ ଅଞ୍ଚଳରେ କୃତ୍ରିିମ ବନ୍ୟା

ମାଲକାନଗିରି,୧୫।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସତୀଗୁଡ଼ା ମଧ୍ୟମ ଜଳସେଚନ ବିଭାଗର ବାମପାର୍ଶ୍ୱ କେନାଲ ମାଲକାନଗିରି ପୌର ପରିଷଦ ମଧ୍ୟ ଦେଇ ଚାଷୀଙ୍କ ପାଇଁ ଜଳ ପ୍ରବାହିତ ହେଉଛି। ଝାଟିମାଟି କଲୋନୀଠାରୁ ରିକ୍ଲାମେଶନ କଲୋନୀ ଦେଇ ଏମ୍‌.ଭି-୨ ଗ୍ରାମକୁ ଯାଇଛିା। ବର୍ତ୍ତମାନ କେନାଲରେ ପାଣି…

ସାହିତି୍ୟକ ନରେନ୍ଦ୍ର ବେହେରାଙ୍କ ପରଲୋକ

କଟକ ଅଫିସ, ୧୫ା୫: ସାହିତି୍ୟକ, ନାଟ୍ୟକାର, ଗୀତିକାର ତଥା ଅନୁବାଦକ ନରେନ୍ଦ୍ର ବେହେରାଙ୍କ ଗତ ୧୨ ତାରିଖରେ ଜାମସେଦପୁରଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ସେ କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଜାମସେଦପୁରସ୍ଥିତ ଏକ ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?