ଆମ ଜିଲା ଖବର

ଶିମିଳିପାଳ ବଫର ଅଞ୍ଚଳରେ ପଶିଲା କରୋନା: ଖଡ଼ିଆ ସମ୍ପ୍ରଦାୟର ୧୬ ସଂକ୍ରମିତ

ବାରିପଦା ଅଫିସ,୧୯ା୫- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ବଫର ଇଲାକାରେ ରହୁଥିବା ଖଡ଼ିଆ ଜନଜାତି ସମ୍ପ୍ରଦାୟର ଲୋକେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୁଇକ୍‌ ରେସ୍‌ପଣ୍ଡ ଡାକ୍ତରୀଦଳ ଗାଁକୁ ଗାଁ ବୁଲି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରୁଥିବା ବେଳେ ଆଶାକର୍ମୀ…

ପୁଣି ଫେଲ ମାରିଲା କ୍ରୋମ୍‌ ଇ-ନିଲାମ

ଯାଜପୁର ଅଫିସ,୧୯ା୫: ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଦ୍ୱାରା ସୋମବାର ଅର୍ଥାତ୍‌ ୧୭ା୫ା୨୦୨୧ରେ ଆହୂତ ଇ-ନିଲାମ ପ୍ରକ୍ରିୟା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏହି ନିଲାମରେ ବିକ୍ରି ପାଇଁ ରଖାଯାଇଥିବା ୭ ହଜାର ମେଟ୍ରିକ ଟନ୍‌ (ଏମ୍‌ଟି) କ୍ରୋମାଇଟ୍‌ ବିକ୍ରି ହୋଇ ପାରିନାହିଁ।…

ଗଞ୍ଜାମ ଜିଲାପାଳଙ୍କୁ ସବୁ ପ୍ରମାଣ ଦେଲେ ସୋନୁ ସୁଦ୍‌, ପରେ ବଦଳିଲା ସ୍ବର

ବ୍ରହ୍ମପୁର ଅଫିସ୍‌,୧୮।୫: କରୋନା ସହ ଏବେ ସାରା ଦେଶ ଲଢୁଛି। ଏଭଳି କଠିନ ପରିସ୍ଥିତିରେ ଲୋକଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି କିଛି ସେଲିବ୍ରିଟି। ସେମାନଙ୍କ ମଧ୍ୟରେ ବଲିଉଡ ଅଭିନେତା ସୋନୁ ସୁଦ ଅନ୍ୟତମ। କରୋନା ଆରମ୍ଭରୁ ଲୋକଙ୍କୁ ସାହାଯ୍ୟ କରିବା…

ଡହଡହ ଖରାରେ ସିଝୁଛନ୍ତି ଉଠା ଦେକୋନୀ

ଗଞ୍ଜାମ,୧୮।୫(ଡି.ଏନ୍‌.ଏ.): ମହାମାରୀ କରୋନା ଯୋଗୁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଲେଣି l କରୋନା କଟକଣା ତଥା ସାମାଜିକ ଦୂରତ୍ୱ ଲାଗି ଗଞ୍ଜାମ ଏନ୍‌ଏସି ପ୍ରଶାସନ ସହରର ଉଠା ଦୋକାନୀଙ୍କୁ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମକୁ ପରିବା ବିକ୍ରି ପାଇଁ ପଠାଉଛନ୍ତି। ଡହଡହ ଖରାରେ…

ଏସ୍‌ସିବି କୋଭିଡ୍‌ ହସ୍ପିଟାଲ ସମ୍ମୁଖରେ ହୋହଲ୍ଲା

କଟକ ଅଫିସ, ୧୮।୫: ଏସ୍‌ସିବି ମେଡିକାଲ ପରିସରସ୍ଥ କୋଭିଡ୍‌ ହସ୍ପିଟାଲ ସମ୍ମୁଖରେ ସୋମବାର ସକାଳେ ରୋଗୀଙ୍କ ସମ୍ପର୍କୀୟମାନେ ହୋହଲ୍ଲା କରିଥିଲେ। କୋଭିଡ୍‌ ୱାର୍ଡ ଭିତରକୁ ରୋଗୀ ସମ୍ପର୍କୀୟଙ୍କୁ ପ୍ରବେଶ ଅନୁମତି ଦିଆ ନ ଯିବାରୁ ସେମାନେ ପାଟିତୁଣ୍ଡ କରିଥିଲେ। ରୋଗୀ ସମ୍ପର୍କୀୟଙ୍କ…

ଟିକାକରଣରେ ପାତରଅନ୍ତର ଅଭିଯୋଗ

ଚୌଦ୍ୱାର,୧୮।୫(ଡି.ଏନ.ଏ.)- ଚୌଦ୍ୱାର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ଟିକାକରଣରେ ପାତରଅନ୍ତର କରାଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ୩ଜଣ କର୍ମଚାରୀ ଟିକା ନେଇ ଚୌଦ୍ୱାର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ପୂର୍ବାହ୍ନ ୯ଟାରେ ପହଞ୍ଚିଥିଲେ। ହେଲେ ପୂର୍ବରୁ ଅନ୍‌ଲାଇନ ଏବଂ…

ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆଙ୍କ ପରଲୋକ

ସୋନପୁର/ଅମରପାଲି,୧୮।୫(ନି.ପ୍ର./ଡି.ଏନ.ଏ.): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କାର୍ତ୍ତିକ ପ୍ରସାଦ ତରିଆଙ୍କ ସୋମବାର ରାତିରେ ୭୦ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ଯକୃତ ରୋଗରେ ପୀଡିତ ଥିଲେ। ହାଇଦ୍ରାବାଦ୍‌ରେ ରହି ସେ ଚିକିତ୍ସିତ ହେଉଥିଲେ। ୭ଦିନ ପୂର୍ବରୁ…

କରୋନା ପରୀକ୍ଷାକୁ ଡଙ୍ଗରିଆଙ୍କ ନା

ରାୟଗଡ଼ା ଅଫିସ,୧୮।୫: ରାୟଗଡ଼ା ଜିଲା ନିୟମଗିରି ପାଦଦେଶରେ ବସବାସ କରୁଥିବା ୧୭ ଡଙ୍ଗରିଆ ଆଦିବାସୀ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଚିହ୍ନଟଙ୍କ ମଧ୍ୟରେ ଜିଲାର କଲ୍ୟାଣସିଂହପୁର ବ୍ଲକ୍‌ ଅଞ୍ଚଳରୁ ସର୍ବାଧିକ ୧୫ ରହିଛନ୍ତି। ତେଣୁ…

୩୦ବର୍ଷ ପରେ ପୁଣି ଆଖୁ ଚାଷ

ସିମୁଳିଆ,୧୮।୫ – ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବାଟି ପଞ୍ଚାୟତର ହରିସିଂହପୁର ଅଞ୍ଚଳରେ ପ୍ରାୟ ୩୦ବର୍ଷ ପରେ ପୁଣି ଆଖୁଚାଷ ଆରମ୍ଭ ହୋଇଛି। କୃଷି ବିଭାଗର ଅବହେଳା ମନୋଭାବ ଯୋଗୁ ପ୍ରାୟ ୫ମାସ ବିଳମ୍ବରେ ଏହି ଚାଷ ଆରମ୍ଭ ହୋଇଛି। ବିଳମ୍ବ…

ସଂକ୍ରମିତଙ୍କ ଘରେ ପହଞ୍ଚାଯାଉଛି ଖାଦ୍ୟ

କେନ୍ଦୁଝର,୧୮।୫(ସ୍ବ.ପ୍ର.)-କରୋନା ମହାମାରୀ ଧିରେ ଧିରେ ସହରଠାରୁ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି। ଫଳରେ ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଛି। ଲୋକେ ପଦାକୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି। ଏଭଳି ସମୟରେ କେନ୍ଦୁଝର ସହରର କେତେଜଣ ଯୁବକ କରୋନା…

କରୋନା ନେଲା ମା’ପୁଅଙ୍କ ଜୀବନ

ଲଇକେରା,୧୭ା୫: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକର ମା’ପୁଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବ୍ଲକ ମୁଖ୍ୟାଳୟର ମା’ ବୁଇ ବେହେରା(୮୯) ଓ ପୁଅ ବିଜୟ ବେହେରା(୬୯)। ମା’ପୁଅ କରୋନା ସଂକ୍ରମିତ ହୋଇ ଗତ ୮…

ନିୟମଗିରି ପାହାଡ଼ରେ କୁଇ ଭାଷାରେ ସଚେତନ କରାଉଛି ରଥ

ବିଷମକଟକ,୧୭ା୫: ରାୟଗଡ଼ା ଜିଲାର ଅପହଞ୍ଚ ଇଲାକା ନିୟମଗିରି ପାହାଡ଼ରେ ପହଞ୍ଚିଛି କରୋନା। ୨ ଦିନ ମଧ୍ୟରେ ଜିଲାର କଲ୍ୟାଣସିଂହପୁର ଏବଂ ବିଷମକଟକ ବ୍ଲକ୍‌ ଅଧୀନ ନିୟମଗିରି ପାଦଦେଶରେ ରହୁଥିବା ୧୭ ଡଙ୍ଗରିଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?