ଉନ୍ନତି ଦିଗକୁ ଉପେକ୍ଷା

ଅନୁଗୋଳ ଅଫିସ, ୮ା୮: ଅନୁଗୋଳ ଜିଲାର ଅନୁଗୋଳ, ତାଳଚେର, ବଅଁରପାଳ, ଛେଣ୍ଡିପଦା ଓ ଢେଙ୍କାନାଳ ଜିଲା ମେରାମଣ୍ଡଳୀ ଅଞ୍ଚଳର ବିଭିନ୍ନ ବିକାଶ କାର୍ଯ୍ୟ ପାଇଁ ଅନୁଗୋଳ-ତାଳଚେର-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ (ତାମଡା) ଆରମ୍ଭ ହୋଇଥିଲା। ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ତାମଡା ଏଠାକାର ବିକାଶ ପାଇଁ ପ୍ଲାନିଂ କରିଥାଏ। ପ୍ଲାନିଂ ଅନୁମୋଦନ ବିନା ତାମଡା ଅଧୀନ ଅଞ୍ଚଳରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଧୀର ଧୀରେ ତାହାର ଗୁରୁତ୍ୱ ହରାଇ ବସୁଛି। କାରଣ ଉନ୍ନତି ଦିଗ ଉପରେ ଅଧିକ ଧ୍ୟାନ ଦେବା ପରିବର୍ତ୍ତେ ବିବାଦ ପାଇଁ ତାମଡା ଅନେକ ସମୟରେ ଚର୍ଚ୍ଚାରେ ରହୁଛି। ଦୀର୍ଘଦିନ ହେଲା ଅଧ୍ୟକ୍ଷ ନ ଥିବାବେଳେ କର୍ମଚାରୀ ମରୁଡ଼ି ତାମଡା ପାଇଁ ଏକ ବଡ଼ ସମସ୍ୟା ହୋଇଛି। ପୂର୍ବରୁ ୨୦ରୁ ଅଧିକ କର୍ମଚାରୀ ଥିବା ଏହି କାର୍ଯ୍ୟାଳୟରେ ଏବେ ମାତ୍ର ୪ ଜଣ କର୍ମଚାରୀ ଓ ଜଣେ ପିଅନ ରହିଛନ୍ତି। ଏପରି କି ସ୍ଥାୟୀ ପ୍ଲାନିଂ ଅଫିସର ନ ଥିବାରୁ ଏଠାରୁ ଫାଇଲ୍‌ କଟକ ପଠାଯାଉଥିବା ସୂଚନା ମିଳିଛି।
ଅବିଭକ୍ତ ଢେଙ୍କାନାଳ ଜିଲାର କୋର୍ଟ ନିକଟରେ ପ୍ରଥମେ ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଆଞ୍ଚଳିକ କାର୍ଯ୍ୟକାରୀ ଟ୍ରଷ୍ଟ (ତାମ୍ରିତ) କାର୍ଯ୍ୟାଳୟ ଖୋଲାଯାଇଥିଲା। ସେତେବେଳେ ଏଠାରେ ୧୭ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ। ଅନୁଗୋଳ ଜିଲା ମାନ୍ୟତା ପାଇବା ପରେ ୧୯୯୫ରେ ତାମ୍ରିତ ତାମଡାରେ ପରିଣତ ହୋଇଥିଲା। ଏହାର କାର୍ଯ୍ୟାଳୟ ଅନୁଗୋଳ ବସ୍‌ଷ୍ଟାଣ୍ଡ ଓ କୋ ଅପରେଟିଭ ବ୍ୟାଙ୍କ ନିକଟରେ ଥିଲା। ପରବର୍ତ୍ତୀ ଅବସ୍ଥାରେ ଅବକାରୀ ଏସ୍‌ପିଙ୍କ କାର୍ଯ୍ୟାଳୟ ନିକଟରେ ଏହାର ସ୍ଥାୟୀ କାର୍ଯ୍ୟାଳୟ ଖୋଲାଗଲା। ୨୦୦୨ରେ କର୍ମଚାରୀ ଛଟେଇ ପରେ ଏଠାରେ ୧୬ ଜଣ କର୍ମଚାରୀ ରହିଥିଲେ। କିନ୍ତୁ ବର୍ତ୍ତମାନ ୪ କର୍ମଚାରୀ ଓ ଜଣେ ପିଅନଙ୍କୁ ନେଇ କାର୍ଯ୍ୟ ଚାଲିଛି। ଗତ କିଛିବର୍ଷ ହେଲା ବିବାଦ ତାମଡାର ପିଛା ଛାଡ଼ୁନି। କେତେବେଳେ କେଉଁ କର୍ମଚାରୀଙ୍କ କାର୍ଯ୍ୟକୁ ନେଇ ବିରୋଧାଭାସ ସୃଷ୍ଟି ହେଉଛି ତ ଆଉ କେତେବେଳେ କେତେଜଣ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ଅପ୍ରୀତିକର ପରିସ୍ଥିତି ଉପୁଜାଉଛି। ଅତୀତରେ ଏହି କାର୍ଯ୍ୟାଳୟର ଜଣେ କର୍ମଚାରୀ ଅନ୍ୟ ଜଣଙ୍କୁ ପିଟିବାକୁ ଚପଲ ଉଠାଇଥିଲେ। ସେହିପରି ଗତ ଜୁନ୍‌ ୩୦ ତାରିଖରେ ଅବସର ନେଇଥିବା ଜଣେ ସିନିୟର ଆସିଷ୍ଟାଣ୍ଟ ଜୁଲାଇ ପ୍ରଥମ ସପ୍ତାହରେ କାର୍ଯ୍ୟାଳୟକୁ ଆସିଥିବାବେଳେ ତତ୍କାଳୀନ ସଚିବଙ୍କ ଦୁର୍ବ୍ୟବହାରର ଶିକାର ହୋଇଥିଲେ। ଏପରି କି ତତ୍କାଳନୀ ସଚିବ ସମ୍ପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମୁଥ ମାରିଥିବା ନେଇ ଅଭିଯୋଗ ଜିଲାପାଳଙ୍କ ନିକଟକୁ ଯାଇଥିଲା। ଅନୁଗୋଳ ଥାନାରେ ଏତଲା ଦିଆଯାଇଥିଲା। ଘଟଣା ପରେ ତତ୍‌କାଳୀନ ସଚିବଙ୍କୁ ବଦଳି କରାଯାଇ ସବ୍‌ରେଜିଷ୍ଟ୍ରାର ଦାୟିତ୍ୱରେ ଥିବା ଅଧିକାରୀ ଅମ୍ଳାନ ଅପରାଜିତା ମିଶ୍ରଙ୍କୁ ଜୁଲାଇ ୭ରେ ତାମଡାର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। କିନ୍ତୁ ପୂର୍ବତନ ସଚିବ ତୁରନ୍ତ ଦାୟିତ୍ୱ ହସ୍ତାନ୍ତର କଲେ ନାହିଁ। ଦୀର୍ଘ ମାସେ ଧରି ତାମଡାକୁ ମୁରବୀଶୂନ୍ୟ ରଖିବା ପରେ ଗତ ୬ ତାରିଖରେ ନୂଆ ସଚିବଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। କେଉଁ କାରଣରୁ ତାମଡାରେ ଏପରି ବାରମ୍ବାର ବିବାଦୀୟ ପରିସ୍ଥିତି ଉପୁଜୁଛି ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉ ନାହିଁ ତାହାକୁ ନେଇ ସହରରେ ନାନା ଚର୍ଚ୍ଚା ଚାଲିଛି।

ଖୁବ୍‌ଶୀଘ୍ର ସମାଧାନ
ତାମଡାରେ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ଜିଲା ପ୍ରଶାସନ ଅବଗତ ରହିଛି। ଲୋକେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଦୂର କରାଯିବା ଦିଗରେ ପଦକ୍ଷେପ ନିଆଯାଉଛି। ଖୁବ୍‌ଶୀଘ୍ର ଏହାର ସମାଧାନ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ

ଉଦ୍ଦେଶ୍ୟ ପୂରଣ ହେଉନି
ଯେଉଁ ଉଦ୍ଦେଶ୍ୟରେ ତାମଡା ଆରମ୍ଭ ହୋଇଥିଲା ତାହାର ପ୍ରତିଫଳନ ଏବେ ଦେଖିବାକୁ ମିଳୁନାହିଁ। ବିଶେଷକରି ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପ୍ରଦାନ କରାଯାଉ ନ ଥିବାରୁ ଅନେକ ସମୟରେ ଏହା ଅଧୀନରେ ଥିବା ଜନସାଧାରଣ ଅସୁବିଧାରେ ପଡ଼ୁଛନ୍ତି। ତେଣୁ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଶୀଘ୍ର କରାଯାଉ।
-ଭକ୍ତି ପ୍ରସାଦ ଦାସ, ବୁଦ୍ଧିଜୀବୀ, ଅନୁଗୋଳ

ପଦବୀ ପୂରଣ ହେବ
ତାମଡାରେ ଦୀର୍ଘ ଦିନ ହେବ ଅଧ୍ୟକ୍ଷ ପଦବୀ ଖାଲି ରହିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍‌ଶୀଘ୍ର ତାମଡାରେ ଅଧ୍ୟକ୍ଷ ନିଯୁକ୍ତି କରିବେ। ଏହି ପଦବୀ ପୂରଣ ହେବା ପରେ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟା ଆଉ ରହିବ ନାହିଁ।
-ମହେନ୍ଦ୍ର ବସ୍ତିଆ, ଜିଲା ବିଜେଡି ସଭାପତି, ଅନୁଗୋଳ

ନିର୍ବାଚିତ ପ୍ରତିନିଧିଙ୍କୁ ଦାୟିତ୍ୱ ମିଳୁ
ତାମଡା କାର୍ଯ୍ୟାଳୟ ଏବେ ଶ୍ରୀହୀନ ହୋଇପଡ଼ିଛି। ଦୀର୍ଘଦିନ ଧରି ନିର୍ବାଚିତ ପ୍ରତିନିଧି ନ ଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ଏହାଦ୍ୱାରା ଅନେକ ଅସୁବିଧା ସୃଷ୍ଟି ହେଉଥିଲେ ମଧ୍ୟ ସରକାର ସମାଧାନ ଦିଗରେ ପଦକ୍ଷେପ ନେଉନାହାନ୍ତି। ଯଥାଶୀଘ୍ର ନିର୍ବାଚିତ ପ୍ରତିନିଧିଙ୍କୁ ଦାୟିତ୍ୱ ଦିଆଯାଉ।
-ଶ୍ରୀକାନ୍ତ ମିଶ୍ର, ବରିଷ୍ଠ ନାଗରିକ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri