ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ

ପୁରୀ ଅଫିସ,୮।୮: କରୋନା କଟକଣା ଯୋଗୁ ବନ୍ଦ ରହିଥିବା ଶ୍ରୀମନ୍ଦିର ଐତିହ କରିଡ଼ର କାର୍ଯ୍ୟ ଶନିବାର ପୁଣି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟାରେ ପଶ୍ଚିମଦ୍ୱାର ସମ୍ମୁଖ ବାସେଳି ସାହି ମୌଜାର ୩ଟି ବେସରକାରୀ ଘରକୁ ଭଙ୍ଗା ଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି। ଲକ୍‌ଡାଉନ ଓ ଶଟ୍‌ଡାଉନ ଲାଗି ଉଚ୍ଛେଦ କାର୍ଯ୍ୟ ଧିମେଇ ଯାଇଥିବାବେଳେ ପ୍ରଶାସନ ପୁଣିଥରେ ତତ୍ପରତା ଦେଖାଇଛି। ୭୫ମିଟର ବଳୟ ଭିତରେ ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ୱାରରେ ଅଧିକାଂଶ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଯାଇଥିବା ବେଳେ ଏବେ ପଶ୍ଚିମଦ୍ୱାରଠାରେ ଉଚ୍ଛେଦ କାର୍ଯ୍ୟ ଚାଲିଛି। ଉପଜିଲାପାଳ ଭବତାରଣ ସାହୁଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଚାଲିଥିବା ବେଳେ ଏଣିକି କ୍ରମାଗତ ଚାଲୁରହିବ। ବାକି ରହିଥିବା ସମସ୍ତ କାର୍ଯ୍ୟ ତ୍ୱରିତ ବେଗରେ ହେବ ବୋଲି ଉପଜିଲାପାଳ ସୂଚନା ଦେଇଛନ୍ତି। ଉଚ୍ଛେଦ ପ୍ରକ୍ରିୟାର ୯୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବା ବେଳେ ମାତ୍ର ୫ ପ୍ରତିଶତ ବାକି ରହିଛି। ତେବେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ନେଇ କେତେଜଣ ଘର ମାଲିକଙ୍କର ସମସ୍ୟା ଥିବା ହେତୁ ମାମଲା ହାଇକୋର୍ଟରେ ରହିଛି। ସମ୍ପୃକ୍ତ ମାମଲାର ସମାଧାନ ହାଇକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାର୍ଯ୍ୟରେ ପୁରୀ ସହରବାସୀ ଉପଯୁକ୍ତ ସହଯୋଗ କରୁଛନ୍ତି ଓ ସଭିଁଙ୍କ ସହଯୋଗ ବଳରେ ଉଚ୍ଛେଦ କାର୍ଯ୍ୟ ସୁରୁଖୁରୁରେ ଶେଷ ହେବ। ସେହିଭଳି ଗୋଟିଏ ପ୍ଲାଟୁନ୍‌ ଫୋର୍ସ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଥିବା ସେ କହିଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ, ଆଗାମୀ ଦିନରେ ଶ୍ରୀମନ୍ଦିର ଚାରିପାଖରେ ଥିବା ମଠଗୁଡ଼ିକର ନବୀକରଣ ଓ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri