ଆମ ଜିଲା ଖବର

ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ୧୪ ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌

କେନ୍ଦୁଝର,୨୬।୪(ସ୍ବ.ପ୍ର.): ପଶ୍ଚିମବଙ୍ଗରୁ ଆସୁଥିବା ଲୋକଙ୍କ ପାଇଁ ଜିଲା ପ୍ରଶାସନ କଟକଣା ଜାରି କରିଛି। ଏଠାରୁ ଆସୁଥିବା ଲୋକ ୧୪ ଦିନ ଅନୁଷ୍ଠାନ କ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ। ସରପଞ୍ଚ ଓ ଓ୍ବାଡମେମ୍ବର ତଥା ସାମାଜିକ କର୍ମୀମାନେ ସଚେତନତା ସୃଷ୍ଟି କରିବା ସହ ବାହାରୁ ଆସୁଥିବା…

କରୋନାରେ ଆଖିବୁଜିଲେ ପୂର୍ବତନ ଏମ୍‌ପି

ଫୁଲବାଣୀ ଅଫିସ,୨୬।୪: କନ୍ଧମାଳ ଜିଲାର ପୂର୍ବତନ ଏମ୍‌ପି ସୁଗ୍ରୀବ ସିଂଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ସିଂ ରବିବାର କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ର୍ତ୍ତିି ହୋଇଥିଲେ।…

ରେଡ୍‌ ଜୋନ୍‌ରେ ଗଞ୍ଜାମ: ଦିନକରେ ୩୨୩ ପଜିଟିଭ, ଜିଲାକୁ ଫେରିଛନ୍ତି ପ୍ରବାସୀ

ଛତ୍ରପୁର,୨୬।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏବେ ଜିଲା ରେଡ୍‌ ଜୋନ୍‌ରେ ରହିଛି। ପୂର୍ବରୁ ଦୈନିକ କରୋନା ପଜିଟିଭ ସଂଖ୍ୟା ୨୦୦ ତଳେ ରହୁଥିଲା ସୋମବାର ଦିଆଯାଇଥିବା ସୂଚନା ଅନୁସାରେ ଦିନକରେ ପଜିଟିଭ୍‌ ସଂଖ୍ୟା…

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୨୬।୪: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଚାଲିଛି । ନୟାଗଡ଼ ବନଖଣ୍ଡରୁ ଆଜି ତୃତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ ପହଞ୍ଚିଛି। ଏଥିରେ ମୋଟ୍‌ ୧୭ ଖଣ୍ଡ ଅସନ ଓ ଧଉରା କାଠ ରହିଛି ।…

ବ୍ଲଡ୍‌ ବ୍ୟାଙ୍କରେ ରକ୍ତ ଅଭାବ ଆଶଙ୍କା

ସମ୍ବଲପୁର,୨୬।୪(ବ୍ୟୁରୋ): ରାଜ୍ୟର କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ବାସ୍ଥ୍ୟସେବା ଭଳି ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ମେ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ଯୁବବର୍ଗ ଟିକା…

୩ ଦିନରେ ଗଲାଣି ୮୬୯ ଟନ୍‌ ଅକ୍ସିଜେନ

କଟକ ଅଫିସ, ୨୬।୪: ଓଡ଼ିଶା ପକ୍ଷରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍‌ ଯୋଗାଣ ଜାରି ରହିଛି। ଗତ ୩ଦିନ ମଧ୍ୟରେ ୪୯ଟି ଟ୍ୟାଙ୍କର୍‌ ଯୋଗେ ୮୬୯ ଟନ୍‌ରୁ ଅଧିକ ମେଡିକାଲ ଅକ୍ସିଜେନ୍‌ ଓଡ଼ିଶା ପୋଲିସର ସୁରକ୍ଷା ବଳୟରେ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଉତ୍ତରପ୍ରଦେଶ,…

ବନ୍ଦ ପଡ଼ିଛି ରାଜ୍ୟର ୫ ଚିନିକଳ

ଯାଜପୁର ଅଫିସ,୨୬ା୪: ରାଜ୍ୟରେ ଖଣିଜ ସମ୍ପଦଭିତ୍ତିକ ଶିଳ୍ପାୟନକୁ ବିକାଶର ଏକମାତ୍ର ଆଧାର ଭାବେ ସରକାର ପ୍ରୋତ୍ସାହିତ କରୁଛନ୍ତି। ଏହାଦ୍ୱାରା କୃଷିର କିପରି ବିନାଶ ସାଧିତ ହେଉଛି ତାହା ଜଳଜଳ ହୋଇ ଦିଶୁଛି। କୃଷିଭିତ୍ତିକ ସମବାୟ ଶିଳ୍ପକୁ ସରକାର ଅଣଦେଖା କରୁଥିବାରୁ ରାଜ୍ୟରେ…

ଖୋର୍ଦ୍ଧାର ୫ ଗାଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ

ଖୋର୍ଦ୍ଧା ଅଫିସ,୨୬।୪: ରେଡ୍‌ ଜୋନରେ ଥିବା ଖୋର୍ଦ୍ଧା ଜିଲାର ବିଭିନ୍ନ ବ୍ଲକରେ ସଂକ୍ରମଣ ବ୍ୟାପିବାରେ ଲାଗିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଉପଜିଲାପାଳ ଅଶୋକ ବେହୁରିଆ ଖୋର୍ଦ୍ଧା ଉପଖଣ୍ଡର ୫ ଗାଁକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ବେଗୁନିଆ ବ୍ଲକର ପୋଡାଡିହ…

୧୧୪୭ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ

କେନ୍ଦ୍ରାପଡା ଅଫିସ,୨୬।୪: ସମନ୍ବିତ ଶିଶୁ ବିକାଶ ବିଭାଗ ଅଧୀନରେ ୧୯୭୫ରୁ ଅଙ୍ଗନୱାଡି କେନ୍ଦ୍ର ଯୋଜନା ଦେଶରେ ଆରମ୍ଭ ହୋଇଥିଲା। ଯୋଜନା ପ୍ରଣୟନକୁ ଇତିମଧ୍ୟରେ ୪୫ ବର୍ଷ ବିତିଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲାରେ ଏହାର ଭିତ୍ତିଭୂମି ଚିନ୍ତାଜନକ ସ୍ଥିତିରେ ଅଛି। ମହାକାଳପଡ଼ା ବ୍ଲକ…

ଅମାନିଆଙ୍କ ଲାଗି ବଢୁଛି ସଂକ୍ରମଣ

ଭୋଗରାଇ, ୨୬।୪(ଡି.ଏନ.ଏ.): ପଶ୍ଚିମବଙ୍ଗରେ କରୋନାର ନୂଆ ଷ୍ଟ୍ରେନ ଦେଖାଦେବା ପରେ ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ସ୍ବାସ୍ଥ୍ୟବିଭାଗ, ପ୍ରଶାସନ, ସାମାଜିକ ଅନୁଷ୍ଠାନ ଏଥିପ୍ରତି ସତର୍କ ରହି ସଚେତନତା କରୁଥିବା ବେଳେ…

ଅନିଶ୍ଚିତତାରେ ନୀଳାଚଳ ଅକ୍ସିଜେନ ପ୍ଲାଣ୍ଟରୁ ଉତ୍ପାଦନ

ଯାଜପୁର ଅଫିସ,୨୫ା୪: କୋଭିଡ୍‌ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଦେଶରେ ମେଡିକାଲ ଅକ୍ସିଜେନର ବହୁଳ ଚାହିଦା ରହିଛି। ଏହାର ଅଭାବରୁ ରୋଗୀମାନଙ୍କ ମୃତ୍ୟୁ ଘଟୁଥିବାରୁ ଦେଶରେ ହାହାକାର ପରିସ୍ଥିତି ରହିଛି। ଏହାକୁ ଦୃଷ୍ଟିରେ ରଖି ନୀଳାଚଳ ଇସ୍ପାତ ନିଗମ ଲିଃ (ଏନ୍‌ଆଇଏନ୍‌ଏଲ୍‌)ର ଅକ୍ସିଜେନ…

ଶ୍ରଦ୍ଧାଳୁଙ୍କୁ ମିଳିବନି ସୁଯୋଗ

ତାଳଚେର,୨୬ା୪(ନି.ପ୍ର.): ମା’ ହିଙ୍ଗୁଳାଙ୍କ ବାର ମାସରେ ତେର ଯାତ୍ରା। ସେଥିରୁ ଚୈତ୍ରମାସ ଶୁକ୍ଳପକ୍ଷ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀରେ ମା’ଙ୍କ ସ୍ବତନ୍ତ୍ର ପୂଜା କରାଯାଏ, ଯାହାକୁ ହିଙ୍ଗୁଳା ଯାତ୍ରା କୁହାଯାଏ। ତାଳଚେରର ଇଷ୍ଟଦେବୀ ଗୋପାଳପ୍ରସାଦର ମା’ ହିଙ୍ଗୁଳା ବର୍ଷର ଅନ୍ୟ ସମୟରେ ନିରାକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?