Posted inଭଦ୍ରକ

ଆଗେଇ ପାରୁନି ଚାଷ କାମ

ବନ୍ତ, ୮।୮ (ଡି.ଏନ.ଏ.):  ଭଦ୍ରକ ଜିଲା ବନ୍ତ ଅଞ୍ଚଳରେ କେନାଲରେ କମ୍‌ ପାଣି ଛଡ଼ାଯାଉଥିବାରୁ ଚାଷ ପାଇଁ ନିଅଣ୍ଟ। ଫଳରେ କାମ ଆଗେଇପାରୁ ନାହିଁ ବୋଲି ଅଭିଯୋଗ କରୁଛନ୍ତି ଚାଷୀ। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବନ୍ତ ଜଳସେଚନ କାର୍ଯ୍ୟାଳୟ ସେକ୍ସନ ୨ ଓ ୩ ଅଧୀନ ହାଟଡିହୀ ଶାଖା କେନାଲରେ ଆବଶ୍ୟକତାଠାରୁ କମ୍‌ ପାଣି ଛଡ଼ା ଯାଉଥିବା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ଏହି ଶାଖା କେନାଲ ଅଧୀନରେ ପ୍ରାୟ ୧୧ ହଜାର ୮ ଶହ ୮ ହେକ୍ଟର ଚାଷଜମି ରହିଛି। ପ୍ରତିବର୍ଷ ଖରିଫ ଚାଷ ସମୟରେ ଅର୍ଥାତ୍‌ ଜୁନ୍‌ ଓ ଅଗଷ୍ଟ ମଧ୍ୟରେ ଏହି କେନାଲରେ ୩ ଥର ପାଣି ଛଡ଼ା ଯାଇଥାଏ। ଗତ ଜୁଲାଇ ୪ରେ ପ୍ରଥମ ପର୍ଯ୍ୟାୟରେ ୩ ହଜାର କ୍ୟୁସେକ୍‌ ଜଳ ଛଡ଼ା ଯାଇଥିଲା। ଏହାକୁ ବ୍ୟବହାର କରି ଚାଷୀମାନେ ଧାନ ତଳି ପକାଇଥିଲେ। ଏହାମଧ୍ୟରେ ମାସେ ବିତିବାକୁ ବସିଥିବା ବେଳେ ୨ୟ ପର୍ଯ୍ୟାୟ ପାଣି ଛଡ଼ାଯାଇ ନ ଥିବା ଯୋଗୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ। ସୋସୋ, ରମ୍ପାସ୍‌, ଶାଳନିଅଁା, ମଞ୍ଜୁରୀରୋଡ ଆଦି ଶାଖା କେନାଲରେ ଆବଶ୍ୟକତା ଅନୁଯାୟୀ ପାଣି ଯୋଗାଇ ଦିଆଯାଉଥିବା ବେଳେ ହାଟଡିହୀ ଶାଖା କେନାଲ ଅଧୀନରେ ଥିବା ୨୫ ଡିଷ୍ଟ୍ରିବ୍ୟୁଟର ମାଇନର, ସବ୍‌ ମାଇନରଗୁଡ଼ିକୁ ଠିକ୍‌ ଭାବେ ପାଣି ଆସୁନାହିଁ। ଏଭଳି ଜାରି ରହିଲେ ସମଗ୍ର ବ୍ଲକରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି। ଆଗାମୀ ୨ ଦିନ ମଧ୍ୟରେ ଆବଶ୍ୟକ ମୁତାବକ ପାଣି ଛଡ଼ା ନ ଗଲେ ଚାଷୀମାନେ ବନ୍ତ ଜଳସେଚନ ଅଫିସ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଶାଳପଡ଼ା ଜଳସେଚନ ବିଭାଗ ମୁଖ୍ୟ କାର୍ଯ୍ୟାଳୟର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ସମସ୍ତ ଶାଖା କେନାଲକୁ ସମାନ ଭାବେ ପାଣି ଛଡ଼ାଯାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରା ମଦ ବିକ୍ରିକୁ ବିରୋଧ କରି ତାତିଲେ ମହିଳା, ୨ ଘଣ୍ଟା ଧରି ପୋଲିସ ନାକେଦମ

ବନ୍ତ, ୩୦।୮ (ହରି ନାରାୟଣ ମହାନ୍ତି/ କିଶୋର କୁମାର ସେଠୀ): ଶନିବାର ରାତିରେ ଭଦ୍ରକ ଜିଲା ବନ୍ତ ଥାନା ନୀଳୋକ ପଞ୍ଚାୟତ ଅଧୀନ ବେଗନା (ବୁଡ଼ଗଢ଼ିଆ) ଗ୍ରାମରେ…

୨ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୭ ଆହତ, ୩ ଗୁରୁତର

ଭଦ୍ରକ,୨୯।୮(ସନାତନ ରାଉତ): ଭଦ୍ରକ ଚରମ୍ପା ରେଳ ଓଭର ବ୍ରିଜ ନିକଟରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ଶୁକ୍ରବାର ରାତିରେ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ କିନ୍ନର ଗୋଷ୍ଠୀ ଆକ୍ରମଣରେ…

ଭୋଟର ତାଲିକାରୁ ଶତାଧିକ ଯୋଗ୍ୟ ନାଗରିକଙ୍କ ନାଁ କାଟିବାକୁ ଷଡ଼ଯନ୍ତ୍ର, ଅଭିଯୋଗ ଆଣି ବିଜେଡି କହିଲା…

ଧାମନଗର,୨୮ା୮(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଏନଏସି ଅଞ୍ଚଳରେ ଶତାଧିକ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ଦେବା ପାଇଁ ଜାଲିଆତି ଓ ଷଡ଼ଯନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri