ପଦ୍ମିନୀ କେୟାର ହସ୍ପିଟାଲ ଉଦ୍‌ଘାଟିତ

କଟକ ଅଫିସ, ୮ା୮: ପଦ୍ମିନୀ ରଥଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକୀ ଅବସରରେ କଟକ ଜିଲା ଟାଙ୍ଗୀସ୍ଥିତ ଡ୍ରିମ୍‌ସ ପରିସରରେ ସ୍ଥାପିତ ୪୦୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେଶିଆଲିଟି ପଦ୍ମିନୀ କେୟାର ହସ୍ପିଟାଲ ଶନିବାର ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାକୁ ଉଦ୍‌ଘାଟନ କରି ହସ୍ପିଟାଲର ପ୍ରତିଷ୍ଠାତା, କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଜନସାଧାରଣଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ପଦ୍ମିନୀ କେୟାର ହସ୍ପିଟାଲ ବିଶେଷ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ସେ କହିଥିଲେ, ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଉନ୍ନତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଘରୋଇ ଉଦ୍ୟମରେ ଏଭଳି ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ ଦ୍ୱାରା ଆମ ଲୋକ ଅଧିକ ଉପକୃତ ହେବେ। ଡ୍ରିମ୍ସ ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ରଥଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ଗ୍ରାମାଞ୍ଚଳରେ ଏଭଳି ଏକ ଉନ୍ନତମାନର ହସ୍ପିଟାଲ ସ୍ଥାପନ ଅତ୍ୟନ୍ତ ଗୌରବର ବିଷୟ। ମୁଖ୍ୟମନ୍ତ୍ରୀଙ୍କ ନିରନ୍ତର ପ୍ରଚେଷ୍ଟା ଓ ପଦକ୍ଷେପ ଦ୍ୱାରା ରାଜ୍ୟର ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା ଉପଲବ୍ଧ ହୋଇପାରିଛି। ଏଥିରେ ସମ୍ମାନିତ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ଜିଲାପାଳ ଭବାନୀ ଶଙ୍କର ଚୟନୀ, ଡିଏମ୍‌ଇଟି ପ୍ରଫେସର ସିବିକେ ମହାନ୍ତି, ପ୍ରଫେସର ପ୍ରସନ୍ନ କୁମାର ଦାଶ, ସହକାରୀ ଡିଏମ୍‌ଇଟି ଡା. ବ୍ରଜକିଶୋର ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ। ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ଜ୍ୟୋତି ପ୍ରକାଶ ପରିଜା ସ୍ବାଗତ ଭାଷଣ ଓ ଡ୍ରିମ୍‌ସ ଶିକ୍ଷାନୁଷ୍ଠାନ ସମୂହର ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର ଧନ୍ୟବାଦ ଦେଇଥିଲେ। ପ୍ରାଧ୍ୟାପିକା ଡ. କ୍ରିଷ୍ଣାପ୍ରଦା ଦାଶ ଓ ଲୀନା ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିରେ ହସ୍ପିଟାଲର ଅଧ୍ୟକ୍ଷ ଇଂ. ଦୁର୍ଗାପ୍ରସାଦ ରଥ, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସତ୍ୟବ୍ରତ ଛୋଟରାୟ, ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଉମେଶ ରାୟ, ଡା. ଶକ୍ତିପ୍ରସାଦ ସାହୁ, ଅବସରପ୍ରାପ୍ତ ପ୍ରଶାସକ ପ୍ରଫୁଲ୍ଲ ଚନ୍ଦ୍ର ରଥ ଓ ପ୍ରଦୀପ୍ତ ଚନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଷ୍ଟିସ ଅରିଜିତ ପଶାୟତ ପାଇବେ ଭୂମି ଗୌରବ ସମ୍ମାନ

କଟକ ଅଫିସ, ୧୧।୮: ଆସନ୍ତା ୧୭ରେ କଟକ ସାରଳା ଭବନଠାରେ ବିଶିଷ୍ଟ ଆଇନଜ୍ଞ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅରିଜିତ ପଶାୟତଙ୍କୁ ଭୂମି ଗୌରବ ସମ୍ମାନରେ...

କୃଷି ବିଭାଗ ପକ୍ଷରୁ ସଚେତନତା ଶିବିର

କେସିଙ୍ଗା,୨୫।୮(ଡି.ଏନ.ଏ.):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକସ୍ଥିତ କୃଷି କାର୍ଯ୍ୟାଳୟ ପରିସରରେ ଆତ୍ମା ଆନୁକୂଲ୍ୟରେ କୃଷକ ସାଥି ଓ ଆତ୍ମାସଭ୍ୟମାନଙ୍କ ଏକ ସଚେତନତା ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି...

ଏଥର ବାଲିଯାତ୍ରାରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ

କଟକ ଅଫିସ, ୨ା୧୧- ଚଳିତବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲା ପ୍ରଶାସନ ଓ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ପ୍ରଥମଥର ଲେଜର...

ସ୍ମୃତିରେ ନନ୍ଦିନୀ: ୮୮ତମ ଜୟନ୍ତୀ ଅବସରରେ ବାରିପଦାରେ କବିତା ପାଠୋତ୍ସବ

ବାରିପଦା ଅଫିସ,୯।୬- ବାରିପଦା ସହରର ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ରବିବାର ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ...

ନଦୀରେ ପକାଇଥିଲେ ଜାଲ: ମାଛ ଭାବି ଉଠାଇଲା ବେଳକୁ କୁମ୍ଭୀର

ମହାକାଳପଡ଼ା, ୨୯।୮(ଡି.ଏନ୍‌.ଏ.): ମାଛ ପାଇଁ ନଦୀରେ ପକାଇଥିଲେ ଜାଲ ହେଲେ ମିଳିଲା କୁମ୍ଭୀର। ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ। ତିଖିରି...

୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମଦ ଲୁଟ୍‌

ଗଞ୍ଜାମ,୨୦।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ହୁବଟେଶ୍ୱର ରାସ୍ତାରେ ଥିବା ବିଦେଶୀ ମଦ କାଉଣ୍ଟରରୁ ବଡ଼ ଧରଣର ଲୁଟ ହୋଇଥିବା ଜଣା ପଡିଛିl ଖବରପାଇ...

ଭାରସାମ୍ୟ ହରାଇ ୨୦ ଫୁଟ ରାସ୍ତା ତଳକୁ ଓଲଟିଲା ବସ୍‌

କେନ୍ଦୁଝର,୧୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ବିଞ୍ଝବାହାଲ ଗ୍ରାମ ନିକଟ ୪୯ନଂ. ଜାତୀୟ ରାଜପଥରେ ଶନିବାର ୨୦ ଫୁଟ ରାସ୍ତା ତଳକୁ ଏକ ଘରୋଇ...

ମଦ ନିଶା ଜୀବନ ନେଲା: କଟୁରୀରେ ହାଣି ପୁତୁରାକୁ ହତ୍ୟା, କକା ଗିରଫ

କେନ୍ଦୁଝର,୨୨।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ନୟାକୋଟ ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ପୁତୁରାଙ୍କୁ...

Advertisement
Archives

Model This Week