କର୍ମଚାରୀ ଅଭାବ, ମିଳୁନି ତ୍ୱରିତ ନ୍ୟାୟ

ବୈଶିଙ୍ଗା,୮|୮(ଡି.ଏନ.ଏ.)  ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅନ୍ତର୍ଗତ ବୈଶିଙ୍ଗା ଥାନା ଏକ ବୃହତ ଅଞ୍ଚଳକୁ ନେଇ ଗଠିତ। ଏହି ବ୍ଲକର ୧୭ ପଞ୍ଚାୟତ ଅଧୀନ ୨୦୫ ରାଜସ୍ବ ଗ୍ରାମ ଉକ୍ତ ଥାନା ଉପରେ ନିର୍ଭରଶୀଳ। ପ୍ରାୟ ୧ଲକ୍ଷ ୪୫ ହଜାର ଜନ ସାଧାରଣଙ୍କ ଧନଜୀବନ ସୁରକ୍ଷା ଏହା ଉପରେ ନ୍ୟସ୍ତ। ତେବେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବ ଯୋଗୁ ଥାନାରେ କାର୍ଯ୍ୟଭାର ବଢ଼ୁଛି। ୧୦ ଅଧିକାରୀ ପଦବୀ ମଧ୍ୟରୁ ୬ଜଣ ରହିଛନ୍ତି। ଫଳରେ ଲୋକେ ତ୍ୱରିତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି।
କି.ମି. ବ୍ୟାସାର୍ଦ୍ଧ ପରିମିତ ଏହି ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ଅତ୍ୟନ୍ତ ଦୁରୂହ ବ୍ୟାପାର। ଜିଲାର ସର୍ବାଧିକ ସ୍ପର୍ଶକାତର ଏବଂ ଅପରାଧ ପ୍ରବଣ ଏହି ଥାନାରେ ବର୍ଷକୁ ୩୦୦ରୁ ଅଧିକ ରେକର୍ଡ ସଂଖ୍ୟକ ମାମଲା ପଞ୍ଜିକୃତ ହୋଇଥାଏ। ବର୍ଷ ତମାମ ବିଭିନ୍ନ ସଂଗଠନମାନଙ୍କ ପକ୍ଷରୁ ଆନ୍ଦୋଳନ, ରାସ୍ତା ଅବରୋଧ, ବିକ୍ଷୋଭ ପ୍ରଦର୍ଶନ ଓ ଥାନା ଘେରାଉ ଆଦି କାର୍ଯ୍ୟକ୍ରମ ଯୋଗୁ ଥାନାରେ କାର୍ଯ୍ୟଭାର ବଢ଼ୁଛି। ଏହି ଥାନା ଅନ୍ତର୍ଗତ ବଡ଼ସାହି ବ୍ଲକର ମାଣତ୍ରିଠାରେ ଏକ ଫାଣ୍ଡି ପ୍ରତିଷ୍ଠା ହେଲା ପରେ ସନ୍ନିକଟ ୪ଟି ପଞ୍ଚାୟତରେ ଆଇନ ଶୃଙ୍ଖଳା ପରିସ୍ଥିତିରେ କିଛି ସୁଧାର ଆସିଥିବା ଲକ୍ଷ୍ୟ କରାଯାଏ। ତେବେ ଆହୁରି ଦୁଇଟି ଫାଣ୍ଡି ପ୍ରତିଷ୍ଠା ଜରୁରୀ ବୋଲି ସ୍ଥାନୀୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି। ଗୋଟିଏ ବୈଶିଙ୍ଗା ଥାନାଠାରୁ ୧୦ କି.ମି. ଦୂର ପୁରୁଣିଆଠାରେ ଏବଂ ଅନ୍ୟଟି ଏହି ଥାନାଠାରୁ ୧୫ କି.ମି. ଦୂର ଅଁଳା ବଜାରଠାରେ। ଫଳରେ ବୈଶିଙ୍ଗା ଥାନା ଉପରେ ଅତ୍ୟଧିକ କାର୍ଯ୍ୟଭାର ହ୍ରାସ ହେବା ସଙ୍ଗସଙ୍ଗେ ଲୋକେ ପୋଲିସ ସେବା ପାଇବାରେ ସହାୟକ ହୋଇ ପାରିବେ। ପୂର୍ବରୁ ଏହି ଥାନା ଇନଚାର୍ଜ ଥିବା ତଥା ପୋଲିସ ଡିଏସ୍‌ପି ଲକ୍ଷ୍ମୀଧର ସ୍ବାଇଁ ୨୦୨୦ ସେପ୍ଟେମ୍ବରରେ ଅଧିକ ଫାଣ୍ଡି ପ୍ରତିଷ୍ଠା ଓ କର୍ମଚାରୀ ନିଯୁକ୍ତିର ଜରୁରୀ ଆବଶ୍ୟକତା ନେଇ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଚିଠି କରିଥିଲେ ମଧ୍ୟ ଅଦ୍ୟାବଧି ଅନୁମୋଦନ ମିଳି ପାରିନାହିଁ।
ବଡ଼ସାହି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ବୃନ୍ଦାବନ ଦାସ କୁହନ୍ତି, ଅଧିକ ଫାଣ୍ଡି ପ୍ରତିଷ୍ଠା ଏବଂ ଖାଲି ପଡ଼ିଥିବା ୪ ସବ୍‌ ଇନ୍ସପେକ୍ଟର ପଦବୀ ତୁରନ୍ତ ପୂରଣ କରାଯିବା ନିହାତି ଆବଶ୍ୟକ। ଆଇନଜୀବୀ ତଥା ବୈଶିଙ୍ଗା ଥାନା ଆମ ପୋଲିସ ସମିତିର ସଦସ୍ୟ ମନୋଜ କୁମାର ପଣ୍ଡା କୁହନ୍ତି ଏହି ଥାନା ଉଭୟ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାର ସୀମାନ୍ତରେ ରହିଛି। ଅପରାଧ ନିୟନ୍ତ୍ରଣ ପାଇଁ ଅଧିକ ଫାଣ୍ଡି ଓ କର୍ମଚାରୀ ମୁତୟନ ନିମନ୍ତେ ଆମ ପୋଲିସ ସମିତି ବୈଠକରେ ବହୁବାର ଦୃଷ୍ଟି ଆକର୍ଷଣ କରାଯାଇଛି ଏବଂ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

ଅଣାୟତ୍ତ ଶିମିଳିପାଳ ନିଆଁ

ବାରିପଦା,୨୨ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହେବାରେ ଲାଗିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଓ ବଫର ଅଞ୍ଚଳରେ ନିଆଁ...

ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ

ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।...

ଖାଲି ପାଦରେ ପ୍ରଚାର କଲେ ପ୍ରାର୍ଥୀ

ଉଦଳା, ୨୧ା୪ (ସନ୍ତୋଷ କୁମାର ବାଚ୍ଛିନୀ): ଉଦଳା ବିଧାନସଭା ଆସନ ଲାଗି ୩୪ବର୍ଷ ପରେ କଂଗ୍ରେସରୁ ଟିକେଟ ପାଇଛନ୍ତି ଦୁର୍ଗାଚରଣ ଟୁଡୁ । ମଇଦାନରେ ଭୋଟରମାନଙ୍କୁ...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍‌ ଦେଲାନି ଭାଜପା: ପଛରେ ରହିଛି ଏଭଳି କାରଣ

ବାରିପଦା,୧୭ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବିବାଦୀୟ ମନ୍ତବ୍ୟ, ଅଶୋଭନୀୟ ଆଚରଣ ସମେତ କାର୍ଯ୍ୟଦକ୍ଷତାର ମାପକାଠିକୁ ଆଧାରକରି ଭାଜପା ଚଳିତ ନିର୍ବାଚନରେ କେତେଜଣ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ ତାଲିକାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri